ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର ମହୋତ୍ସବ

ପୁରୀ: ପୁରୀରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର ମହୋତ୍ସବ । ଶ୍ରୀକ୍ଷେତ୍ରର ଲୋକକଳା ନୃତ୍ୟର ପ୍ରଚାର ପ୍ରସାର ପାଇଁ ମହୋତ୍ସବର ପରିକଳ୍ପନା । ଉଦଘାଟନୀ ଦିବସରେ ପୁରୀର ଦୋଳମଣ୍ଡପ ସାହି ଆଖଡ଼ା ପକ୍ଷରୁ ପରିବେଷଣ କରାଯାଇଥିଲା ପାରମ୍ପରିକ ନୃତ୍ୟ କଳା । ଏହାସହ ପାରମ୍ପରିକ ସାହି ଯାତ, ନାଗା, ମେଢ଼, ଦୁଲଦୁଲି, ଘଣ୍ଟୁଆ, ଯୋଡ଼ି ଶଙ୍ଖ ଓ ଅନ୍ୟାନ୍ୟ ସମରକଳା ପ୍ରଦର୍ଶିତ ହୋଇଥିଲା ।

ଆଗାମୀ ଦିନ ମାନଙ୍କରେ ଆଠ ସାହି ଆଖଡ଼ା ପକ୍ଷରୁ ପାରମ୍ପରିକ ନୃତ୍ୟ ପରିବେଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଗୁଣ୍ଡିଚା ମନ୍ଦିର ପାଖ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ମହୋତ୍ସବ ସାଙ୍ଗକୁ ପଲ୍ଲିଶ୍ରୀ ମେଳାର ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଆସନ୍ତା ୩୧ ତାରିଖରେ ଏହି ମହୋତ୍ସବ ଉଦଯାପିତ ହେବ ।