୨୦୨୪ ନିର୍ବାଚନରେ ବିଜେଡି ମାରିବ ବାଜି; ସଂକଳ୍ପ ନେଲେ ନେତା, କର୍ମୀ

କଟକ: ୨୦୨୪ ନିର୍ବାଚନରେ କଟକ ବାରବାଟୀ ନିର୍ବାଚନମଣ୍ଡଳୀରେ ବିଜେଡି ମାରିବ ବାଜି । ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ। କଟକ ଖ୍ରୀଷ୍ଟିଆନ ପଡ଼ିଆରେ ଆୟୋଜିତ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏପରି ସଂକଳ୍ପ ନେଇଛି ବିଜେଡି।

ଗତ ପୌର ନିର୍ବାଚନ ସମୟରେ ବିଜେଡି ବାରବାଟୀରେ ଦେଖାଇଥିଲା ଦମ୍‌। ୨୮ଟି କର୍ପୋରେଟର ଜିତିବା ସହ ମେୟର ସୁବାସ ସିଂ ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ଜିତିଥିଲେ। କଟକର ବିକାଶ ଦିଗରେ ରାଜ୍ୟ ସରକାର ଯେଉଁ ତତ୍ପରତା ଦେଖାଉଛନ୍ତି, ତାକୁ କଟକବାସୀ ପ୍ରଶଂସା କରିଛନ୍ତି। ଏସସିବି ମେଡିକାଲ ସମ୍ପ୍ରସାରଣ ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରହିଛି। କଟକରେ ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଆଦି ସବୁ ଦିଗକୁ ନୂଆରୂପ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।