spot_img
Home Blog Page 3723

ପଞ୍ଚମ ଦିନରେ ବାଲିଯାତ୍ରା, କଟକ-ଇନ-କଟକ ଦେଖିବାକୁ ଆଗ୍ରହ ଦେଖଣାହାରୀ

କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା । ଆଜି ଯାତ୍ରାର ପଞ୍ଚମ ଦିନ । ଉପର ଓ ତଳ ବାଲିଯାତ୍ରା ପଡିଆରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ତଳ ପଡିଆରେ ନୂଆ କରି ହୋଇଥିବା କଟକ- ଇନ-କଟକ ଦେଖିବାକୁ ଲୋକ ବେଶି ଆଗ୍ରହ ଦେଖାଉଛନ୍ତି । ଏଥିରେ କଟକ ସହରର ଚଣ୍ଡୀ ମନ୍ଦିର, ଧବଳେଶ୍ବର ମନ୍ଦିର, କଦମୀ ରସୁଲ, ଯୋବ୍ରାର ଗୁରୁଦ୍ବାର , ଚର୍ଚ୍ଚ ଭଳି ଅନେକ ଧାର୍ମିକ ପୀଠର ପ୍ରତିକୃତି ପ୍ରତିଷ୍ଠା କରାଯାଇଛି ।

ଏଥି ସହିତ ଏହା ଭିତରେ ଏକ ସବୁଜ ବଳୟ ସୃଷ୍ଟି କରାଯାଇଛି ଯେଉଁଠି ଲୋକମାନେ ବୁଲାବୁଲି କରି ବେଶ କିଛି ସମୟ କଟାଉଛନ୍ତି । ସଂଧ୍ୟା ହେବା କ୍ଷଣି ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଶ ମସଗୁଲ ହେଉଛନ୍ତି ଦର୍ଶକ ।

ଚଳିତବର୍ଷ ଉପର ଏବଂ ତଳ ବାଲିଯାତ୍ରା ପଡିଆରେ ୧୭ ଶହ ଷ୍ଟଲ ବସିଛି । ମୁଖ୍ୟ ଆକର୍ଷଣ ସାଜିଛି ଦୋଳି, ମୀନା ବଜାର ଓ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା । ପଲ୍ଲୀଶ୍ରୀ ମେଳାର ୪୫୯ ଷ୍ଟଲରେ ୧ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । ୨ବର୍ଷ ପରେ ଯାତ୍ରା ହେଉଥିବାରୁ ଭଲ ବ୍ୟବସାୟ ହେବାନେଇ ସମସ୍ତେ ଆଶାବାଦୀ । ଅଧିକ ଗହଳି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ଫୋର୍ସ । ସିସିଟିଭି କ୍ୟାମେରା ସାଙ୍ଗକୁ ତଳ ଓ ଉପର ଯାତ୍ରା ପଡ଼ିଆରେ ୧୧ଟି ପୋଲିସ ସହାୟତା କେନ୍ଦ୍ର ରହିଛି ।

ଡିସେମ୍ବର ୭ରୁ ସଂସଦର ଶୀତ ଅଧିବେଶନ, ସରକାରଙ୍କୁ ଘେରିବାକୁ କଂଗ୍ରେସ ପାଖରେ ୧୫ ପ୍ରସଙ୍ଗ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ । ୨୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଅଧିବେଶନ । କିଭଳି ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିବ, ସେ ନେଇ ତା ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ବିନା କୌଣସି ହୋ-ହାଲ୍ଲାରେ କିଭଳି ସୁରୁଖୁରରେ ସଂସଦ ଚାଲିବ ସେନେଇ ଏଥର ମୁଖ୍ୟ ଏଜେଣ୍ଡା ରହିବ । ଗୃହ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ସରକାର ।

ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି । ପଡୋଶୀ ରାଷ୍ଟ୍ର ସହ ସୀମା ବିବାଦ ମଧ୍ୟ ଲାଗି ରହିଛି । ବିରୋଧୀ କଂଗ୍ରେସ ଏଥର ୧୫ରୁ ୧୬ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିପାରେ । ଅନ୍ୟପଟେ ଟିଏମସି, ଆରଜେଡି, ଶିବସେନା, ଏନସିପି ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତ କରିବେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡ୍ରାଇଭର ମହାସଂଘ, ଆନ୍ଦୋଳନରେ ପଡିଲା ପୂର୍ଣ୍ଣଛେଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର ମହାସଂଘ । ଗତ ଦୁଇ ଦିନ ଧରି ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଚାଲିଥିଲା । ଆଜି ମହାସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଓଡ଼ିଆରେ କଥା ହୋଇଥିଲେ ।

ମାସକ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶ୍ବାସନା ପରେ ମହାସଂଘର କର୍ମକର୍ତ୍ତମାନେ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ଏଥିସହ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସକାରାତ୍ମକ ପ୍ରତିଶ୍ରୁତି ମିଳିଥିବାରୁ ଆନ୍ଦୋଳନ ସ୍ଥଳରେ ସେମାନେ ଉତ୍ସବ ମନାଇଛନ୍ତି । ଦଣ୍ଡବତ ଯାତ୍ରା ସଫଳ ହୋଇଛି ବୋଲି ଡ୍ରାଇଭର ସଂଘ କହିଛନ୍ତି । ଏଥିସହ ସରକାର ଓ ଜଗନ୍ନାଥଙ୍କ ଉପରେ ଆମ ସମ୍ପୂର୍ଣ୍ଣ ବିଶ୍ବାସ ଅଛି ବୋଲି କହିଛନ୍ତି ।

ଲାଲ ବାହିନୀକୁ ଲାଗିଲା ଶକ୍ତ ଧକ୍କା, ପୋଲିସ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ

କୋରାପୁଟ: ବୈପାରୀଗୁଡାରେ ବଡ଼ ଧରଣର ଏନକାଉଣ୍ଟର । ପୋଲିସ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଲାଲ ବାହିନୀକୁ ଲାଗିଛି ଶକ୍ତ ଧକ୍କା । ମାଳିପଦର ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ବେଳେ, ଚଢ଼ାଉ କରିଥିଲା ପୋଲିସ । ପୋଲିସକୁ ଦେଖି ସେମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ  । ଯାହାର ଜବାବ ଦେଇଛନ୍ତି ପୋଲିସ ଅଧିକାରୀ  ।

ଫଳରେ ପୋଲିସକୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ । ପୋଲିସର ଜବାବି ଗୁଳି ମାଡ଼ରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ ।

ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ଯୁବତୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ । ବେକରେ ଗାମୁଛା ବାନ୍ଧି ଯୁବତୀ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବତୀ ଜଣଙ୍କ ଖଣ୍ଡଗିରି ବାରଭୁଜା ଅଞ୍ଚଳରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ । ମୃତ ଯୁବତୀ ହେଲେ ପୁରୀ ଜିଲ୍ଲା ତିରିପଦା ଗଡ଼ର ଦୀପ୍ତି ପାଣି ।

ମିଳିଥିବା ସୂଚନା ମୁତାବକ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ ହୋଇଛି । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ଖଣ୍ଡଗିରି ଥାନା ପୋଲିସ । ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବା ପଛର କାରଣ କଣ ହୋଇପାରେ  । ଆତ୍ମହତ୍ୟା ପଛର କାରଣ ଖୋଜୁଛି ପୋଲିସ  ।

ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶୁଛନ୍ତି ବିରୋଧି ନେତା

ପଦ୍ମପୁର: ଆହୁରି ବଢୁଛି ବିଜେଡି ବଳ । ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ପ୍ରତି ଅନ୍ୟ ଦଳ ନେତା ଓ କର୍ମୀଙ୍କର ଆସ୍ଥା ସେତିକି ବଢ଼ିବାରେ ଲାଗିଛି । ଆଜି ପାଇକମାଳରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ଶତାଧିକ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ଏମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଅଛନ୍ତି ।

ଏହି କର୍ମୀ ସମ୍ମିଳନୀରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନବ କିଶୋର ଦାଶ, ସାଂସଦ ନିରଞ୍ଜନ ବିଶି, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ବିକାଶଧାରା ଓ ଦୁର୍ନୀତିମୁକ୍ତ ଶାସନ ପ୍ରତି ଆକୃଷ୍ଟ ହୋଇ ଅନ୍ୟ ଦଳର ନେତା ଓ କର୍ମୀ ବିଜେଡିରେ ମିଶିଥିବା କହିଛନ୍ତି । ପଦମପୁର ଉପନିର୍ବାଚନ ସମୟରେ ପ୍ରତିଦିନ ଅନ୍ୟ ଦଳର ଶହଶହ କର୍ମୀ ବିଜେଡିରେ ମିଶୁଥିବାରୁ ଦଳର ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି ।

ପ୍ରକାଶ ପାଇଲା OJS ରେଜଲ୍ଟ, ପ୍ରଥମ ତିନି ସ୍ଥାନରେ ମହିଳା

ଭୁବନେଶ୍ୱର: ପ୍ରକାଶ ପାଇଲା  ୨୦୨୧ ମସିହାର ଓଜେଏସ ରେଜଲ୍ଟ  । ଓଡ଼ିଶା ନ୍ୟାୟିକ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ଚଳିତବର୍ଷ ଆଦ୍ୟାଶା ମିଶ୍ର ହୋଇଛନ୍ତି ଓଜେଏସ ଟପ୍ପର  । ପ୍ରଥମ ତିନୋଟି ସ୍ଥାନରେ ଅଛନ୍ତି ମହିଳା  । ଓପିଏସସି ପକ୍ଷରୁ ପ୍ରକାଶ ପାଇଛି ରେଜଲ୍ଟ  । ସେହିପରି ପ୍ରକାଶ ପାଇଥିବା ରେଜଲ୍ଟରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଚେତନା ପଟ୍ଟନାୟକ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି  ଗୀତାଞ୍ଜଳୀ ନାଇଡୁ  ।

ଟ୍ୱିଟର ଛାଡୁଛନ୍ତି ବରିଷ୍ଠ ଅଧିକାରୀ, ବୁଡିଯିବ କି କମ୍ପାନୀ ..

ନନ୍ଦିଘୋଷ ବ୍ୟୁରୋ: ଏଲନ ମସ୍କଙ୍କ ହାତକୁ କମ୍ପାନୀ ମାଲିକାନା ଯିବା ପରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଅନେକ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିଥିବା ବେଳେ ଏବେ ବହୁ ବରିଷ୍ଠ ଅଧିକାରୀ ଇସ୍ତଫା ଦେଉଛନ୍ତି । ବରିଷ୍ଠ ଅଧିକାରୀମାନେ କମ୍ପାନୀ ଛାଡ଼ିବା ଯୋଗୁ ଟୁଇଟର ଦେବାଳିଆ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ମସ୍କ କହିଛନ୍ତି । ଆସନ୍ତାବର୍ଷ କମ୍ପାନୀ ଆରବ ଡଲାରର କ୍ଷତି ସହିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ମସ୍କ ।

ନିକଟରେ ଟୁଇଟରର ମୁଖ୍ୟ ସୁରକ୍ଷା ଅଧିକାରୀ ଓ ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ପଦରୁ ଇସ୍ତଫା ଦେଇଥିଲେ । ଏହାଦ୍ବାରା କମ୍ପାନୀର ଆର୍ଥିକ ସ୍ଥିତି ଉପରେ ସଙ୍କଟ ରହିଛି ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରକୁ ମସ୍କ କିଣିବା ପରେ ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।

ଫେକ୍ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବାକୁ କମ୍ପାନୀ ଘୋଷଣା କରିଥିବା ବେଳେ ବ୍ଲୁ ଟିଗ୍ ଆକାଉଣ୍ଟକୁ ପ୍ରତିମାସରେ ୮ଡଲାର ଦେବାକୁ ହେବ ବୋଲି କମ୍ପାନୀ ଘୋଷଣା କରିଥିଲା । ଏବେ ବିଜ୍ଞାପନ କମ୍ପାନୀମାନେ ମଧ୍ୟ ଟୁଇଟର ଛାଡୁଥିବାରୁ ପ୍ରତିଦିନ ପ୍ରାୟ ୪ ମିଲିୟନ ଡଲାରର କ୍ଷତି ସହୁଛି କମ୍ପାନୀ ।

ପୁଣି ଜଣେ ଅଭିନେତାଙ୍କ ମୃତ୍ୟୁ, ଜିମରେ ଚାଲିଗଲା ଜୀବନ

ମୁମ୍ବାଇ: ପୁଣି ଜଣେ ଅଭିନେତାଙ୍କ ମୃତ୍ୟୁ । ଓ୍ବାର୍କଆଉଟ ବେଳେ ହୃଦଘାତର ଶିକାର ହେଲେ ଅଭିନେତା । ଟେଲିଭିଜନ ଦୁନିଆର ବେଶ ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ମୃତ୍ୟୁ ହୋଇଛି । ଜିମରେ ଓ୍ବାର୍କଆଉଟ କରୁଥିବା ବେଳେ ସିଦ୍ଧାନ୍ତଙ୍କୁ ହାର୍ଟ ଆଟାକ ଆସିଥିଲା । ସିଦ୍ଧାନ୍ତଙ୍କୁ ତାଙ୍କ ଜିମ୍‌ ଟ୍ରେନର ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁସୁମ, ବାରିସ ଆଦି ଶୋରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ଆଗରୁ ଅନେକ ନାମୀଦାମୀ କଳାକାରଙ୍କ ମୃତ୍ୟୁ ଘଟିଛି  । ପରବର୍ତ୍ତୀ ସମୟରେ ଜଣା ପଡିଛି ମୃତ୍ୟୁର କାରଣ କେବଳ ଜିମ୍  । ଅର୍ଥାତ ଜିମ୍ କରୁଥିବାବେଳେ ଅଧିକାଂଶ କଳାକାରଙ୍କ ମୃତ୍ୟୁ ଘଟୁଥିବା ପରିଲିଖିତ ହୋଇଛି  । ସିଦ୍ଧାର୍ଥ ଶୁକ୍ଲାଙ୍କ ଠାରୁ ଆରମ୍ଭ କରିସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ମୃତ୍ୟୁ ହୋଇଛି  ।

ନିଯୁକ୍ତି ପାଇବେ ୭ହଜାର ୫୪୦ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଯୁବକ ଯୁବତୀଙ୍କ ପାଇଁ ବମ୍ପର ନିଯୁକ୍ତି ସୁଯୋଗ। ସରକାରୀ ମାଧ୍ୟମିକ ସ୍କୁଲରେ ୭ହଜାର ୫୪୦ ଶିକ୍ଷକଙ୍କୁ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ଯୁବକ ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିକ୍ଷାର ରୂପାନ୍ତରଣ ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନକୁ ଅଧିକ କ୍ରିୟାଶୀଳ କରିବ। ସୋସିଆଲ୍ ମିଡିଆରେ ଏନେଇ 5Tସଚିବ ଭିକେ ପାଣ୍ଡିଆନ୍ ସୂଚନା ଦେଇଛନ୍ତି ।

ନୂତନ ଶିକ୍ଷକ ନିଯୁକ୍ତି ନେଇ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାର ଗତବର୍ଷ ୧୩ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । ଚଳିତବର୍ଷ ମଧ୍ୟ ଶିକ୍ଷା କ୍ଷେତ୍ରରେ ମେଗା ନିଯୁକ୍ତି ପ୍ରଦାନ କରିବେ ରାଜ୍ୟ ସରକାର  । ଯୁବକ-ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରି ଆତ୍ମନିର୍ଭର କରିବା ଦିଗରେ ରାଜ୍ୟ ସରକାରଙ୍କ ଏହା ବଳିଷ୍ଠ ଉଦ୍ୟମ  । ଏହି କ୍ରମରେ ଚଳିତ ବର୍ଷ  ୭ହଜାର ୫୪୦ ଶିକ୍ଷକଙ୍କୁ  ନିଯୁକ୍ତି ପ୍ରଦାନ କରିବେ  ।

ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲ ମାନଙ୍କରେ ବିଭିନ୍ନ ବିଷୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୁବଶୀଘ୍ର ୭୫୪୦ ହାଇସ୍କୁଲ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡିଶା ଷ୍ଟାଫ ସିଲେକ୍‌ସନ କମିଶନଙ୍କୁ ଅନୁରୋଧ କରାଯାଇଛି। ଏହି ପଦବୀ ଗୁଡିକ ପୂରଣ ହେବା ପରେ ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ଶିକ୍ଷକ ପଦବୀ ପୂରଣ ହୋଇପାରିବ।

ଟିଜିଟି (କଳା), ଟିଜିଟି (ପିସିଏମ ଓ ସିବିଜେଡ୍), ସଂସ୍କୃତ, ହିନ୍ଦି, ଉର୍ଦ୍ଦୁ, ତେଲୁଗୁ ଓ ଶାରୀରିକ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ। ପ୍ରକାଶ ଥାଉ କି, ୨୦୨୧-୨୨ ବର୍ଷରେ କରାଯାଇଥିବା ଦୁଇଟି ଚୟନ ପ୍ରକ୍ରିୟାରେ ୧୩ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକ ପଦବୀ ପୂରଣ କରାଯାଇ ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତର ଆଣିବା ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇ ପିଲାମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଛି। କମ୍ପୁଟର, ଇଣ୍ଟରନେଟ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ, ଉନ୍ନତ ଖେଳ ଉପକରଣ ଓ ପଡିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି। ୫-ଟିରେ ନିଯୁକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି। ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀ ଗୁଡିକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହିତ କ୍ଷୀପ୍ର ଗତିରେ ପୂରଣ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ହଜାର ହଜାର ପଦବୀ ପୂରଣ କରାଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ ।