ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ, ଉପାସରେ ପ୍ରଭୁ

ଭୁବନେଶ୍ୱର: ନୂଆବର୍ଷ ଆରମ୍ଭରୁ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ । ଗତକାଲିଠାରୁ ଉପାସରେ ଅଛନ୍ତି ଶ୍ରୀଲିଙ୍ଗରାଜ । କାଲି ପୂର୍ବାହ୍ନ ସାଢ଼େ ୧୦ରୁ ନୀତିକାନ୍ତି ବନ୍ଦ ରହିଛି । ଜଣେ ଅଣସେବାୟତ ମନ୍ଦିର ଭିତରେ ପ୍ରବେଶ କରିବାରୁ ବିବାଦ ହୋଇଥିଲା । ଶ୍ରୀଲିଙ୍ଗରାଜଙ୍କ ସମସ୍ତ ଭୋଗ ମାରା ହୋଇଥିଲା ।

ମାରା ଭୋଗକୁ ନପୋତି ବିକ୍ରି କରାଯାଇଥିଲା । ଏହାକୁ ନେଇ ଜିଦରେ ଅଟଳ ବଡ଼ୁ ନିଯୋଗ । ସମସ୍ୟାର ସମାଧାନ ନହେବା ଯାଏ ନୀତିକାନ୍ତି ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ବଡ଼ୁ ନିଯୋଗ ସଂପାଦକ କମଳାକାନ୍ତ ବଡ଼ୁ ସୂଚନା ଦେଇଛନ୍ତି । ମନ୍ଦିର ପ୍ରଶାସନ ଏଯାଏ ଡାକିନି ବୈଠକ, ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।