spot_img
Home Blog Page 3738

କେମିତି ହେଲା ସାରିକା ସାଏଙ୍କ ମୃତ୍ୟୁ, ସସପେନ୍ସ ବଢ଼ାଇଲା ହ୍ୱାଟ୍ସଆପ୍‌ ଷ୍ଟାଟସ୍

ବଲାଙ୍ଗିରର: କେମିତି ହେଲା ବଲାଙ୍ଗିରର ବୀମା ଏଜେଣ୍ଟ ସାରିକା ସାଏଙ୍କ ମୃତ୍ୟୁ । ସସପେନ୍ସ ବଢ଼ାଇଲା ହ୍ୱାଟ୍ସଆପ୍‌ ଷ୍ଟାଟସ । ମୃତ୍ୟୁ ପୂର୍ବରୁ ଜଣେ ବାନ୍ଧବୀଙ୍କ ସହ ସେୟାର କରିଥିଲେ ଫଟୋ । ଏଥିସହ ଲେଖିଥିଲେ ଇମୋସନାଲ ହିନ୍ଦି ସାଏରୀ । ଏଲଆଇସି ଏଜେଣ୍ଟ ସାରିକା ସାଏଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢୁଛି । ଖୁଜେନପାଲି ରେଳ ଫାଟକ ନିକଟରେ ଯୁବତୀଙ୍କ କଟା ମୁଣ୍ଡ ସହ ମୃତଦେହ ଉଦ୍ଧାର କରିଛି ରେଳବାଇ ପୋଲିସ । ମୃତ ଦେହ ନିକଟରୁ କାର ଓ ମୋବାଇଲ ଜବତ ହୋଇଛି । ତେବେ ସାରିକାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।

ସୂଚନାଯୋଗ୍ୟ, ସାରିକାଙ୍କ ଘର ତାଲପାଳିପଡ଼ାରେ । ଜଣେ ଏଲଆଇସି ଏଜେଣ୍ଟ ଭାବେ ସେ କାର୍ଯ୍ୟ କରୁଥିଲେ । ତାଙ୍କର ମୃତ୍ୟୁକୁ ପରିବାର ଲୋକ ଆତ୍ମହତ୍ୟା କହୁଥିବା ବେଳେ ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସନ୍ଦେହ କରାଯାଉଛି । ଘଟଣାର ପାରିପାର୍ଶିକ ସ୍ଥିତି ଓ ପରିବାର ଲୋକଙ୍କ ଭୂମିକାକୁ ନେଇ ସନ୍ଦେହ କରୁଛି ପୋଲିସ।

ଅଧା ରହିଗଲା ଜଗନ୍ନାଥ ଦର୍ଶନ, କୋଲକାତାରୁ ପୁରୀ ଆସୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

0

ବାଲେଶ୍ୱର: ଅଧା ରହିଗଲା ଜଗନ୍ନାଥ ଦର୍ଶନ। କୋଲକାତାରୁ ପୁରୀ ଆସୁଥିବା ବେଳେ ସୋର ୧୬ ନମ୍ବର ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା। ଜାମୁଝାଡ଼ି ତାରିଣୀ ଛକ ନିକଟରେ ଗ୍ୟାସ କଣ୍ଟେନରକୁ ପଛରୁ ପିଟିଲା ସ୍କର୍ପିଓ। ପରେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ପଛରୁ ଆସୁଥିବା ଆଉ ଏକ ସ୍କର୍ପିଓ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ୪ ଜଣ ଗୁରୁତରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଘନ କୁହୁଡି ଓ ରାସ୍ତାକାମ ଚାଲୁଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହକି ଇଣ୍ଡିଆର ବଡ଼ ଘୋଷଣା, ପ୍ରତ୍ୟେକ ବିଜୟ ଖେଳାଳିଙ୍କୁ ମିଳିବ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ମନୋବଳକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆର ବଡ଼ ଘୋଷଣା । ଏଣିକି ଖେଳାଳିମାନଙ୍କୁ ମିଳିବ ବାର୍ଷିକ ନଗଦ ପ୍ରୋତ୍ସାହନ । ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ଏବଂ ସହାୟତା କର୍ମଚାରୀଙ୍କ ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ସହାୟତା ଆର୍ଥିକ ସ୍ଥିତି ଖରାପ ଥିବା ଖେଳାଳିଙ୍କୁ ସହାୟକ ହେବ ।

ଏକ ସପ୍ତାହ ପୂର୍ବରୁ ହକି ଇଣ୍ଡିଆ ଭାରତୀୟ ଜୁନିୟର ପୁରୁଷ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଜୋହର କପ୍‌ରେ ସଫଳତା ପାଇଁ ଦୁଇ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ଏକ ଲକ୍ଷ ଟଙ୍କା ଘୋଷଣା କରିଥିଲା । ଏହି ଅବସରରେ ଦିଲୀପ ତିର୍କି କହିଛନ୍ତି ଯେ ହକି ଇଣ୍ଡିଆର ସର୍ବସମ୍ମତି କ୍ରମେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହି ନଗଦ ପ୍ରୋତ୍ସାହନ ପ୍ରତିବର୍ଷ ପ୍ରଦାନ କରାଯିବ। ଏହି ଘୋଷଣା ଜାନୁଆରୀରେ ହେବାକୁ ଥିବା ବିଶ୍ୱକପ ଏବଂ ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ଦଳର ମନୋବଳ ବୃଦ୍ଧି କରିବ। ଏହି ନିଷ୍ପତ୍ତି ଭାରତୀୟ ଦଳର ବିଜୟ ପାଇଁ କଠିନ ପରିଶ୍ରମ କରୁଥିବା ଯୁବ ହକି ଖେଳାଳିଙ୍କୁ ପ୍ରୋତ୍ସାହିତ କରିବ।

ଆଜି ପଞ୍ଚୁକର ଚତୁର୍ଥ ଦିନ, ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ପଞ୍ଚୁକର ଚତୁର୍ଥ ଦିନ । ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯିବ । ଶ୍ରୀଜୀଉମାନଙ୍କର ଅବକାଶ ନୀତି ସମ୍ପର୍ଣ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ବିବିଧ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ମାନେ ବିଭୂଷିତ ହୋଇ ରତ୍ନସିଂହାସନରେ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେବେ । ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ତେଣୁ ଏହାକୁ ଡାଳିକିଆ ବେଶ କୁହାଯାଏ | ତେବେ ସକାଳଧୁପ ନୀତି ସମ୍ପର୍ଣ ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ଆସନ୍ତାକାଲି କାର୍ତ୍ତିକ ପୂର୍ଣମୀ ଅବସରରେ ଶ୍ରୀମନ୍ଦିରରେ ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇଥିବା ସୂଚନା ମିଳିଛି ।

ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ଗଜଭୋଗ ଓ ତରଣ, ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା

ଆଠଗଡ଼: ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ। ବଡ଼ ଓଷାର ଅବସରରେ ପୂଜକ ସମାଜ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇ ମଧ୍ୟରାତ୍ରୀରେ ତ୍ରୟୋଦଶୀ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଏହି ଗଜଭୋଗ ଓ ତରଣ ବିଶ୍ୱର କଲ୍ୟାଣ ପାଇଁ ମହାଦେବଙ୍କୁ ଅର୍ପଣ କରାଯାଇଛି । ଆଜି ବାବା ବଡ଼ସିଂହାର ସହ ରାଜେରାଜଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଆଜି ଭୋର ୪ଟାରୁ ପହଡ଼ ଖୋଲା ଯାଇ ମଙ୍ଗଳ ଆଳତୀ ପରେ ସମସ୍ତ ନୀତିକାନ୍ତି ହୋଇଥିଲା। ଏହାପରେ ବାବାଙ୍କୁ ବଡ଼ସିଂହାର ବେଶରେ ସୁସଜ୍ଜିତ କରାଯାଇ ଦର୍ଶନ ପାଇଁ ଦ୍ୱାର ଫିଟା ଯାଇଥିଲା। ଶ୍ରଦ୍ଧାଳୁଙ୍କୁ ଗଜଭୋଗ ବିତରଣ କରାଯାଉଛି।

କୁହାଯାଏ ଯେ କଳା ବଳଦକୁ ଧଳା କରିଥିବାରୁ ବାବାଙ୍କ ନାମ ଧବଳେଶ୍ଵର। ତାଙ୍କ ପାଇଁ ପ୍ରସ୍ତୁତ ଗଜ ଭୋଗ ମଧ୍ୟ ସେହିଭଳି, ଭିତରେ କଳାମୁଗର ପୁର ସହ ଉପରେ ଧଳା ଆବରଣ ଦିଆଯାଇ ଗଜଭୋଗ ପ୍ରସ୍ତୁତ କରିଥାନ୍ତି ପୂଜକ ପରିବାର ମାନେ । ଆଜି ସମସ୍ତ ପୂଜକ ପରିବାର ନିଷ୍ଠାର ସହ ଏହି ଗଜଭୋଗ ପ୍ରସ୍ତୁତି କରିଛନ୍ତି।

ତିରୁମାଲା ତିରୁପତି ଦେବସ୍ଥାନମରେ ୧୦.୩ ଟନ ସୁନା

ତିରୁପତି: ତିରୁମାଲା ତିରୁପତି ଦେବସ୍ଥାନମ ବା ଟିଟିଡିର ସୁନା ପରିମାଣ ୧୦.୩ ଟନ୍ । ଏହାର ଦାମ ପ୍ରାୟ ୫ ହଜାର ୩ ଶହ କୋଟି ଟଙ୍କା । ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା ପରିମାଣ ୧୫ ହଜାର ୯୩୮ କୋଟି ଟଙ୍କା । ଏନେଇ ଟିଟିଡି ପକ୍ଷରୁ ଶ୍ବେତପତ୍ର ଜାରି କରାଯାଇଛି । ଏହାସହ ଆନ୍ଧ୍ରପ୍ରଦେଶ ସରକାରଙ୍କ ସିକ୍ୟୁରିଟିଜରେ ସରପ୍ଲସ ଫଣ୍ଡକୁ ନିବେଶ କରିବା ଲାଗି ଟିଟିଡି ଅଧ୍ୟକ୍ଷ ଓ ବୋର୍ଡ ନିଷ୍ପତ୍ତି ନେଇଥିବା ଖବରକୁ ଖଣ୍ଡନ କରାଯାଇଛି ।

ବିଭିନ୍ନ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରହିଛି ବୋଲି କୁହାଯାଇଛି । ଟିଟିଡିର ମୋଟ ସମ୍ପତ୍ତି ପରିମାଣ ୨ ଲକ୍ଷ ୨୬ ହଜାର କୋଟି ଟଙ୍କା ରହିଛି । ସାରା ଦେଶରେ ୭ ହଜାର ୧୨୩ ଏକର ଜମି ପରିବ୍ୟାପ୍ତ ୯୬୦ରୁ ଅଧିକ ପ୍ରକାର ସମ୍ପତ୍ତି ରହିଛି । ଏହି ମନ୍ଦିରକୁ କୋଟି କୋଟି ଭକ୍ତ, ବ୍ୟବସାୟୀ ଓ ପ୍ରତିଷ୍ଠାନ ମୁକ୍ତ ହସ୍ତରେ ଦାନ କରିଆସୁଛନ୍ତି ।

ତାଞ୍ଜାନିଆାରେ ବିମାନ ଦୁର୍ଘଟଣା

ତାଞ୍ଜାନିଆ: ଲେକ୍ ଭିକ୍ଟୋରିଆରେ ଖସି ପଡ଼ିଲା ଯାତ୍ରୀବାହୀ ବିମାନ । ବୋକୁବାର ଉତ୍ତର-ପଶ୍ଚିମା ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ୨୬ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିମାନରେ ୪୩ ଯାତ୍ରୀ ଥିବା ସୂଚନା ମିଳିଛି । ଉଦ୍ଧାରକାରୀ ଟିମ୍ ଓ ସ୍ଥାନୀୟ ଧୀବରଙ୍କ ଦ୍ବାରା ସର୍ଚ୍ଚ ଅପରେସନ ଜାରି ରହିଛି । ବୋକୁବା ନିକଟସ୍ଥ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପୂର୍ବରୁ ଖରାପ ପାଗ କାରଣରୁ ଏହା ଏକ ହ୍ରଦରେ କ୍ରାସ ଲାଣ୍ଡିଂ କରିଥିଲା । ବିମାନେର ୩୯ଜଣ ଯାତ୍ରୀ, ୨ ଜଣ ପାଇଲଟ ଓ ୨ ଜଣ କ୍ୟାବିନ କ୍ରିଉ ଥିଲେ ।

‘ଓଡ଼ିଶାର ପରିବର୍ତ୍ତନ କାହାଣୀ ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି’ 

ଭୁବନେଶ୍ବର: ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଲାଇଟ୍ ଫେଷ୍ଟରେ ଅତୀତର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶାର କାହାଣୀ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ଖାଦ୍ୟ ଉତ୍ପାଦନ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ହେଉ, ମହିଳା ସଶକ୍ତିକରଣ ହେଉ ବା ସ୍ବାସ୍ଥ୍ୟସେବା, ଖେଳ, ଶିକ୍ଷା ଅବା ସେବା ପ୍ରଦାନ, ଓଡ଼ିଶା କେମିତି ଦେଶ ତଥା ଦୁନିଆ ପାଇଁ ଉଦାହରଣ ପାଲଟିଛି ତାହା ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ କହିଛନ୍ତି, ‘ସମୃଦ୍ଧ କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରା ପାଇଁ ମୋ ରାଜ୍ୟ ଓଡ଼ିଶା ସମ୍ମାନିତ ହୋଇ ଆସିଛି । ସାରା ଦୁନିଆରେ ଲକ୍ଷ ଲକ୍ଷ ଲୋକଙ୍କ ଚେତନା ଉପରେ ଏହାର ପ୍ରଭାବ ରହିଛି । ଆଜି ଓଡ଼ିଶା ପରମ୍ପରା ଓ ଆଧୁନିକତା ମଧ୍ୟରେ ରହିଛି, ଯାହା ଜୀବନରେ ଅନେକ ରଙ୍ଗ ଭରି ଦେଉଛି । ବିଂଶ ଶତାବ୍ଦୀ ଆରମ୍ଭରେ, ଓଡ଼ିଶା ମାଟିର ମହାନ ଲେଖକ ଫକୀର ମୋହନ ସେନାପତି ‘ରେବତୀ’ ଲେଖିଥିଲେ । ଏଥିରେ ରେବତୀ ପଢ଼ିବାକୁ ସାହସ ଦେଖାଇବା ପାଇଁ ଅଭିଶାପ ପାଇଥିଲେ । ସେ ସମୟରେ ଏହା ହିଁ ଥିଲା ଓଡ଼ିଶାର ସତ୍ୟ । ହେଲେ ଏହାର ତୁଳନା ଏକବିଂଶ ଶତାବ୍ଦୀରେ କରମା ମୁଦୁଲିଙ୍କ କାହାଣୀ ସହ କରନ୍ତୁ । ସୁଦୂର ଆଦିବାସୀ ଇଲାକାରୁ ରାଜଧାନୀର ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ପଢ଼ିବାକୁ ଆଓି ପାରୁଛନ୍ତି । ଏ ହେଉଛି ବର୍ତ୍ତମାନର ଓଡ଼ିଶା, ଯେଉଁଠି ଭରି ରହିଛି ବହୁତ ସମ୍ଭାବନା ।’

ଆଗକୁ ସେ କହିଥିଲେ, ‘କଳାହାଣ୍ଡି ଏକ ଗରିବ ଜିଲ୍ଲା ଭାବେ ବର୍ଷ ବର୍ଷ ଧରି ପରିଚିତ ହୋଇ ଆସୁଥିଲା । ଏବେ ଏହି ଜିଲ୍ଲା ଓଡ଼ିଶାର ଏକ ପ୍ରମୁଖ ଚାଉଳ ଉତ୍ପାଦନକାରୀ ଜିଲ୍ଲା । ଯିଏ ନ୍ୟାସନାଲ ଫୁଡ ଡିଷ୍ଟ୍ରିବ୍ୟୁସନ କାର୍ଯ୍ୟକ୍ରମରେ ଓଡ଼ିଶାର ଯୋଗଦାନରେ ସହାୟକ ହୋଇପାରିଛି । ଆଜି ଓଡ଼ିଶା ଖେଳର ହବ ପାଲଟିଛି । ଜାତୀୟ ଓ ଅନ୍ତର୍ଜାତୀୟ କ୍ରିଡା ସଂଗଠନ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶାକୁ ପସନ୍ଦ କରୁଛନ୍ତି । କୋଭିଡ-୧୯ ମହାମାରୀର ଦ୍ବିତୀୟ ଲହର ସମୟରେ ଆମ ପଦକ୍ଷେପ ଉପରେ ନଜର ପକାନ୍ତୁ । ଲୋକଙ୍କ ଜୀବନ ବଞ୍ଚାଇବାକୁ ପୂରା ଦେଶକୁ ଅକ୍ସିଜେନ ଯୋଗାଇବାର ନେତୃତ୍ବ ନେଇଥିଲୁ । ଆଜି ଓଡ଼ିଶା ନିବେଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ବିଭିନ୍ନ କ୍ଷେତ୍ରରେ ଆମେ ଯେଉଁ ଉଚ୍ଚତା ଛୁଇଁଛୁ, ଏମିତି ଅନେକ କାହାଣୀ ଏହାକୁ ପ୍ରମାଣିତ କରୁଛନ୍ତି ।’

ସେ କହିଥିଲେ, ‘ବର୍ଷ ବର୍ଷ ଧରି ଓଡ଼ିଶା ଦେଶର ବିକାଶରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଏହାକୁ ଆଗକୁ ବଢ଼ାଇ ଚାଲିଛି । ସମାନତା ଓ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଆମେ ଅତ୍ୟାଧୁନିକ ଟେକ୍ନୋଲଜି ସହ କାମ କରିବାକୁ ସକ୍ଷମ । ଖାଦ୍ୟ ଉତ୍ପାଦନ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ହେଉ, ମହିଳା ସଶକ୍ତିକରଣ ହେଉ ବା ସ୍ବାସ୍ଥ୍ୟସେବା, ଖେଳ, ଶିକ୍ଷା ଅବା ସେବା ପ୍ରଦାନ ପୂରା ରାଜ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଆମ ପରିବର୍ତ୍ତନର କାହାଣୀ ଦେଶ ଓ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଲୋକଙ୍କ ଜୀବନ ପ୍ରତି ଆମର ଆନ୍ତରିକତା, ସହଯୋଗ ଓ ସମ୍ମାନକୁ ଦର୍ଶାଉଛି । ଏକ ଆତ୍ମବିଶ୍ବାସୀ ଓଡ଼ିଶାର କାହାଣୀ ବାସ୍ତବରେ ପ୍ରରଣାଦାୟୀ ।’

ଏହାସହ ସେ ମୁଁ ଦି ନ୍ୟୁ ଇଣ୍ଡିଆ ଏକ୍ସପ୍ରେସକୁ ୧୦ମ ସଂସ୍କରଣ ପାଇଁ ଅଭିନନ୍ଦନ ଜଣାଇବା ସହ ଏହା ଆହୁରି ଆଗକୁ ବଢୁ ବୋଲି କହି ଶୁଭକାମନା ଜଣାଇଥିଲେ ।

ପଦମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ଡିସେମ୍ବର ୫ ତାରିଖରେ ପଦମପୁର ଉପ ନିର୍ବାଚନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ବୈଠକରେ ବରଗଡ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଏବଂ ଉପ ନିର୍ବାଚନ ସହ ଜଡିତ ସମସ୍ତ ବରିଷ୍ଠ ଅଧିକାରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପ୍ରସ୍ତୁତି ନେଇ ଆଲୋଚନ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଉପ ନିର୍ବାଚନ ପାଇଁ ଆଉ କମ୍ ସମୟ ହାତରେ ରହିଛି । ଏନେଇ ନିର୍ବାଚନ ପରିଚାଳନା ଯୋଜନା ଖୁବଶୀଘ୍ର ପ୍ରସ୍ତୁତ କରି ରିଟର୍ଣ୍ଣିଙ୍ଗ ଅଧିକାରୀ, ସହକାରୀ ରିଟର୍ଣ୍ଣିଙ୍ଗ ଅଧିକାରୀ ଏବଂ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତ କରିବା ସହ ସେମାନଙ୍କୁ ନିର୍ବାଚନ ପରିଚାଳନା ପାଇଁ ତାଲିମ ପ୍ରଦାନ ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ପଦମପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବାକୁ ଥିବା ସମସ୍ତ ବୁଥକୁ ସମ୍ପୃକ୍ତ ବିଡିଓଙ୍କ ଜରିଆରେ ପରିଦର୍ଶନ କରାଇ କାର୍ଯ୍ୟକ୍ଷମ କରାଇବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ପଦମପୁର ଉପନିର୍ବାଚନ ପାଇଁ ଭୋଟର ତାଲିକାକୁ ଅପଡେଟ୍ କରିବାକୁ ପରାମର୍ଶ ଦେଇଛନ୍ତି । ଲାଗୁ ହୋଇଥିବା ଆଚରଣ ବିଧିକୁ କେହି ଉଲ୍ଲଂଘନ କଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ।

ଉପନିର୍ବାଚନରେ ଆଞ୍ଚଳିକ ଦଳ ଦେଖାଇଲେ ଦମ୍

ଭୁବନେଶ୍ବର: ଦେଶର ବିଭିନ୍ନ ସ୍ଥାନରେ ହୋିଥିବା ଉପନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଏଥିରେ ଆଞ୍ଚଳିକ ଦଳଙ୍କ ଦବଦବା ଦେଖିବାକୁ ମିଳିଛି । ବିହାର ମୋକମାରେ ଆରଜେଡି ବିଜେପିକୁ ପରାସ୍ତ କରିଥିବାବେଳେ ତେଲଙ୍ଗାନାରେ ବିଜେପିକୁ ଧରାଶାୟୀ କରିଛି ଟିଆରଏସ । ୟୁପି ଗୋଲା ଗୋରଖନାଥ ଓ ହରିଆଣା ଆଦମପୁରରେ ବିଜେପି ବିଜୟୀ ହୋଇଛି । ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟରେ ଶିବସେନା ଉଦ୍ଧବ ଗୋଷ୍ଠୀ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବଡ଼କଥା ହେଉଛି ଏହି ଆସନରେ ପରାଜିତ ୬ ପ୍ରାର୍ଥୀ ଯେତିକି ଭୋଟ୍ ପାଇଛନ୍ତି ନୋଟାରେ ସେତିକି ଭୋଟ ପଡ଼ିଛି ।

ବିହାର ଗୋପଳଗଞ୍ଜ ସିଟର ବିଜେପି ବିଧାୟକ ସୁଭାଷ ସିଂଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ କୁସୁମ ଦୁବେ ନିର୍ବାଚନ ଲଢ଼ୁଥିଲେ । ଏଥିରେ ସେ ତାଙ୍କ ନିଟକତମ ପ୍ରତିଦ୍ବନ୍ଦ୍ବି ଆରଜେଡିର ମୋହନ ପ୍ରସାଦ ଗୁପ୍ତାଙ୍କୁ ପରାସ୍ତ କରିଛନ୍ତି । ସେହିପରି ମୋକାମା ଆସନରେ ଆରଜେଡି ବିଧାୟକ ଅନନ୍ତ ସିଂ ଅଯୋଗ୍ୟ ଘୋଷିତ ହେବା ପରେ ସେଠାରେ ଉପନିର୍ବାଚନ ହୋଇଥିଲା । ଏଠାରେ ଆରଜେଡି ତାଙ୍କ ପତ୍ନୀ ନୀଲମ ଦେବୀଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନୀଲମ ଜିତି ନେଇଛନ୍ତି । ସେ ବିଜେପିର ବାହୁବଳୀ ଲଲନ ସିଂଙ୍କ ପତ୍ନୀ ସୋନମ ଦେବୀଙ୍କୁ ପରାସ୍ତ କରିଛନ୍ତି ।

ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ ଆଓନରେ ମଧ୍ୟ ଆଜି ଉପନିର୍ବାଚନ ଫଳାଫଳ ଆସିଛି । ଏଠାରେ ଶିବସେନାର ରମେଶ ଲଟକେ ବିଧାୟକ ଥିଲେ । ତାଙ୍କ ପରଲୋକ ପରେ ଏହି ଆସନଟି ଖାଲି ପଡ଼ିଥିଲା । ଉଦ୍ଧବ ବାଲାସାହେବ ଠାକରେ ରମେଶଙ୍କ ପତ୍ନୀ ଋତୁଜା ଲଟକେଙ୍କୁ ୬ ସ୍ବାଧୀନ ପ୍ରାର୍ଥୀ ଟକ୍କର ଦେଇଥିଲେ । ମଜାଦାର କଥା ହେଲା ଋତୁଜାଙ୍କୁ ଏକତରଫା ବିଜୟ ମିଳିଥିବା ବେଳେ ସମସ୍ତ ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ ଠାରୁ ନୋଟାରେ ଅଧିକ ଭୋଟ ପଡ଼ିଥିଲା ।

ତେଲେଙ୍ଗାନାର ମୁନୁଗୋଡ଼େ ଆସନରୁ କଂଗ୍ରେସ ବିଧାୟକ ଥିବା ରାଗୋପାଳ ରେଡ୍ଡୀ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଖାଲି ପଡ଼ିଥିବା ଏହି ଆସନରେ ଉପନିର୍ବାଚନ ହୋଇଥିଲା । ବିଜେପି ଏଠାରେ ତାଙ୍କୁ ପ୍ରାର୍ଥୀ କରିଥିଲା । ତେବେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି । ସେ ଠିଆରଏସ ପ୍ରାର୍ଥୀ କେ. ପ୍ରଭାକର ରେଡ୍ଡୀଙ୍କଠାରୁ ପରାସ୍ତ ହୋଇଛନ୍ତି ।

ହରିଆଣାର ଆଦମପୁର ଆସନରେ ବିଜେପିର ଭବ୍ୟ ବିଷ୍ଣୋଇ ବିଜୟୀ ହୋଇଛନ୍ତି । ତାଙ୍କୁ ସେଠାରେ ଟକ୍କର ଦେଉଥିଲେ କଂଗ୍ରେସର ଜୟ ପ୍ରକାଶ ।

ଓଡ଼ିଶା ଧାମନଗରରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ଏଠାରେ ସୂରଜ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ବିଜେଡିର ଅବନ୍ତୀ ଦାସଙ୍କୁ ପରାସ୍ତ କରିଛନ୍ତି ।