ସ୍କୁଲ ଛାତ୍ରୀ ଦେଲେ କନ୍ୟା ସନ୍ତାନ ଜନ୍ମ

କେନ୍ଦୁଝର: ଅନୁସୂଚିତ ଜନଜାତି ବିଦ୍ୟାଳୟର ଛାତ୍ରୀ ଦେଲେ କନ୍ୟା ସନ୍ତାନ ଜନ୍ମ । କେନ୍ଦୁଝର ସଦର ଥାନା ଅଞ୍ଚଳରେ ଥିବା ଏକ ଅନୁସୂଚିତ ଜନଜାତି ବିଦ୍ୟାଳୟର ଜଣେ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ଛାତ୍ରୀଙ୍କ ମାଆ କେନ୍ଦୁଝର ଥାନାରେ ଏତଲା ଦେବା ପରେ ଗାଁର ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଛାତ୍ରୀ ଜଣକ ଗର୍ଭବତୀ ଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଜାଣି ପାରିଲେ ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜାନୁଆରୀ ୧୨ ତାରିଖରୁ ଛାତ୍ରୀ ଜଣଙ୍କ ବିଦ୍ୟାଳୟରୁ ଘରକୁ ଯାଇ ଆଉ ଫେରିନଥିଲେ । ଜାନୁଆରୀ ୨୫ ତାରିଖରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ନବଜାତର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି । ଏନେଇ ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଛନ୍ତି ।