spot_img
Home Blog Page 3802

ମା’ ଭୁଲିଗଲା ମମତା, ଜନ୍ମକଲା ଝିଅର କାଟିଲା ତଣ୍ଟି

କୋଲକତା: ତନ୍ତ୍ର ସାଧନା ପାଇଁ ନିଜ ଜନ୍ମକଲା ଝିଅକୁ ବଳିଦେଲା ମାଆ । ୯ ବର୍ଷ ଝିଅକୁ ତାନ୍ତ୍ରିକ ପାଖକୁ ନେଇ ବଳି ଦେଇଦେଲା ପିଶାଚି ମାଆ । ପଶ୍ଚିମବଙ୍ଗ ମାଲଦା ଚାଞ୍ଚଲ୍ ଥାନା ଗୌରହଣ୍ଡ୍ ଗାଁରେ ଘଟିଛି ଏଭଳି ଅମାନବୀୟ କାଣ୍ଡ । ୫ ଦିନ ହେବ ନିଖୋଜ ଥିବା ଝିଅର ମୃତଦେହ ଉଦ୍ଧାର ପରେ ଖବର ପ୍ରଘଟ ହୋଇଛି । ମୃତ ଝିଅର ମାକୁ ମାଡ ମାରିବା ସହ ତାନ୍ତ୍ରିକକୁ ମଧ୍ୟ ମାଡ ମାରିଛନ୍ତି ଗ୍ରାମବାସୀ । ପୋଲିସ ଖବର ପାଇ ମାକୁ ଗିରଫ କରିଛି ।

ଜଘନ୍ୟ କାଣ୍ଡ ଘଟାଇଥିବା ମାର ପରିଚୟ ମିଳିଛି । ମୋହନପୁର ଅଞ୍ଚଳର ମନୋୱାରା ବିବି ଏଭଳି କାଣ୍ଡ ଘଟାଇବା ପରେ ପଡୋଶୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲା । ମହିଳାଙ୍କ ସ୍ବାମୀ ସାହେବ ଅଲ୍ଲୀ କାମକୁ ବାହାରି ଯିବା ପରେ ମନୋୱାରା ଝିଅ ତଣ୍ଟିକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମାନସିକ ସ୍ଥିତି ଜାଣିବା ପାଇଁ ମେଡିକାଲକୁ ପଠାଇଛି । ମହିଳା ଜଣଙ୍କ କୌଣସି ମାନସିକ ରୋଗରେ ପୀଡିତ ଥାଇପାରେ ବୋଲି ଅନୁମାନ କରୁଛି ପୋଲିସ ।

 

କୋଇଲା ଖଣିରେ ଅଘଟଣ, ବିସ୍ଫୋରଣ ନେଲା ୨୮ ଜୀବନ

ଅମସ୍ରା: ତୁର୍କୀ ବାର୍ଟିନ ପ୍ରଜାତନ୍ତ୍ରରେ ଭୟଙ୍କର କୋଇଲା ଖଣି ବିସ୍ଫୋରଣ । ବିସ୍ଫୋରଣରେ ୨୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଫସି ରହିଥିବା ଆଶଙ୍କା ରହିଛି । କୃଷ୍ଣ ସାଗର ଅନ୍ତର୍ଗତ ଆମାସ୍ରାରେ ଘଟିଥିବା ଏହି ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରୁ ୧୧ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କାରଯାଇଛି ।

ଖଣିର ୩୦୦ ମିଟର ଗଭୀରରେ ପ୍ରାୟ ୧୧୦ ଜଣ କାମ କରୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା । କୋଇଲା ଖଣିରେ କିଛି ଦହନୀୟ ଗ୍ୟାସ ବାହାରିବା ପରେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିଥିଲା ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ଫାତି ଦୋନମେଜ । ଖଣିଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିସରଭୁକ୍ତ ଥିଲା । ବିସ୍ଫୋରଣର କାରଣ ଅନୁଧ୍ୟାନ କରାଯାଉଛି । ରାଷ୍ଟ୍ରପତି ରିସେପ ତାୟପ ସ୍ଥିତି ସମୀକ୍ଷା କରିଛନ୍ତି ।

୮ ବର୍ଷ ପରେ ତୁର୍କୀରେ ଏଭଳି ବଡ ଧରଣର ଅଘଟଣ ଘଟିଛି । ଗତ ୨୦୧୪ରେ ଏକ କୋଇଲା ଖଣିରେ ନିଆଁ ଲାଗି ୩୦୧ ଜଣ ପ୍ରାଣ ହରାଇଥିଲେ ।

ଏକତରଫା ପ୍ରେମର କରୁଣ ପରିଣତି, ନିର୍ଯାତନା ସହି ନପାରି ଛାତ୍ରୀଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା: ଟାଙ୍ଗୀ ନିରାକାରପୁରରେ ନାବାଳିକା ଛାତ୍ରୀର ଆତ୍ମହତ୍ୟା । ନିର୍ଯାତନା ସହିନପାରି ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଏକତରଫା ପ୍ରେମରେ ବିଫଳ ହେବା ପରେ ପ୍ରେମିକ ଓ ତାର ପରିବାର ଲୋକ ନାବାଳିକାକୁ ନିର୍ଯାତନା ଦେଉଥିଲେ । ଏନେଇ ନିରାକାରପୁର ଥାନାରେ ନାବାଳିକା ଓ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ।

ଉଭୟଙ୍କ ମଧ୍ୟରେ ହୋଇଥିଲା ଆପୋଷ ସମାଧାନ। ସମାଧାନ ପରେ ନିର୍ଯ୍ୟାତନା ବଢିଚାଲିଥିଲା । ଇପସିତା କଲେଜ ଯାଉଥିବା ବେଳେ ସଜତ ଶାହା ଓ ତାର ଭାଇମାନେ ବାଟରେ ଘାଟରେ କରୁଥିଲେ ହଇରାଣ। ଗତକାଲି ସଜତ ଶାହା ଇପସିତା ଘର ଦୁଆର ମୁହଁରେ ପହଞ୍ଚି ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିଲା ।

ଏସିଡ ପକାଇ ପୋଡି ଦେବାକୁ ଧମକ ଦେଇଥିଲା ବୋଲି ମୃତକର ମା’ରଂଜିତା ପ୍ରଧାନ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ନିରାକାରପୁର ଥାନାରେ ବାଲୁଗାଁ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପୋଲିସ ସଜତ ସାହା ପରିବାରର ମହିଳା ମାନଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାପଡିଛି।

ହାଇଦ୍ରାବାଦ୍‌ ଯିବେ ନବୀନ, ୧୭ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍

ଭୁବନେଶ୍ବର: ଆସନ୍ତା ୧୭ରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ ମେକ୍ ଇନ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ବନଜାରା ହିଲ୍ସ ସ୍ଥିତ ହୋଟେଲ ତାଜ୍‌ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିଙ୍କୁ ଓଡ଼ିଶାକୁ ଆସି ନିବେଶ ପାଇଁ ନିମନ୍ତ୍ରଣ କରିବେ । ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧାକୁ ବୁଝାଇ କହିବେ ମୁଖ୍ୟମନ୍ତ୍ରୀ ।

ଆଇଟି, ସ୍ବାସ୍ଥ୍ୟ, ମେଡିସିନ୍, ଡାଟା ସେଣ୍ଟର, ଟେକ୍ସଟାଇଲ, ଫୁଡ୍ ପ୍ରୋସେସିଂ, ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ଶିଳ୍ପପତିଙ୍କୁ ଭେଟିବେ । ଏବର୍ଷ ପାଇଁ ହାଇଦ୍ରାବାଦରେ ଶେଷ ଇନଭେଷ୍ଟର୍ସ ମିଟ୍ ହେବାକୁ ଯାଉଛି ।

ଏହାପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋରରେ ଓଡିଶା ଇନଭେଷ୍ଟର୍ସ ମିଟ୍‌ ଅନୁଷ୍ଠିତ ହୋଇଛି ।

ପାକିସ୍ତାନକୁ ଜୋରଦାର ଝଟ୍‌କା, ବାଇଡେନ କହିଲେ ବିଶ୍ବର ଭୟଙ୍କର ରାଷ୍ଟ୍ର

ଇସଲାମାବାଦ: ବିଶ୍ବର ଭୟଙ୍କର ରାଷ୍ଟ୍ର ପାକିସ୍ତାନ । ପ୍ରଥମ ଥର ପାକିସ୍ତାନକୁ ଜୋରଦାର ସମାଲୋଚନା କରି ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ବିଭିନ୍ନ ରାଷ୍ଟ୍ର ସହ ତିକ୍ତତା ବଜାୟ ରଖି ପରମାଣୁ ଅସ୍ତ୍ର ନିଜ ପାଖରେ ରଖିଛି ପାକିସ୍ତାନ । କାଲିଫର୍ଣ୍ଣିଆରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବର୍ଷିଛନ୍ତି ବାଇଡେନ । କେବଳ ପାକିସ୍ତାନ ନୁହେଁ ଚୀନ ଏବଂ ଋଷକୁ ବି ଟାର୍ଗେଟ କରିବାକୁ ସେ ପଛାଇ ନାହାନ୍ତି ।

ଆମେରିକାର ବୈଦେଶିକ ନୀତି ସମ୍ପର୍କରେ ଉଲ୍ଲେଖ କରି ଭ୍ଲାଦିମିର ପୁଟିନଙ୍କ ଋଷ ଓ ଚୀନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ବାଇଡେନ । ହେଲେ ବିଶ୍ବର ଭୟଙ୍କର ରାଷ୍ଟ୍ର ଭାବେ ପାକିସ୍ତାନକୁ ବିବେଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି । ବାଇଡେନଙ୍କ ଏଭଳି ମନ୍ତବ୍ୟ ହୁଏତ ପାକିସ୍ତାନ ଶେହବାଜ ଶରିଫ ସରକାର ଓ ଆମେରିକାର ତିକ୍ତ ସମ୍ପର୍କକୁ ସଜାଡିପାରେ ବୋଲି ଅନୁମାନ କରାଯାଉଛି । ଜାତୀୟ ସୁରକ୍ଷା ନୀତିକୁ ନେଇ ଆମେରିକା ଏକ ତଥ୍ୟ ରିଲିଜ କରିଛି । ୪୮ ପୃଷ୍ଠା ସମ୍ବଳିତ ଏହି ଡକ୍ୟୁମେଣ୍ଟରେ ପାକିସ୍ତାନକୁ ସ୍ଥାନ ଦେଇନାହିଁ ଆମେରିକା ।

ସେହିପରି ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଉଦ୍ବୋଧନ ଦେଇ ବାଇଡେନ କହିଛନ୍ତି- ବିଶ୍ବ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ତେବେ ଏଥିଲାଗି କୌଣସି ବ୍ୟକ୍ତିବିଶେଷ ବା ଗୋଟିଏ ରାଷ୍ଟ୍ର ଦାୟୀ ନୁହନ୍ତି । ପାକିସ୍ତାନ ପରି ଏକ ରାଷ୍ଟ୍ର ବିଶ୍ବର ସବୁଠାରୁ ଅଧିକ ଭୟଙ୍କର ରାଷ୍ଟ୍ର ମଧ୍ୟରୁ ଅନ୍ୟତମ । ଏହି ରାଷ୍ଟ୍ର ନିକଟରେ କୌଣସି ଅଙ୍ଗୀକାର ବିନା ଆଣବିକ ଅସ୍ତ୍ର ରହିଛି । ସାରା ବିଶ୍ବର ଦୃଷ୍ଟି ଆମ ଉପରେ ରହିଥିବ ଏକ ଛୋଟିଆ କଥା ନୁହଁ । ଏପରିକି ଆମର ଶତ୍ରୁମାନେ ମଧ୍ୟ ଆମର ଭୂମିକା ଉପରେ ନଜର ରଖିଛନ୍ତି । ସେ ପରୋକ୍ଷ ଭାବେ ଋଷକୁ ମଧ୍ୟ ସମାଲୋଚନା କରିଛନ୍ତି ।

ଶୁଣିଲେନି ପଡ଼ୋଶୀ, କବର୍‌ ଖୋଳି ସାଥୀକୁ ବିଦାୟ ଦେଲେ ଅସହାୟ ବୃଦ୍ଧା

କେନ୍ଦୁଝର: ସ୍ବାମୀ ପାଇଁ କବର ଖୋଳିଲେ ସ୍ତ୍ରୀ । ଶୁଣିଲେନି ପଡ଼ୋଶୀ । ବାଧ୍ୟ ହୋଇ ନିଜର ବୃଦ୍ଧ ସ୍ବାମୀଙ୍କ ପାଇଁ ରାତିରେ କବର ଖୋଳିଲେ ଜଣେ ନିଃସନ୍ତାନ ଅସହାୟ ବୃଦ୍ଧା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡ଼ନଈ ଗାଁରେ । ସୋସିଆଲ୍ ମିଡିଆରେ ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଗାଁର ବୃଦ୍ଧ ଦମ୍ପତ୍ତି ଭଞ୍ଜ ମୁଣ୍ଡା ଓ କତି ମୁଣ୍ଡା ନିଃସନ୍ତାନ ଥିବା ବେଳେ, ଭଞ୍ଜ ମୁଣ୍ଡା ଜ୍ବରରେ ପୀଡ଼ିତ ହେବାରୁ ସ୍ତ୍ରୀ କତି ମୁଣ୍ଡା ତାଙ୍କୁ ପ୍ରଥମେ ଚମ୍ପୁଆ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ । ସେଠାରେ ଭଞ୍ଜ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା । ତେବେ ଅନ୍ତିମ ସଂସ୍କାର ପାଇଁ କେହି ସହଯୋଗ ନକରିବାରୁ ବାଧ୍ୟ ହୋଇ ନିଜ ଘର ନିକଟରେ ସ୍ତ୍ରୀ କତି ମୁଣ୍ଡା ଗାତ ଖୋଳି ଶବକୁ ସମାଧି ଦେଇଥିଲେ ।

ଆଜି ଅପରାହ୍ନରେ କ୍ୟାବିନେଟ ବୈଠକ, ୧୦ରୁ ଉର୍ଦ୍ଧ୍ବ ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ବର: ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ୧୦ରୁ ଅଧିକ ପ୍ରସ୍ତାବ ଉପରେ ବାଜିବ ମୋହର । ଅନେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ମୋହର ବାଜିବା ନେଇ ସୂଚନା ମିଳିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ, ବୈଷୟିକ ଶିକ୍ଷା ସହ ଅନେକ ବିଭାଗ ରହିଛି ।

ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ଅର୍ଥ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଓ ଆଇନ ବିଭାଗ ସମ୍ବନ୍ଧୀୟ କିଛି ପ୍ରସ୍ତାବ କ୍ୟାବିନେଟରେ ଆଲୋଚନା ହୋଇଥିଲା ।

ଠିକ ଏହାର ମାସକ ପୂର୍ବରୁ ରାଜ୍ୟ କ୍ୟାବିନେଟ ବୈଠକରେ ୧୭ପ୍ରସ୍ତାବରେ ବାଜିଥିଲା ମୋହର। ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଂଜୁରୀ ମିଳିଥିଲା । ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ, ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଂଜୁରୀ ମିଳିଥିଲା ।

ମାଲକାନଗିରିରେ ମାତିଲେ ସାରଥୀ ଭକ୍ତ, ବିଭୂତି ସହ ବିକିଲେ ଫଟୋଚିତ୍ର

ମାଲକାନଗିରି: ପୁଣି ସାରଥୀ କ୍ରେଜ୍‌ ମାଲକାନଗିରି ସଦର ମହକୁମାର ତଳସାହିରେ ଦେଖିବାକୁ ମିଳିଛି । ପୁଣିଥରେ ସାରଥୀ ଭକ୍ତ ସତ୍‌ସଙ୍ଗରେ ମାତିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ବାରିମୂଳର ବହୁ ଚର୍ଚ୍ଚିତ ଓ ଜେଲ ଯାଇଥିବା ବାବା ସାରଥିଙ୍କ ଉଦ୍ଦେଶ୍ୟରେ ଏହି ସତସଙ୍ଗ କାର୍ଯ୍ୟକ୍ରମ ହେଉଛି । ଯେଉଁଠି ଲୋକେ ପୁଣି ଥରେ ବାବାଙ୍କ ମହିମା ଶୁଣିବାକୁ ଆସିଛନ୍ତି ।

ଏହି ସତସଙ୍ଗ ମଣ୍ଡପ ପାଖରେ ବାବାଙ୍କ ଫଟୋ ଚିତ୍ର ସହ ବିଭୁତି, ବସ୍ତ୍ର, ଧୂପ ଦୀପ ମାନ ଓ ସାରଥି ମାଳି ଭଳି ସାମଗ୍ରୀ ମଧ୍ୟ ବିକ୍ରି ନିମନ୍ତେ ସ୍ୱତନ୍ତ୍ର ଦୋକାନ ଖୋଲା ଯାଇଛି । ଆଜିର ସତସଙ୍ଗ ରେ କିଛି ବ୍ୟକ୍ତିଙ୍କୁ କାଳସି ଲାଗିଲା ଭଳି ଆଚରଣ କରୁଥିବା ଦେଖିବାକୁ ମିଳିଛି ।

ମାଟି ତଳୁ ଉଦ୍ଧାର କାଳିଆ, ନାବାଳକକୁ ଆସୁଥିଲା ସ୍ବପ୍ନାଦେଶ

ବାଲେଶ୍ଵର: ବାହାନଗା ବ୍ଲକ ଆରୁହାବାଡ଼ ଗ୍ରାମର କମଳାକାନ୍ତ ଅଗସ୍ତିଙ୍କ ଘର ଐଷାନ୍ନ୍ୟ କୋଣରୁ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସ୍ତର ମୂର୍ତ୍ତି 4 ଫୁଟ ମାଟି ତଳୁ ଉଦ୍ଧାର ହୋଇଛି । ଏହି ମୂର୍ତ୍ତି ବହୁ ଦିନରୁ ତାଙ୍କ 15 ବର୍ଷର ପୁଅର ସ୍ୱପ୍ନରେ ଆସୁଥିଲେ । ସ୍ୱପ୍ନରେ ଆସିବା ପରେ ପରିବାର ଲୋକ ନିଜ ବାଡିରେ ବିଭିନ୍ନ ସ୍ଥାନରେ ଗାତ ଖୋଳି ଖୋଜାଖୋଜି କରିଥିଲେ ।

ପରେ ଘରର ଏକ କୋଣରେ ଖୋଲିବା ପରେ 4 ଫୁଟ ତଳେ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ଠାବ ହୋଇଥିଲା । ପରେ ଏହି ମୂର୍ତ୍ତିକୁ ବାହାରକୁ ଆଣି ପୂଜାର୍ଚ୍ଚନା କରିଥିଲେ । ପ୍ରଭୁଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ଡିସେମ୍ବର ସୁଦ୍ଧା ନନ୍ଦନକାନନ ଆସିବ ନୂଆ ଅତିଥି ଧଳା ସିଂହ

ଭୁବନେଶ୍ବର: ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବିଦେଶରୁ ନନ୍ଦନକାନନକୁ ଆସିବେ ବିରଳ ଜୀବଜନ୍ତୁ । ଏନେଇ ଦୁବାଇ ସଫାରି ପାର୍କ ସହ ଚୁକ୍ତି ସ୍ବାକ୍ଷର ହୋଇଛି । କେନ୍ଦ୍ର ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଅନୁମୋଦନକୁ ଅପେକ୍ଷା ରହିଛି ।

ନନ୍ଦନକାନନକୁ ବିରଳ ପ୍ରଜାତିର ଚିତା ବାଘ, ଧଳା ସିଂହ, କଙ୍ଗାରୁ ପ୍ରଜାତିର ପଶୁ ଲେମୁର ଆଦି ଅଣାଯିବ । ବିଭିନ୍ନ ଭାରତୀୟ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନର ଧଳା ବାଘ ଓ ଘଡିଆଳ କୁମ୍ଭୀର ଅଦଳ ବଦଳ ପ୍ରକ୍ରିୟାରେ ଆସାମ, ଆଇଜଲ ଓ ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ ସହିତ ଯୋଗାଯୋଗ ସରିଛି । ଏଠାରୁ ଏକ ଯୋଡା ଗଣ୍ଡା, ଓଲ ଗିବନ ଅଣାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।