ହକି ବିଶ୍ୱକପ୍-୨୦୨୩: ଜାପାନକୁ ୨-୧ ଗୋଲରେ ହରାଇଲା କୋରିଆ

1 min read

ଭୁବନେଶ୍ୱର: ହକି ବିଶ୍ବକପରେ କଡା ମୁକାବିଲା । ପ୍ରଥମ ମ୍ୟାଚରେ ଜାପାନକୁ ୧-୨ ଗୋଲରେ ହରାଇଲା କୋରିଆ । ଶେଷ କ୍ବାର୍ଟରରେ ପେନାଲ୍ଟି ପାଇଥିଲେ ସୁଦ୍ଧା ହାତଛଡା କରିଥିଲା ଜାପାନ । ଫଳରେ ଶେଷ ସୁଦ୍ଧା କୋରିଆ ବାଜି ମାରି ନେଇଛି । ଆଜି ବିଶ୍ବକପର ପଞ୍ଚମ ଦିନରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପୁଲ-ବିରେ ଦୁଇଟି ମ୍ୟାଚ ଖେଳାଯାଉଛି । ସଂଧ୍ୟା ୫ ଟାରେ ଜାପାନ ଓ କୋରିଆ ମୁକାବିଲା ହୋଇଥିବାବେଳେ କୋରିଆ ବିୟୟୀ ହୋଇଛି ।

ଗତ ୧୪ ତାରିଖରେ ବେଲଜିୟମ ଠାରୁ ୫-୦ ଗୋଲରେ ପରାସ୍ତ ହୋଇଥିଲା । ସେହିପରି ଜର୍ମାନୀଠାରୁ ୩-୦ ଗୋଲରେ ପରାସ୍ତ ହୋଇଥିଲା ଜାପାନ । ଆଜିର ବିଜୟ ପରେ କୋରିଆ ପଏଣ୍ଟ ଟେବୁଲରେ ସ୍ଥାନ ପାଇଛି । ସେହିପରି ଆଜି ସଂଧ୍ୟା ୭ ଟାରେ ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଜର୍ମାନ ଓ ବେଲଜିୟମ । ଉଭୟେ ଗୋଟିଏ ଲେଖାଏଁ ମ୍ୟାଚ ଜିତି ଥିବାରୁ ବିଜୟ ଧାରାକୁ ଜାରି ରଖିବାକୁ ଚେଷ୍ଟା କରିବେ । ତେଣୁ କଳିଙ୍ଗରେ ଉଭୟଙ୍କ ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର ।