ପୋଲିସ ଉପରେ ଆକ୍ରମଣ କରିବାକୁ ବିଜେପିର ଚକ୍ରାନ୍ତ

ଭୁବନେଶ୍ୱର: ବିଜେଡିର କେନ୍ଦ୍ର ବିରୋଧୀ ପ୍ରତିବାଦକୁ କାଉଣ୍ଟର କରିବାକୁ ବିଜେପି କରିଛି ଗେମ୍ ପ୍ଲାନ୍ । ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଛି । ଏହି ଘେରାଉ ସମୟରେ ବିଜେପି କର୍ମୀ ଜାଣିଶୁଣି ପୋଲିସ ଉପରେ ଆକ୍ରମଣ କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ପୋଲିସ ଉପରେ ଆକ୍ରମଣ କରିବା ସହ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରିବେ ବିଜେପିର କିଛି ବିଶୃଙ୍ଖଳିତ କର୍ମୀ । ପୋଲିସ କାର୍ଯାନୁଷ୍ଠାନ ନେଲେ ପୋଲିସ ବିରୋଧରେ ନାରାବାଜି କରିବାକୁ ତୟାର ହେଉଛନ୍ତି ବିଜେପି ଯୁବମୋର୍ଚ୍ଚା କର୍ମୀ ।