ଆର୍ଥିକ ସଙ୍କଟ ମଧ୍ୟରେ ବେହାଲ ପାକିସ୍ତାନବାସୀ, ଅନ୍ଧାରରେ ୨୨ ଜିଲ୍ଲା  

1 min read

 

କରାଚୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଚିନ୍ତା ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ସକାଳୁ ପାକିସ୍ତାନର ଅନେଇ ଜିଲ୍ଲାରେ ଅନ୍ଧକାର ଛାଇଯାଇଛି। ଇସଲାମାବାଦ, କରାଚି ଓ ପେଶାୱରର ୨୨ ଜିଲ୍ଲାରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିଛି।

ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ମେଣ୍ଟେନାସ୍ କାର୍ଯ୍ୟ ଜୋରସୋରରେ ଚାଲିଛି । ଆଶା କରୁଛୁ ଖୁବ୍ ଶୀଘ୍ର ପାୱାର ସପ୍ଲାଇ ଦିଆଯିବ । ତେବେ ପାକିସ୍ତାନୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ନ୍ୟାସନାଲ୍ ଗ୍ରୀଡ୍ ସିଷ୍ଟମରେ ତ୍ରୁଟି ଯୋଗୁଁ ଏଭଳି ଘଟିଛି।

କ୍ୱେଟା ଇଲେକ୍ଟ୍ରିକ୍ ସପ୍ଲାଇ କମ୍ପାନୀ (QESCO) ମୁତାବକ ସିନ୍ଧର ଗୁଡ୍ଡୁ ଅଞ୍ଚଳରେ କ୍ୱେଟା ଯାଉଥିବା ଦୁଇ ଟ୍ରାନ୍ସମିଶନ ଲାଇନ୍ ଖରାପ ହୋଇଯାଇଛି । ଯାହାଫଳରେ କ୍ୱେଟା ସମେତ ବଲୁଚିସ୍ଥାନର ୨୨ ଜିଲ୍ଲାରେ ବିଜୁଳି ସଙ୍କଟ ଦେଖାଦେଇଛି। ଦେଶର ଆର୍ଥିକ ସଙ୍କଟ ମଧ୍ୟରେ ମାସ୍ ବିଜୁଳି କାଟକୁ ନେଇ ସାଧାରଣରେ ଜନଅସନ୍ତୋଷ ପ୍ରକାଶ ପାଇଛି ।

ବିଦ୍ୟୁତ ସଙ୍କଟ ଯୋଗୁ ନିକଟରେ ପାକିସ୍ତାନ ନ୍ୟାସନାଲ ଇଲେକଟ୍ରିକ ରେଗୁଲେଟୋରୀ ଅଥରିଟି ପକ୍ଷରୁ ବିଦ୍ୟୁତ୍ ଦର ପ୍ରତି ୟୁନିଟ ପିଛା ୩ଟଙ୍କା ୩୦ ପଇସା ବୃଦ୍ଧି କରାଯାଇଥିଲା । ବର୍ଦ୍ଧିତ ଦର ଲାଗୁ ହେବା ପରେ ବିଦ୍ୟୁତ୍ ଦର ପ୍ରତି ୟୁନିଟ ପିଛା ୪୩ଟଙ୍କା ହୋଇଥିଲା । ସରକାର ବିଦ୍ୟୁତ ଯୋଗାଣ କମ୍ପାନୀ ହିତାଧିକାରୀଙ୍କୁ ୧୮ଟଙ୍କାର ସବସିଡି ଦେଉଛନ୍ତି । ବିଜୁଳି ବଞ୍ଚାଇବା ପାଇଁ ସନ୍ଧ୍ୟା ୮ଟାରୁ ସମସ୍ତ ଦୋକାନ, ବଜାର କରିବାକୁ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଥିଲେ । ଭାରତ ତୁଳନାରେ ପାକିସ୍ତାନରେ ବିଦ୍ୟୁତ ଦର ପ୍ରାୟ ୪ଗୁଣା ଅଧିକ ରହିଛି ।