spot_img
Home Blog Page 3756

ଆଜିଠୁ ଢାକାରେ ଭାରତ ବାଂଲାଦେଶ ଦ୍ବିତୀୟ ଟେଷ୍ଟ, ରାହୁଲ ନେବେ ଦାୟିତ୍ବ

ଢାକା: ଆଜିଠୁ ଭାରତ-ବାଂଲାଦେଶ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ । ସକାଳ ୯ଟାରୁ ଢାକାରେ ଆରମ୍ଭ ହୋଇଛି ଖେଳ । ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ  । ଅଧିନାୟକ ରୋହିତ ଶର୍ମା ସୁସ୍ଥ ହୋଇନଥିବାରୁ ଏଥର ମଧ୍ୟ ଏଲ ରାହୁଲଙ୍କ ଉପରେ ରହିଛି ଟିମ୍ ଇଣ୍ଡିଆ ଭାର । ପ୍ରଥମ ଟେଷ୍ଟରେ ଭାରତ ଦମଦାର ବିଜୟ ହାସଲ କରିଛି ।

୧୮୮ ରନରେ ଘରୋଇ ଟିମକୁ ମାତ ଦେଇ ସିରିଜରେ ୧-୦ରେ ଆଗୁଆ ରହିଛି ଇଣ୍ଡିଆ । ଦ୍ବିତୀୟ ଟେଷ୍ଟ ଜିତି ଦିନିକିଆର ବଦଲା ନେବାକୁ ଉଦ୍ୟମ କରିବ ଭାରତ । ସେପଟେ ତ୍ରୁଟି ସୁଧାରି ଭାରତକୁ ଟକ୍କର ଦେବାକୁ ଉଦ୍ୟମ କରିବ ବାଂଲାଦେଶ ।

ହକି ବିଶ୍ବକପ ପ୍ରସ୍ତୁତି, ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ହକି ବିଶ୍ବକପକୁ ରହିଲା ଆଉ ଏକ ମାସରୁ କମ୍‌ ସମୟ । ବିଶ୍ବକପକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ, ସେଥିପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୫ଟାରେ ବସିବ ଅଲ୍‌ ପାର୍ଟି ମିଟିଂ। ଲୋକସେବା ଭବନ କନଭେନସନ ହଲ୍‌ରେ ବସିବ ବୈଠକ ।

ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ହକି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରାଉରକେଲା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ସହରକୁ ସୁନ୍ଦର ଭାବେ ସଜା ଯାଇଛି ।

ବାଲେଶ୍ବରରେ ଖୋଲିବ ବିକାଶ ପେଡି, ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର: ବିକାଶରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଆଜି ବାଲେଶ୍ବର ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ । ଦିନ ୧୦ଟା ୫ରେ ନବୀନ ନିବାସରୁ ବାଲେଶ୍ବର ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ । ୧୧ଟା ୧୫ରେ ବାଲେଶ୍ବର ପୋଲିସ ପରେଡ ଗ୍ରାଉଣ୍ଡର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ ।

12ଟି ବ୍ଲକ୍ ସମେତ ବାଲେଶ୍ବର, ସୋର, ଜଳେଶ୍ବର ମ୍ୟୁନିସିପାଲିଟି ଓ ରେମୁଣା, ନୀଳଗିରି ଏନ୍‌ଏସିର ମୋଟ 364 କୋଟି 61ଲକ୍ଷ ଟଙ୍କାର 57 ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । 1ହଜାର 42 କୋଟି 69 ଲକ୍ଷ ଟଙ୍କାର 104ଟି ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ । ସେଗୁଡିକ ମଧ୍ୟରେ ରହିଛି ସୋମନାଥପୁର ରେଳ ବ୍ରିଜ୍‌, ହଳଦୀପଦା ଠାରୁ ଦୀଘା ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ସଡ଼କ, ହରଗଙ୍ଗା ପୋଖରୀ ନବୀକରଣ, ସୂବର୍ଣ୍ଣରେଖା ନଦୀ ଉପରେ ପୋଲ, ଚାନ୍ଦିପୁର ପାଇଁ ସ୍ବତନ୍ତ୍ର ବିଦ୍ୟୁତ୍‌ ଗ୍ରିଡ଼ ଷ୍ଟେସନ୍‌ ଭଳି ଅନେକ ପ୍ରକଳ୍ପ । ମୁଖ୍ୟନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ବପୋଲିସ ଲାଇନ୍‌ ପଡ଼ିଆରେ ହେଲିପ୍ୟାଡ଼ ନିର୍ମାଣ ସହିତ 15 ହଜାରରୁ ଅଧିକ ଲୋକଙ୍କ ବସିବା ପାଇଁ ସ୍ବତନ୍ତ୍ର ଟେଣ୍ଟ ପ୍ରସ୍ତୁତ କରାଯାଇଛି । ଟେକ୍‌ନିକାଲ ଫିଲଡ, ଫକୀର ମୋହନ କଲେଜ ପଡ଼ିଆ, ଆଇଟିଆଇ ପଡ଼ିଆ ଭଳି 5ଟି ପଡ଼ିଆରେ ଗାଡ଼ି ପାର୍କିଂ ପାଇଁ ସୁବିଧା ହୋଇଛି । ଏସ୍‌ପିଙ୍କ ନେତୃତ୍ବରେ 2ଜଣ ଅତିରିକ୍ତ ଏସ୍‌ପି, 6ଜଣ ଡ଼ିଏସ୍‌ପି, 11 ଜଣ ଇନ୍ସପେକ୍ଟରଙ୍କ ସହିତ ଫୋର୍ସ ମୁତୟନ ହେବେ ।

ସଂସଦରେ ପୁଣି ଉଠିଲା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି

ନୂଆଦିଲ୍ଲୀ: ସଂସଦରେ ପୁଣି ଉଠିଲା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି । ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଦାବି ଉଠାଇଲା ବିଜେଡି । ସଂସଦରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡ଼ିଶା ।

ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଥିବା ନିୟମରେ ସଂଶୋଧନ କରାଯାଉ । ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଆଇନରେ ସଂଶୋଧନ କରିବାକୁ ଦାବି କରିଛନ୍ତି ସସ୍ମିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବି କରିଆସୁଛନ୍ତି । ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳ ଓ ନବେ ପ୍ରତିଶତ ଲୋକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ଏଣୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଛି ବିଜେଡି ।

ସାନଖେମୁଣ୍ଡି ବ୍ଲକରେ ଭୂମିକମ୍ପ, ଅଞ୍ଚଳବାସୀ ଭୟଭୀତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକରେ ମୃଦୁ ଭୁମିକମ୍ପ ଅମୂଭୂତ ହୋଇଛି । ବ୍ଲକର ଟି-ଗୋବିନ୍ଦପୁର, ପୋଡ଼ାମାରି, ଡେଙ୍ଗାଓସ୍ତା, ମୌଳାଭଣଜା, ଛଣମେରି ଆଦି ଅଞ୍ଚଳରେ ଅନୁଭୂତ ହୋଇଛି । ସେହିପରି ଗଜପତି ଜିଲ୍ଲାର ମୋହନା ଏବଂ ଲୁହାଗୁଡି ଭଳି ବିଭିନ୍ନ ଅଞ୍ଚଳରେ ଅନୁଭୂତ ହୋଇଛି ମୃଦୁ ଭୂମିକମ୍ପ । ମାତ୍ର ପାଞ୍ଚ ସେକେଣ୍ଡରୁ ଦଶ ସେକେଣ୍ଡ ପାଇଁ ଫେନ, ଗେଟ କବାଟ ଆଦି ଦୋହଲିଥିଲା । ଯାହାଫଳରେ ଭୟଭୀତ ଅବସ୍ଥାରେ ଘର ଏବଂ ଦୋକାନରୁ ଲୋକେ ବାହାରକୁ ବାହାରିଆସିଥିଲେ ।

ହକି ବିଶ୍ୱକପକୁ ଆସିବେ କେନ୍ଦ୍ରମନ୍ତ୍ରୀ, ନିମନ୍ତ୍ରଣ କଲା ଓଡ଼ିଶା

ନୂଆଦିଲ୍ଲୀ: ହକି ବିଶ୍ବକପରେ ଯୋଗଦେବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲା ଓଡ଼ିଶା । ଓଡ଼ିଶା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି । କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜୁଙ୍କୁ ମଧ୍ୟ ବିଶ୍ବକପରେ ଯୋଗଦେବାକୁ ଆମନ୍ତ୍ରିତ କରାଯାଇଛି ।

ସେହିପରି ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମଠାରେ ଉଦ୍ଘାଟନୀ ମ୍ୟାଚ ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଉଦଯାପନୀ ମ୍ୟାଚରେ  ଅତିଥି ଭାବେ ଯୋଗ ଦେବାକୁ  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଛି  ।

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତିଙ୍କ ସହିତ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ୧୩ତାରିଖରୁ ଓଡ଼ିଶାରେ ଆରମ୍ଭ ହେଉଛି ହକି ମହାକୁମ୍ଭ । ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ ଆୟୋଜନ କରି ଗୌରବ ଆଣିଛି ଓଡ଼ିଶା ।

ରାଣୀ ପଣ୍ଡାଙ୍କ ଗାଡି ଧକ୍କାରେ ଯାଇଥିଲା ବାପାଙ୍କ ଜୀବନ, ଆଜି ଚାଲିଗଲା ପୁଅର ପ୍ରାଣ

କଟକ: ବାପା ପରେ ପରେ ଚାଲିଗଲା ପୁଅର ଜୀବନ । ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ବାପା । ଆଉ ତାଙ୍କ ମୃତ୍ୟୁର 25 ଦିନ ପରେ ଆଖି ବୁଜିଲା କୁନି ପୁଅ । କିଏ ଜାଣିଥିଲା ଗରମ ପେଜରେ ପଡି ପ୍ରାଣ ହରାଇବେ ଆଠଗଡ଼ ରାଜଗନଗରର ମୃତ ସୁକାନ୍ତଙ୍କ ପୁଅ । ଗତ କିଛି ଦିନ ତଳେ ଯାତ୍ରା ଅଭିନେତ୍ରୀ ରାଣୀପଣ୍ଡାଙ୍କ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ସୁକାନ୍ତଙ୍କ ପରେ ଏବେ ଚାଲିଯାଇଛି ତାଙ୍କ ପୁଅର ଜୀବନ ।

ମୃତ ସୁକାନ୍ତଙ୍କ ପୁଅ ଘରେ ଖେଳୁଥିବା ସମୟରେ ଗରମ ପେଜରେ ପଡ଼ି ଗୁରୁତର ହୋଇଥିଲେ  ।  ୨ ବର୍ଷର କୁନି ପୁଅ ସୁଜିତ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ପରିବାରରେ ଏତେବଡ଼ ଅଘଟଣ ପରେ ଗାଁରେ ଖେଳିଯାଇଛି ଶୋକର ଛାୟା ।

ଓଡ଼ିଶାରେ ଠାବ ହୋଇଛି ଚୀନର କୋଭିଡ ଭାରିଆଣ୍ଟ BF.7 

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ଠାବ ହୋଇଛି ଚୀନର କୋଭିଡ ଭାରିଆଣ୍ଟ  । ମିଳିଥିବା ସୂଚନା ମୁତାବକ ଭାରତରେ ଠାବ ହୋଇଛି ଓମିକ୍ରନର ସବଭ୍ୟାରିଆଣ୍ଟ BF.7  । ଯାହା ମଧ୍ୟରେ ଗୁଜରାଟରେ ଦୁଇଟି ଓ ଓଡ଼ିଶାରେ ଗୋଟିଏ ମାମଲା ଠାବ ହୋଇଛି  । ଗତ ଅକ୍ଟୋବରରେ ଠାବ ହୋଇଥିଲା BF.7  । ଗୁଜରାଟ ବାୟୋଟେକନୋଲୋଜି ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏନେଇ ସ୍ପଷ୍ଟ ହୋଇଛି  ।

ସେପଟେ କର ଲେଉଟାଇଛି କୋଭିଡ  । ଯେଉଁଥିପାଇଁ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର କରନ୍ତୁ । ଦେଶରେ କୋଭିଡ ନିୟନ୍ତ୍ରଣ ଲାଗି ସାପ୍ତାହିକ ସମୀକ୍ଷା ବୈଠକ ବସୁ । ଦିଲ୍ଲୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପରାମର୍ଶ ଦିଆଯାଇଛି । ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ବି ଦେଶରେ କୋଭିଡ ବିପଦ ଟଳିନାହିଁ । ସର୍ଭେଲାନ୍ସକୁ ଶକ୍ତିଶାଳୀ କରିବା ସହ ଆଲର୍ଟ ରହିବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେବେ କୋଭିଡ ନେଇ ଆତଙ୍କିତ ହେବା ଅନୁଚିତ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ. ପଲ ।

ଚୀନରେ କରୋନା ଆତଙ୍କ ପରେ ପରବର୍ତ୍ତୀ ପଦକ୍ଷେପ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟଙ୍କ ନେତୃତ୍ବରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ କରାଯାଇଛି ସ୍ଥିତି ସମୀକ୍ଷା । ବୈଠକରେ ସ୍ବାସ୍ଥ୍ୟବିଭାଗ ସମେତ ଅନ୍ୟାନ୍ୟ ବିଭାଗର ପଦାଧିକାରୀ ଓ ବିଶେଷଜ୍ଞ ଯୋଗଦେଇଥିଲେ । ଆନ୍ତର୍ଜାତିକ ଓ ଆଭ୍ୟନ୍ତରୀଣ ବିମାନ ବନ୍ଦରରେ ସତର୍କତାମୂଳକ ପଦକ୍ଷେପ, ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସକାଶେ ଗାଇଡଲାଇନ, କୋଭିଡର ନୂଆ ଭାରିଆଣ୍ଟ ସମ୍ପର୍କରେ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇଛି । ଆଗକୁ ନୂଆବର୍ଷ ଆସୁଥିବାରୁ ସମ୍ଭାବ୍ୟ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ଉପରେ ଗୁରୁତ୍ବ ଦିଆଯାଇଛି ।

ଚୀନ, ଆମେରିକା, ଜାପାନ, କୋରିଆ, ବ୍ରାଜିଲ ଆଦି ରାଷ୍ଟ୍ରରେ କୋଭିଡ ରୋଗୀ ସଂଖ୍ୟା ବଢୁଥିବାରୁ ଭାରତରେ ଏହାର ମୁକାବିଲା ଲାଗି ତତ୍ପର ହୋଇଛନ୍ତି ସରକାର । ସେପଟେ ଗତ ୨୪ ଘଣ୍ଟା ଭିତରେ ୧୨୯ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଦେଶରେ ଆକ୍ଟିଭ କେସ ସଂଖ୍ୟା ରହିଛି ୩ ହଜାର ୪୦୮ । ପୂର୍ବରୁ ବିଭିନ୍ନ ରାଜ୍ୟ ସରକାରଙ୍କୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ଜିନମ ସିକୁଏନ୍ସ କରିବା ପାଇଁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ଏନେଇ ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଥିଲେ । ସେପଟେ ଭାରତ ଯୋଡୋ ଯାତ୍ରାରେ କରୋନା ଗାଇଡଲାଇନ ପାଳନ କରିବା ଲାଗି ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରୀ । ନଚେତ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ଏହି ଯାତ୍ରାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି ମନ୍ତ୍ରୀ ।

ଠିକା ସଫେଇ କର୍ମଚାରୀଙ୍କୁ ଦିଅ ସ୍ଥାୟୀ ନିଯୁକ୍ତି

0

ଭୁବନେଶ୍ବର: ପରିମଳ ସେବା କ୍ଷେତ୍ରରେ ସଫେଇ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ଦୀର୍ଘବର୍ଷ ହେବ ପରିମଳ କର୍ମଚାରୀମାନଙ୍କୁ ନିୟମିତ କାମରେ ଲଗାଯାଉଛି । ମାତ୍ର ସେମାନଙ୍କ ସାମାଜିକ ସୁରକ୍ଷା ଓ ଭବିଷ୍ୟତ ବନ୍ଧା ପଡ଼ିଛି । ସେମାନଙ୍କୁ ଚୁକ୍ତିଭିତ୍ତିକ ଭାବେ କାମରେ ଲଗାଯାଉଛି । କରୋନା ମହାମାରୀ ସମୟରେ ସଫେଇ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ସେବା କରିଥିଲେ । ସ୍ୱଚ୍ଛ ଭାରତ ମିଶନରେ ସଫେଇ କର୍ମଚାରୀ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇଛନ୍ତି । ମାତ୍ର ସରକାର ଆମମାନଙ୍କୁ ନିୟମିତ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଆଜି ସଫେଇ କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସଂଘର ସଭାପତି ମୋହନ ନାୟକଙ୍କ ନେତୃତ୍ବରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ସଫେଇ କର୍ମଚାରୀମାନେ ଦାବି ରଖିଛନ୍ତି, ସେମାନେ ଦୀର୍ଘବର୍ଷ ହେବ ପରିମଳ ସେବା କାମ କରି ଆସୁଛନ୍ତି । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାରେ ତୃଣମୂଳସ୍ତରରେ ଆମେମାନେ ଗୁରୁତ୍ୱପୂର୍ଣର୍ ଭୂମିକା ତୁଲାଉଛନ୍ତି । ସବୁଠୁ ବଳି ବିଡମ୍ବନା, ସରକାର ସବୁ ବର୍ଗର ସ୍ୱାର୍ଥ ଓ ହକ ପ୍ରତି ଧ୍ୟାନ ଦେଇ ଆସୁଛନ୍ତି । ମାତ୍ର ଆମ ସଫେଇ କର୍ମଚାରୀଙ୍କ ପ୍ରତି ନିର୍ଦ୍ଦୟ ମନୋଭାବ ପୋଷଣ କରି ଆସୁଛନ୍ତି । ଆମମାନଙ୍କୁ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାମରେ ଲଗାଇ ଶୋଷଣ କରାଯାଉଛି । ସମାନ କାମକୁ ମିଳୁନି ସମାନ ଦରମା । ଠିକାଦାରମାନେ ହିଁ ମାଲାମାଲ ହେଉଛନ୍ତି । ତେଣୁ ଏ ଠିକା ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀଙ୍କୁ ନିୟମିତ କରିବାକୁ ଆମେମାନେ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛୁ । ରାଜ୍ୟର ସବୁ ଜିଲ୍ଲାରେ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯିବ ।
ରାଜ୍ୟର ସବୁ ଜିଲ୍ଲାରେ ଏମିତି ହଜାର ହଜାର ସଫେଇ କର୍ମଚାରୀ ହନ୍ତସନ୍ତ ହାେଇ ଜୀବନ କାଟୁଛନ୍ତି । ସଫେଇ କର୍ମଚାରୀମାନଙ୍କୁ ନିୟମିତ କରିବାକୁ ଆମେ ଓଡ଼ିଶା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ଦାବି କରି ଆସୁଛୁ । ଆମ ସାମାଜିକ ସୁରକ୍ଷା ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଆମ ଦାବିକୁ ବିଚାର କରନ୍ତୁ । ଆମକୁ ଆମ ହକ୍ ପ୍ରଦାନରେ ମୁଖ୍ୟମନ୍ତ୍ରୀ ଆନ୍ତରିକତାର ସହ ସହଯୋଗ କରିବେ ବୋଲି ଆଶା ଓ ବିଶ୍ୱାସ । ଯଦି ସରକାର ଏହାକୁ ଅଣଦେଖା କରନ୍ତି ତେବେ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଅମ୍ରିତ କହୁଛି ଅପହରଣର ଗୋଟି ଗୋଟି କଥା..

ନୟାଗଡ଼: ଅମ୍ରିତ ମୁହଁରେ କିଡନାପ କାହାଣୀ । କେମିତି କରାଯାଇଥିଲା ଅପହରଣ । ଗଣମାଧ୍ୟମ ଆଗରେ ସେଦିନର ଗୋଟିଗୋଟି କଥା କହିଛି ନୟାଗଡ଼ କୁରାଳର ଉଦ୍ଧାର ଛାତ୍ର ଅମ୍ରିତ ପାତ୍ର । ପ୍ରେସମିଟ କରି କିଡନାପର ଖୁଲାସା କରିଛନ୍ତି ନୟାଗଡ଼ ଏସପି । ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଟଙ୍କା ଲୋଭରେ ନାବାଳକୁ ଅପହରଣ କରିଥିଲା ମୁଖ୍ଯ ଅଭିଯୁକ୍ତ ସ୍ବପ୍ନପ୍ରସାଦ ପଣ୍ଡା । ଏଥିପାଇଁ ତାକୁ ସହଯୋଗ କରିଥିଲେ ତାର ଭାଇ ଭକ୍ତଦର୍ଶନ ଏବଂ ସାଙ୍ଗ ସୁନୀଲ ପାଣିଗ୍ରାହୀ ।

ସ୍ବପ୍ନ ପ୍ରସାଦ ଅମ୍ରିତ ବାପାଙ୍କ ବ୍ୟବସାୟ ପାଇଣ ନିଜ ଗାଡ଼ିରେ ଜିନିଷପତ୍ର ବୋହୁଥିଲା । ଏଣୁ ତାଙ୍କ ପାଖରେ ଅଧିକ ଟଙ୍କା ଥିବା ଲୋଭରେ ଅମ୍ରିତଙ୍କୁ ଅପରହରଣ କରିଥିଲା । ୧୫ ତାରିଖ ସନ୍ଧ୍ଯା ସାଢେ ସାତଟାରେ ଅମ୍ରିତ ଟିଉସନରୁ ଫେରୁଥିବା ସମୟରେ ତାକୁ ନିଜର ପିକଅପ୍ ଭ୍ଯାନରେ ଅପହରଣ କରିନେଇଥିଲେ । ପ୍ରଥମେ କୁରାଳ ଚଣ୍ଡିସାହିର ଏକ ଘରେ ଏବଂ ପରେ ମହାନ୍ତି ସାହିର ଏକ ଘରେ ରଖିଥିଲେ । ସେହି ଦୁଇଟି ଘରର ମାଲିକ ପଞ୍ଜାବରେ ରହୁଥିବାରୁ ଘରର ଚାବି ସ୍ବପ୍ନପ୍ରସାଦଙ୍କ ପରିବାର ପାଖରେ ରହୁଥିଲା ।

ପୋଲିସ ଓ ଗ୍ରାମବାସୀ ତତ୍ପର ହେବାରୁ ଅମ୍ରିତକୁ ବାହାରକୁ ନେଇପାରିନଥିଲେ ଅପହରଣକାରୀ । ୪ଦିନ ତାକୁ ହାତଗୋଡ ବାନ୍ଧି ଘରେ ରଖିଥିଲେ । ଦୁଇଭାଇ ତାକୁ ସବୁ ସମୟରେ ଜଗି ରହୁଥିଲେ । ଶେଷରେ ଯୋଜନାରେ ବିଫଳ ହେବାରୁ ୧୭ତାରିଖ ରାତିରେ ତାକୁ ସେହି ଘରେ ଛାଡିଦେଇ ଚାଲିଯାଇଥିଲେ । ଅଭିଯୁକ୍ତଙ୍କୁ ନେଇ ପୋଲିସ କ୍ରାଇମସିନ ରିକ୍ରିଏସନ କରିଛି । ଘରୁ ଅମ୍ରିତର ଜ୍ୟାକେଟ୍ , ଛୁରି , ଅମ୍ରିତକୁ ବନ୍ଧାଯାଇଥିବା ରଶି ଏବଂ କୁଅରୁ ଅମ୍ରିତର ବ୍ଯାଗ୍ ଜବତ କରାଯାଇଛି ।