ମୁଖ୍ୟମନ୍ତ୍ରୀଙ୍କ ଅକ୍ଷଧ୍ୟତାରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ବର: ଆଜି ବସିବ ବିଜେଡି ସଂସଦୀୟ ଦଳ ବୈଠକ । ନବୀନ ନିବାସରେ ଦିନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକ୍ଷଧ୍ୟତାରେ ବସିବ ବୈଠକ। ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି। ଗୃହରେ କେଉଁ ପ୍ରସଙ୍ଗ ଉଠାଇବ ଦଳ, ସାଂସଦଙ୍କ ସହ ଆଲୋଚନା କରିବେ ବିଜେଡି ସୁପ୍ରିମୋ । ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ କରିବା ନେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହ ଆଲୋଚନା କରିବେ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି, ଆବାସ ଯୋଜନାରେ ରାଜ୍ୟର ବଳକା ହିତାଧିକାରୀଙ୍କୁ ଗୃହ ଯୋଗାଣ, ୧୬୯ ଜନଜାତିଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା, ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ସ୍ବତନ୍ତ୍ର ସହାୟତା ଦାବି ଓ ଚାଷୀ ଓ ଚାଷ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଓଡ଼ିଶାର ସାଂସଦମାନେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି ।

ଆଗାମୀ ବଜେଟ ଅଧିବେଶନରେ ମଧ୍ୟ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ସହ ଜଡିତ ପ୍ରସଙ୍ଗ ଗୁଡିକୁ କିଭଳି ବଳିଷ୍ଠ ଭାବେ ଉପସ୍ଥାପନ କରାଯାଇପାରିବ । ସେନେଇ ମୁଖ୍ୟମନ୍ତ୍ରୀ ସବୁ ସାଂସଦଙ୍କୁ ଆବଶ୍ୟକ ଦିଗଦର୍ଶନ ଦେବେ ।