ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ । ରାଉରକେଲାରେ ଆୟୋଜିତ ପ୍ରେସମିଟରେ ପ୍ରଶଂସା କରିଛନ୍ତି । ହକି ବିଶ୍ୱକପ୍ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏଥିପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏଫଆଇଏଚ ସଭାପତି ତୟାବ ଇକ୍ରମ । ଓଡ଼ିଶାରେ ହକିର ଦୃଢ଼ ଭିତ୍ତିଭୂମି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିର ପ୍ରଚାର ପ୍ରସାର କରିବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି । ବିର୍ସା ମୁଣ୍ଡା ଷ୍ଟାଡିୟମ ଭଳି ଷ୍ଟାଡିୟମ ଅନ୍ୟ କେଉଁଠି ନାହିଁ । ଷ୍ଟାଡିୟମରେ ସବୁ ପ୍ରକାର ସୁବିଧା କରାଯାଇଛି । ଏଭଳି ଷ୍ଟାଡିୟମ କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ତୟାବ ଇକ୍ରାମ ।
ଛତ୍ରପୁରରେ ଚିତ୍ରାଳୟ ଗାଡ଼ି ଓଲଟି ପାଞ୍ଚ ଜଣ ଆହତ
ଗଞ୍ଜାମ: ଚିତ୍ରାଳୟ ଗାଡ଼ି ଓଲଟି ପାଞ୍ଚ ଜଣ ଆହତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଓଭରବ୍ରିଜ ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଚିତ୍ରାଳୟ ଗାଡ଼ିଟି ନାରାୟଣୀଠାରୁ ତାଳପଡ଼ା ଯାଉଥିଲା । ଛତ୍ରପୁର ଓଭରବ୍ରିଜ୍ ନିକଟ ଜାତୀୟ ରାଜପଥରେ ଏକ ଗାଈ ପାର କରୁଥିବା ବେଳେ ଗାଈକୁ ବଞ୍ଚାଇବାକୁ ଯାଇ ଚିତ୍ରାଳୟ ଗାଡ଼ିଟି ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା l
ଗାଡ଼ିରେ ବସିଥିବା ପାଞ୍ଚ ଜଣ ଚିତ୍ରାଳୟ ଓ ଲାଇଟ ଏଣ୍ଡ ସାଉଣ୍ଡ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଯୁବକମାନେ ମାନବ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଆହତମାନେ ହେଲେ ଗଜପତି ଜିଲ୍ଲା ଅଡ଼ବାର ପ୍ରଶାନ୍ତ କମାର, ଚିକିଟିର ରଞ୍ଜନ କୁମାର ପ୍ରଧାନ, ଭୀଷ୍ମଗିରିର ମାତା ରବି, ଗଜପତି ଜିଲ୍ଲା ଉଦୟଗିରିର ମନୋଜ ପାଇକ ଏବଂ ପୱନ ଦାସ l
ସର୍ବାଧିକ ବିମାନ ଦୁର୍ଘଟଣାପ୍ରବଣ ରାଷ୍ଟ୍ର ନେପାଳ
ନନ୍ଦିଘୋଷ ବ୍ୟୁରୋ: ସର୍ବାଧିକ ବିମାନ ଦୁର୍ଘଟଣା ଘଟୁଥିବା ରାଷ୍ଟ୍ର ମଧ୍ୟରେ ନେପାଳ ଅନ୍ୟତମ । ମେ ୨୦୨୨ରେ ତାରା ଏୟାର ପ୍ଲେନର ଘଟିଥିଲା ଦୁର୍ଘଟଣା । ଏଥିରେ ୪ ଭାରତୀୟଙ୍କ ସମେତ ପ୍ରାଣ ହରାଇଥିଲେ ୨୨ ଯାତ୍ରୀ । ୨୦୧୬ରେ ତାରା ଏୟାରପ୍ଲେନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୨୩ ଯାତ୍ରୀ । ମାର୍ଚ୍ଚ ୨୦୧୮ରେ ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆମେରିକା-ବାଂଲା ଏୟାରର ଏକ ବିମାନ ଦୁର୍ଘଟଣାରେ ୫୧ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।
୨୦୧୨ ସେପ୍ଟେମ୍ବରରେ ସୀତା ଏୟାରଫ୍ଲାଇଟର ଏକ ବିମାନ ତ୍ରିଭୁବନେ ଆନ୍ତର୍ଜାତିକ ବିମାନ ବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାଣ ହରାଇଥିଲେ ୧୯ ଜଣ ଯାତ୍ରୀ । ୨୦୧୨ ମାର୍ଚ୍ଚ ୧୪ରେ ଜମସମ ଏୟାରପୋର୍ଟ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାଣ ହରାଇଥିଲେ ୧୫ ଯାତ୍ରୀ । ବିମାନଟି ଯାଉଥିଲା ପୋଖରାରୁ ଜମସମ ।
ଚାନ୍ଦା ଆଦାୟ କରି ଆସିଛନ୍ତି ଓଡ଼ିଶା, ଖେଳିବେ ବିଶ୍ୱକପ୍ ହକି
ରାଉରକେଲା: ହକି ହେଉ କି ଫୁଟବଲ । ସବୁଖେଳରେ ବିଶ୍ୱକପ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ବିଶ୍ୱକପ୍ ଭଳି ଟୁର୍ଣ୍ଣାମେଣ୍ଟରେ ଖେଳିବା ହିଁ ବଡ଼ କଥା । ଏଥିପାଇଁ କ୍ୱାଲିଫାଏ କରିବା କାଠିକର ପାଠ ହୋଇଥାଏ । ଚଳିତ ହକି ବିଶ୍ୱକପର ଆୟୋଜକ ହେଉଛି ଓଡ଼ିଶା । ଏହି ବିଶ୍ୱକପରେ ବିଶ୍ୱର ନାମିଦାମୀ ଟିମ୍ ସାମିଲ ହୋଇଛନ୍ତି । ସାମିଲ ହୋଇଥିବା ଟିମଙ୍କ ଭିତରେ ଏଭଳି ଗୋଟିଏ ଟିମ୍ ଅଛି ଯାହାର ଖେଳାଳୀଙ୍କୁ ଟିମରେ ସାମିଲ ହେବାକୁ ବର୍ଷକୁ ଏକ ହଜାର ପାଉଣ୍ଡ୍ ଦେବାକୁ ପଡି଼ଥାଏ । ଅଲଗା ଦେଶର ଜାତୀୟ ଟିମରେ ସାମିଲ ହୋଇଥିବା ଖେଳାଳୀଙ୍କୁ ଅର୍ଥ ମିଳେ କିନ୍ତୁ ଏହି ଦେଶର ଟିମ୍ ନିଜ ଦେଶ ପାଇଁ ଖେଳିବା ଲାଗି ଦିଅନ୍ତି ଟଙ୍କା । ଏବେ ଆପଣ ସେହି ଦେଶର ନାମ ଜାଣିବାକୁ ଚାହୁଁଥିବେ । ଦେଶର ନାମ ହେଉଛି ୱେଲସ୍ ।
ୱେଲସ ଟିମ୍ ପ୍ରଥମ ଥର ପାଇଁ ହକି ବିଶ୍ୱକପ୍ ଖେଳୁଛି । ୱେଲସରେ ହକି ବିଶେଷ ଜଣାଶୁଣା ନୁହେଁ । ତେଣୁ ହକି ଟିମକୁ ସ୍ପନସର ମଧ୍ୟ ମିଳିନାହାନ୍ତି । ଆଗରୁ ତ’ ଶୁଣିଛନ୍ତି ଯେ, ଟିମର ପ୍ରତ୍ୟକ ଖେଳାଳୀ ବାର୍ଷିକ ଦଳ ପାଇଁ ଖେଳିବା ଲାଗି ଏକ ହଜାର ପାଉଣ୍ଡ୍ ଦିଅନ୍ତି ।
ଓଡ଼ିଶାରେ ୱେଲସ ଟିମ୍ ପହଂଚିବା ପାଇଁ କମ ପରିଶ୍ରମ କରିନାହିଁ । ୱେଲସ ସରକାର ଦେଇଥିବା ଟଙ୍କାରେ ଓଡ଼ିଶା ଆସିବା ଓ ରହିବା ସମ୍ଭବ ନଥିଲା । ତେଣୁ ଟିମ୍ କ୍ରାଉଡ୍ ଫଣ୍ଡିଂର ସାହାରା ନେଇଥିଲା । ସୋସିଆଲ ମିଡିଆରେ ଟିମକୁ ଆର୍ଥିକ ସାହର୍ଯ୍ୟ କରିବା ପାଇଁ ଅପିଲ କରାଯାଇଥିଲା । ଯାହାର ଉତ୍ତର ୱେଲସବାସୀ ହୃଦୟ ଖୋଲା ସାହାଯ୍ୟ କରି ଦେଇଥିଲେ। କ୍ରାଉଡ୍ ଫଣ୍ଡିଂ ଜରିଆରେ ଟିମ୍ ମୋଟ ୨୫ ହଜାର ପାଉଣ୍ଡ୍ ପାଇଥିଲା । ସେହି ଟଙ୍କାରେ ଟିମ୍ ଓଡ଼ିଶା ଆସିଛନ୍ତି ଖେଳିବା ପାଇଁ ।
ୱେଲସ ଟିମ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଦେଖି ଚକିତ । କାରଣ ସେମାନଙ୍କ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମରେ ସିଟ୍ ସଂଖ୍ୟା ହେଉଛି ମାତ୍ର ୨ଶହ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ୨୧ ହଜାର ଦର୍ଶକଙ୍କ ଗହଣରେ ଖେଳିବା ଅଲଗା ଅନୁଭୁତି ହେବ ବୋଲି କହିଛନ୍ତି ୱେଲ୍ସର ମୁଖ୍ୟ କୋଚ୍ ଡେନିୟଲ ନ୍ୟୁକାମ୍ୱ ।
୧୧ ମାସର ଶିଶୁ ପାଇଁ ୧୭ କୋଟିର ଇଞ୍ଜେକ୍ସନ୍
ନୋଏଡା: ଜୀବନ ମୃତ୍ୟୁ ସହ ଲଢୁଛି ୧୧ ମାସର କଅଁଳ ଶିଶୁ । ଏଯାଏଁ ପାଟି ଫିଟିନି, ଦୁନିଆ କ’ଣ ଭଲସେ ଜାଣିନି। କିନ୍ତୁ ଇଶ୍ବରଙ୍କ ନିଷ୍ଠୁର ନ୍ୟାୟର ସେ ଭାଗିଦାରୀ । କୁନି ପାଦରେ ଚାଲିବା ଶିଖିବ କ’ଣ ବିଛଣା ସାଜିଛି ତାର ସାଥୀ। କଅଁଳ ବୟସରେ ମାଡି ବସିଛି ବିରଳ ରୋଗ । ଯନ୍ତ୍ରଣାରେ ବିତୁଛି ନିଷ୍ପାପ ଶିଶୁର ଜୀବନ ।
ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ନୋଏଡାଠାରେ। ଭାବିଲେ ଟିକେ ଦେଖି, ବାପା ମାଙ୍କ ହୃଦୟ କ’ଣ ହେଉଥିବ ଯେତେବେଳେ ସେ କଅଁଳ ପିଲାଟିକୁ କଷ୍ଟ ପାଉଥିବାର ଦେଖୁଥିବେ। ପୁଅକୁ ବଞ୍ଚାଇବା ପାଇଁ ବାପା ମା ଅନେକ ଡାକ୍ତରଙ୍କ ପାଖରେ ଚିକିତ୍ସା କରି ନିରାସ ହୋଇଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ, ପୁଅକୁ ବଞ୍ଚାଇବାକୁ ହେଲେ ୧୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ । ଗୋଟିଏ ଇଞ୍ଜେକ୍ସନ୍ ଦେବାକୁ ପଡିବ ଯାହାର ମୂଲ୍ୟ ରହିଛି ୧୭କୋଟି ଟଙ୍କା । ହେଲେ ଯାହା ଅର୍ଥ ଥିଲା ସେ ସବୁ ଶିଶୁର ଚିକିତ୍ସାରେ ଲାଗିସାରିଛି। ବର୍ତ୍ତମାନ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। କଅଁଳ ଶିଶୁର ଜୀବନ ବଞ୍ଚାଇବାକୁ ଦେଶବାସୀଙ୍କୁ ସହୟତା ଲୋଡିଛନ୍ତି ବାପା ମା।
ଶିଶୁଟି ଏମିତି ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛି, ଫଳରେ ମାଂସ ପେଶୀ ଦୁର୍ବଳ ହେବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି । ଆୟକର ବିଭାଗର ଟ୍ୟାକ୍ସ ଆସିଷ୍ଟାଣ୍ଡ ଭାବରେ ଚାକିରୀ କରୁଥିବା ଅମିତଙ୍କ ୧୧ ମାସ ପୁତ୍ର କନଭ୍ ଗମ୍ଭୀର ରୋଗ ସ୍ପାଇନଲ ମସ୍କ୍ୟୁଲର ଏଟ୍ରୋଫି-୧ରେ ପୀଡିତ । ପୁଅର ଜୀବନ ବଞ୍ଚାଇବାକୁ ହେଲେ ୧୭.୫୦ କୋଟି ଟଙ୍କାର ଇଞ୍ଜେକ୍ସନ ଦବା ନିହାତି ଜରୁରୀ । ଏଥିଲାଗି ବାପା ମା ଟଙ୍କା ଜମା କରିବାକୁ ଲାଗିପଡିଛନ୍ତି । ଏତେ ଟଙ୍କା ଏକାଠି କରିବା ଅସମ୍ଭବ ହୋଇପଡିଥିବା ଯୋଗୁଁ ଦେଶବାସୀଙ୍କୁ ପୁଅର ଜୀବନ ଭିକ୍ଷା କରି ସହାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି । ପୁଅର ଚିକିତ୍ସା ଲାଗି ଏତେ ସଂଖ୍ୟକ ଅର୍ଥ କେଉଁଠୁ ଆଣିବେ ପିତା-ମାତା?
ପରିବାରର ଏଭଳି ଅସମୟରେ ସାହାଯ୍ୟରେ ହାତ ବଢାଇଛନ୍ତି କିଛି ବଦାନ୍ୟ ବ୍ୟକ୍ତି। ଅନେକ ଲୋକ ମଧ୍ୟ ସାହାଯ୍ୟ ନିମନ୍ତେ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଏହି କଅଁଳ ଶିଶୁଟିକୁ ନୂଆ ଜୀବନ ଦେବାକୁ ଚାହୁଁଛନ୍ତି, ସେମାନେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସାହାଯ୍ୟ କରିପାରିବେ ।
Bank Name : RBL , Bank Account number : 2223330078969258, IFSC code : RATN0VAAPIS

