ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂମିକମ୍ପ ଝଟକା, ଉପକୂଳ ଅଞ୍ଚଳରେ ସୁନାମୀ ଆଲର୍ଟ

1 min read

ଜାକର୍ତ୍ତା: ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ବିଳମ୍ବିତ ରାତିରେ ଦୋହଲିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୭ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ସ୍ଥାନୀୟ ସମୟ ୨.୪୭ ମିନିଟ୍‌ରେ ଇଣ୍ଡୋନେସିଆର ତୁଆଲ କ୍ଷେତ୍ରରେ ଭୂ-କମ୍ପ ଝଟକା ଅନୁଭୂତ ହୋଇଥିଲା ।

୨୦୦୦ କିଲୋମିଟରରୁ ବି ଅଧିକ ଦୂରତା ଯାଏଁ ଏହି ଝଟକା ଅନୁଭବ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୩୪୨ କିଲୋମିଟର ଗଭୀରତାରେ ରହିଛି । ଅଷ୍ଟ୍ରେଲିଆ, ଇଷ୍ଟ ତିମୋର ଲେସ୍ତୋ ଓ ଇଣ୍ଡୋନେସିଆର ପ୍ରାୟ ୧.୪ କୋଟି ଲୋକ ଭୂମିକମ୍ପର ଝଟ୍‌କା ଅନୁଭବ କରିଛନ୍ତି । ତେବେ ଭୂକମ୍ପଜନିତ କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିନାହିଁ ।