ନୂଆଦିଲ୍ଲୀ: ଦେଶକୁ ଏବେ ନାହିଁ କରୋନାର ଭୟ । ଏପର୍ଯ୍ୟନ୍ତ ଦେଶର କୌଣସି ଜିଲ୍ଲାରେ ମଧ୍ୟ କରୋନାର ୟଲୋ ଆଲର୍ଟ ଜାରି କରାଯାଇନାହିଁ । ବର୍ତମାନ ଦେଶରେ ସଂକ୍ରମଣ ହାର ୦.୧୯ପ୍ରତିଶତ ଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୦.୧୪ ରହିଛି । ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ଅଧିକାରୀମାନେ କହିଛନ୍ତି ଯେ, ଚାଇନାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଦେଶରେ ସୁରକ୍ଷାକୁ ବଢାଇ ଦିଆଯାଇଥିଲା । ଏହାପରେ ଦେଶର ଜିଲ୍ଲା ଓ ରାଜ୍ୟର ରିପୋର୍ଟରୁ ଜଣାପଡିଥିଲାକି ଦେଶରେ ୫୦୦ରୁ ଅଧିକ ଜିଲ୍ଲାରେ ଜଣେ ବି କରୋନା ସଂକ୍ରମିତ ନାହାନ୍ତି ।
ହ୍ରିତିକଙ୍କ ନୂଆ ଲୁକ୍, ଫିଦା ହେଉଛନ୍ତି ଫ୍ୟାନ୍ସ୍
ମୁମ୍ବାଇ: ପାଗଳ କରୁଛି ହ୍ରିତିକଙ୍କ ଆବ୍ସ୍ ଫଟୋ । ନିଜର ଫିଟନେସ୍ ଓ ଜବରଦସ୍ତ ଡ୍ୟାନ୍ସ ଷ୍ଟାଇଲ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେହିଭଳି ନିଜର ୮ପ୍ୟାକ୍ ଆବ୍ସ ଦେଖାଇ ଫ୍ୟାନ୍ସ ମାନଙ୍କ ମନରେ ଚହଳ ସୃଷ୍ଟି କରିଛନ୍ତି । ତାଙ୍କର ଏହି ଫଟୋଟି ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପ୍ରଶଂସକ ମାନେ ତାଙ୍କର ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି । ହ୍ରିତିକ ରୋଶନ ନିଜ ଇନଷ୍ଟା ହ୍ୟାଣ୍ଡେଲରେ ଏହି ଫଟୋଟି ସେୟାର କରିଥିବା ବେଳେ ଫଟୋରେ ସେ ତାଙ୍କର ୮ ପ୍ୟାକ୍ ଆବ୍ସ ଦେଖାଉଛନ୍ତି । ଫଟୋରେ ସେ ମିରର୍ ସାମ୍ନାରେ ଛିଡାହୋଇଥିବା ବେଳେ ପିନ୍ଧିଥିବା କଳା ଟି-ସାର୍ଟଟିକୁ ଛାତି ଉପରକୁ ଉଠାଇ ଦେଇଛନ୍ତି । ଫଟୋଟିକୁ ସେୟାର କରିଥିବା ସହିତ କ୍ୟାପସନରେ ଲେଖିଛନ୍ତି, ସବୁ ଠିକଠାକ୍, ଚାଲ ୨୦୨୩ କୁ ଯିବା । କେବଳ ଫ୍ୟାନ୍ସ ନୁହଁନ୍ତି ସେଲିବ୍ରିଟିମାନେ ମଧ୍ୟ ହ୍ରିତିକଙ୍କ ଏହି ଲୁକକୁ ପସନ୍ଦ କରୁଛନ୍ତି । ତାଙ୍କର ଏହି ମସ୍କୁଲାର ଚେହେରାକୁ ଦେଖି ପ୍ରଶଂସକ ମାନେ ତାଙ୍କ ଉପରେ ପ୍ରେମ ବର୍ଷା କରୁଛନ୍ତି । ତାଙ୍କର ଏହି ଫଟୋରେ ସେଲିବ୍ରିଟିଠୁ ଆରମ୍ଭ କରି ପ୍ରଶଂସକ ମାନେ ମଜାଦାର କମେଣ୍ଟ ଦେଇଛନ୍ତି । ଅନ୍ୟପକ୍ଷରେ ହ୍ରିତିକ ରୋଶନ ବର୍ତ୍ତମାନ ଦୀପିକା ପାଦୁକୋନଙ୍କ ସହ ପରବତ୍ତୀ ଫିଲ୍ମ “ଫାଇଟର” ପାଇଁ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟି ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି ।
ସାଉଦିଆରବୀୟ ମହିଳାଙ୍କ ସ୍ୱପ୍ନ ହେଲା ପୂରା, ଚଲାଇବେ ବୁଲେଟ ଟ୍ରେନ୍
ସାଉଦି ଆରବ : ସାଉଦି ଆରବ ଭଳି ରକ୍ଷଣଶୀଳ ମୁସଲିମ୍ ରାଷ୍ଟ୍ରରେ ମହିଳା ବୁଲେଟ୍ ଟ୍ରେନ୍ ଚଳାଇବାକୁ ଯାଉଛନ୍ତି । କିଛି ବର୍ଷ ତଳେ ଯେଉଁ ଦେଶରେ କାର ଚଳାଇଲେ ମହିଳାଙ୍କୁ ଜେଲ ଦଣ୍ଡ ମିଳୁଥିଲା ସେହି ଦେଶରେ ମହିଳା ବୁଲେଟ୍ ଟ୍ରେନ୍ ଚଳାଇବା କଥା ନିଶ୍ଚିତ ଭାବେ ଚକିତ କଲାଭଳି ।
ବୁଲେଟ୍ ଟ୍ରେନ୍ ଚଳାଇବା ପାଇଁ ସୌଦି ମହିଳାଙ୍କର ପ୍ରଥମ ବ୍ୟାଚ ପ୍ରସ୍ତୁତ ହୋଇସାରିଲାଣି । ସୂଚନା ଅନୁସାରେ ସାଉଦି ଆରବରେ ୪ ବର୍ଷ ପୂର୍ବରୁ ମହିଳାଙ୍କ ଡ୍ରାଇଭିଂ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ରାଜା ସଲମାନ ସିହାଂସନ ଆରୋହଣ ପରେ କଟକଣାକୁ ହଟାଇଥିଲେ । ଏହା ସହିତ ପ୍ରଥମଥର ପାଇଁ ମହିଳାଙ୍କୁ ବୁଲେଟ ଟ୍ରେନ ଚଳାଇବା ପାଇଁ ଅନୁମତି ଦେବାକୁ ଏହି ନିଷ୍ପତ୍ତି ନେଇଛନ୍ତି । ସେଥି ନିମନ୍ତେ ସୌଦି ମହିଳା ଡ୍ରାଇଭରଙ୍କୁ ପ୍ରଥମ ବ୍ୟାଚରେ ହିଁ ଟ୍ରେନିଙ୍ଗ ଦିଆଯାଉଛି ।
ସାଉଦିଆରବ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଏକ ଭିଡିଓ ଜାରି କରାଯାଇଛି । ଯାହାକି ସୌଦି ମହିଳାଙ୍କ ଏତେ ଦିନର ସ୍ୱପ୍ନକୁ ପୂରା କରିପାରିଛି । ସାଉଦିଆରବ ରେଳ ମନ୍ତ୍ରଣାଳୟର ଟ୍ୱିଟର ହାଣ୍ଡେଲରେ ଏହି ଭିଡିଓ ଜାରି ହୋଇଥିବାବେଳେ ଏଥିରେ ସୌଦି ମହିଳାଙ୍କ ଗୋଟିଏ ଟିମ ବୁର୍ଖା ପିନ୍ଧି ବୁଲେଟ ଟ୍ରେନ ଡ୍ରାଇଭ କରୁଥିବା ନଜର ଆସୁଛନ୍ତି । ସେମାନଙ୍କ ସହ କିଛି ପୁରୁଷ ସହଯୋଗୀ ରହିଥିବା ଭିଡିଓରେ ଦେଖିବାକୁ ମିଳିଛି । ସୌଦି ମହିଳାମାନଙ୍କର ଏହି ଡ୍ରାଇଭିଂ ଭିଡିଓଟି ସାଉଦିଆରବ ରେଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ନୂଆବର୍ଷ ଅବସରରେ ହିଁ ଜାରି କରାଯାଇଥିଲା । ଏହି ପ୍ରଶିକ୍ଷଣରେ ଯୋଗ ଦେଇଥିଲେ ମୋଟ ୩୨ ଜଣ ସୌଦି ମହିଳା । ଜଣାପଡିଛି ଯେ, ସାଉଦିଆରବର ମୁଖ୍ୟ ସ୍ଥାନ ମକ୍କା ଏବଂ ମଦିନା ମଧ୍ୟରେ ହିଁ ଚାଲୁଥିବା ବୁଲେଟ ଟ୍ରେନରେ ଏହି ମହିଳାମାନଙ୍କୁ ନିଯୁକ୍ତି ଦିଆଯାଇଛି।ଏଭଳି ଏକ ପ୍ରୋଜେକ୍ଟରେ ମହିଳାଙ୍କୁ ସାମିଲ କରାଯାଇଥିବାରୁ ମହିଳାମାନେ ନିଜ ନିଜର ଖୁସି ବ୍ୟକ୍ତ କରୁଥିବା ନଜର ଆସିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଥମ ବ୍ୟାଚର ମହିଳାମାନେ ବୁର୍ଖା ପିନ୍ଧି ରେଳ ମଧ୍ୟକୁ ପ୍ରବେଶ କରୁଛନ୍ତି । ଏହା ପରେ ଜଣେ ମହିଳା ବୁଲେଟ୍ ଟ୍ରେନ୍ ଚାଳକ ଆଗ କ୍ୟାବିନରେ ବସି ଟ୍ରେନ ଚଳାଉଥିବା ନଜର ଆସୁଛନ୍ତି । ତେବେ ମହିଳାଙ୍କ ପ୍ରଥମ ବ୍ୟାଚର ଟ୍ରେନିଂ ପୂରା ହୋଇସାରିଛି । ସାଉଦୀ ସରକାରଙ୍କ ନିର୍ଦ୍ଦେଶ ପରେ ମହିଲା ଡ୍ରାଇଭର ୪୫୩ କିଲୋମିଟର ଲମ୍ବା ହାଇ ସ୍ପିଡ ଲାଇନ ମଧ୍ୟରେ ବୁଲେଟ ଟ୍ରେନ ଚଳାଉଥିବା ନଜିର ଆସିବେ ।
32 قائدة سعودية ينطلقن بأقصى سرعة لتحقيق حلمهن الكبير في قيادة أحد أسرع قطارات العالم ليكنّ بذلك أولى دفعات #قائدات_قطار_الحرمين_السريع . pic.twitter.com/zWGA5DbsuT
— الخطوط الحديدية السعودية | SAR (@SARSaudiRailway) January 1, 2023
ସାଉଦି ଆରବର ରକ୍ଷଣଶୀଳ ଭାବମୂର୍ତ୍ତି ବଦଳାଇବା ପାଇଁ ଏପରି ପ୍ରଚେଷ୍ଟା କରାଯାଉଥିବା କୁହାଯାଉଛି । ବର୍ତ୍ତମାନ ଆରବରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜ ରାଜୁତିରେ ଦେଶର ପ୍ରତିଛବି ବଦଳାଇବା ସହ ମହିଳାଙ୍କୁ ଅନେକ ଅଧିକାର ଦିଆଯାଇଛି । ସେଥିନିମନ୍ତେ ବୁଲେଟ ଟ୍ରେନ ଚଲାଇବା ପାଇଁ ୩୦ ଜଣ ମହିଳା ଡ୍ରାଇଭରଙ୍କୁ ନିଯୁକ୍ତି ଦିଆଯାଇଛି ।
ଦୁନିଆର ଯୁଦ୍ଧକ୍ଷେତ୍ରରେ ନିୟୋଜିତ ହେଲେ ମହିଳା ଅଧିକାରୀ
ନୂଆଦିଲ୍ଲୀ: ସୀମାରେ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଥାଏ । ଦେଶକୁ ସୁରକ୍ଷା ଦେବା ପାଇଁ ସୁରକ୍ଷା କର୍ମୀମାନେ ରାତି ଦିନ ସୀମାରେ ପଇଁନ୍ତରା ଦେବା ସହ ବହୁ ଘାତପ୍ରତିଘାତର ସାମ୍ନା କରିଥାନ୍ତି। ଶତ୍ରୁର ଛାତି ଚିରି ପରାସ୍ତର ମଜା ଚଖାଇଥାନ୍ତି ଭାରତୀୟ ସେନା । ମହିଳା ସେନା ଅଧିକାରୀ ମଧ୍ୟ ସୀମାରେ ନିୟୋଜିତ ରହିଥାନ୍ତି । ତେବେ ଆଗାମୀ ଦିନରେ କିଭଳି ଶତ୍ରୁଙ୍କୁ ପରାସ୍ତ କରାଯିବ ସେନେଇ ଭାରତୀୟ ସେନା ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଇଛି । ଭାରତୀୟ ସେନାର ଫାୟର ଆଣ୍ଡ ଫ୍ୟୁରି କର୍ପ୍ସ ମହିଳା ଅଧିକାରୀ କ୍ୟାପଟେନ ଶିବା ଚୌହାନଙ୍କୁ ଦୁନିଆର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରରେ ନିୟୋଜିତ କରାଯାଇଛି। ପ୍ରଥମ ଥର ପାଇଁ ଭାରତୀୟ ସେନା ଏହି ପଦେକ୍ଷେପ ନେଇଛି। କ୍ୟାପେଟନ ଶିବାଙ୍କୁ ୧୫ହଜାର ୬୩୨ ଫୁଟ ଉପରେ ଅବସ୍ଥିତ କୁମାର ପୋଷ୍ଟ ସୀମାରେ ନିୟୋଜିତ କରାଯାଇଛି । ସବୁଠାରୁ ବିପଦପୂର୍ଣ୍ଣ ସୀମାରେ ଶିବାଙ୍କୁ ନିୟୋଜିତ କରିଛି ଭାରତୀୟ ସେନା ।
ଫାୟର ଆଣ୍ଡ ଫ୍ୟୁରି କର୍ପସ ଟ୍ୱିଟ କରି କହିଛି ଯେ, କ୍ୟାପଟେନ ଶିବା ଚୌହାନ ହେଉଛନ୍ତି ଫାୟାର ଏବଂ ଫ୍ୟୁରିର ବରିଷ୍ଠ ବୈଷୟିକ ଅଧିକାରୀ । ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଯିଏକି କୁମାର ପୋଷ୍ଟରେ ନିୟୋଜିତ ହୋଇଛନ୍ତି । କ୍ୟାପେଟନ ଶିବା ସୀମାରେ ନିୟୋଜିତ ହେବା ପୂର୍ବରୁ କଠିନ ପ୍ରଶିକ୍ଷଣ ନେଇଛନ୍ତି । ଫାୟାର ଏବଂ ଫ୍ୟୁରିର ମୁଖ୍ୟ କାର୍ଯ୍ୟାଳୟ ଲେହ ଲଦାଖରେ ଅବସ୍ଥିତ। ଏଠାକର ସୁରକ୍ଷାକର୍ମୀ ମାନେ ଚୀନ ଏବଂ ପାକିସ୍ତାନ ସୀମାରେ ନିୟୋଜିତ ହୋଇଥାନ୍ତି । ଏହାସହ ସିୟାଚିନ୍ ଗ୍ଲାସିୟରର ସୁରକ୍ଷା କରିବାରେ ନିୟୋଜିତ ହୋଇଥାନ୍ତି ।
ନେତା-ମନ୍ତ୍ରୀଙ୍କ ପାଇଁ ନାହିଁ ବାକ୍ ସ୍ୱାଧିନତାର ସ୍ୱତନ୍ତ୍ର କଟକଣା
ନୂଆଦିଲ୍ଲୀ: ସମ୍ବିଧାନର ଧାରା ୧୯(୧)ର ‘କ’ ଅନୁସାରେ ସାଧାରଣ ନାଗରିକଙ୍କ ପରି ସାଂସଦ, ମନ୍ତ୍ରୀ ଓ ବିଧାୟକମାନେ ସମାନ ଅଧିକାର ଲାଭ କରିଛନ୍ତି । ସେମାନଙ୍କ ଲାଗି ବାକ୍ ସ୍ବାଧୀନତାର ମୌଳିକ ଅଧିକାର ଉପରେ କୌଣସି ଅତିରିକ୍ତ କଟକଣା ଜାରି କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଏସ. ଅବଦୁଲ ନାଜିର, ଏ.ଏସ. ବୋପାନ୍ନା, ବି.ଆର. ଗଭାଇ. ଭି. ରାମସୁବ୍ରମଣ୍ୟମ ଓ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ସମ୍ବିଧାନରେ ପ୍ରଦତ୍ତ ଧାରା ଅନୁସାରେ ସମସ୍ତ ନାଗରିକଙ୍କ ଲାଗି ଏହା ପ୍ରଯୁଜ୍ୟ ହେବ ।
ଗଣଦୁଷ୍କର୍ମ ମାମଲାରେ ପୀଡିତଙ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ପକ୍ଷରୁ ଦିଆଯାଇଥିବା ଏକ ବିବୃତି ପ୍ରସଙ୍ଗରେ ଏହା କହିଛନ୍ତି ଖଣ୍ଡପୀଠ । ଗତ ଜୁଲାଇ ୨୦୧୬ରେ ଉତ୍ତରପ୍ରଦେଶ ବୁଲନ୍ଦସହରରେ ଜଣେ ମହିଳା ଓ ତାଙ୍କ କନ୍ୟା ଦୁଷ୍କର୍ମର ଶିକାର ହୋଇଥିଲେ । ଏହି ପ୍ରସଙ୍ଗରେ ଆଜମ ଖାନ କହିଥିଲେ- ଏହି ଗଣଦୁଷ୍କର୍ମ ଏକ ରାଜନୈତିକ ଷଡ଼ଯନ୍ତ୍ର । ଖଣ୍ଡପୀଠ କହିଥିଲେ- ମନ୍ତ୍ରୀ, ସାଂସଦ ବା ବିଧାୟକମାନେ ନିଜକୁ ବିଭିନ୍ନ କଟକଣାରେ ରଖିବା ନେଇ ଏକ ଅଲିଖିତ ନିୟମାବଳୀ ରହିଛି ।
ଅଭିଯୋଗକାରୀଙ୍କ ପକ୍ଷରୁ ନିଯୁକ୍ତ ଆଇନଜୀବୀ କଳିଶ୍ବରମ ରାଜ ଦର୍ଶାଇଥିଲେ ଯେ- ମନ୍ତ୍ରୀ, ବିଧାୟକ ବା ସାଂସଦଙ୍କ ଲାଗି ଏକ ଆଚରଣ ସଂହିତା ତିଆରି କରିବାର ଆବଶ୍ୟକତା ରହିଛି । ତେବେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ନାଗରତ୍ନା ଦେଇଥିଲେ ଭିନ୍ନ ରାୟ । ସେ କହିଥିଲେ-ବିଦ୍ବେଷମୂଳକ ମନ୍ତବ୍ୟ ସାମ୍ବିଧାନିକ ମୂଲ୍ୟବୋଧକୁ ଉଲ୍ଲଂଘନ କରୁଛି ଏବଂ ନାଗରିକଙ୍କ ମଧ୍ୟରେ ଭ୍ରାତୃତ୍ବବୋଧ ଭାବନାକୁ କ୍ଷୁଣ୍ଣ କରିଥାଏ ।
ଗୋଟିଏ ଟ୍ରକ୍ ବିରିୟାନୀ ଓ ପିଜା ଖାଇ ନୂଆବର୍ଷ ପାଳନ
ନୂଆଦିଲ୍ଲୀ: ୩୧ ଡିସେମ୍ବର ୨୦୨୨ ରାତିରେ ୨୦୨୩କୁ ସ୍ୱାଗତ କରିବା ପାଇଁ ସଜବାଜ ହେଉଥିଲା ସାରା ଦେଶ। ପୁରା ଦେଶବାସୀ ଉତ୍ସହର ସହ ନୂଆବର୍ଷକୁ ଅପେକ୍ଷା କରିଥିଲେ। ଏହାସହ ସେଲିବ୍ରସନର ଆଡ୍ଡା ମଧ୍ୟ ଜମିଥିଲା। ଖାଦ୍ୟ ବିନା ସେଲିବ୍ରେସନର ମଜା ଭାରି ଫିକା ଫିକା ଲାଗେ । ସେଥିପାଇଁ ନାନା ବ୍ୟଞ୍ଜନର ପ୍ରସ୍ତୁତି କରନ୍ତି ଲୋକେ । ନୂଆବର୍ଷ ଥିବାରୁ ରୋଷେଇ କିଏ କରୁଛି? ଖାଦ୍ୟ ଅର୍ଡର କରିବାକୁ ଅଧିକ ଗୁରୁତ୍ୱ ଦେଇଥିଲେ ଲୋକେ। ଏନେଇ ବଢିଯାଇ ଥିଲା ଫୁଡ୍ ଡେଲିଭରୀ ଆପର ଚାହିଦା। ଏଥିପାଇଁ ନୂଆବର୍ଷ ଉପଲକ୍ଷେ ଜୋମାଟୋ ଏବଂ ସ୍ୱିଗିରୁ ଲୋକେ ଅଧିକ ଖାଦ୍ୟ ଅର୍ଡର କରିଥିଲେ। ଯେଉଁଥିରେ ବିରିୟାନୀ ସର୍ବାଧିକ ଥିବା ଜଣାପଡିଛି । ଦେଶରେ ଚଳିତ ବର୍ଷ ନୂଆବର୍ଷରେ ଜୋମାଟରୁ ରେକର୍ଡ ସଂଖ୍ୟକ ବିରିୟାନୀ ଅର୍ଡର ହୋଇଛି।
୨୦୨୨ର ଶେଷ ଦିନରେ ଜୋମାଟୋରୁ କେବଳ ୧୬ ହଜାର ୫୧୪ଟି ବିରିୟାନୀର ଅର୍ଡର ହୋଇଛି । ଯାହାର ଓଜନ ପାଖାପାଖି ୧୫ ଟନ୍ ହେବ ଅର୍ଥାତ୍ ଏକ ଟ୍ରକ ଓଜନ ସହିତ ସମାନ ହେବ ବୋଲି ଜୋମାଟୋର ସିଇଓ ଦୀପେନ୍ଦ୍ରର ଗୋୟଲ କହିଛନ୍ତି । କେବଳ ସେତିକି ନୁହେଁ ଜୋମାଟୋ ୨୦ ଲକ୍ଷରୁ ଅଧିକ ଖାଦ୍ୟ ଡେଲିଭରୀ ମଧ୍ୟ କରିଛି । କରୋନା ମହାମାରୀରେ ୩ ବର୍ଷ କମ୍ପାନୀ ମାନ୍ଦାରେ ଚାଲିଥିବା ବେଳେ ଡିସେମ୍ବର ରାତିରେ କମ୍ପାନୀକୁ ସମ୍ପୂର୍ଣ୍ଣ ଲାଭ ମିଳିଛି।
ନୂଆ ବର୍ଷରେ ଲୋକେ ଅନଲାଇନରୁ ପ୍ରଚୁର ଖାଦ୍ୟ ଅର୍ଡର କରିଛନ୍ତି । ଜମାଟୋ ଏବଂ ସ୍ୱୀଗି ଭଳି ପ୍ଲାଟଫର୍ମ ପାର୍ଟି ପାଇଁ ୫ଲକ୍ଷରୁ ଅଧିକ ଅର୍ଡର ପୂରଣ କରିଥିଲେ । ସ୍ୱିଗିର ଅନୁଯାୟୀ, ଲୋକେ ସର୍ବାଧିକ ୩.୫ ଲକ୍ଷ ବିରିୟାନୀ ଏବଂ ୨.୫ ଲକ୍ଷ ପିଜ୍ଜା ଅର୍ଡର କରିଥିଲେ । ତେବେ ସବୁଠୁ ଅଧିକ ମଗାଯାଇଥିବା ଖାଦ୍ୟରେ ବିରିୟାନୀ ଟପରେ ରହିଛ।
ସେହିପରି ଦେଶରେ ଡୋମିନସରୁ ୬୧ ହଜାର ୨୮୭ ପିଜ୍ଜା ଅର୍ଡର ହୋଇଥିଲା । ସ୍ବିଗି ଅନୁଯାୟୀ, ୧୪ ହଜାର ପ୍ୟାକେଟର ନାଚୋଜ୍, ୧୫ ହଜାରର ସୋଡା ଏବଂ ୧୫ ହଜାରର ଲେମ୍ବୁ ରସ ଡେଲିଭର କରାଯାଇଛି। ଏବା ବ୍ୟତୀତ ୩୧ ଡିସେମ୍ବର ସନ୍ଧ୍ୟାରେ ସ୍ବିଗି ଚିପ୍ସର ୧.୭୬ ଲକ୍ଷ ପ୍ୟାକେଟ୍ ଡେଲିଭର କରିଛି ।
କୋଭିଡକୁ ନେଇ ନୂଆ ତଥ୍ୟ : ଥରେ ଆକ୍ରମଣ କଲେ ଶରୀରରେ ୮ ମାସ ରହେ ଭାଇରସ୍
ନୂଆଦିଲ୍ଲୀ : କୋଭିଡକୁ ନେଇ ନୂଆ ତଥ୍ୟ । କୋଭିଡ ଭୂତାଣୁ ଥରେ ଆକ୍ରମଣ କଲେ ଏହା ମସ୍ତିଷ୍କ ସମେତ ଶରୀରର ସମସ୍ତ ଭାଗରେ ପ୍ରାୟ ୮ ମାସ ଧରି ବସା ବାନ୍ଧିଥାଏ । କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୋଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ।
ଆମେରିକା ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ବା ଏନଆଇଏଚର ଗବେଷକ ଗତ ୨୦୨୦ ଏପ୍ରିଲରୁ ୨୦୨୧ ଏପ୍ରିଲ ମଧ୍ୟରେ ପ୍ରାଣ ହରାଇଥିବା କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ପରୀକ୍ଷା କରିଥିଲେ । ସେମାନେ ମସ୍ତିଷ୍କ ସମେତ ସ୍ନାୟୁ ବ୍ୟବସ୍ଥାରେ ବି ଭୂତାଣୁ ରହିଥିବା ସୂଚନା ପାଇଥିଲେ । ପରୀକ୍ଷା କରାଯାଇଥିବା ରୋଗୀମାନେ ଟିକା ନେଇ ନଥିଲେ ଏବଂ ଏହି କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିଲା ।
କେତେକ ରୋଗୀଙ୍କ ବ୍ଳଡ ପ୍ଲାଜମା ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲା । କୋଭିଡ ଭୂତାଣୁ ଶରୀରରେ ପ୍ରବେଶ କଲେ ଏହା ବାୟୁର ପ୍ରବେଶ ପଥ ଓ ଫୁସଫୁସ ଟିସ୍ୟୁକୁ ନଷ୍ଟ କରିଦେଇଥାଏ ବୋଲି ଗବେଷକ କହିଛନ୍ତି । ଏହି ଭୂତାଣୁ ହୃଦୟ, ଅନ୍ତଃନଳୀ, ବିଭିନ୍ନ ଗ୍ରନ୍ଥି ଓ ଚକ୍ଷୁରେ ବି ଥିବା ଜଣାପଡିଥିଲା ।
ଅଡୁଆରେ ସନ୍ଦୀପ ସିଂ ; ଜିମରେ ଦେଖା, ଇନଷ୍ଟାଗ୍ରାମରେ ଯୋଗାଯୋଗ, ଆଉ…
ଚଣ୍ଡିଗଡ଼ : ହରିଆଣାର ପୂର୍ବତନ ମନ୍ତ୍ରୀ ସନ୍ଦୀପ ସିଂଙ୍କ ଯୌନ ଶୋଷଣ ମାମଲା । ଚଣ୍ଡୀଗଡ ସେକ୍ଟର ୨୬ ପୋଲିସ ଷ୍ଟେସନରେ ପୀଡିତାଙ୍କ ବୟାନ ହୋଇଛି ରେକର୍ଡ । ଜୁନିଅର କୋଚଙ୍କ ପକ୍ଷରୁ ଯୌନ ଶୋଷଣ ଅଭିଯୋଗ କ୍ରମେ ଅଲିମ୍ପିଆନଙ୍କ ନାମରେ ମାମଲା ରୁଜୁ କରିଥିଲା ଚଣ୍ଡୀଗଡ଼ ପୋଲିସ ।
ମହିଳାଜଣକ ଅଭିଯୋଗ କରିଥିଲେ ଏକ ଜିମରେ ତାଙ୍କ ସହ ସନ୍ଦୀପଙ୍କର ସାକ୍ଷାତ ହୋଇଥିଲା । ପରେ ସନ୍ଦୀପ ଇନଷ୍ଟାଗ୍ରାମରେ ଯୋଗସୂତ୍ର ରକ୍ଷା କରିଥିଲେ । ନ୍ୟାସନାଲ ଗେମ୍ସ ସାର୍ଟିଫିକେଟ ନେବା ଲାଗି ସାକ୍ଷାତ କରିବା ସକାଶେ ମନ୍ତ୍ରୀ ତାଙ୍କୁ କହିଥିଲେ । ପରେ ସେ ମନ୍ତ୍ରୀଙ୍କ ଘର ତଥା କ୍ୟାମ୍ପ ଅଫିସରେ ପହଞ୍ଚିବା ପରେ ତାଙ୍କ ପ୍ରତି ମନ୍ତ୍ରୀ ଯୌନଗତ ଆଚରଣ ପ୍ରଦର୍ଶନ କରିଥିଲେ ।
ମହିଳାଙ୍କ ଅଭିଯୋଗ ପରେ ଅଡୁଆ ଭିତରକୁ ଚାଲିଯାଇଥିଲେ କୁରୁକ୍ଷେତ୍ର ପେହୋଓ୍ବାର ବିଜେପି ବିଧାୟକ । ତାଙ୍କ ବିରୋଧରେ ବିଭିନ୍ନ ମାମଲା ରୁଜୁ ହେବା ପରେ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।

