ଚୋରି କରିବାକୁ ଆସିଥିଲେ ନିଜ ଗାଡି ଛାଡି ଦୌଡିଲେ, ଭିଡିଓ ଦେଖିଲେ ହସିହସି ଗଡିବେ

1 min read

ନନ୍ଦିଘୋଷ ବ୍ୟୁରୋ: ଚୋର ଯେତେବେଳେ ଘରେ ପଶେ କଳାକନା ବୁଲାଇ ଦେଇ ଯାଏ । ବହୁ କମ ସମୟରେ ଏମିତି ହୁଏ ଯେ ଚୋରର ସବୁ ଯୋଜନା ଫସର ଫାଟିଯାଏ  । କିନ୍ତୁ ସୋସିଆଲ ମିଡିଆରେ ଏବେ ଦୁଇ ଚୋରଙ୍କ ହଟହଚଟା ଘଟଣା ଭାଇରାଲ ହେବାରେ ଲାଗିଛି  ।

 

ଯାହାର ଭିଡିଓ ଦେଖିଲେ ଆପଣ ହସିହସି ବେଦମ ହୋଇଯିବେ  । ଚୋରିର ଏକ ଭାଇରାଲ ଭିଡିଓ ଜଣେ ୟୁଜର ପୋଷ୍ଟ କରି ଲେଖିଛନ୍ତି ଯେ ‘ଆସିଥିଲେ ସ୍କୁଟି ଚୋରି କରିବାକୁ ହେଲେ ନିଜର ଛାଡି ପଳାଇଲେ’  । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ କଳା ରଙ୍ଗର ସ୍କୁଟି ନେଇ ଦୁଇ ଚୋର ଏକ ଘର ସାମନାରେ ଅଟକୁଛନ୍ତି  । ଜଣେ ଚୋର ଗେଟ ଖୋଲି ଘର ଭିତରେ ପ୍ରବେଶ କରିଥିବାବେଳେ ଆଉ ଜଣେ ବାହାରେ ତାକୁ ଅପେକ୍ଷା କରିଥାନ୍ତି  । ଭିତରକୁ ଯାଇଥିବା ଯୁବକ ଆଉ ଏକ ସ୍କୁଟି ଚୋରି କରି ବାହାରକୁ ଆଣୁଥାନ୍ତି  । ଠିକ ଏହି ସମୟରେ ଗେଟ ଭିତରକୁ ପାଟି କରି ଜଣେ ବ୍ୟକ୍ତି ବାହାରକୁ ଦୌଡି ଆସନ୍ତି  । ଆଉ ଏତିକି ବେଳେ ଦୁଇ ଚୋର କିଛି ଉପାୟ ନପାଇ ଖସିବାକୁ ଉଦ୍ୟମ କରନ୍ତି  । ବ୍ୟକ୍ତିଙ୍କ ସହ ୬ ରୁ ୭ ଜଣ ଯୁବକ ଦୁଇ ଚୋରଙ୍କୁ କାବୁ କରିବାକୁ ବାହାରକୁ ଦୌଡି ଆସନ୍ତି  । ଆପଣ ବି ଦେଖନ୍ତୁ ସେହି ମଜାଦାର ଭିଡିଓ  ।

 

ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି  । ଖବର ଲେଖାହେବା ସୁଦ୍ଧା ଟ୍ବିଟରରେ ଭିଡିଓକୁ ୨୫ ହଜାରରୁ ଅଧିକ ଲୋକେ ଦେଖି ସାରିଥିବାବେଳେ ୨ ହଜାର ଲୋକେ ଭିଡିଓକୁ ପସନ୍ଦ କରିଛନ୍ତି  । କେତେକ ୟୁଜର୍ସ କମେଣ୍ଟ କରି ନିଜ ମତାମତ ଦେଉଛନ୍ତି  । ଜଣେ ୟୁଜର ଲେଖିଛନ୍ତି ‘ତୁ କେମିତି ଚୋର ହେବୁ ରେ’ ? ଆଉ ଜଣେ ଲେଖିଛନ୍ତି ‘ଏହା ବଢିଆ ଥିଲା ଗୁରୁ’  ।