ମିସାଇଲ ଲଞ୍ଚ କରି ଆମେରିକାକୁ ନାଲିଆଖି ଦେଖାଉଛି ଉତ୍ତର କୋରିଆ

1 min read

ନୂଆଦିଲ୍ଲୀ :  ଆମେରିକାକୁ ପୁଣି ଉତ୍ତର କୋରିଆର ପରମାଣୁ ଧମକ । ଆମେରିକା-ଦକ୍ଷିଣ କୋରିଆର ମିଲିଟାରୀ ଡ୍ରିଲ ପୂର୍ବରୁ ସର୍ଟ ରେଞ୍ଜର ବାଲିଷ୍ଟିକ ମିସାଇଲ ଫାୟାର କରିଛି ଉତ୍ତର କୋରିଆ । ପଶ୍ଚିମ ଉପକୂଳରେ ଉତ୍ତର କୋରିଆ ପ୍ରାୟ ୬ଟି ମିସାଇଲ ପାୟାର କରିଛି ବୋଲି ଦକ୍ଷିଣ କୋରିଆ ମିଲିଟାରୀ ପକ୍ଷରୁ କୁହାଯାଇଛି ।

ସମସ୍ତ ମିସାଇଲ ପାଣିକୁ ଲକ୍ଷ କରି ଉତକ୍ଷେପଣ କରାଯାଇଥିବା ବେଳେ ଏହା କେତେଦୂରରେ ଓ କେଉଁଠି ମାଡ଼ ହୋଇଛି ତାହା ଜଣାପଡ଼ି ନଥିବା ସାଉଥ କୋରିଆ କହିଛି । ଆସନ୍ତା ସପ୍ତାହରେ ଆମେରିକା-ଦକ୍ଷିଣ କୋରିଆ ମଧ୍ୟରେ ଜଏଣ୍ଟ ମିଲିଟାରୀ ଅପରେସନ ହେବାକୁ ଥିବା ବେଳେ ଧମକ ଦେବା ଉଦ୍ଦେଶ୍ୟରେ ଉତ୍ତର କୋରିଆର ଏହି ମିସାଇଲ ପରୀକ୍ଷଣ କରିଛି ବୋଲି କୁହାଯାଉଛି ।

ଦୁଇ ପଡୋଶୀ ରାଷ୍ଟ୍ର ସାଉଥ କୋରିଆ-ନର୍ଥ କୋରିଆ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗି ରହିଥିବା ବେଳେ ଗତ ଦୁଇ ବର୍ଷରେ ସମ୍ପର୍କ ଅତ୍ୟଧିକ ବିଗିଡ଼ିଛି । ସାଉଥ କୋରିଆ ଓ ଆମେରିକାକୁ ବନ୍ଧୁତ୍ବ ବଢୁଥିବାରୁ ଉତ୍ତର କୋରିଆ ବାରମ୍ବାର ମିସାଇଲ ପରୀକ୍ଷଣ କରି ଶକ୍ତି ପ୍ରଦର୍ଶନ କରୁଛି ।