spot_img
Home Blog Page 3473

ଆଇସିସି ଦିନିକିଆ ରାଙ୍କିଂରେ ଶୀର୍ଷ ସ୍ଥାନରେ ଭାରତୀୟ ଦଳ

ନନ୍ଦିଘୋଷ ବ୍ୟୁରୋ: ଆଇସିସି ଦିନିକିଆ ରାଙ୍କିଂରେ ଏକ ନମ୍ବର ହୋଇଛି ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ବିଜୟ ପରେ ତାଲିକାର ଶୀର୍ଷରେ ଟିମ୍ ଇଣ୍ଡାଆ । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ ସୁଇପ କରିଛି ଭାରତ । ଲଢି ଲଢି ଶେଷ ଦିନିକିଆରେ ହାରିଲା ଭ୍ରମଣକାରୀ ଦଳ । ନ୍ୟୁଜିଲାଣ୍ଡକୁ ୯୦ରନରେ ହରାଇଛି ଟିମ୍ ଇଣ୍ଡିଆ । ଶୁବମନ ଗିଲ ଓ ରୋହିତ ଶର୍ମାଙ୍କ ଶତକ ବଳରେ ବିଜୟ ହାସଲ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୯ଓ୍ବିକେଟ ହରାଇ ୩୮୫ରନ କରିଥିଲା ।

ଦୁଇ ଓପନର ଖେଳିଥିଲେ ଶତକୀୟ ଇନିଂସ । ଶୁବମନ ଗିଲ ୧୧୨ରନ କରିଥିବାବେଳେ ରୋହିତ ଶର୍ମା ୧୦୧ରନ କରିଥିଲେ । ୩୮୬ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ । ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଥିଲା ଦଳ । କନଓ୍ବେଙ୍କ ଦମଦାର ଶତକ ଦଳର ସ୍କୋରକୁ ଆଗକୁ ନେଇଥିବାବେଳେ ଲଗାତାର ଓ୍ବିକେଟ ପତନ ଦଳକୁ ପରାଜିତ କରିଥିଲା । ୨୯୫ରନରେ ଅଲଆଉଟ ହୋଇଥିଲା ଭ୍ରମଣକାରୀ ଦଳ । ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ଓ କୁଲଦୀପ ଯାଦବ ୩ଟି ଲେଖାଏ ଓ୍ବିକେଟ ନେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ମାଇକେଲ କ୍ରେମର

ଭୁବନେଶ୍ୱର: ରାଜ୍ୟରେ ଡାଟା ପଲିସି ଏବଂ ଇନୋଭେସନ ବା ଡିପିଆଇସି ସେଣ୍ଟର ପ୍ରତିଷ୍ଠା ନଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଏଥିରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟ ସହଭାଗିତାରେ ରାଜ୍ୟରେ ଡିପିଆଇସି ପ୍ରତିଷ୍ଠା ହେବ । ଏହାଦ୍ବାରା ରାଜ୍ୟରେ ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଭଳି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଲାଭବାନ ହେବ ।

ଏହାସହ ଚିକାଗୋ ବିଶ୍ବବିଦ୍ୟାଳୟର ପ୍ରଫେସର ମାଇକେଲ କ୍ରେମର, ଏକ୍ସକ୍ୟୁଟିଭ ଡାଇରେକ୍ଟର ବେଞ୍ଜାମିନ କ୍ରୋୟୁସ, ଡକ୍ଟର ଲେନି ଚୌଧୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଡିପିଆଇସି ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ସମୟ ଧରି ଆଲୋଚନା କରିଛନ୍ତି । ରାଜ୍ୟରେ ପଲିସି ଫ୍ରେମଓ୍ବାର୍କକୁ ଆହୁରି ଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ପିଏମ ମୋଦୀଙ୍କ ଉପରେ ନିର୍ମିତ ବିବିସିର ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଜେଏନୟୁ କ୍ୟାମ୍ପସରେ ହଙ୍ଗାମା

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ୟୁନିଭରସିଟି (ଜେଏନୟୁ)ରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ହଙ୍ଗାମା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ବିବିବିସିର ଏହି ବିବାଦୀୟ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ସମୟରେ ବିବାଦ ଘଟିଛି । ସମସ୍ତ ଛାତ୍ରମାନଙ୍କୁ ବିବିସିର ଏହି ଡକ୍ୟୁମେଣ୍ଟାରୀ ଦେଖିବାକୁ ଦିଆଯାଉ ବୋଲି ଛାତ୍ର ସଂଘ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଥିଲା । ଜେଏନୟୁ କ୍ୟାମ୍ପସରେ ଏହି ବିବାଦୀୟ ଡକ୍ୟୁମେଣ୍ଟାରୀକୁ ଦେଖାଇବା ପାଇଂ ପ୍ରୟାସ କରାଯାଇଥିଲା । ସମସ୍ତ ପ୍ରସ୍ତୁତି ଛାତ୍ର ସଂଘ ପକ୍ଷରୁ କରାଯାଇଥିଲା । ଯେତେବେଳେ କି ପ୍ରଶାସନ ଏନେଇ ଅନୁମତି ଦେଇନଥିଲା ।

ଯେମିତି ହିଁ ବିନା ଅନୁମତିରେ ଡକ୍ୟୁମେଣ୍ଟାରୀ ଚଳାଇବା ମାମଲା ସାମ୍ନାକୁ ଆସିଲା ତେବେ ପ୍ରଶାସନ ଛାତ୍ରସଂଘ କାର୍ଯ୍ୟଳୟର ବିଦ୍ୟୁତ ଏବଂ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି । ଏହା ସତ୍ତ୍ୱେ ଛାତ୍ରମାନଙ୍କ ପକ୍ଷରୁ ଡକ୍ୟୁମେଣ୍ଟାରୀ ଦେଖାଇବା ପାଇଁ ସବୁପ୍ରକାର ଉଦ୍ୟମ କରାଯାଇଥିଲା । ଡକ୍ୟୁମେଣ୍ଟାରୀ ଦେଖୁଥିବା ଛାତ୍ରଙ୍କ ଉପରେ ପଥର ମାଡ଼ ମଧ୍ୟ ହୋଇଛି । ତେବେ ଛାତ୍ରଙ୍କ ଉପରେ କିଏ ପଥର ଫୋପାଡ଼ିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ହେଲେ ଏହାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ବୃଦ୍ଧି ପାଇଛି ।

ଗଞ୍ଜାମ ମୁଣ୍ଡମରାଇରେ ଅଭାବନୀୟ ଘଟଣା; ଚାରି ବର୍ଷର ଶିଶୁକୁ ପିଟିପିଟି ହତ୍ୟା

ଗଞ୍ଜାମ: ଚାରି ବର୍ଷର ଶିଶୁକୁ ପିଟିପିଟି ହତ୍ୟା । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ହାଟ ସାହିର ଲିତେସ ପାତ୍ର । କାଠ ଫାଳିଆରେ ପିଟିପିଟି ଶ୍ରୀକାନ୍ତ ସେଠୀ ନାମକ ଜଣେ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ମୃତକଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଅପରାହ୍ମରେ ପୁଅ ଖେଳୁଥିବା ସମୟରେ ନିଖୋଜ ହୋଇଯାଇଥିଲା । ଖୋଜାଖୋଜି ପରେ ଅଭିଯୁକ୍ତର ଘର ଆଗରୁ ମୃତ ଲିତେସର ଚପଲ ପାଇଥିଲେ ପରିବାର ଲୋକ । ପରେ ଶ୍ରୀକାନ୍ତଙ୍କ ଘରର ଉପମ ମହଲାରୁ ପୁଅର ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ହକି ବିଶ୍ୱକପ୍-୨୦୨୩: ସେମିରେ ପ୍ରବେଶ କଲେ ବେଲଜିୟମ ଓ ଅଷ୍ଟ୍ରେଲିଆ

ଭୁବନେଶ୍ୱର: ସେମିରେ ପ୍ରବେଶ କଲେ ବେଲଜିୟମ ଓ ଅଷ୍ଟ୍ରେଲିଆ । ପୁରୁଷ ହକି ବିଶ୍ବକପ୍-୨୦୨୩ରେ ବେଲଜିୟମ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର ଫାଇନାଲରେ ବିଜୟୀ ହୋଇ ବେଲଜିୟମ ଦ୍ବିତୀୟ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି । ବେଲଜିୟମ୍ ଆସନ୍ତା ୨୭ ତାରିଖରେ ସେମିଫାଇନାଲ ମ୍ୟାଚ୍ ଖେଳିବ ।

ଏହି ଟିମ୍ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ନେଦରଲ୍ୟାଣ୍ଡ୍ସ ଓ ଦକ୍ଷିଣ କୋରିଆ ମଧ୍ୟରେ ଆୟୋଜିତ ହେବାକୁ ଥିବା ୪ର୍ଥ କ୍ବାର୍ଟରଫାଇନାଲର ବିଜୟୀ ଦଳକୁ ଭେଟିବ । ଆଜି ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍ରେ ବିଜୟ ହାସଲ ପରେ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିଥିଲା । ଅଷ୍ଟ୍ରେଲିଆ ୪-୩ ଗୋଲ୍ରେ ସ୍ପେନ୍କୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲ ଟିକେଟ୍ ହାତେଇଥିଲା । କଙ୍ଗାରୁ ଟିମ୍ ଆସନ୍ତା ୨୭ ତାରିଖରେ ସେମି ଫାଇନାଲ ମ୍ୟାଚ୍ ଖେଳିବ । ଆସନ୍ତାକାଲି ଇଂଲଣ୍ଡ ଓ ଜର୍ମାନି ମଧ୍ୟରେ ଖେଳାଯିବାକୁ ଥିବା ୩ୟ କ୍ବାର୍ଟର ଫାଇନାଲର ବିଜେତା ଟିମ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ହେବ ।

ଭୁଶୁଡ଼ିଲା ୫ ମହଲା ବିଶିଷ୍ଟ କୋଠା; ୩ଜଣଙ୍କ ମୃତ୍ୟୁ, ଅନେକ ଚାପି ହୋଇ ରହିଥିବା ଆଶଙ୍କା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ୱାଜିର ହାସନ ରୋଡରେ ଥିବା ଗୋଟିଏ ୫ ମହଲା ବିଶିଷ୍ଟ ବିଲଡିଂ ହଠାତ୍ ଭୁଶୁଡ଼ି ପଡ଼ିଛି । ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଲୋକ ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଭୂକମ୍ପ ଝଟକା ଅନୁଭତ ହୋଇଥିଲା ।

ଏହି ବିଲଡିଂ ଉପରେ ଭୂକମ୍ପ ଝଟକାର ପ୍ରଭାବ ପଡ଼ିଥିବା କୁହାଯାଉଛି । ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନି । ବିଲଡିଂ ଭୁଶୁଡ଼ିବା ଯୋଗୁ ୪ଟି ପରିବାର ଲୋକ ପ୍ରଭାବିତ ହୋଇଛନ୍ତି । ପରିବାରରେ ରହୁଥିବା କିଛି ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇଯାଇଥିଲେ । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମାଟି ଅତଡ଼ା ତଳକୁ ୬ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ଏସଡିଆରଏଫ, ଏନଡିଆରଏଫ ଏବଂ ୧୨ ଜେସିବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଉଦ୍ଧାର କାର୍ଯ୍ୟ ପାଇଁ ସେନା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି । ୩୦ରୁ ୪୦ ଜଣ ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ଟି ସହରର ହସନଗଞ୍ଜ ରୋଡ ସ୍ଥିତ ଅଳାୟା ଆପାର୍ଟମେଣ୍ଟରେ ହୋଇଛି । କୁହାଯାଉଛି ୟେ ବିଲ୍ଡିଂ ଭିତରେ ବେସମେଣ୍ଟରେ ଖୋଳା କାର୍ଯ୍ୟ ଚାଲିଥିଲା, ଯେଉଁ କାରଣରୁ ଏହି ଦୁର୍ଘଟଣା ହୋଇଛି । କିଛି ଲୋକଙ୍କ କହିବା ଅନୁସାରେ ଭୂମିକମ୍ପ କାରଣରୁ ବିଲ୍ଡିଂରେ ଫାଟ ଆସିଥିଲା ଏବଂ ଏହା ଭୁଶୁଡ଼ି ପଡ଼ିଥିଲା । ଦୁର୍ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖବ୍ୟକ୍ତି କରିଛନ୍ତି ।

ସମ୍ମାନ ପାଇଁ ଲଢ଼ୁଥିବା ନ୍ୟୁଜିଲାଣ୍ଡର ଶୋଚନୀୟ ପରାଜୟ: ୯୦ ରନରେ ୩ୟ ଦିନିକିଆ ଜିତିଲା ଟିମ୍ ଇଣ୍ଡିଆ

ଇଣ୍ଡୋର: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍ ଜିତିଲା ରୋହିତ ବାହିନୀ । ଇନ୍ଦୋରରେ ଚାଲିଥିବା ଏହି ମ୍ୟାଚକୁ ୯୦ରନରେ ଜିତିନେଇଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୮୫ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ୩୮୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୪୧.୨ ଓଭରରେ ନିଜର ସମସ୍ତ ୱିକେଟ୍ ହରାଇ ୨୯୫ରନରେ ସୀମତି ରହିଥିଲା । ଏହି ତୃତୀୟ ମ୍ୟାଚ୍ ନିଜ ସମ୍ମାନ ପାଇଁ ଲଢ଼ୁଥିଲା ଭ୍ରମଣକାରୀ କିୱି ଦଳ । ଭାରତ ଏହି ବିଜୟ ସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ୩-୦ରେ କ୍ଲିନ ସ୍ୱିପ୍ କରିଛି । ଆଜିର ମ୍ୟାଚରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଶତକୀୟ ପାରି ଖେଳିଥିଲେ ।

ଆଜି ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆହ୍ୱାନକ୍ରମେ ଟିମ୍ ଭାରତ ବ୍ୟାଟିଂ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ପଡ଼ିଆକୁ ଓହ୍ଲାଇଥିଲେ । ଏହି ଦୁଇ ପ୍ରାରମ୍ଭିକ ଯୋଡ଼ି ଦମଦାର ପ୍ରଦର୍ଶନ କରିଥିଲେ । ଦୁଇ ଓପନ ଶତକୀୟ ଇନିଂସ ଖେଳିଥିଲେ । ଦଳୀୟ ସ୍କୋର ୨୧୨ ଥିବା ବେଳେ ଭାରତକୁ ପ୍ରଥମ ଝଟକା ଲାଗିଥିଲା । ରୋହିତ ଶର୍ମା ୧୦୧ ରନ କରି ପାଭେଲିଅନ୍ ଫେରିଯାଇଥିଲେ । ସେହିପରି ଶୁଭମନ ଗିଲ୍ ୧୧୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୩୬ ରନ୍ କରିଥିଲେ, ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତତମ ୫୪ ରନ୍ ଓ ଶ୍ରାଦ୍ଧୁଳ ଠାକୁର ୨୫ ରନ୍ କରିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଜାକୋବ ଡଫି ଏବଂ ବ୍ଲେୟାର ଟିକ୍ନର ତିନୋଟି ଲେଖାଏଁ ୱିକେଟ୍ ଅକ୍ତାଆର କରିଥିବା ବେଳେ ମାଇକେଲ ବ୍ରେସୱେଲ୍ ଗୋଟିଏ ୱିକେଟ୍ ହାସଲ କରିଥିଲେ । ୩୮୬ ରନର ପିଛା କରି ନ୍ୟୁଜିଲାଣ୍ଡର ଫିନ୍ ଆଲେନ ଏବଂ ଦେଭୋନ କନୱେ କ୍ରୀଜକୁ ଓହ୍ଲାଇଥିଲେ । ଫିନ୍ ଆଲେନ ଖାତା ଖୋଲି ନପାରି ପାଭେଲିଅନ୍ ଫେରିଯାଇଥିଲେ । ହେଲେ ଦେଭନ କନୱେ ଦଳୀୟ ସ୍ଥିତିକୁ ମଜବୁତ କରିତିଲେ । ୧୦୦ ଟି ବଲରେ ସେ ୧୩୮ ରନର ଏକ ଦମଦାର ଇନିଂସ ଖେଳିଥିଲେ । ଉମ୍ରାନ ମଲିକଙ୍କ ଓଭରରେ ସେ କ୍ୟାଚ ଆଉଟ୍ ହୋଇଯାଇଥିଲେ ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ହେନରି ନିକୋଲ୍ସ ୪୨ ରନ୍ କରିଥିବା ବେଳେ ଡାରିଲ ମିଚେଲ ୨୪ ରନ୍, ମାଇକେଲ ବ୍ରେସୱେଲ୍ ୨୬ ରନ୍ ଏବଂ ମାଇକେଲ ସାଣ୍ଟନର ୩୪ ରନ୍ କରିଥିଲେ । ଦଳ ୪୧.୨ ଓଭର ଚାଲିଥିବା ବେଳେ ନିଜର ସମସ୍ତ ୱିକେଟ୍ ହରାଇ ୨୯୫ ରନରେ ସୀମିତ ରହିଥିଲା । ଭାରତ ପକ୍ଷରୁ ଶ୍ରାଦ୍ଧୁଲ ଠାକୁର ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଯୁଜବେନ୍ଦ୍ର ଚହଲ ୨ଟି ୱିକେଟ୍, ହାର୍ଦ୍ଦିକ ପାଣ୍ଡ୍ୟା ଓ ଉମ୍ରାନ ମଲ୍ଲିକ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

୨୦୨୨ ଓଡିଶା ପୋଲିସ କନଷ୍ଟେବଳ ନିଯୁକ୍ତି ପାଇଁ ୪ ବର୍ଷ ବୟସସୀମା ବୃଦ୍ଧି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ୨୦୨୨ ଓଡିଶା ପୋଲିସ କନଷ୍ଟେବଳ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା ବୃଦ୍ଧି କଲେ ହାଇକୋର୍ଟ । ସମସ୍ତ ବର୍ଗରେ ୪ବର୍ଷ ସମୟସୀମା ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବ୍ରୁଆରୀ ୧୦ତାରିଖ ଯାଏଁ ଆବେଦନ ଗ୍ରହଣ କରି, ସେହିମାସ ୨୦ତାରିଖରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ଚଳିତ ବିଜ୍ଞପ୍ତି ପାଇଁ ସମୟସୀମା ବୃଦ୍ଧି କାର୍ଯ୍ୟକାରୀ ହେବ। ୪ହଜାର ୭୯୦ କନଷ୍ଟେବଳ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥିରେ ପ୍ରାର୍ଥୀ ୧୮ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ନେଇ ଉଲ୍ଲେଖ କରାଯାଇଥିଲା । ଫେବ୍ରୁଆରୀ ୧୦ତାରିଖ ଯାଏଁ ରହିଛି ଆବେଦନ ଅବଧି । ଫେବ୍ରୁଆରୀ ୨୦ରେ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ପାଇଁ ୨୦୧୮ରୁ ୨୦୨୨ ମଧ୍ୟରେ ପରୀକ୍ଷା ହୋଇନଥିବାରୁ ବୟସସୀମା କୋହଳ କରିଛନ୍ତି ହାଇକୋର୍ଟ । ବୟସସୀମା ବୃଦ୍ଧି କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ ଆଶାୟୀ। ତେବେ ପୋଲିସ ନିଯୁକ୍ତିରେ ସର୍ବାଧିକ ବୟସସୀମା ବୃଦ୍ଧି କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ଓସ୍କାର ପାଇଁ ମନୋନୀତ ହେଲା ଫିଲ୍ମ RRRର ‘ନାଟୁ ନାଟୁ’ ଗୀତ  

ନୂଆଦିଲ୍ଲୀ: ଓସ୍କାର ପାଇଁ ମନୋନୀତ ହେଲା ଏସ ଏସ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ RRRର ଗୀତ । `ନାଟୁ ନାଟୁ’ ବେଷ୍ଟ ଅରିଜିନାଲ ଗୀତ କାଟାଗୋରୀରେ ମନୋନୀତ । ତିନିଟି ଶ୍ରେଣୀରେ ଭାରତୀୟ ଚଳଚ୍ଚିତ୍ର ଓସ୍କାର ପାଇଁ ମନୋନୀତ । `ଅଲ୍ ଦାଟ୍ ବ୍ରିଦସ୍’ ବେଷ୍ଟ ଡକ୍ୟୁମେଣ୍ଟାରୀ ତାଲିକାରେ ମନୋନୀତ ହୋଇଛି । ସେହିପରି ବେଷ୍ଟ ଡକ୍ୟୁମେଣ୍ଟାରୀ ସର୍ଟ ଫିଚର ଫିଲ୍ମ ତାଲିକାରେ ‘ଦ ଏଲିଫେଣ୍ଟ ହୁଇସ୍ପର୍ସ’ ମନୋନୀତ ହୋଇଛି । ନିକଟରେ ଏସଏସ ରାଜମୌଲିଙ୍କ ଫିଲ୍ମ RRRର ଗୀତ ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ କାଟେଗୋରୀରେ ମଧ୍ୟ ମନୋନୀତ କରାଯାଇଥିଲା । ଓସ୍କାର ଆୱାର୍ଡସ ୨୦୨୩ ନୋମିନେସନ୍ସ, ବବର୍ଲି ହିଲ୍ସ, କାଲିଫୋର୍ଣ୍ଣିଆରେ ଆୟୋଜିତ ହୋଇଥିଲା । ଏହାର ନୋମିନେସନ୍ସ ହୋଷ୍ଟ ରିଜ୍ ଅହମଦ ଏବଂ ଅଭିନେତ୍ରୀ ଏଲିସନ ୱିଲିୟମ୍ସ କରିଛନ୍ତି ।

୫୦ ବର୍ଷ ପରେ ଓଡ଼ିଶା ଆକାଶରେ ଦେଖାଦେଲା C/2022-E3 ନାମକ ଧୂମକେତୁ

ଭୁବନେଶ୍ୱର: ରାଜଧାନୀ ଆକାଶରେ ଧୂମକେତୁ । ଚନ୍ଦକାରୁ ଧୂମକେତୁ ଚିତ୍ର ଉତ୍ତୋଳନ । ୫୦ ହଜାର ବର୍ଷ ପରେ ପୁଣି ଦେଖାଦେଲା C/2022 E3 (ZTF)। ଫେବ୍ରୁଆରୀ ୧ ତାରିଖରେ ହେବ ପୃଥିବୀର ନିକଟତର । ଖାଲି ଆଖିରେ ଦେଖିପାରିବେ ଲୋକେ । ଆବିଷ୍କାର ପରଠୁ ବେଳକୁ ବେଳ ଉଜ୍ଜଳ ହେବାରେ ଲାଗିଛି । କିନ୍ତୁ ପୃଥିବୀ ଉପରେ ଏହାର ପ୍ରଭାବ କିଛି ପଡିବନି । ଉତ୍ତର-ପୂର୍ବ ଦିଗରେ ସନ୍ଧ୍ୟା ସାଢେ ୭ ଟା ବେଳକୁ ଉଦୟ ହେବ । ପ୍ରାୟ ୧୫ ରୁ ୧୬ ଡିଗ୍ରୀ ଉପରେ ରହିବ ଧୂମକେତୁ। ରାତି ବଢିବା ସାଙ୍ଗକୁ ଧୀରେ ଧୀରେ ଉପରକୁ ଉଠିବ। ୪ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଦୃଶ୍ୟମାନ ହେବ। ଏହା ଏକ ବଡ ଧୂମକେତୁ ।

ପୃଥିବୀର ପାଖାପାଖି ୪ କୋଟି କିଲୋମିଟର ନିକଟକୁ ଆସିବ। ତେଣୁ ଜାନୁଆରୀ ୩୦, ୩୧ ଓ ଫେବ୍ରୁଆରୀ ୧, ୨ ରେ ଏହା ଖାଲି ଆଖିରେ ଦେଖାଯିବ ବୋଲି ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଳାନେଟାରିୟମ୍ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଉତ୍ତର ଗୋଲାର୍ଦ୍ଧର ସବୁ ସ୍ଥାନରେ ଦେଖାଯିବ ଏହି ଧୂମକେତୁ । ଦେଶର ଯେତେ ଉପରକୁ ଯିବା ଯଥା ଦିଲ୍ଲୀ, କାଶ୍ମୀର ଆଦିରେ ସେତେ ଉପରକୁ ଦେଖାଯିବ । ପ୍ରତିବର୍ଷ ୨୦ ରୁ ୨୫ ଟି ଧୂମକେତୁ ସୂର୍ଯ୍ୟ ନିକଟରେ ରହିଥାଏ ଏବଂ ପୃଥିବୀ ପାଖ ଦେଇ ଯାଇଥାଏ। ସେମାନଙ୍କର ଆକାର ଅନୁସାରେ ଦୂରତା ଅଧିକ ଥିବାରୁ ଦେଖିବା ସମ୍ଭବ ହୁଏନି ।

କିନ୍ତୁ ବୈଜ୍ଞାନିକ ମାନେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟ ରେ ଧୂମକେତୁ ଗୁଡିକର ଗତିବିଧି ଲକ୍ଷ କରନ୍ତି । ତେବେ ଭୁବନେଶ୍ବର ମଧ୍ୟରେ ଲାଇଟ ପ୍ରଦୂଷଣ ଅଧିକ ଥିବାରୁ ଦେଖାଯିବା ଆଶା କମ୍ ରହିଛି । କିନ୍ତୁ ଭୁବନେଶ୍ୱର ଉପକଣ୍ଠରେ ଲାଇଟ ପ୍ରଦୂଷଣ କମ ସ୍ଥାନରେ ଏହା ସ୍ପଷ୍ଟ ଦେଖାଯିବ । ୨୦୦୫ରେ ଏହିଭଳି ଏକ ଧୂମକେତୁ ଆଲବକ ଆସିଥିଲା । ୨୦୧୯ ରେ ନ୍ୟୁୟ ଏଜ ଧୂମକେତୁ ଦେଖିଥିଲେ ଲୋକେ । ଧୂମକେତୁ ଏକ ଛୋଟ ପିଣ୍ଡ। ୧/୨ କିମି ପଥର ଖଣ୍ଡ। ସୂର୍ଯ୍ୟ ନିକଟତର ହେଲେ ଲାଞ୍ଜ ସୃଷ୍ଟି ହୁଏ । ଏହାର ପୃଥିବୀ ସହ ଧକ୍କା ହେଲେ କ୍ଷତି ପହଞ୍ଚାଇବା ସମ୍ଭାବନା ଅଧିକ ରହିଛି ।