ରାଜଧାନୀରେ ଚାଞ୍ଚଲ୍ୟ: ପଟିଆ ରେଲୱେ ଷ୍ଟେସନରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ। ପଟିଆ ରେଳ ଷ୍ଟେସନରେ ଦୁଇ ନାବାଳିକାଙ୍କୁ ହୋଇଛି ଗଣଦୁଷ୍କର୍ମ । ପୀଡିତାଙ୍କ ଅଭିଯୋଗ ପରେ ଇନ୍ଫୋସିଟି ଥାନା ଓ ଚାଇଲଡ଼ ଲାଇନ ସଦସ୍ୟଙ୍କ ଦ୍ୱାରା ଦୁଇ ପିଡିତା ଉଦ୍ଧାର । ସମ୍ପୃକ୍ତ ଅଂଚଳର ଦୁଇ ଅଭିଯୁକ୍ତ ଯୁବକ ଦୁଇ ନାବାଳିକାଙ୍କୁ ଓଭର ବ୍ରିଜ ଆଡକୁ ଅପହରଣ କରି ନେଇ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲେ ।

ଉଦ୍ଧାର ଓ ସହାୟତା ପାଇଁ ଦୁଇ ନାବାଳିକା ଚିତ୍କାର କରିଥିଲେ ମଧ୍ୟ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଦୁଇ ଅଭିଯୁକ୍ତ । ଗତ ରାତି ସାରା ଦୁଷ୍କର୍ମ ପରେ ପୀଡିତାଙ୍କୁ ଆଜି ସକାଳୁ ଘରକୁ ଯିବାକୁ ଦେଇଥିଲେ ଦୁଇ ଅଭିଯୁକ୍ତ । ପୀଡିତାଙ୍କ ଠାରୁ ପରିବାର ବର୍ଗ ଖବର ପାଇ ଅଭିଉକ୍ତଙ୍କୁ ପଚରା ଉଚରା କରାଯିବା ବେଳେ ମାମଲାର ରଫାଦଫା ପାଇଁ ଅର୍ଥ ଲୋଭ ଦେଖାଇଥିଲେ ଅଭିଯୁକ୍ତଙ୍କ ପରିବାର ।

ପରେ ଘଟଣା ବିଷୟରେ ଜାଣିବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଇନଫୋସିଟି ଥାନାକୁ ଜଣାଇଥିଲେ । ପୋଲିସ ପୀଡିତାଙ୍କୁ ଉଦ୍ଧାର କରିଥିଲେ । ପୀଡିତାଙ୍କ ପକ୍ଷରୁ ଥାନାରେ ମାମଲାରୁ ରୁଜୁ କରାଯାଇଛି । ପୋଲିସ ଘଟଣା ସ୍ଥଳକୁ ପିଡିତାଙ୍କ ସହ ଯାଇ ତଦନ୍ତ ଆରମ୍ଭ କରିଛି । ଘଟଣା ଜିଆରପି ଥାନା ଅଧୀନରେ ଆସୁଥିବାରୁ ଭୁବନେଶ୍ୱର ଜିଆରପି ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । ଗତରାତିରେ ଏହି ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣ ଯୁବକଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଛି ।