ପାକିସ୍ତାନର ପୋଲିସ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ, ୧୨ ମୃତ

ଇସଲାମବାଦ: ପାକିସ୍ତାନର ସ୍ୱାତରେ କାଉଣ୍ଟର ଟେରରିଜମ ବିଭାଗର କାର୍ଯ୍ୟାଳୟରେ ଆତଙ୍କୀ ଆକ୍ରମଣ ହୋଇଛି । ଆକ୍ରମଣରେ ଅତି କମରେ ୧୨ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏଥିସହିତ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆତଙ୍କୀ ନିଜକୁ ମଧ୍ୟ ଉଡ଼ାଇ ଦେଇଛି ।

ଖୈବର ପଖତୁନଖ୍ୱାର ପୋଲିସ ମହାନିରୀକ୍ଷକ ଅଖତର ହୟାତ ଖାନ ଏହି ଆତଙ୍କୀ ଆକ୍ରମଣ ପରେ କହିଛନ୍ତି, ସମ୍ପୂର୍ଣ୍ଣ ପ୍ରାନ୍ତରରେ ହାଇଆଲର୍ଟ ରହିଛି । ଏହା ପୂର୍ବରୁ ଜିଲ୍ଲା ପୋଲିସ ଅଧିକାରୀ ଶଫି ଅଲ୍ଲାହ ଗଣ୍ଡାପୁର (ଡିପିଓ) କହିଥିଲେ ଯେ ଷ୍ଟେସନ ଭିତରେ ଦୁଇଟି ବିସ୍ଫୋରଣ ହୋଇଛି, ଯେଉଁଥିରେ କୋଠାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସମ୍ପୂର୍ଣ୍ଣ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା ।