spot_img
Home Blog Page 3550

ଜିରୋନାଇଟ୍ ସେଲିବ୍ରେସନ୍ ଉପରେ କଡ଼ା ନଜର

ନୂଆଦିଲ୍ଲୀ: ଆଜି ବର୍ଷର ଶେଷଦିନ । ଏ ବର୍ଷର ଶେଷ ସୂର୍ଯୋଦୟ ଦେଖିଲା ବିଶ୍ବ । ସଞ୍ଜ ହେଲେ ପଶ୍ଚିମ ଆକାଶରେ ସୂର୍ଯ୍ୟଙ୍କ ସହିତ ଡୁବିଯିବ କେତେ ସ୍ମୃତି, ଅନୁଭୂତି ଆଉ ଅନୁଭବ । ରାତି ପାହିଲେ ବଦଳିଯାଇଥିବ କ୍ୟାଲେଣ୍ଡର । ବିଦାୟ ନେବ ୨୦୨୨ ଆଉ ଆସିବ ନୂଆବର୍ଷ ୨୦୨୩ । ଗତ ଦୁଇବର୍ଷ କରୋନା ପାଇଁ ଫିକା ପଡ଼ିଥିଲା ନ୍ୟୁ ଇୟର ସେଲିବ୍ରେସନ ।

ହେଲେ ଚଳିତବର୍ଷ ସେଭଳି ସ୍ଥିତି ନଥିବାରୁ ବେଶ ଜମିବ ସେଲିବ୍ରେସନ। ଧୁମଧାମରେ ନୂଆବର୍ଷ ପାଳନ କରିବାକୁ ସରିଲାଣି ପ୍ଲାନିଂ । ଟୁଇନସିଟିର ବିଭିନ୍ନ ହୋଟେଲରେ ଜିରୋନାଇଟ୍ ସେଲିବ୍ରେସନ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ବଲିଉଡ, ଓଲିଉଡ ଗୀତ, ଡିଜେ ଓ ଡ୍ୟାନ୍ସରେ ମତୁଆଲା ହେବେ ଜନସାଧାରଣ । ନୂଆବର୍ଷ ଲାଗି କଟକଣା ଜାରି କରିଛି କମିଶନରେଟ ପୋଲିସ । ହୋଟେଲ ନିକଟରେ ସ୍ବତନ୍ତ୍ର ପୋଲିସ ନିୟୋଜିତ ହେବେ ।

ଖୋଲାସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ରାତି ୧୦ ଟା ଓ ହୋଟେଲ ଭିତରେ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦେଇଛି ପୋଲିସ । ସୁରକ୍ଷା ଲାଗି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ୍ୟପଙ୍କ ଉପରେ ରହିବ ନଜର । ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ । ୩ଟି ସ୍ଥାନରେ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହେବାସହ ଘନ ଘନ ପାଟ୍ରୋଲିଂ ହେବ ।

ସପତ୍ନୀକ ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ: ଆଜି ୨୦୨୨ ବର୍ଷର ଶେଷ ଦିନ। ଏହି ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ଓ ପତ୍ନୀ ତଥା ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେୟନ। ବର୍ଷର ଶେଷ ଦିନରେ ଉଭୟ ଶ୍ରୀଜିଉଙ୍କୁ ଦର୍ଶନ କରି ରାଜ୍ୟ ତଥା ବିଶ୍ବର ମଙ୍ଗଳ କାମନା କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ସହ ବେଢା ପରିକ୍ରମା, ଲକ୍ଷ୍ମୀ ମନ୍ଦିର ଦର୍ଶନ ଓ ବିମଳା ମନ୍ଦିର ଦର୍ଶନ କରିଛନ୍ତି ।

ଡାକଘରେ ଟଙ୍କା ସଞ୍ଚୟ ରଖୁଥିଲେ ଖୁସି ଖବର; ନବବର୍ଷରୁ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ଡାକଘରେ ଟଙ୍କା ସଞ୍ଚୟ କରୁଥିବା ଗ୍ରାହକଙ୍କ ପାଇଁ ନୂଆବର୍ଷ ଉପହାର। ଡାକଘରେ ଟଙ୍କା ଜମା ଉପରେ ପୂର୍ବ ଅପେକ୍ଷା ଅଧିକ ସୁଧ ହାର ମିଳିବ। ଜାତୀୟ ସଂଚୟ ସାର୍ଟିଫିକେଟ ବା ଏନଏସସି ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସମେତ କ୍ଷୁଦ୍ର ସଞ୍ଚୟ ଜମା ଯୋଜନା ଉପରେ ମଧ୍ୟ ସରକାର ସୁଧ ହାର ବୃଦ୍ଧି କରିଛନ୍ତି।

ଏହି ଯୋଜନା ଗୁଡ଼ିକର ସୁଧ ହାର ବର୍ତ୍ତମାନ ୧.୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଜାନୁଆରୀ ୧ ରୁ କାର୍ଯ୍ୟକାରୀ ହେବ। ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ପିପିଏଫ୍ ଏବଂ ବାଳିକା ସଞ୍ଚୟ ଯୋଜନା ସୁକନ୍ୟା ସମୃଦ୍ଧିର ସୁଧ ହାର ପରିବର୍ତ୍ତନ କରାଯାଇନାହିଁ। ଜାନୁଆରୀ ୧ରୁ ଏନଏସସିରେ ୭ ପ୍ରତିଶତ ସୁଧ ମିଳିବ। ବର୍ତ୍ତମାନ ଏହା ୬.୮ ପ୍ରତିଶତ ।

ସେହିପରି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା କୁ ବର୍ତ୍ତମାନର ୭.୬ ପ୍ରତିଶତ ସୁଧ ବଦଳରେ ୮ ପ୍ରତିଶତ ସୁଧ ମିଳିବ । ବର୍ଷିକିଆ ଡାକଘର ଜମା ଉପରେ ୬.୫ ପ୍ରତିଶତ ଓ ୨ ବର୍ଷିଆ ଡାକଘର ଜମା ଉପରେ ୬.୮ ପ୍ରତିଶତ ସୁଧ ମିଳିବ । ମାସିକ ଆୟ ଯୋଜନାରେ ବି ୬.୭ ପ୍ରତିଶତ ପରିବର୍ତ୍ତେ, ୭.୧ ପ୍ରତିଶତ ସୁଧ ମିଳିବ ।

କୁହୁଡ଼ିରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଖୋର୍ଦ୍ଧା : ଟାଙ୍ଗୀ କୁହୁଡ଼ିରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ଚାନ୍ଦପୁର ଦଶଦୋଳ ପଡିଆରେ ଉଭୟ ସାଂସଦ ଓ ବିଜେଡି ମୁଖପାତ୍ର ଅମିତ ମଲ୍ଲିକଙ୍କୁ ସ୍ବାଗତ କରାଯାଇଥିଲା । ବାଜା ବଜାଇ ପାଛୋଟି ନେଇଥିଲେ ଜନସାଧାରଣ । ଚାନ୍ଦପୁର ବିଜେଡି ଓ ବରିଷ୍ଠ ନାଗରିକ କମିଟି ପକ୍ଷରୁ ଉଭୟ ସାଂସଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଜନସାଧାରଣ । ଚାନ୍ଦପୁର ଡାକ୍ତରଖାନାର ଉନ୍ନତି ସହିତ ରାସ୍ତାର ଉନ୍ନତିକରଣ ପାଇଁ ଅନୁରୋଧ କରିଥିଲେ ଲୋକ । ସମସ୍ୟା ଅନୁଧ୍ୟାନ କରି ସମାଧାନ ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ କମିଟିର ସଭାପତି ଧନେଶ୍ବର ଅଗ୍ରଓ୍ବାଲ, ଚାନ୍ଦପୁର ସରପଞ୍ଚ ରଂଜିତା ବେହେରା, କନ୍ଧ ନୟାଗଡ ସରପଞ୍ଚ ଗୁଲୁବାସ ସୁବୁଦ୍ଧି, ଚାନ୍ଦପୁର ସେବା ସମବାୟ ସମିତି ସଭାପତି ଜମ୍ବେଶ୍ୱର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଗୋଟିଏ ସ୍ଥାନରେ ମିଳିବ ଓଡିଶା ୱାନ୍ ପୋର୍ଟାଲ ସହ ଜଡିତ ସମସ୍ତ ସେବା

ଭୁବନେଶ୍ୱର: ଗୋଟିଏ ସ୍ଥାନରେ ମିଳିବ ଓଡିଶା ଓ୍ବାନ ପୋର୍ଟାଲ ସହ ଜଡିତ ସମସ୍ତ ସେବା । ଭୁବନେଶ୍ବର ବାପୁଜିନଗର ସ୍ଥିତ ସହରାଞ୍ଚଳ ସମନ୍ବିତ ମୋ ସେବା କେନ୍ଦ୍ରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟସିଟି ପକ୍ଷରୁ ପ୍ରତିଷ୍ଠା କରାଯାଇଛି ଏହି କେନ୍ଦ୍ର । 5T ମୋ ସରକାର ଅଧୀନରେ ଓଡିଶା ୱାନ ପୋର୍ଟାଲ ସହ ଜଡିତ ବିଭିନ୍ନ ସେବା ଏଠାରେ ଉପଲବ୍ଧ ହେବ ।

ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଅନଲାଇନ ଆବେଦନ ଠାରୁ ଆରମ୍ଭ କରି ପେନସନ ଓ ଶ୍ରମିକଙ୍କ ପ୍ରାପ୍ୟ ଭଳି ପ୍ରାୟ 35ରୁ ଅଧିକ ସେବା ଗୋଟିଏ ସ୍ଥାନରେ ମିଳିବ । ସହଜ, ଓକାକ ଓ ଆଇ ଟି ବିଭାଗ ପକ୍ଷରୁ ସହରାଞ୍ଚଳ ସମନ୍ବିତ ମୋ ସେବା କେନ୍ଦ୍ରରେ ଏହି ସମସ୍ତ ସୁବିଧା ଯୋଗାଇ ଦିଆଯିବ । କେନ୍ଦ୍ରରେ ଆଧାର ପାଇଁ ଗୋଟିଏ ସ୍ୱତନ୍ତ୍ର କାଉଣ୍ଟର ରହିଛି ।

ଜଣେ ବ୍ୟକ୍ତି କେନ୍ଦ୍ରକୁ ଆସି ଫେରିବା ପର୍ଯ୍ୟନ୍ତ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହୁଏ ସେଥିପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କେନ୍ଦ୍ରରେ ରହିଛି । ବିଶ୍ରାମ ନେବା, ପାନୀୟ ଜଳ ଏପରିକି ଲୋକଙ୍କୁ ସହାୟତା ଯୋଗାଇବାକୁ ଗାଇଡ଼ ମଧ୍ୟ ରହିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେବା ପରେ ଏହା ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଛି ।

ଆଇପିଏସସ୍ତରରେ ବଡ଼ ବଦଳି, ବଦଳିଲେ ୧୦ ଏସପି

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଆଜି ଆଇପିଏସସ୍ତରରେଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୩ ଜଣ ଏସପିଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଅଧିକାଂଶ ଜିଲ୍ଲାର ଏସପି ବଦଳିଛନ୍ତି । ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ ଡିଆଇଜି ଭାବେ ପଦୋନ୍ନତି ପାଇ ସ୍ପେଶାଲ ଆର୍ମଡ ଫୋର୍ସ (ଏସଏପି)ର ଡିଆଇଜି ଭାବେ ଅବସ୍ଥାପିତ ହୋଇଛନ୍ତି । ସେହିଭଳି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଅନୁଗୁଳ ଡିଆଜି ହୋଇଛନ୍ତି । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଅଗ୍ନିଶମ ଓ ଗୃହରକ୍ଷୀ ବାହିନୀର ଡିଆଜି ଭାବେ ନିଯୁକ୍ତି ପାଇଛନ୍ତି ।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଅନୁଯାୟୀ ବାଲେଶ୍ବର ଏପସି ସୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସପି ଦାୟିତ୍ବ ତୁଲାଇବେ । ଯାଜପୁର ଏସପି ରାହୁଲ ପିଆର ଜଗତସିଂହପୁର ଏସପି ଭାବେ ବଦଳି ହୋଇଛନ୍ତି । ଅନୁଗୁଳ ଏସପି ଜଗମୋହନ ମୀନା ଗଞ୍ଜାମ ଏସପି ଭାର ଗ୍ରହଣ କରିବେ । ଢେଙ୍କାନାଳ ଏସପି ଏଲ ଦିବ୍ୟାଙ୍କୁ ଭିଜିଲାନସ ଏସପି ଭାବେ ବଦଳି କରିଛନ୍ତି ସରକାର ।

ନୂଆପଡ଼ା ଏପସି ପ୍ରତ୍ୟୁଷ ଦିବାକର ସୁନ୍ଦରଗଡ଼ ଏସପି ଭାବେ ବଦଳି ହୋଇଛନ୍ତି । କନ୍ଧମାଳ ଏସପି ଭୀନିତ ଅଗ୍ରଓ୍ବାଲଙ୍କୁ ଯାଜପୁର ଏସପି ଦାୟିତ୍ବ ମିଳିଛି । କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ଏସପି ପଦ ମିଳିଥିଲା ବେଳେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ବାଲେଶ୍ବର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି ହୋଇଛନ୍ତି । ବାଲିଗୁଡ଼ା ଏସଡିପିଓ ଗୁନ୍ଦାଲ ରେଡି ନୂଆପଡ଼ା ଏସପି, ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ର କନ୍ଧମାଳ ଏସପି ହୋଇଛନ୍ତି । କେସିଙ୍ଗା ଏସଡିପିଓ ଅଭିନବ ସୋନକର କୋରାପୁଟ ଏସପି ଦାୟିତ୍ବ ସମ୍ଭାଳିବେ । ସ୍ପେଶାଲବ୍ରାଞ୍ଚ ଏସପି ଜ୍ଞାନରଂଜନ ମହାପାତ୍ରଙ୍କୁ ସରକାର ଢେଙ୍କାନାଳ ଏସପି ଭାର ଦେଇଛନ୍ତି ।

ପନ୍ତଙ୍କ ପାଇଁ ଦେବଦୂତ ସାଜିଲେ ବସ୍ ଡ୍ରାଇଭର

ହରିଦ୍ୱାର: ରଖେ ହରି ତ ମାରେ କିଏ ? ତେବେ କ୍ରିକେଟର ରିଷଭ ପନ୍ତଙ୍କ ପାଇଁ ଦେବଦୂତ ସାଜିଥିଲେ ଜଣେ ଡ୍ରାଇଭର । ରିଷଭଙ୍କ କାର ଦୁର୍ଘଟଣା ପରେ ପଛରେ ଆସୁଥିବା ଏକ ବସ ଡ୍ରାଇଭର ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେବାର ବ୍ୟବସ୍ଥା କରିଥିଲେ । ଏ ଡ୍ରାଇଭର ଜଣକ ପନ୍ତଙ୍କୁ ଏକ ପ୍ରକାର ଯମ ନିକଟରୁ ଛଡ଼ାଇ ଆଣିଥିବା କୁହାଯାଉଛି ।

କ୍ରିକେଟ ଖେଳାଳି ଋଷଭ ପନ୍ତଙ୍କ କାର ବଡ଼ ଦୁର୍ଘଟଣାର ଶିକାର ହୋଇଛି । ମାତ୍ର ମୃତ୍ୟୁକୁ ପରାସ୍ତ କରି ଅଳ୍ପକେ ବର୍ତ୍ତିଲେ ଋଷଭ ପନ୍ତ। ଏହି ଦୁର୍ଘଟଣାରେ ପନ୍ତଙ୍କ ମୃଣ୍ଡ ଏବଂ ଗୋଡରେ ଆଘାତ ଲାଗିଥିବା ବେଳେ ଦେହର ଅନେକ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ରୁର୍କୀର ମହମ୍ମଦପୁର ଜାଟ ନିକଟରେ ତାଙ୍କ କାର ଡିଭାଡରରେ ପିଟି ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କିଛି ସମୟ ପରେ ଏକ ବସ୍ ଡ୍ରାଇଭର ଦେବଦୂତ ସାଜି ପନ୍ତଙ୍କ ଜୀବନ ବଞ୍ଚାଇଥିବା କଥା ଜଣାପଡିଛି ।  ଡ୍ରାଇଭର ଜଣଙ୍କ ବସ ରଖି ପନ୍ତଙ୍କୁ କାର ତଳୁ  ଉଦ୍ଧାର କରି ଦୁର୍ଘଟଣାସ୍ଥଳ ଠାରୁ ଅନତିଦୂରକୁ ଆଣିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାର ବ୍ୟବସ୍ଥା କରିଥିଲେ  ।

ସୂଚନା ଅନୁଯାୟୀ ହରିଦ୍ୱାର ଏସଏପପି,  ଯେତେବେଳେ ପନ୍ତଙ୍କ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ସେତେବେଳେ ହରିୟାଣା ରୋଡବେଜର ବସ୍ ତାଙ୍କ ପଛରେ ଆସୁଥିଲା । ବସ୍ ଡ୍ରାଇଭର ସୁଶୀଲ କୁମାର କାରଟି ଦୁର୍ଘଟଣା ହେଉଥିବା ଦେଖି ବସ ରଖିଥିଲେ । ଏହାପରେ ୧୧୨କୁ କଲ୍ କରି ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଡ୍ରାଇଭର ଶୁସିଲ କୁମାରଙ୍କ କହିବା ଅନୁଯାୟୀ, ପନ୍ତ ତାଙ୍କ କାର ତଳେ ପଡିଥିଲେ  ଏବଂ କାରଟି ଜଳିବା ଆରମ୍ଭ କରିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସେ ଦେଖି ଭାବିଥିଲେ କି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଆଉ ବଞ୍ଚି ନଥିବେ । ସେପଟେ ଡ୍ରାଇଭର ଜଣଙ୍କ କାର ନିକଟକୁ ଯାଇଥିଲେ  । ଏବେ  ଉଦ୍ଧାର ସମୟରେ ଜାଣିବାକୁ ପାଇଥିଲେ ସେ ଭାରତୀୟ କ୍ରିକେଟର ଋିଷଭ ପନ୍ତ  । କାର ଭିତରେ ଆଉ କିଏ ଅଛନ୍ତି କି ନାହାଁନ୍ତି ବୋଲି ପରେ  ତାଙ୍କୁ ପଚାରିଥିଲେ  ଏବଂ ଏକାକୀ କାର ଚଳାଇ ଆସୁଥିବା ବସ ଡ୍ରାଇଭରଙ୍କୁ କହିଥିଲେ କ୍ରିକେଟର ପନ୍ତ   ।

ଜାନୁଆରୀ ୧୭ରୁ OCS ପ୍ରିଲିମ୍ ପାଇଁ ଆବେଦନ

ଭୁବନେଶ୍ୱର: ଓଡ଼ିଶା ସିଭିଲ ସଭିର୍ସ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି  ।  ଓଡ଼ିଶା ଲୋକସେବା ଆୟୋଗ ବା
OPSC ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି  । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧୭ରୁ ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ କରିପାରିବେ ଆବେଦନ  ।

ଜାନୁଆରୀ ୧୭ରୁ ଆବେଦନ ଆରମ୍ଭ ହେଉଥିବାବେଳେ ଫେବ୍ରୁଆରୀ ୧୬ ଆବେଦନର ଶେଷ ତାରିଖ ରହିଛି  । ଆଶାୟୀ ଛାତ୍ରଛାତ୍ରୀ
http:/opsc.gov.inରେ କରିପାରିବେ ଆବେଦନ  ।

କ୍ୟାପିଟାଲ ହସ୍ପିଟାଲରେ CM ଶୁଭାରମ୍ଭ କଲେ ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହେଲା ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ କରିବା ସହିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ପାଠପଢା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି । ଚଳିତ 2022-23 ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ରଥମ ବ୍ୟାଚ ପିଜି ପାଠ୍ୟକ୍ରମ । ମୋଟ 15 ଟି ବିଭାଗରେ ପାଠ୍ୟକ୍ରମ ଖୋଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 6ଟି ବିଭାଗକୁ ମିଳିଛି ଅନୁମତି । 6ଟି ବିଭାଗରେ 24ଟି ସିଟ ପାଇଁ ପିଜି ଓ 6ଟି ସ୍ପେଶାଲ MS / MD ପାଠ୍ୟକ୍ରମ ଅନୁମତି ମିଳିଛି ।

ମେଡିସିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରୀ ବିଭାଗକୁ 5ଟି ଲେଖାଏ ସିଟ ସହିତ, ଅସ୍ଥିଶଲ୍ୟ ବିଭାଗରେ 2, ଶିଶୁରୋଗ ବିଭାଗରେ 4, ଶ୍ବାସରୋଗ ବିଭାଗରେ 3 ଟି ସିଟରେ ପିଜି ପାଠ୍ୟକ୍ରମ ଖୋଲିଛି । ଆଉ 9ଟି ବିଭାଗ ପର୍ଯ୍ୟାୟକ୍ରମେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶକ, ପ୍ରଫେସର ଓ କମର୍ଚାରୀଙ୍କ ସହ ପାଖାପାଖି 70 ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା । ଅନୁଷ୍ଠାନ ଖୋଲିବା ଦ୍ବାରା ସ୍ବାସ୍ଥ୍ୟବ୍ୟବସ୍ଥାରେ ଆହୁରି ସୁଧାର ଆସିବ । ଶିକ୍ଷାନୁଷ୍ଠାନ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଛାତ୍ର ଛାତ୍ରୀ ।…

ପଶ୍ଚିମବଙ୍ଗରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିଂ ମାଧ୍ୟମରେ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ଦେଶର ସପ୍ତମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ବନ୍ଦେ ଭାରତ ଟ୍ରେନଟି ପଶ୍ଚିମବଙ୍ଗରେ ଜାନୁୟାରୀ ୧ ରୁ ଯାତ୍ରା ଆରମ୍ଭ କରିବ। ଏହା ବଙ୍ଗଳା ହାୱଡା ଓ  ନ୍ୟୁ ଜଲପାଇଗୁଡିକୁ ସଂଯୁକ୍ତ କରିବ। ଏହି ସୁପରଫାଷ୍ଟ ଟ୍ରେନରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏହା ଜଲପାଇଗୁଡିରେ ପହଞ୍ଚିବାକୁ ପାଖାପାଖି ୭.୫ ଘଣ୍ଟା ସମୟ ଲାଗିବ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ୭ ହଜାର ୮୦୦ କୋଟି ଟଙ୍କାରୁ ଅଧିକ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିବା ଅବସରରେ କହିଛନ୍ତି ଯେ, ପୂର୍ଣ୍ଣ୍ୟ ଭୂମିକୁ ମୋର ପ୍ରଣାମ । ବଙ୍ଗଲାର କୋଣ ଅନୁକୋଣରେ ସ୍ବାଧୀନତାର ଇତିହାସ ଲେଖା ରହିଛି । ଯେଉଁ ଧରିତ୍ରୀରେ ବନ୍ଦେ ମାତରଂ ଗୀତ ରଚିତ ହୋଇଥିଲା ସେହି ମାଟିରୁ ଆଜି ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ହୋଇଛି । ମୋଦି ଏକଥା ମଧ୍ୟ କହିଛନ୍ତି ‘ଆଜି ମତେ ଆପଣଙ୍କ ସହ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ସାମିଲ ହେବାର ଥିଲା କିନ୍ତୁ ମୋ ବ୍ୟକ୍ତିଗତ କାରଣ ଯୋଗୁଁ ମୁଁ ଯୋଗ ଦେଇପାରି ନାହିଁ । ଏଥିପାଇଁ ମୁଁ କ୍ଷମା ପ୍ରାଥନା କରୁଛି  । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ ।