ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବାୟୁସେନାର ତିନୋଟି ବିମାନ ଦୁର୍ଘଟଣାଗ୍ରସ୍ତ

1 min read

ବ୍ୟୁରୋ ରିପୋର୍ଟ: ରାଜସ୍ଥାନର ଭରତପୁର ଓ ମଧ୍ୟପ୍ରଦେଶର ମୁରୈନା ନିକଟରେ ଶନିବାର ସକାଳେ ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ରାଜସ୍ଥାନରେ ସେନାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ମଧ୍ୟପ୍ରଦେଶର ମୁରୈନାରେ ମିରାଜ-୨୦୦୦ ଓ ସୁଖୋଇ ୩୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମଧ୍ୟପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ବିମାନ ଗୋଆଲିଅର ବିମାନଘାଟିରୁ ଉଡିଥିଲେ। କୁହାଯାଉଛି ଯେ, ବିମାନ ଅଭ୍ୟାଶ ଉଡାଣରେ ଥିଲେ ।

ରାଜସ୍ଥାନର ଭରତପୁରରେ ଆକାଶରେ ବିସ୍ଫୋରଣ

ରାଜସ୍ଥାନର ଭରତପୁରରୁ ଆସୁଥିବା ସୂଚନା ଅନୁସାରେ ସେନାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଭରତପୁରର ଉଚ୍ଚୈନ ଥାନା ଅଂଚଳରେ ହୋଇଛି । ବୈଶୟିକ ତ୍ରୁଟି କାରଣରୁ ଦୁର୍ଘଟଣା ହୋଇଥିବା କୁହାଯାଉଛି । ବିମାନଟି ସେନାର କୁହାଯାଉଥିଲେ ବି ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ । କିଛି ଏହାକୁ ବାୟୁସେନା ବିମାନ ବୋଲି ଦାବି କରୁଛନ୍ତି । ବିମାନଟି ଆକାଶରେ ଥିବା ବେଳେ ସେଥିରେ ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣ ପରେ ବିମାନ ଗାଁ ପାଖରେ ଥିବା ଖାଲି ସ୍ଥାନରେ ଖସି ପଡ଼ିଥିଲା । ବିମାନ ଗାଁ ଉପରେ ପଡିଥିଲେ ମୃତହାତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଅଧିକ ଥିଲା । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିମାନରେ କେତେଜଣ ଚାଳକ ସଦସ୍ୟ ଥିଲେ ତାହା ଜଣା ପଡ଼ିନାହିଁ ।