‘ମୁଁ କେବେ ବି RSS ଅଫିସ୍ ଯିବିନି, ଏଥିପାଇଁ ମୋ ଗଳା କାଟିବାକୁ ପଡ଼ିବ’

ପଞ୍ଜାବ: ପୁଣି ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କଲେ ରାହୁଲ ଗାନ୍ଧି । ଆରଏସଏସକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ମୁଁ ଆରଏସଏସ ଅଫିସ କେବେ ବି ଜିବିନି । ଏଥିପାଇଁ ଆପଣଙ୍କୁ ମୋ ଗଳା କାଟିବାକୁ ପଡ଼ିବ । ମୋ ପରିବାରର ଏକ ବିଚାରଧାରା ଅଛି । ବରୁଣ ଗାନ୍ଧି ଏବେ ବିଜେପିରେ ଅଛନ୍ତି । ତାଙ୍କ ବିଚାରଧାରା ମୋ ସହ କେବେ ବି ମିଶିନି । ସେ କିଛି କ୍ଷେତ୍ରରରେ ଆରଏସଏସର ବିଚାରଧାରାକୁ ଗ୍ରହଣ କରିଛନ୍ତି । ତେଣୁ ତାଙ୍କ ସହ ମୋ ବିଚାରଧାରା କେବେ ବି ମିଶିନି ।

ବିଜେପି ନେତା ତଥା ରାହୁଲ ଗାନ୍ଧିଙ୍କ ସମ୍ପର୍କିୟ ବରୁଣ ଗାନ୍ଧି କଂଗ୍ରେସକୁ ଆସିବେ ବୋଲି ଚର୍ଚ୍ଚା ହେଉଛି । ଏ ବିଷୟରେ ରାହୁଲଙ୍କୁ ପଚରାଯିବାରୁ ସେ ଏପରି ମନ୍ତବ୍ୟ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବରୁଣ ଆଜି ମଧ୍ୟ ସେହି ଚିନ୍ତାଧାରା ସହ ଏକମତ ଅଛନ୍ତି । ନିଜ ଇଚ୍ଛାରେ ସେ ଏହାକୁ ଗ୍ରହଣ କରିଛନ୍ତି । ମୁଁ କେବେହେଲେ ସେ ସବୁକୁ ଗ୍ରହଣ କରିବି ନାହିଁ ।