ନିଶା ପାଇଁ ଜେଜେ ମା‘କୁ ହତ୍ୟା କଲା ନାତି

କୋଲକାତା: ନିଶା ପାଇଁ ସମ୍ପର୍କରେ ପଡ଼ିଲା ରକ୍ତର ଛିଟା। ଜେଜେ ମା‘କୁ ହତ୍ୟା କରି ନାତି ଗିରଫ। ମଦ ପିଇବାକୁ ଟଙ୍କା ନଦେବାରୁ ଜେଜ ମା‘କୁ ମାରିଦେଲା ନାତୀ। ପଶ୍ଚିମବଙ୍ଗ ନଦିଆ ତାହେବପୁର୍ ଅଞ୍ଚଳରେ ରହୁଥିବା ନିଶା ଦାସ ନାମକ ବୃଦ୍ଧାଙ୍କ ମୃତଦେହ ୩ଦିନ ପରେ ତାଙ୍କ ଘରୁ ଉଦ୍ଧାର ହୋଇଛି।

ଘର ଭିତରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ। ୨ବର୍ଷ ପୂର୍ବରୁ ମୃତକଙ୍କ ପୁଅ ଓ ସ୍ବାମୀଙ୍କ ମୃତ୍ୟୁ ହୋଇସାରିଥିଲା। ନାତି ଆକାଶ ଦାସ ସହ ରହୁଥିଲେ ନିଶା। ପ୍ରତିଦିନ ରାତିରେ ମଦ ପିଇ ନିଜ ଜେଜେ ମା‘ ସହ କଳି କଜିଆ କରେ ଓ କୌଣସି କାମ ମଧ୍ୟ କରେ ନାହିଁ।

ତେଣୁ ଆକାଶ ହିଁ ଜେଜେ ମା‘କୁ ମାରିଥିବା ସାହି ପଡୋଶୀ କହିବା ପରେ ପୋଲିସ ନାତିକୁ ଅଟକ ରଖି ଜେରା କରିଥିଲା। ମଦ ପାଇଁ ଟଙ୍କା ନଦେବାରୁ ଜେଜେମାକୁ ମାରିଥିବା ମାନିଛି ନାତି ।