ଗାଜିଆବାଦ ଜିଲ୍ଲାକୋର୍ଟରେ କଲରାପତରିଆ ବାଘର ଆତଙ୍କ

1 min read

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାକୋର୍ଟରେ କଲରାପତରିଆର ଆତଙ୍କ । କଲରାପତରିଆର ଆକ୍ରମଣରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଜଙ୍ଗଲ ବିଭାଗ ପହଞ୍ଚି କଲରାପତରିଆକୁ କାବୁ କରିଛି । କଲରାପତରିଆଟି କେଉଁଠୁ ଆସିଲା ତାର ତନାଘନା କରାଯାଉଛି । କୋର୍ଟ ରୁମ୍ର ଏଣ୍ଟ୍ରାନ୍ସରେ କଲରାପତରିଆ ଆତଙ୍କ ଖେଳାଇଥିବା ବେଳେ ପରେ ଜଜଙ୍କ ଚ୍ୟାମ୍ବରରେ ପ୍ରବେଶ କରିଥିଲା । ସେଠାରୁ ଆଉ ଯିବାକୁ କୁଆଡେ ବାଟ ପାଇନଥିବା ବେଳେ ଜଙ୍ଗଲ ବିଭାଗ କାବୁ କରିଥିଲା ।

ଗାଜିଆବାଦ କୋର୍ଟ ପରିସରରେ ବୁଧବାର ଅପରାହ୍ନ ପ୍ରାୟ ୪ ଟା ୧୫ରେ କଲରାପତରିଆ ବାଘ ପ୍ରବେଶ କରିଥିଲା । ଅନେକ ଲୋକଙ୍କ ଉପରେ ଆକ୍ରମଣ କରି ବାଘ ଆହତ କରିଥିଲା । ବାଘକୁ ଦେଖି କୋର୍ଟ ପରିସରରେ ଧାଁଦୌଡ଼ ସ୍ଥିତି ସୃଷ୍ଟି ହୋଇଥିଲା । କିଛି ଓକିଲ ନିଜକୁ ଚାମ୍ବର ଭିତରେ ବନ୍ଦ କରି ଦେଇଥିଲେ । ସୂଚନା ପାଇ ବନ ବିଭାଗ ଏବଂ ପୋଲିସ ପହଞ୍ଚିଥିଲା । ଆମ୍ବୁଲାନ୍ସକୁ ଡକାଇ ଆହତଙ୍କୁ ହସ୍ପିଟାଲ ପଠାଯାଇଥଇଲା । କଲରାପତରିଆ ବାଘ ଆକ୍ରମଣରେ ମୋଟ ୬ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ଜଜଙ୍କ ଚାମ୍ବର ଭିତରେ ବାଘକୁ ବନ୍ଦ କରାଯାଇଛି ।