ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ କକ୍ଷତ୍ୟାଗକୁ ଦୁର୍ଭାଗ୍ୟଜନକ ବୋଲି କହିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଯାହା ନାଁ ୧୬ଟି ଅପରାଧିକ ମାମଲା ରହିଛି , ଯିଏ ନିଜ ସଭାପତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ, ଜଣେ କାର୍ଯ୍ୟରତ ମହିଳା ପୋଲିସଙ୍କୁ ଧକ୍କା ମାରିଥିଲେ ତାଙ୍କଠାରୁ ଆଉ ଅଧିକ କ’ଣ ଆଶା କରିବା ବୋଲି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଟାଗେର୍ଟ କରିଛନ୍ତି ପ୍ରଶାନ୍ତ ମୁଦୁଲି । ବିଜେପି ସୁରକ୍ଷା କଥା କହୁଛନ୍ତି ସେମାନେ ପ୍ରଥମେ ତାଙ୍କ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି କହିଛନ୍ତି ପ୍ରଶାନ୍ତ । ମାନସିକ ସନ୍ତୁଳନ ଠିକ୍ ଥିବା ବ୍ୟକ୍ତି ଏମିତି କାର୍ଯ୍ୟ କେବେ କରନ୍ତିନି । ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଜୟନାରାୟଣ ମିଶ୍ରଙ୍କ ଠାରୁ ଦୂରେଇ ରୁହନ୍ତୁ ବୋଲି କହିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।
ଓଡ଼ିଶାରୁ ଦୂର ହେବ ମ୍ୟାଲେରିଆ, ନୋ ମୋର ମ୍ୟାଲେରିଆ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚୁକ୍ତି ସ୍ଵାକ୍ଷରିତ
ଭୁବନେଶ୍ୱର: ଓଡ଼ିଶାରୁ ଦୂର ହେବ ମ୍ୟାଲେରିଆ l ନୋ ମୋର ମ୍ୟାଲେରିଆ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି l ଆଗାମୀ ୨୦୨୭ ସୁଦ୍ଧା ଓଡ଼ିଶାରୁ ମ୍ୟାଲେରିଆ ସମ୍ପୂର୍ଣ୍ଣ ଦମନ କରିବା ପାଇଁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ l ୨୦୨୭ ସୁଦ୍ଧା ଓଡ଼ିଶାରେ ମ୍ୟାଲେରିଆ ଦମନ ପାଇଁ ସ୍ୱାସ୍ଥ୍ୟ ବିଭାଗ ଚୁକ୍ତି କରିଛି l ଆଗାମୀ ୫ ବର୍ଷ ପାଇଁ ନୋ ମୋର ମ୍ୟାଲେରିଆ ସହ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର MOU ସ୍ବାକ୍ଷର ହୋଇଛି । ଓଡ଼ିଶାରେ ୧୦ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ଆହୁରି ବ୍ୟାପକ ହେବ କାର୍ଯ୍ୟକ୍ରମ ଓ ସଚେତନତା l କୋରାପୁଟ ଓ ମାଲକାନଗିରି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବ l
ସେପଟେ ୨୦୨୭ ସୁଦ୍ଧା ଓଡ଼ିଶାରେ ମ୍ୟାଲେରିଆ ସମ୍ପୂର୍ଣ୍ଣ ମୁକ୍ତ କରିବା ଲକ୍ଷ୍ୟକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଯୋଡ଼ି ହୋଇଥିବା ସଂସ୍ଥାମାନେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି l ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ଓ ବିଲୋପ କାର୍ଯ୍ୟକ୍ରମକୁ ଏମ. ଏନ.ଏମ ୨୦୧୮ ମସିହାରୁ ଓଡ଼ିଶା ସରକାରଙ୍କୁ ସମର୍ଥନ କରିଆସୁଛି l ସେପଟେ ଏହି ଚୁକ୍ତି ଦ୍ୱାରା ଉଭୟ ଫର୍ମାଲ ଓ ଇନଫର୍ମାଲ ବେସରକାରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସାକୁ ତ୍ୱରାନ୍ୱିତ କରିବ l ଅନ୍ୟପଟେ ମ୍ୟାଲେରିଆ ସମ୍ପୂର୍ଣ୍ଣ ଦମନ ପାଇଁ ତୃଣମୂଳସ୍ତରରୁ ଲୋକମାନଙ୍କୁ ସଚେତନ କରିବା ସହ ସଠିକ କାର୍ଯ୍ୟକ୍ରମ ନିହାତି ଜରୁରୀ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଓ ବିଭାଗ ସ୍ୱତନ୍ତ୍ର ସଚିବ ।
ପୋଲିସ ହାତରେ ଛିନତାଇ ଗ୍ୟାଙ୍ଗ୍, ୨ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ପୋଲିସ
ଭୁବନେଶ୍ୱର: କ୍ୟାପିଟାଲ ଥାନା ପୋଲିସ ହାତରେ ଛିନତାଇ ଗ୍ୟାଙ୍ଗ୍ । ୨ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ସୁଶାନ୍ତ ମହାରଣା ଓ ତ୍ରିଲୋଚନ ନାଥ । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ୩୪ଟି ମାମଲା ରହିଛି । ଗତ ୧୯ ତାରିଖରେ ସୂର୍ଯ୍ୟନଗର ଭେନୋସିନ ରେଷ୍ଟୁରାଣ୍ଟ ସମ୍ମୁଖରୁ ମୋଟର ସାଇକେଲରେ ଯାଉଥିବା ଦମ୍ପତିଙ୍କଠାରୁ ଲୁଟ୍ କରିଥିଲେ ଏହି ଅଭିଯୁକ୍ତ । ଅଭିଯୋଗ ପରେ କ୍ୟାପିଟାଲ ଥାନା ଓ POPD ଟିମ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।
ଆଜି ଭୋର୍ ପ୍ରାୟ ୪ଟା ସମୟରେ ପୋଲିସ ପାଟ୍ରୋଲିଂ ବେଳେ ଭୁବନେଶ୍ୱର କ୍ଲବ ପଛପଟୁ ସନ୍ଦିଗ୍ଧ ଅବସ୍ଥାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଧରିଛି । ସେମାନଙ୍କଠାରୁ ଗୋଟିଏ ପଲସର ବାଇକ, ୫ଟି ମୋବାଇଲ ଫୋନ୍, ଗୋଟିଏ ଭ୍ୟାନିଟି ବ୍ୟାଗ, ଗୋଟିଏ ATM କାର୍ଡ, ୨୦ ଗ୍ରାମ ରୁପା ଓ ୧୦ ହଜାର ଟଙ୍କା ଜବତ କରିଛି କ୍ୟାପିଟାଲ ଥାନା ପୋଲିସ।
ରାଜ୍ୟରେ ରହିବନି ଡାକ୍ତର ଅଭାବ; ଚଳିତବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ନାମଲେଖା
କଳାହାଣ୍ଡି : କଳାହାଣ୍ଡି ଚଳିତ ଶିକ୍ଷା ବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ହେବ ନାମଲେଖା। ଆସନ୍ତା ବର୍ଷ ଯାଜପୁର ଓ କନ୍ଧମାଳରେ ପାଠପଢା ଆରମ୍ଭ ହେବ। ୨୦୨୬ ସୁଦ୍ଧା ତାଳଚେରରେ ମଧ୍ୟ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ। ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି।
ଆଗକୁ ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ଏବେ ରାଜ୍ୟରେ ବ୍ରହ୍ମପୁର, କଟକ ଓ ବୁର୍ଲା ସମେତ ମୋଟ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି। ଏହା ସହିତ ୨ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କଲେଜ ରହିଛି। ପ୍ରତ୍ୟେକ ନୂଆ ମେଡିକାଲ କଲେଜରେ ଶହେଟି ଲେଖାଏଁ ସିଟ ରହିଛି।
୧୦ଟି ମେଡିକାଲ କଲେଜରେ ମୋଟ ୧୪ଶହ ଏମବିବିଏସ ସିଟ ରହିଛି। ସବୁ ଜିଲ୍ଲାରେ ମେଡିକାଲ ଖୋଲିବା ପରେ ରାଜ୍ୟର ଡାକ୍ତର ଅଭାବ ସମସ୍ୟା ଦୂର ହେବ। ଏଥିପାଇଁ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ କରୁଛନ୍ତି। ଏମବିବିଏସ ଡିଗ୍ରୀ ହାସଲ ପରେ ରାଜ୍ୟ ବାହାରକୁ ନଯିବା ପାଇଁ ଦୁଇ ବର୍ଷ ବଣ୍ଡ ବା ଚୁକ୍ତି କରାଯାଉଛି। ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଡିଏମଇଟି ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

