spot_img
Home Blog Page 3812

ବିସିସିଆଇ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ରୋଜର ବିନ୍ନି

ନୂଆଦିଲ୍ଲୀ: ବିସିସିଆଇ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ରୋଜର ବିନ୍ନି । ପୂର୍ବତନ କ୍ରିକେଟର ରୋଜର ବିନ୍ନି ନାମାଙ୍କନ ଦାଖଲ କରିଛନ୍ତି । ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇପାରନ୍ତି ରୋଜର ।

ଅକ୍ଟୋବର 18ରେ ବିସିସିଆଇର ବିଭିନ୍ନ ପଦ ଲାଗି ନିର୍ବାଚନ ହେବ ।  ବିନ୍ନି ଦିନିକିଆ ଓ ଟେଷ୍ଟ ମ୍ୟାଚରେ ଜଣେ ଅଲରାଉଣ୍ଡରର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି  । ସେ ୨୦୦୦ ମସିହା ଅଣ୍ଡର 19 ବିଶ୍ବକପ ଚାମ୍ପିଅନ ଭାରତୀୟ ଦଳର କୋଚ ଥିଲେ ।

ପରମାଣୁ ଆକ୍ରମଣ ଭୟରେ ଆମେରିକା କିଣିଲା ୨୪୦୦ କୋଟି ଟଙ୍କାର ଆୟୋଡିନ୍‌ ବଟିକା

କିଭ୍‌: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁରୋପକୁ ପରମାଣୁ ଆକ୍ରମଣ ଭୟ । ୟୁକ୍ରେନ ଉପରେ ପରମାଣୁ ହମଲା ନେଇ ପୁଟିନଙ୍କ ବାରମ୍ବାର ଧମକ ପରେ ପୂର୍ବପ୍ରସ୍ତୁତି ଆରମ୍ଭ କରିଛନ୍ତି ଆମେରିକା ସମେତ ଅନ୍ୟ ୟୁରୋପୀୟ ରାଷ୍ଟ୍ର ।

ୟୁରୋପୀୟ ରାଷ୍ଟ୍ରରେ ପୋଟାସିୟମ ଆୟୋଡାଇଡ କ୍ୟାପସୁଲର ଡିମାଣ୍ଡ ବଢ଼ିଛି । ଏହି ମେଡିସିନ ପରମାଣୁ ହମଲା ବେଳେ ରେଡିଏସନ କମ୍ କରିବ । ଆମେରିକା ସ୍ବାସ୍ଥ୍ୟ ବିଭାଗ ପାଖାପାଖି ୨୪ଶହ କୋଟି ଟଙ୍କା ଖର୍ଚ୍ଚ କରି ପୋଟାସିୟମ ଆୟୋଡାଇଡ କ୍ୟାପସୁଲର କଞ୍ଚାମାଲ କିଣିଛି ।

କାହିଁକି ଆମେରିକାରେ ବଢ଼ିଛି ପୋଟାସିୟମ ଆୟୋଡାଇଡ କ୍ୟାପସୁଲ? ନ୍ୟୁକ୍ଲିଅର ଆକ୍ରମଣ ନେଇ ସୂଚନା ପାଇଛି କି ଆମେରିକା ? ଆମେରିକାର ଏହି ପୂର୍ବପ୍ରସ୍ତୁତି ନ୍ୟୁକ୍ଲିଅର ଆକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇଛି । ପୋଟାସିୟମ ଆୟୋଡାଇଡ ଟାବଲେଟ ପରମାଣୁ ଆକ୍ରମଣରୁ ଶରୀରକୁ ସୁରକ୍ଷା ଦେଇଥାଏ । ଏହା କେମିକାଲ, ବାୟୋଲୋଜିକାଲ, ରେଡିଓଲୋଜିକାଲ ଓ ନ୍ୟୁକ୍ଲିଅର ହମଲା ବେଳେ ଶରୀରରେ ରେଡିଏସନ ବୃଦ୍ଧିକୁ ରୋକିବା ଓ ରକ୍ତଜନିତ ସମସ୍ୟାକୁ ରୋକିବ  ।

ପରମାଣୁ ହମଲା ହେଲେ I-131 ନାମକ ଏକ ଘାତକ ରେଡିଏସନ ବାୟୁରେ ମିଶିଥାଏ । କୁହାଯାଉଛି କି, ଏହି ପୋଟାସିୟମ ଆୟୋଡାଇଡ କ୍ୟାପସୁଲ ଆଇ-୧୩୧ ରେଡିଏସନରୁ ଶରୀରକୁ ସୁରକ୍ଷା ଦେଇଥାଏ ।

କ୍ଲିନିକାଲ ଟ୍ରାଏଲରେ ବିଫଳ ଆଷ୍ଟ୍ରାଜେନେକା, ଆଣ୍ଟିବଡି ସୃଷ୍ଟି କରିବାରେ ଅକ୍ଷମ

ଲଣ୍ଡନ: କ୍ଲିନିକାଲ ଟ୍ରାଏଲରେ ବିଫଳ ହେଲା ନାଜାଲ ଭାକ୍ସିନ ଆଷ୍ଟ୍ରାଜେନେକା । କୋଭିଡର ପ୍ରତିରୋଧକ ଭାବେ ଏକ ନାଜାଲ ଭାକ୍ସିନ ଲାଗି ଗବେଷଣା କରୁଥିବା ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟିର ଗବେଷଣାକୁ ଧକ୍କା । କିଛି ଦିନ ତଳେ ବାହାର କରାଯାଇଥିବା ନାଜାଲ ଭାକ୍ସିନ କ୍ଲିନିକାଲ ଟ୍ରାଏଲରେ ବିଫଳ ହୋଇଛି ।

ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି ବିଭିନ୍ନ ବ୍ୟକ୍ତିଙ୍କ ନାକରେ ଭାକ୍ସିନ ସ୍ପ୍ରେ ପକାଯିବା ପରେ ବହୁ କମ୍ ଲୋକଙ୍କ କ୍ଷେତ୍ରରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା, ଯାହାକି ଭାକ୍ସିନର କ୍ଷମତା ଉପରେ ପ୍ରଶ୍ନ ଉଠାଇଛି । ତିନି ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସତ୍ତ୍ବେ ଏହା ପରିଲକ୍ଷିତ ହୋଇଥିଲା । ବିଶ୍ବବିଦ୍ୟାଳୟର ମୁଖ୍ୟ ଗବେଷକ ସାଣ୍ଡି ଡୋଗଲାସ କହିଛନ୍ତି, ଆଷ୍ଟ୍ରାଜେନେକାକୁ ନେଇ ଯେଉଁ ଆଶା ରହିଥିଲା ତାହା ମଉଳି ଯାଇଛି ।

ମାନବ ଶରୀରରେ ନାଜାଲ ସ୍ପ୍ରେ ଶକ୍ତିହୀନ ହୋଇଛି । ତେବେ ଟ୍ରାଏଲ ସମୟରେ ସେପରି କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହୋଇ ନଥିଲା । ସେପଟେ ଭାରତରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭାରତ ବାୟୋଟେକର ଇନକୋଭାକ ବା ବିବିଭି 154 ନାଜାଲ ଭାକ୍ସିନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । 18 ବର୍ଷ ଓ ତାଠୁ ଅଧିକ ବୟସର ଲୋକଙ୍କୁ ଏହି ଟିକା ଦିଆଯିବ । ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି- ପ୍ରାୟ 4 ହଜାର ଲୋକଙ୍କ କ୍ଷେତ୍ରରେ ଟିକାର କ୍ଳିନିକାଲ ଟ୍ରାଏଲ ସଫଳ ହୋଇଛି । ତେବେ ବିଶ୍ବର ଏହି ପ୍ରଥମ ନାଜାଲ ଭାକ୍ସିନ ବଜାରରେ ଉପଲବ୍ଧ ହୋଇନାହିଁ । ଚୀନରେ ବର୍ତ୍ତମାନ କାନସିନୋକୁ ଆଘ୍ରାଣଜାତୀୟ ଟିକା ବାବେ ବ୍ୟବହୃତ କରାଯାଉଛି ।

ଏଣିକି ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ପାଳିବେ ମିଲେଟ ଦିବସ

ଭୁବନେଶ୍ବର: ୨୦୨୩ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ପାଇଁ ଘୋଷଣା କରିଛି ଜାତିସଂଘ । ଏହାର ସଫଳତା ପାଇଁ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲା UGC । ଅକ୍ଟୋବର ୨୦୨୨ରେ ମିଲେଟ ନେଇ କୁଇଜ ପ୍ରତିଯୋଗିତା ହେଉଛି । ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଜଳଖିଆରେ ମିଳିବ ମିଲେଟ୍ ।

 

ଅଗଷ୍ଟ ୨୦୨୩ରେ ମାରାଥନ ସାଇକେଲ ରାଲି, ପୋଷ୍ଟର ପ୍ରତିଯୋଗିତା ହେବ । ଜୁଲାଇ ୨୦୨୩ରେ ରଂଗୋଲି ଓ ସ୍ଲୋଗାନ ପ୍ରତିଯୋଗିତା ହେବ । ମିଲେଟ ଦିବସ ସଫଳ କରିବାକୁ UGC ଏପରି ପଦକ୍ଷେପ ନେଇଛି ।

କୁବେର କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳୀନ ୫ ସ୍ଥାନରେ ରେଡ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ BEO କାର୍ଯ୍ୟାଳୟର କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ବାସଭବନ ସମେତ ଏକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କେନ୍ଦୁଝରରେ ଥିବା ସରକାରୀ କ୍ବାର୍ଟର୍ସ, ଅଫିସ, ଭାଲୁକିପାଟଣାରେ ଥିବା ୩ ମହଲା କୋଠା, ତାଳପଦାରେ ଥିବା ପୈତୃକ ଘର, ତେଲକୋଇରେ ଥିବା ଶ୍ବଶୁର ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

 

ଚଢ଼ାଉରେ ୩ ଡିଏସପି, ୭ ଇନସ୍ପେକ୍ଟର, ୨ ଜଣ ଏଏସଆଇ ଓ ୯ କନଷ୍ଟେବଳ ସାମିଲ ହୋଇଛନ୍ତି । ତାଙ୍କର କେତେ ସ୍ଥାବର, ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଜମା, ସ୍ଵର୍ଣ୍ଣ ଅଳଙ୍କାର ତଥା ଅନ୍ୟାନ୍ୟ ସମ୍ପତ୍ତି ଆଦି ରହିଛି, ସେ ସମ୍ପର୍କରେ ଖୋଳତାଡ ଚାଲିଛି ।

ଓଡିଆ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତିଙ୍କୁ ଝୁରୁଛି ଓଡିଶା

ଭୁବନେଶ୍ବର: ସେ ଚିର ସବୁଜ । ଷାଠିଏ ସତୁରୀ ଦଶକରେ ସଂଗୀତ ଜଗତର ଅକ୍ଷୟ କୀର୍ତ୍ତି  । କୋଟିକୋଟି ଓଡ଼ିଆଙ୍କ ମଉଡମଣି ଅକ୍ଷୟ ମହାନ୍ତି । ଓଡ଼ିଆ ସଂଗୀତ ଦୁନିଆର ବାଦଶାହାଙ୍କ ଆଜି ଜୟନ୍ତୀ  । 1936 ମସିହା ଅକ୍ଟୋବର 12ରେ ଜନ୍ମଗ୍ରହଣ କରିଥିଲେ ଏହି ଯାଯାବର  । ସଂଗୀତ ଶିକ୍ଷା ନନେଇ ସେ ସେ ସୃଷ୍ଟି କରିଥିଲେ ବିରଳ ଦୃଷ୍ଟାନ୍ତ  । ସାଇକେଲରେ ବୁଲିବୁଲି ଗୀତ ଗାଉଥିଲେ  । ଯେଉଁଠି ବସୁଥିଲେ ଗାଉଥିଲେ  ।

ତାଙ୍କ ଗୀତରେ ଓଡିଶାର କଥା, ଓଡିଆଙ୍କ ଚାଲିଚଳଣି, ଲୋକକଥା, ହାବଭାବ, ଗାଁ ମାଟିର ମହକ  । ଷ୍ଟୁଆର୍ଟ କଲେଜରୁ ଯୁକ୍ତ ଦୁଇ ଶିକ୍ଷା ଆରମ୍ଭ କରିଥିଲେ ଅକ୍ଷୟ । ପରେ ରେଭେନ୍ସା ମହାବିଦ୍ୟାଳୟରେ ଏମଏ ପଢିଥିଲେ । ଏହାପରେ ସେ ମଧୁସୂଦନ ଲ କଲେଜରୁ ନିଜ ଆଇନ ଶିକ୍ଷା ମଧ୍ୟ ଶେଷ କରିଥିଲେ । ୧୯୫୬ରେ ଆକାଶବାଣୀ କଟକର ସ୍ବୀକୃତିପ୍ରାପ୍ତ ଗୀତିକାର ଓ ୧୯୫୯ରେ ସଂଗୀତ ସଂଯୋଜକ ଭାବେ ପ୍ରତିଷ୍ଠାଲାଭ କରିଥିଲେ  । ଅକ୍ଷୟଙ୍କ ପ୍ରଥମ ଗୀତ ଥିଲା ରୁସି ବସନା ସୁନାଗୋରୀ  ।

ବଡ଼ ଭଉଣୀଙ୍କ ସହ ସିଏ ଡୁଏଟ ଗାଇଥିଲେ  । ୧୯୫୮ମସିହାରେ ରିଲିଜ ହୋଇଥିବା ମା ସିନେମାରେ ଗାଇବାର ସୁଯୋଗ ପାଇଥିଲେ  । ସେ ୧୨୯ଟି ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି  । ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଛନ୍ତି, ୭୫ଟି ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହା ସାଙ୍ଗକୁ ସେ ତିନୋଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଓ ଗୋଟିଏ ଚଳଚ୍ଚିତ୍ରର ଯୁଗ୍ମ ନିର୍ଦେଶକ ରହିଛନ୍ତି ।

ଯାଯାବର, ଯାରେ ମେଘ ଭାସି ଯା, ହେ ଫଗୁଣ ତୁମେ ଗଲା ପରେ ପରେ, ପୁଣ୍ୟର ନଦୀ ତିରେ, ସ୍ମୃତି ତୁମେ ପାଉଁଶ ତଳର ନିଆଁ, ବୟସର କୃଷ୍ଣଚୂଡା, ନଦୀର ନାମ ଅଳସ କନ୍ୟା ଆଦି ଅନେକ ଗୀତର ସେ ହେଉଛନ୍ତି ସ୍ରଷ୍ଟା । ଯାହା ଆଜି ବି ସମସ୍ତଙ୍କର ମନରେ ବାନ୍ଧି ହୋଇ ରହିଛି  । ନଭେମ୍ବର ୧୭ ତାରିଖରେ ଏହି ମହାନ ସଂଗୀତଜ୍ଞଙ୍କ ପରଲୋକ ଘଟିଥିଲା ।

ମେଟାକୁ ଆତଙ୍କବାଦୀ ସଙ୍ଗଠନ ତାଲିକାରେ ସାମିଲ କଲା ଋଷ୍

କିଭ୍‌: ୟୁକ୍ରେନ ସହ ଯୁଦ୍ଧ ବେଳେ ବଡ଼ ପଦକ୍ଷେପ ଗ୍ରହଣ କରିଛି ଋଷ୍ । ଆମେରିକାର ଟେକ୍‌ କମ୍ପାନୀ ତଥା ଫେସବୁକ ଓ ଇନଷ୍ଟାଗ୍ରାମର ମୂଳ ସଂସ୍ଥା ମେଟାକୁ ଋଷ ସରକାର ଆତଙ୍କବାଦୀ ଓ ବିଦ୍ରୋହୀ ସଂଗଠନ ତାଲିକାରେ ସାମିଲ କରିଛନ୍ତି ।

ଋଷ ମାର୍ଚ୍ଚ ମାସରେ ଦେଶ ବିରୋଧୀ କାମ ପାଇଁ ଫେସବୁକ ଓ ଇନଷ୍ଟାଗ୍ରାମ ଉପରେ ବ୍ୟାନ ଲଗାଇଥିଲା । ଋଷ ପଡ଼ୋଶୀ ୟୁକ୍ରେନ ଉପରେ କରୁଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଫେସବୁକ ଓ ଇନଷ୍ଟାରେ ଅନେକ ମତ ପ୍ରକାଶ ପାଉଥିଲା । ଏହାକୁ ମେଟା ଜାଣିଶୁଣି ଅଣଦେଖା କରୁଥିଲା ।

ଏଥିରୁ ମେଟାର ଋଷ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇଥିବା କଥା ମସ୍କୋ ପକ୍ଷରୁ କୁହାଯାଇଥିଲା । ଏଥିପାଇଁ ସଂସ୍ଥାର ଦୁଇ ସୋସିଆଲ ମିଡିଆ ଆପ୍‌ ଉପରେ ବ୍ୟାନ୍‌ ଲଗାଯାଇଥିଲା । ତଥାପି ଋଷ ଅନୁପ୍ରବେଶକାରୀଙ୍କ ହତ୍ୟା ବୟାନକୁ ଫେସବୁକ୍‌ ତାର ପ୍ଲାଟଫର୍ମରେ ସ୍ଥାନ ଦେଇଥିଲା ।

ବଢୁଛି ଧାମନଗର ଉପନିର୍ବାଚନ ତାତି, ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେଡି

ଭଦ୍ରକ: ବଢୁଛି ଧାମନଗର ଉପନିର୍ବାଚନ ତାତି  । ଆଜି ପ୍ରାର୍ଥୀ ଘୋଷଣା କରିବ ବିଜେଡି  । ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଆଜି ନାଁ ଘୋଷଣା କରିବେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବଡ଼ ବ୍ୟବଧାନରେ ବିଜୟ ପାଇଁ ବ୍ଲୁ ପ୍ରିଣ୍ଟ କରିଛି ଶାସକ ଦଳ  । ବିଜେଡି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ଜନକଲ୍ୟାଣ ଯୋଜନା ପାଖରେ ପହଞ୍ଚାଉଛି । ସେପଟେ କିଏ କଂଗ୍ରେସର ପ୍ରାର୍ଥୀ ହେବେ, ତାହା ଝୁଲି ରହିଛି ।

ପିସିସି ୩ ଜଣ ଆଶାୟୀଙ୍କ ନାଁ ଏଆଇସିସିକୁ ପଠାଇଛି । ଏଆଇସିସି ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଓ ଧାମନଗରରେ ଜୋରଦାର ଲଢ଼େଇ ହେବ ବୋଲି କହିଛି କଂଗ୍ରେସ  । ଅନ୍ୟପଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ଘରଘର ବୁଲି ପ୍ରଚାର ଚଳାଇଛନ୍ତି ।

ମାଓବାଦୀ-ଏସଓଜି ଯବାନ ମୁହାଁମୁହିଁ: ଯବାନଙ୍କ ଗୁଳିରେ ମହିଳା ମାଓବାଦୀ ମୃତ

ବାଲିଗୁଡ଼ା: ବାଲିଗୁଡା ଉପଖଣ୍ଡ ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନ ମୁହାଁମୁହିଁ । ପୋଖରୀବନ୍ଧ ସଂରକ୍ଷିତ ଜଙ୍ଗଲରେ ଗୁଳିବିନିମୟ ହୋଇଛି । ଯବାନଙ୍କ ଏନକାଉଣ୍ଟରେ ଟଳିପଡିଲେ ମହିଳା ନକ୍ସଲ । ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଗୁଳିବିନିମୟରେ କିଛି ଯବାନ ମଧ୍ୟ ଆହତ ହୋଇଥିବା ସୂଚନା । ଏବେ ବି ପୋଲିସ ଓ ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି । ଦକ୍ଷିଣଆଞ୍ଚଳ ଆଜି ସତ୍ୟବ୍ରତ ଭୋଇଙ୍କ ସୂଚନା ।

U-17 ମହିଳା ଫୁଟବଲ୍ ବିଶ୍ୱକପ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଉଦଘାଟିତ ହେଲା ଫିଫା ବିଶ୍ବକପ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଉପସ୍ଥିତ ଥିଲେ ।

ଆଜିଠାରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଅଣ୍ଡର ୧୭ ମହିଳା ବିଶ୍ବକପ୍ ଫୁଟବଲ । ପ୍ରଥମ ମ୍ୟାଚରେ ମରୋକ୍କୋକୁ ହରାଇ ବ୍ରାଜିଲ ବିଜୟୀ ହୋଇଛି । ୧-୦ ଗୋଲରେ ମରୋକ୍କୋକୁ ପରାସ୍ତ କରିଛି ବ୍ରାଜିଲ । ମ୍ୟାଚ ଆରମ୍ଭରୁ ବ୍ରାଜିଲ୍ ଆଟାକିଂ ଗେମ୍ ଖେଳି ମ୍ୟାଚର ୫ ମିନିଟରେ ଗୋଲ ସ୍କୋର କରିଥିଲା ।

ତେବେ ମରୋକ୍କୋ ଟିମ୍ ଭଲ ଖେଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା । ସେପଟେ ଗୋଆରେ ଚାଲିଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଚିଲି ବିଜୟ ହାସଲ କରିଛି । ଦ୍ବିତୀୟ ମ୍ୟାଚ ରାତି ୮ଟାରୁ ଆରମ୍ଭ ହୋଇଛି । ଭୁବନେଶ୍ବରରେ ଭାରତ-ଆମେରିକା ଓ ଗୋଆରେ ଜର୍ମାନୀ-ନାଇଜେରିଆ ମଧ୍ୟରେ ଚାଲିଛି ମୁକାବିଲା ।.