ଉତ୍କଳ ବିଶ୍ୱବିଦ୍ୟାଳୟରେ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ କର୍ତ୍ତୃପକ୍ଷଙ୍କ ମନମୁଖି, ଛାତ୍ର ସ୍ବାର୍ଥ ବିରୋଧୀ, ଏକଚାଟିଆ ଓ ଦୁର୍ନିତୀପୂର୍ଣ୍ଣ କାର୍ଯ୍ୟକ୍ରମକୁ ନେଇ ୪ଟି ପ୍ରସ୍ତାବ ନେଇ ଛାତ୍ର ବିଜେଡି ପକ୍ଷରୁ ପ୍ରେସମିଟ । ବିଶ୍ବ ବିଦ୍ୟାଳୟକୁ ପ୍ରବେଶ ନେଇ କୌଣସି ଆଗମନ ଫାଟକ ନାହିଁ । ବାଣୀବିହାର ଛକରୁ ରଙ୍ଗରୁଟରେ ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନ ବିପଦପୂର୍ଣ୍ଣ ରହୁଛି । ଅନେକ ସମୟରେ ଦୁର୍ଘଟଣା ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ ।

ବିଶ୍ବବିଦ୍ୟାଳୟରେ ନିର୍ମାଣ ହୋଇଥିବା ଗାନ୍ଧୀପାର୍କ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଯାହାକି ଏକ ବର୍ଷରେ ଭାଙ୍ଗି ଯାଇଥିବା ବେଳେ ରକ୍ଷାଣବେକ୍ଷଣ ନେଇ ଦାବି କରାଯାଇଛି । ସେହିଭଳି ଦୁଇବର୍ଷ ତଳେ କ୍ୟାମ୍ପସ ପରିସରରେ କୋଟି କୋଟି ଟଙ୍କାର ସୋଲାର ଲାଇଟ ଲଗାଇଯାଇଥିବା ବେଳେ ତାହା ଖରାପ ହୋଇଗଲାଣି ।

୫ ନମ୍ବର ଛାତ୍ର ନିବାସ ନବୀକରଣର ଏକ ବର୍ଷ ଭିତରେ ତାହା ଭୁଷିଡି ପଡିଛି । କାମ କରିଥିବା ଠିକା ସଂସ୍ଥା ଓ କୁଳପତି ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରିଛନ୍ତି ଛାତ୍ର । ବିଶ୍ବବିଦ୍ୟାଳୟ ପରିସରରେ ସଫେଇ କରିବା ଫଳରେ ଫ୍ରି ସିଡିଙ୍ଗରେ ୫୦ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏ ସବୁ ଦିଗରେ ଭିଜିଲାନ୍ସ ତଦନ୍ତ କରିଯିବାକୁ ଦାବି କରିଛି ଛାତ୍ର ବିଜେଡି । ୫ ଦିନ ଭିତରେ ଦାବି ନମାନିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଛାତ୍ର ବିଜେଡି ।