ଜେଲରେ ଆଖିବୁଜା ଗୁଳି ମାଡ଼; ୨୪ କଏଦୀ ଫେରାର, ୧୪ ମୃତ

ସିଉଦାଦ୍ ଜୁଆରେଜ୍: ଉତ୍ତର ମେକ୍ସିକୋ ସହରର ଏକ ଜେଲରେ ଆଖିବୁଜା ଗୁଳି ମାଡ଼ । ଆତତାୟୀଙ୍କ ଗୁଳିମାଡରେ ଘଟଣାସ୍ଥଳରେ ୧୪ ଜଣଙ୍କ ମୃତ୍ୟୁ । ଗୁଳିମାଡ଼ ପରେ ଜେଲରୁ ୨୪ କଏଦୀ ଫେରାର ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ଜଣ ସୁରକ୍ଷା କର୍ମୀ ଓ ଜଣେ ସିକ୍ୟୁରିଟି ଏଜେଣ୍ଟ ଅଛନ୍ତି । ସେହିପରି ୪ ଜଣ ଅନ୍ତେବାସୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, କିଛି ଅଜ୍ଞାତ ବନ୍ଧୁକଧାରୀ ଏକ ଗାଡିରେ ଆସି ଆଖିବୁଜା ଗୁଳି ମାଡ଼ କରିଥଲେ । ସିଉଦାଦ୍ ଜୁଆରେଜ୍ ସହରରେ ଥିବା ଜେଲ ଭିତରେ ପଶି ଆତତାୟୀ ଗୁଳି ମାଡ଼ କରିଥିଲେ । ଯେଉଁଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଜେଲରେ ଆକ୍ରମଣ କରିବା ପୂର୍ବରୁ ଆତତାୟୀମାନେ ନଗରପାଳିକା ସହର ପୋଲିସ ଉପରକୁ ଫାୟାରିଂ କରିଥିଲେ । ତେବେ କିଏ ଓ କେଉଁ କାରଣ ପାଇଁ ଏହି ଗୁଳି ମାଡ଼ କରିଛି । ସେନେଇ ତଦନ୍ତ କରୁଛି ପୋଲିସ ।