ବେଙ୍ଗାଲୁରୁରେ କଞ୍ଝାୱାଲା ପାର୍ଟ-୨; ଜଣେ ବ୍ୟକ୍ତିଙ୍କୁ ଅଧ କିଲୋମିଟର ଘୋଷାଡ଼ି ନେଲେ ସ୍କୁଟି ଚାଳକ

1 min read

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଦିଲ୍ଲୀ କଞ୍ଜାୱାଲା ଘଟଣାର ପୁନରାବୃତ୍ତି । ଦୁର୍ଘଟଣା ପରେ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲେ ସ୍କୁଟି ଚାଳକ । ଜଣେ ବ୍ୟକ୍ତିଙ୍କୁ ସ୍କୁଟିରେ ଘୋଷଡ଼ା ଯିବା ସମୟର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । କୁହାଯାଉଛି ଯେ ରଙ୍ଗ ସାଇଡରୁ ଆସୁଥିବା ସ୍କୁଟି ଚାଳକ କାରକୁ ଧକ୍କା ଦେଇଥିଲେ । ଏହାପରେ ଯେତବେଳେ କାର୍ ଡ୍ରାଇଭର ବାଇକ୍ ଚାଳକଙ୍କୁ ଅଟକାଇବାକୁ ଉଦ୍ୟମ କରନ୍ତୁ ତେବେ ସେ ପଳାୟନ କରିବାକୁ ଲାଗିଥିଲା ।

ଏହି ସମୟରେ କାର୍ ଡ୍ରାଇଭର ଧରିବାକୁ ପ୍ରୟାସ କରିବାରୁ ସ୍କୁଟି ଡ୍ରାଇଭର ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ । ଏହି ସମୟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ତେବେ ଘଟଣା କେବେ ହୋଇଛଇ ତାହା ସ୍ପଷ୍ଟ ହୋଇନାହିଁ । ସୂଚନାନୁଯାୟୀ, ଏହି ଘଟଣା ବେଙ୍ଗାଲୁରୁର ମଗଦୀ ରୋଡ ପାଖ ହୋସାହଲ୍ଲି ମେଟ୍ରୋ ଷ୍ଟେସନ ପାଖରେ ହୋଇଛି । କୁହାଯାଉଛି ଯେ ଜଣେ ସ୍କୁଟି ଚାଳକ ରଙ୍ଗ ସାଇଡରେ ଆସି କାରକୁ ଧକ୍କା ଦେଇଥିଲେ । ଏହାପରେ କାର୍ ଡ୍ରାଇଭର ତାଙ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ ସେ ପଳାୟନ କରିବାକୁ ଲାଗିଥିଲେ ।

ଏହାପରେ କାର୍ ଡ୍ରାଇଭର ସ୍କୁଟିର ପଛପଟୁ ଧରିନେଇଥିଲେ କିନ୍ତୁ ସେ ସ୍କୁଟିକୁ ଦୌଡ଼ାଇବାକୁ ଲଗାଇଥିଲେ ଏବଂ ଡ୍ରାଇଭରଙ୍କୁ ମଧ୍ୟ ରୋଡ ଉପରେ ଘୋଷାଡ଼ି ନେଇଯାଇଥିଲେ । ଏହି ସମୟରେ ରାସ୍ତାରେ ଯାଉଥିବା ଅନ୍ୟ କିଛି ଲୋକ ଘଟଣାକୁ ମୋବାଇଲରେ କଏଦ କରିଥିଲେ ଏବଂ ସ୍କୁଟି ଚାଳକ ଯୁବକଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । କାର୍ ଡ୍ରାଇଭର ଜଣଙ୍କ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତାଙ୍କର ଚିକିତ୍ସା ଗୋବିନ୍ଦରାଜ ନଗରର ଗାୟତ୍ରୀ ହସ୍ପିଟାଲରେ ଚାଲିଛି । ସ୍କୁଟି ଚାଳକକୁ ଚିହ୍ନଟ କରି ପୋଲିସ ନିଜ ହେପାଜତକୁ ନେଇଛି ।