ଲାଇନଚ୍ୟୁତ ହେଲା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ ବଗି, ୧୦ ଆହତ

1 min read

ପାଲି: ରାଜସ୍ଥାନର ପାଲିରେ ସୋମବାର ଦିନ ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ଏହି ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ଟ୍ରେନ୍ ବାନ୍ଦ୍ରା ଟର୍ମିନାଲରୁ ଯୋଧପୁର ଅଭିମୁଖେ ଯାଉଥିଲା । ତେବେ ମୃତାହତ ନେଇ କୗେଣସି ସୂଚନା ମିଳିନଥିବା କହିଛନ୍ତି ଉତ୍ତର-ପଶ୍ଚିମ ରେଲୱେ ଅଧିକାରୀ ।

ସୂଚନା ଅନୁଯାୟୀ, ସୋମବାର ଭୋର୍ ସମୟରେ ଯୋଧପୁର କ୍ଷେତ୍ରର ରାଜକିୟାବାସ-ବୋମଦରା ସେକ୍ସନ ମଧ୍ୟରେ ଟ୍ରେନଟି ଲାଇନଚ୍ୟୁତ ହାେଇଯାଇଥିଲା । ତେବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଚ୍ଚ ଅଧିକାରୀ। ମହାପ୍ରବନ୍ଧକ-ଉତ୍ତର ପଶ୍ଚିମ ରେଲୱେ ଏବଂ ଅନ୍ୟ ଉଚ୍ଚ ଅଧିକାରୀ ମାନେ ଜୟପୁର ହେଡକ୍ୱାଟରର କଣ୍ଟ୍ରୋଲ୍ ରୁମରେ ସ୍ଥିତି ପରଖୁଛନ୍ତି ।

ଉଦ୍ଧାରକାରୀ ଟିମ୍‌ ଟ୍ରେନ ଦୁର୍ଘଟଣାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପ୍ରାୟ ୧୨ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିଲା । ଏହାସହ ୨ଟି ଟ୍ରେନକୁ ବାତିଲ କରାଯାଇଛି । ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।