ବିମୁଦ୍ରୀକରଣ ନଷ୍ପତ୍ତି ଠିକ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୬ ନଭେମ୍ବରରେ ୧୦୦୦ ଓ ୫୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ମାମଲାକୁ ନେଇ ଆଜି ସୁପ୍ରିମ କୋର୍ଟ ରାୟ ଶୁଣାଇଛନ୍ତି । ଜଷ୍ଟିସ୍ ଏସ.ଏ ନାଜିରଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବାଧାନିକ ଖଣ୍ଡପୀଠରେ ଶୁଣାଣି ହୋଇଛି। ସରକାରଙ୍କ ନୋଟ ବିମୁଦ୍ରୀକରଣ କରିବା ଉଚିତ୍ ନିଷ୍ପତ୍ତି ଥିଲା। ୫ଶହ, ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତିକୁ ଠିକ୍ ବୋଲି କୋର୍ଟ କହିଛନ୍ତି । କେନ୍ଦ୍ରର ନିଷ୍ପତ୍ତି ଠିକ ଥିଲା ଓ ପ୍ରକ୍ରିୟାରେ କିଛି ତ୍ରୁଟି ନଥିଲା ବୋଲି ଖଣ୍ଡପୀଠ କହିଛନ୍ତି । ଖଣ୍ଡପୀଠର ୫ ଜଣ ବିଚାରପତିଙ୍କ ମଧ୍ୟରୁ ୪ଜଣ ସରକାରଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି କହିଥିଲେ। ଅନ୍ୟପକ୍ଷରେ ଜଣେ ବିଚାରପତି ସରକାରଙ୍କ ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି।  ଏହାସହ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ଥିବା ସମସ୍ତ ପିଟିସନକୁ କୋର୍ଟ ଖାରଜ କରିଦେଇଛନ୍ତି ।

ନୋଟ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ୫୮ଟି ପିଟିସନ। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ବିମୁଦ୍ରୀକରଣ ନିଷ୍ପତ୍ତି ପରେ ମୋଟ ୧୫ ଦଶମିକ ୪୧ ଟ୍ରିଲିୟନ ଟଙ୍କା ମଧ୍ୟରୁ ୧୫ ଦଶମିକ ୩ ଟ୍ରିଲିୟନ ଟଙ୍କା ବ୍ୟାଙ୍କରେ ଜମା ହୋଇଥିଲା । ଏହାର ହାର ଥିଲା ୯୯ ଦଶମିକ ୩ ପ୍ରତିଶତ।

ବିମୁଦ୍ରୀକରଣ ବିରୋଧରେ ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ନୋଟ ପ୍ରତ୍ୟାହାର ପ୍ରକ୍ରିୟାରେ କୌଣସି ଭୁଲ ତଥ୍ୟା ମିଳି ନାହିଁ । ବିମୁଦ୍ରୀକରଣ କରିବାରେ ଆରବିଆଇର କୌଣସି ସ୍ବାଧିନତା ଶକ୍ତି ନାହିଁ। ବିମୁଦ୍ରୀକରଣ ପ୍ରକ୍ରିୟା କେନ୍ଦ୍ର ଓ ଆରବିଆଇ ପରାମର୍ଶ ପରେ ହିଁ ନିଷ୍ପତ୍ତି ନିଆଯାଇଛି। ସର୍ବୋଚ୍ଚ ଅଦାଲତର ଏହି ନିଷ୍ପତ୍ତିକୁ  ଜଷ୍ଟିସ ବି.ଆର. ଗଭାଇ, ବି.ଭି. ନାଗରତ୍ନାଙ୍କ ଦ୍ୱାରା ଘୋଷଣା କରାଯାଇଛି । ନିଷ୍ପତ୍ତି ସମସ୍ତଙ୍କ ସହମତୀରେ ନିଆଯାଇଛି। ଖଣ୍ଡପୀଠରେ ଜଷ୍ଟିସ ଗଭାଇ, ନାଗରତ୍ନାଙ୍କ ବ୍ୟତୀତ ଜଷ୍ଟିଲ ନାଜିର, ଏ.ଏସ. ବୋପାନ୍ନା ଏବଂ ଭି. ରମାସୁବ୍ରମଣ୍ୟମ ମଧ୍ୟ ଉପସ୍ଥିତ ଥିଲେ ।