ମାଟିରେ ମିଶିବ ଯୋଶୀମଠର ଅସ୍ତିତ୍ବ , ଆଜିଠୁ ବିପଦସଙ୍କୁଳ କୋଠା ଭାଙ୍ଗିବ ପ୍ରଶାସନ

1 min read

ଉତ୍ତରଖଣ୍ଡ : ଯୋଶୀମଠରେ ମାଟିରେ ମିଶିବ ବିପଦସଙ୍କୁଳ ବିଲ୍ଡିଂ । ଡେଞ୍ଜର ଜୋନରେ ଆଜିଠାରୁ ପ୍ରଶାସନ ପକ୍ଷରୁ ବିଲ୍ଡିଂ ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହେବ । ଏକ୍ସପର୍ଟ ପ୍ୟାନେଲର ପରାମର୍ଶ ଆଧାରରେ ଅତ୍ୟଧିକ ପ୍ରଭାବିତ ଘରଗୁଡ଼ିକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି । CBRI ଓ NDRF ଟିମ୍ ଉପସ୍ଥିତିରେ ଉଚ୍ଛେଦ କରାଯିବ । ଅନେକ ଘର, ହୋଟେଲ ଭାଙ୍ଗିବାକୁ ଚିହ୍ନଟ କରାଯାଇଛି ।

ଉତ୍ତରାଖଣ୍ଡ ଯୋଶୀମଠରେ କ୍ରାକ ଜୋନରେ ଶହ ଶହ ପରିବାର । ରାସ୍ତା ଫାଟି ପାଣି ବାହାରୁଛି । ୬ଶହରୁ ଊର୍ଦ୍ଧ୍ବ ଘରେ ଫାଟ ପଡ଼ିଥିବା ବେଳେ ରାସ୍ତାରେ ବିରାଟକାୟ ଫାଟ ସୃଷ୍ଟି ହୋଇଛି । ପ୍ରଶାସନ ପକ୍ଷରୁ ଯୋଶୀମଠ ସହରକୁ ତିନି ଭାଗରେ ଭାଗ କରାଯାଇଛି । ଡେଞ୍ଜର, ବଫର ଓ ସେଫ୍ ଜୋନରେ ସହରକୁ ପ୍ରଶାସନ ପକ୍ଷରୁ ଭାଗ କରାଯାଇଛି ।

ଏବେସୁଦ୍ଧା ୬ହଜାର ଲୋକଙ୍କୁ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରିଛି ପ୍ରଶାସନ । ଯୋଶୀମଠକୁ ପ୍ରଶାସନ ବିପଦସଙ୍କୁଳ ସ୍ଥାନ ଘୋଷଣା କରିସାରିଛି । ସହରର ସୁରକ୍ଷା ଦୃଷ୍ଟିରୁ ଆଖପାଖରେ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଯାଇଛି । ଯୋଶୀମଠ ସ୍ଥିତିର ସମୀକ୍ଷା କରୁଥିବା କେନ୍ଦ୍ରୀୟ ଟିମ୍ ଆଜି ପିଏମଓରେ ରିପୋର୍ଟ ଦାଖଲ କରିବ ।

ସେପଟେ ଯୋଶୀମଠ ମାମଲାର ତ୍ବରିତ ଶୁଣାଣି ପାଇଁ ଖଣ୍ଡପୀଠଙ୍କ ମନା କରିଦଇଛନ୍ତି । ଯୋଶୀମଠ ମାମଲାର ତୁରନ୍ତ ଶୁଣାଣି ପାଇଁ ପିଟିସନ ଦାଏର ହୋଇଥିଲା । ମାତ୍ର ଆସନ୍ତା ୧୬ ତାରିଖରେ ମାମଲାର ଶୁଣାଣି ଲାଗି କୋର୍ଟ ଏହାକୁ ତାଲିକଭୁକ୍ତ କରିଛନ୍ତି ।