spot_img
Home Blog Page 3689

ଛାତ୍ରୀଙ୍କ ଗାଲକୁ କାମୁଡି ଦେଇଥିଲେ ଡାକ୍ତର, ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ

ବ୍ରହ୍ମପୁର: ଛାତ୍ରୀଙ୍କୁ ଶାରିରୀକ ନିର୍ଯାତନା ଦେଇ ଗିରଫ ହେଲେ ହାଉସ ସର୍ଜନ । ଛାତ୍ରୀଙ୍କ ଅଭିଯୋଗ ପରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ଘଟିଛି ଏପରି ଘଟଣା । ୨୨ ବର୍ଷିୟା ମେଡିକାଲ ଶେଷବର୍ଷର ଛାତ୍ରୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କକୁ ନେଇ ହାଉସ ସର୍ଜନ ସୁପନ କୁମାର ପାଢୀଙ୍କ ବଚସା ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ହାଉସ ସର୍ଜନ ସୁପନ ଛାତ୍ରୀଙ୍କ ଗାଲ ଓ ହାତକୁ କାମୁଡ଼ି ଦେଇଥିଲେ । ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲା ଛାତ୍ରୀ । ଏତଲାକୁ ଭିତ୍ତି କରି ବୈଦନାଥପୁର ଥାନା ପୋଲିସ୍ ହାଉସ ସର୍ଜନ ସୁପନ କୁମାର ପାଢୀଙ୍କୁ ଗିରଫ କରିବା ସହ ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରିଥିବା ଏସପି ସୂଚନା ଦେଇଛନ୍ତି ।

ଭସାଣୀ ବେଳେ ଫୁଟିଲା ବାଣ, ପୋଡିଗଲେ ୩୦ରୁ ଅଧିକ

କେନ୍ଦ୍ରାପଡ଼ା: ଭସାଣ ବେଳେ ଦୁର୍ଘଟଣା  । କାର୍ତ୍ତିକେଶ୍ୱର ଭସାଣୀ ଚାଲିଥିବାବେଳେ ଫୁଟିଲା ବାଣ  । ଜନଗହଳୀ ଭିତରେ ଛିଟିକି ପଡିଲା ବାଣ  । ଫଳରେ ୩୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି  । ଏହି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଟାଉନ୍ ବାଲିଆ ବଜାରରେ  ।  ବାଣଫୁଟି ୩୦ରୁ ଅଧିକ ଆହତ । ଏକାଧିକଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ ସମସ୍ତଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୪ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ 3ଜଣ ଛୋଟ ପିଲା ଥିବା ସୂଚନା ମିଳିଛି । ବାଲିଆ ବଜାରରେ ଭସାଣ ବେଳେ ଅଘଟଣ ଘଟିଛି । ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା । ଷ୍ଟକ ବାଣ ଏକାଥରେ ଫୁଟିଯିବାରୁ ଭୟାନକ ସ୍ଥିତି ଉପୁଜିଛି ।

ବଢିଲା କେନ୍ଦ୍ର ସରକାରଙ୍କ ଅଡୁଆ, ଅରୁଣ ଗୋଏଲଙ୍କ ନିଯୁକ୍ତି ଉପରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ବଢିଲା କେନ୍ଦ୍ର ସରକାରଙ୍କ ଅଡୁଆ । ନିର୍ବାଚନ କମିଶନର ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । ନିଯୁକ୍ତି ସମ୍ପର୍କିତ ସମସ୍ତ ଫାଇଲ ଦାଖଲ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତାକାଲି ଏସଂକ୍ରାନ୍ତ ସମସ୍ତ ଫାଇଲ ଦାଖଲ ଲାଗି ଆଟର୍ଣ୍ଣି ଜେନେରା ଆର. ଭେଙ୍କଟରମଣୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ କେ.ଏମ. ଯୋଶେଫଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ । ଗତ ନଭେମ୍ବର ୧୯ ତାରିଖରେ ଅରୁଣଙ୍କୁ କମିଶନର ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ୨୧ ତାରିଖରେ ସେ ଦାୟିତ୍ବ ନେଇଥିଲେ । କୋର୍ଟ କହିଛନ୍ତି- ଏହି ନିଯୁକ୍ତି କିପରି ହେଲା ତାହା ଦେଖିବାକୁ ବାକି ରହିଛି । ଗତ ମେ ୨୨ରେ ସୁଶୀଲ ଚନ୍ଦ୍ରା ଅବସର ନେବା ପରେ ଇସିଆଇ ଭାବେ ଦାୟିତ୍ବ ନେଇଥିଲେ ରାଜୀବ କୁମାର ।

କମିଶନର ଭାବେ ଅନୂପ ଚନ୍ଦ୍ର ପାଣ୍ଡେଙ୍କୁ ନିଯୁକ୍ତି ଦିଆଯାଇଥିଲା । ଗତ ୧୯ତାରିଖରେ ଅରୁଣ ଗୋଏଲଙ୍କୁ ଅନ୍ୟତମ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା । ଅରୁଣ ଗୋଏଲଙ୍କ ନିଯୁକ୍ତି ନେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସମେତ ବିଭିନ୍ନ ମହଲରୁ ଆସିଥିବା ପିଟିସନର ଶୁଣାଣି କରିବା ପରେ କ୍ଷୁବ୍ଧ ହୋଇଥିଲେ କୋର୍ଟ । ପିଟିସନରେ ଅଭିଯୋଗ କରାଯାଇଥିଲା- ନିକଟରେ ଅବସର ନେଇଥିବା ଜଣେ ଆଇଏଏସ ଅଧିକାରୀଙ୍କୁ କେଉଁ ପରି ଭାବେ କମିଶନର କରାଯାଇଥିଲା? ଗତ ୧୭ ତାରିଖ ସୁଦ୍ଧା ଅରୁଣ ଜଣେ ସଚିବସ୍ତରୀୟ ଅଫିସର ଥିଲେ । ମାତ୍ର ହଠାତ ତାଙ୍କୁ ଗତ ଶୁକ୍ରବାର ଭିଆରଏସ ଦିଆଗଲା ଏବଂ ୧୯ ତାରିଖରେ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା ।

ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେଇଥାନ୍ତେ ୧୯୮୫ ପଞ୍ଜାବ କ୍ୟାଡରର ଆଇଏଏସ ଅଧିକାରୀ । ନିଜ ପସନ୍ଦ ଅନୁସାରେ କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ଯେପରି ନିର୍ବାଚନ କମିଶନରେ ଅବସ୍ଥାପିତ କରାଯାଉଛି, ତାହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଅଦାଲତ । ସିଇସି ଓ ଇସି ଚୟନ ଓ ନିଯୁକ୍ତି କ୍ଷେତ୍ରରେ ଏକ ଆଇନ ଆଣିବା ଲାଗି ସମ୍ବିଧାନର ଧାର 324(2)ରେ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା କରାଯାଉନାହିଁ । ସମ୍ବିଧାନର ଏହି ବ୍ୟବସ୍ଥାକୁ ଜାଣିଶୁଣି ନିଜ ସ୍ବାର୍ଥ ସପକ୍ଷରେ ବ୍ୟବହାର କରାଯାଉଛି ବୋଲି କୋର୍ଟ କହିଛନ୍ତି । ଟିଏନ ଶେଷାନଙ୍କ ପରଠାରୁ ଦେଶରେ ସିଇସିମାନଙ୍କୁ ଖୁବ୍ କମ ସମୟ ଲାଗି ନିଯୁକ୍ତି କରାଯାଉଛି ଯାହା କି ଉଦବେଗଜନକ ବୋଲି କହିଥିଲେ କୋର୍ଟ ।

ରାଧାରାଣୀଙ୍କ ଚାଞ୍ଚଲ୍ୟକର ବୟାନ, ଖୋଲିଲେ ଅସନ୍ତୋଷର ପେଡି

ବରଗଡ଼: ପଦମପୁର ଉପନିର୍ବାଚନ ତାତି ଭିତରେ ପଦାରେ ପଡ଼ିଛି ବିଜେପିର ଦଳୀୟ ଅନ୍ତଃକନ୍ଦଳ । ଭାରତୀୟ ଜନତା ପାର୍ଟିର ବିଭୀଷଣକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବରିଷ୍ଠ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା । ବ୍ରଜରାଜନଗର ଉପନିର୍ବାଚନ ବେଳେ ମୋତେ ହରାଇବାକୁ ଦଳର ବରିଷ୍ଠ ନେତା ଯୋଜନା କରିଥିଲେ । ମୋତେ ପରାଜିତ କରିବାକୁ ବରିଷ୍ଠ ନେତା ରଚିଥିଲେ ଅନ୍ତର୍ଘାତୀ ଷଡ଼ଯନ୍ତ୍ର ।

୨୦୨୪ରେ କାଳେ ମୋତେ ପୁଣି ଟିକେଟ ମିଳିଯିବ ସେଥିପାଇଁ ମୋ ବିରୋଧରେ କିଛି ବରିଷ୍ଠ ନେତା ଚକ୍ରାନ୍ତ କରିଥିଲେ ବୋଲି ବୟାନ ଦେଇଛନ୍ତି ବିଜେପି ନେତ୍ରୀ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ପଦମପୁର ଉପନିର୍ବାଚନ ପାଇଁ ରାଜନୀତି ଉଷ୍ଣ ଥିବା ବେଳେ ରାଧାରାଣୀଙ୍କ ଏଭଳି ବୟାନ ରାଜ୍ୟ ବିଜେପିକୁ ହରଡ଼ଘଣାରେ ପକାଇଛି ।

କେବଳ ସେତିକି ନୁହେଁ ରାଧାରାଣୀ କହିଛନ୍ତି ପଦମପୁର ଉପନିର୍ବାଚନରେ ମଧ୍ୟ ଦଳକୁ ହରାଇବାକୁ ଆତ୍ମଘାତୀ କାମ କରିବାକୁ କିଛି ନେତା ଷଡ଼ଯନ୍ତ୍ର କରୁଛନ୍ତି । ସେମାନଙ୍କ ଉପରେ ଆମେ ନଜର ରଖିଛୁ ବୋଲି ସେ କହିଛନ୍ତି ।

‘ଭୋଟ୍ ପାଇଁ ଇମୋସନାଲ କାର୍ଡ ଖେଳୁଛନ୍ତି ପ୍ରଦୀପ ପୁରୋହିତ’

ବରଗଡ଼: ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପ୍ରେସମିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ । ବିଜେଡି ବିଧାୟକ ଏବଂ ମନ୍ତ୍ରୀଙ୍କ ନାମରେ ପ୍ରଦୀପ ପ୍ରତିକ୍ରିୟାରେ ଆରୋପ ଲଗାଇଥିବାବେଳେ, ଏହାକୁ ଖାରଜ କରିଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ  । ସେ କହିଛନ୍ତି ହତ୍ୟା ମାମଲାରେ ଜାମିନରେ ଆସିଥିବା ନେତା ଏବେ ବିଜେପିର ଷ୍ଟାର ପ୍ରଚାରକ ।

ବିଜେପୁର ଉପନିର୍ବାଚନ ସମୟରେ ଏହି ନେତାମାନେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବିଜେପିର ଏହି ନେତାଙ୍କ ଅନ୍ୟଜଣେ ବିଜେଡି କର୍ମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ପୁଣିଥରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ଆକ୍ରମଣ କରିବାକୁ ଏହି ବିଜେପି ନେତା ଏବେ ଯୋଜନା କରୁଛନ୍ତି ବୋଲି ଅଭିଯୋଗ ହେଉଛି ।

ପଦମପୁର ନିର୍ବାଚନ ମଣ୍ଡଳୀର ଲୋକମାନେ ପ୍ରଦୀପ ପୁରୋହିତଙ୍କ ଅସଲ ଚେହେରାକୁ ଜାଣିଛନ୍ତି । ଠିକଣା ସମୟରେ ଉଚିତ୍ ଜବାବ ଦେବେ ବୋଲି ଦେବେଶ ଆଚାର୍ଯ୍ୟ କହିଛନ୍ତି । ସର୍ବୋପରି ପ୍ରଦୀପ ପୁରୋହିତ ମିଥ୍ୟା ଅଭିଯୋଗ ଆଣିଛନ୍ତି ଏବଂ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଇମୋସନାଲ କାର୍ଡ ଖେଳୁଥିବା କହିଛନ୍ତି ବିଜେଡି ବିଧାୟକ ।

ରାଜ୍ୟରେ ନିଯୁକ୍ତ ହେବେ ଆଉ ୭୫୪୦ଶିକ୍ଷକ, ଡିସେମ୍ବର ୧୧ରୁ ଆବେଦନ

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତ ହେବେ ଆଉ ୭୫୪୦ଶିକ୍ଷକ । ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । OSSC ଓ୍ୱେବସାଇଟରେ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞାପନ ପ୍ରକାଶ ପାଇଛି । ଡିସେମ୍ବର ୧୧ରୁ ଜାନୁଆରୀ ୯ପର୍ଯ୍ୟନ୍ତ ଆବେଦନ କରିପାରିବେ ଆଶାୟୀ । ଅନଲାଇନ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଫେବ୍ରୁଆରୀ ୨୩ରେ ହୋଇପାରେ ପ୍ରିଲିମନାରୀ ପରୀକ୍ଷା ।

ଇଂରାଜୀ ଓ ଓଡ଼ିଆରେ ପ୍ରିଲିମ ଓ ମେନ୍ ପରୀକ୍ଷା ହେବ । ଟିଜିଟି ଆର୍ଟସ-୧୯୭୦, ଟିଜିଟି ସାଇନ୍ସ- ୧୪୧୯ (ପିସିଏମ୍) ପୋଷ୍ଟ ବାହାରିଥିବାବେଳେ ଟିଜିଟି ସାଇନ୍ସରେ ୧୨୦୫, ହିନ୍ଦୀ ଶିକ୍ଷକ-୧୩୫୨ ପଦବୀରେ ନିଯୁକ୍ତି ହେବ । ସେହିପରି ୭୨୩ ସଂସ୍କୃତ ଶିକ୍ଷକ, ୮୪୧ ପିଇଟି, ୨୪ ଉର୍ଦ୍ଦୁ ଓ ୬ଜଣ ତେଲୁଗୁ ଶିଭକ ନିଯୁକ୍ତି ପାଇବେ ।

 

‘ପ୍ରତୀକ୍ଷା’ର ପ୍ରଯୋଜନା କରିବେ ଅନୁପମ୍ ଖେର୍, ହିନ୍ଦୀରେ ଆସିବ ଫିଲ୍ମ

ନନ୍ଦିଘୋଷ ବ୍ୟୁରୋ: ଫେରିଛି ଓଡିଆ ସିନେମାର ସୁବର୍ଣ୍ଣ ଯୁଗ  । ହିନ୍ଦୀରେ ରିମେକ୍ ହେବ ଓଡିଆ ସିନେମା ପ୍ରତୀକ୍ଷା  ।  ଦମନ ପରେ ଆଉ ଏକ ଓଡିଆ ଫିଲ୍ମ ପ୍ରତିକ୍ଷାକୁ ନେଇ ନୂଆ ସମ୍ଭାବନା ଦେଖିବାକୁ ମିଳିଛି । ପ୍ରତିକ୍ଷାର ହିନ୍ଦୀ ରିମେକର ପ୍ରଯୋଜନା କରିବେ ବଲିଉଡର ଭେଟେରାନ କଳାକାର ଅନୁମପ୍ ଖେର । ଏଥିସହିତ ନିଜେ ମଧ୍ୟ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରିବେ ବୋଲି ସେ ଘୋଷଣା କରିଛନ୍ତି ।

ଗୋଆରେ ୫୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଚାଲିଛ  ।  ଏହି ଫିଲ୍ମ ଦେଖୁଥିଲେ ବଲିଉଡ ଅଭିନେତା ଅନୁପମ ଖେର୍ । ଫିଲ୍ମଟି ରିଲିଜ୍ ପୂର୍ବରୁ ଢେର୍ ପ୍ରଂଶସା ସାଉଁଟିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା । ଗୋଆରେ ପ୍ରଦର୍ଶିତ ହୋଇ ଜୁରୀଙ୍କ ପ୍ରଶଂସା ଗୋଟାଇଛି ଫିଲ୍ମ ପ୍ରତିକ୍ଷା । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସହ ରିମେକ ପାଇଁ ଅନୁବନ୍ଧିତ ହେଲେ ଅନୁପମ ଖେର । ଏଥିପାଇଁ ଅଗ୍ରିମ ୧୧ ଶହ ଟଙ୍କା ପ୍ରଦାନ କରିଛନ୍ତି ।

 

ମାଲକାନଗିରି ମାଟି ତଳେ ମାଓବାଦୀ ପୋତିଥିଲେ EVM

ମାଲକାନଗିରି: ପୋଲିସକୁ ମିଳିଛି ବଡ଼ ସଫଳତା । ମାଟିତଳୁ ଉଦ୍ଧାର ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଗତକାଲି ରାତିରେ ଏସଓଜି, ଡିଭିଏଫ ଓ ପୋଲିସର ମିଳିତ ଅପରେସନରେ ଯୋଡ଼ାଆମ୍ବ ଜଙ୍ଗଲରୁ ଅନେକ ମାଓ ସାମଗ୍ରୀ ଜବତ ହୋଇଛି । ମାଟିତଳେ ମାଓ ସାମଗ୍ରୀ ଥିବାର ସୂଚନା ପାଇ ଗ୍ରାମବାସୀ ସହାୟତାରେ ସମସ୍ତ ସାମଗ୍ରୀ ଉଦ୍ଧାର କରାଯାଇଛି ।

ସେଗୁଡ଼ିକ ମଧ୍ୟରେ ଗୋଟିଏ ବନ୍ଧୁକ ରହିଥିବା ବେଳେ 74 ପ୍ରକାର ମାଓ ସାମଗ୍ରୀ ରହିଛି । ଏହାଛଡ଼ା ଗୋଟିଏ ଇଭିଏମକୁ ଜବତ କରିଛନ୍ତି ଯବାନ । ପୋଲିସକୁ ଟାର୍ଗେଟ କରି ମାଓବାଦୀ ଏସବୁ ସାମଗ୍ରୀ ପୋତିଥିବା ଜଣାପଡ଼ିଛି । କିନ୍ତୁ ଗୋଟେପଟେ ଘଞ୍ଚ ଜଙ୍ଗଲରେ ମଧ୍ୟ ପୋଲିସକୁ ବିଶ୍ୱାସ କରିଛନ୍ତି ଗ୍ରାମବାସୀ  । ମାଓବାଦୀଙ୍କ ଉଦ୍ୟମମକୁ ପଣ୍ଡ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି  ।

ରାଜ୍ୟରେ ରକ୍ତହୀନତା ଦୂର କରିବ ‘ଅମ୍ଳାନ’

ଭୁବନେଶ୍ୱର: ରକ୍ତହୀନତା ରୋଗରୁ ମୁକ୍ତ ହେବ ରାଜ୍ୟ  । ରାଜ୍ୟରେ କେହି ରହିବେନି ରକ୍ତହୀନତା ରୋଗୀ  । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଅମ୍ଲାନ ଯୋଜନା  ।
ଲାଭବାନ ହେବେ ୧.୩୭ କୋଟି ଲୋକ   । ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନଓ୍ବାଡିରେ ଲାଗୁହେବ ଯୋଜନା  ।

ପ୍ରତିଟି ଜୀବନ ମୂଲ୍ୟବାନ ଲକ୍ଷ୍ୟରେ କାମ କରୁଛନ୍ତି ରାଜ୍ୟ ସରକାର  । ଯୋଜନାରେ ଫୋକସରେ ରହିବେ ମହିଳା, ଶିଶୁ ଓ ଗର୍ଭବତୀ ମହିଳା  । ରାଜ୍ୟରେ ରକ୍ତହୀନତା ରୋଗୀକୁ ଦୂର କରିବା ଦିଗରେ ରାଜ୍ୟ ସରକାର ଏହା ବଳିଷ୍ଠ କାର୍ଯ୍ୟକ୍ରମ  ।

ନବୀନ କିଣିଲେ ପ୍ରଥମ ଟିକେଟ୍, ଜାନୁଆରୀରୁ ବିଶ୍ୱକପ୍

ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ ଦର୍ଶକ ଭାବେ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେଇଛନ୍ତି । ଟିକେଟ ପାଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିବା ବେଳେ ସାରା ବିଶ୍ବ ହକି ବିଶ୍ବକପ ଦେଖିବା ପାଇଁ ଅପେକ୍ଷା କରି ରହିଛି ।

ଆସନ୍ତା ବର୍ଷ ଜାନୁଆରୀ ୧୩ରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ୍‌ । ୨୯ ତାରିଖରେ ଶେଷ ହେବ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଦିନ ସଂଧ୍ୟା ୫ଟାରେ ଇଂଲଣ୍ଡ ଏବଂ ଓ୍ବେଲସ ମଧ୍ୟରେ ଟକ୍କର ହେବ । ସଂଧ୍ୟା ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ ।