ଧନେଶ୍ୱର ବେହେରା ମୃତ୍ୟୁ ଘଟଣା: ରେଞ୍ଜର ସମେତ ୬ ବନ କର୍ମଚାରୀ ଗିରଫ ପରେ କୋର୍ଟଚାଲାଣ

1 min read

ଆଠଗଡ଼: ବନ ବିଭାଗ ହେପାଜତରେ ଧନେଶ୍ବର ବେହେରା ମୃତ୍ୟୁ ଘଟଣା । ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲେ ଆଠଗଡ଼ SDPO ବିଜୟ କୁମାର ବିଶି । ଗତ ୫ ତାରିଖ ଦିନ ରାତିରେ ହାତୀକୁ ଶିକାର କରିଥିବା ସନ୍ଦେହ କରି ବଡମ୍ବା ସାତଗୋଛିଆ ଗାଁର ଧନେଶ୍ବର ବେହେରାଙ୍କୁ ଉଠାଇଆଣି ପଚରା ଉଚରା କରିଥିଲ । ପରେ ଧନେଶ୍ବରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବଡମ୍ବା ଥାନାରେ ହୋଇଥିଲା ଅଭିଯୋଗ । ଘଟଣାରେ ଦୁଇଦିନ ହେବ ପୋଲିସ ୧୪ଜଣ ବନ ବିଭାଗ ଅଧିକାରୀଙ୍କୁ ଆଠଗଡ଼ ଥାନାରେ ରଖି ପଚରାଉଚରା ଜାରି ରଖିଥିଲା ।