କୋଟିପତି ତାଲିକାରେ ପୁଣି ଟପରେ ମସ୍କ

ନୂଆଦିଲ୍ଲୀ: କୋଟିପତି ତାଲିକାରେ ପୁଣି ଶୀର୍ଷରେ ଟେସଲା ସିଇଓ ଏଲନ ମସ୍କ । ଗତ ୨୪ ଘଣ୍ଟାରେ ମସ୍କଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇ ନେଟଓ୍ବର୍ଥ ୧୮୭ ଆରବ ଡଲାର ହୋଇଛି । ଧନୀ ତାଲିକାରେ ୧ ନମ୍ବରରେ ରହିଥିବା ଫ୍ରାନ୍ସର କୋଟିପତି ବେରନାର୍ଡ ଅରନଲ୍ଟ ଦ୍ବିତୀୟ ନମ୍ବରକୁ ଖସି ଆସିଛନ୍ତି । ତାଙ୍କ ସମ୍ପତ୍ତି ମୂଲ୍ୟ ୧୮୫ ଆରବ ଡଲାର ରହିଛି । ବ୍ଲୁମବର୍ଗ ବିଲିଅନିୟର୍ସ ଇଣ୍ଡେକ୍ସ ମୁତାବକ  ମସ୍କଙ୍କ ସମ୍ପତ୍ତି ୨୪ ଘଣ୍ଟାରେ ୬.୯୮ ଆରବ ଡଲାର ବୃଦ୍ଧି ପାଇଛି । ଫଳରେ ପୁଣି ଥରେ କୋଟିପତି ତାଲିକାରେ ଟପରେ ରହିଛନ୍ତି ମସ୍କ ।

ଗତ ସପ୍ତାହେ ଧରି ମସ୍କଙ୍କ କମ୍ପାନୀ ଟେସଲା ସେୟାର ଲଗାତାର ବୃଦ୍ଧି ପାଇଥିବା ଦେଖାଯାଇଥିଲା । କମ୍ପାନୀ ସେୟାରରେ ୫.୪୬ ପ୍ରତିଶତ ପ୍ରତି ବୃଦ୍ଧି ହେବା ଯୋଗୁ ପୁଣି ଥରେ ଧନୀ ତାଲିକାରେ ଶୀର୍ଷରେ ପହଞ୍ଚିଛନ୍ତି ମସ୍କ । ତାଲିକାରେ ତିନି ନମ୍ବରରେ ରହିଛନ୍ତି ଆମାଜନ ସିଇସ ଜେଫ୍ ବେଜୋସ ।