spot_img
Home Blog Page 3422

ସାପ ଧରିବା କୌଶଳ ଶିଖିବାକୁ ସାତଦରିଆ ପାର, ୟୁଟ୍ୟୁବ ଦେଖି ଲଣ୍ଡନରୁ ଭଦ୍ରକ ଆସିଲେ ବିଦେଶୀ ଦମ୍ପତି

ଭଦ୍ରକ: ସାପ ଧରିବା ଶିଖିବାକୁ ସାତଦରିଆ ପାର । ସ୍ନେକ ରେସ୍କ୍ୟୁ ଟ୍ରେନିଂ ପାଇଁ ବିଟ୍ରେନରୁ ଭଦ୍ରକ ଯାତ୍ରା । ୟୁଟ୍ୟୁବରେ ଭଦ୍ରକର ଜଣେ ଯୁବକଙ୍କ ସାପଧରା କୌଶଳ ଦେଖି ଓଡ଼ିଶା ଆସି ଟ୍ରେନିଂ ନେଇଛନ୍ତି ଲଣ୍ଡନର ଦମ୍ପତି ପୁଲ୍ ଓ ସାରା । ଭଦ୍ରକ ଜିଲ୍ଲା ପୁରୁଣାବଜାର ଅଞ୍ଚଳରେ ମିର୍ଜା ଆରିଫଙ୍କଠାରୁ ସାପଧରା ତାଲିମ ନେଇଛନ୍ତି ଏହି ବିଦେଶୀ ଦମ୍ପତି । ଉଭୟ ପଶୁପ୍ରେମୀ ହୋଇଥିବାବେଳେ ୟୁଟ୍ୟୁବରେ ମିର୍ଜ୍ଜାଙ୍କର ସାପ ଧରା ଭିଡିଓ ଦେଖି ଆକର୍ଷିତ ହୋଇଥିଲେ । କିଭଳି ସାପଙ୍କୁ ମିର୍ଜ୍ଜା ଆୟତ୍ତ କରିପାରୁଛନ୍ତି ସେ ସମ୍ପର୍କରେ ତାଙ୍କ ମନରେ ଉତ୍କଣ୍ଠା ଦେଖାଦେଇଥିଲା । ଏହି କୌଶଳ ଶିଖିବାକୁ ଉଭୟ ଲଣ୍ଡନରୁ ଭଦ୍ରକ ଆସିଥିଲେ ।

ମିର୍ଜ୍ଜାଙ୍କୁ ଭେଟି ତାଙ୍କ ସହିତ ଆଲୋଚନା ପରେ ବଣ ଜଙ୍ଗଲ ବୁଲିଥିଲେ । ବିଭିନ୍ନ ସ୍ଥାନକୁ ଯାଇ ସାପ ଧରିବାର କୌଶଳ ଶିଖିଥିଲେ । କେବଳ ସାପଧରା ଶିଖିବାକୁ ଏତେ ବାଟ ଆସିଥିବାରୁ ଏହି ଦମ୍ପତିଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଭଦ୍ରକ ଜିଲ୍ଲାରେ ଜଣେ ବିଶିଷ୍ଟ ସାପଧରାଳି ଭାବେ ମିର୍ଜ୍ଜାଙ୍କର ପରିଚୟ ରହିଛି । ବିଭିନ୍ନ ସ୍ଥାନରୁ ସାପ ଧରି ତାକୁ ସୁରକ୍ଷିତ ଭାବେ ସେ ଜଙ୍ଗଲରେ ଛାଡ଼ିଥାନ୍ତି । ଏହାର ଅନେକ ଭିଡିଓ ୟୁଟ୍ୟୁବରେ ଅପଲୋଡ କରିଛନ୍ତି ମିର୍ଜ୍ଜା । ଯାହାକୁ ଦେଖି ଲଣ୍ଡନର ଦମ୍ପତି ଭଦ୍ରକ ଛୁଟି ଆସିଛନ୍ତି ।

ନବ ଦାସ ହତ୍ୟାକାଣ୍ଡ ନେଇ ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣାଉଛି ବିଜେପି: ବିଜେଡି

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ନେଇ ବିଜେପି ପ୍ରତିଦିନ ନୂଆ ନୂଆ କାହାଣୀ ଶୁଣାଉଛି । ପ୍ରଥମେ ବ୍ୟବସାୟିକ ଶତ୍ରୁତା କହି ଏହା ପଛରେ ଦୁଇ ଜଣ ବିଜେଡି ନେତାଙ୍କ ହାତ ରହିଛି ବୋଲି ଅଭିଯୋଗ କରିଥିଲା । ପ୍ରତିଦିନ ଏମିତି କହି କହି ୭/୮ ଜଣ ନେତାଙ୍କ ନାଁ ନେଇ ସାରିଲାଣି ବିଜେପି । ଏବେ ଜଣେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଏହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ତଦନ୍ତକୁ ବିଜେପିର ଏତେ ଡର କାହିଁକି ବୋଲି ପଚାରିଛି ବିଜେଡି । ପ୍ରଦୀପଙ୍କ ଅରୁଚିକର ଓ ହୀନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମନ୍ତବ୍ୟ ପାଇଁ ପଦମପୁରବାସୀ ତାଙ୍କୁ ଉପନିର୍ବାଚନରେ ଲଜ୍ଜାଜନକ ପରାଜୟ ଭେଟି ଦେଇଥିଲେ ।

ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଏଜେନ୍ସିକୁ ଲଗାଇ ବିଭିନ୍ନ ସ୍ଥାନରେ ଆକ୍ରୋଶମୂଳକ ଭାବେ ଚଢ଼ାଉ କରାଇଥିଲା । କ୍ଷମତାର ଏଭଳି ଅପବ୍ୟବହାର ପାଇଁ ପଦମପୁରବାସୀ ତାଙ୍କ ଦଳକୁ ୪୨ ହଜାର ଭୋଟରେ ହରାଇଥିଲେ। ତେବେ ପ୍ରଦୀପଙ୍କ ପଛରେ ରାଜ୍ୟ ବିଜେପିର ଜଣେ ଶୀର୍ଷ ନେତା ରହି ଅବାନ୍ତର କଥା କୁହାଉଛନ୍ତି । ଏହି ନେତା ଜଣକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି । କିନ୍ତୁ ସେ ୱାର୍ଡମେମ୍ବର ନିର୍ବାଚନଟିଏ ମଧ୍ୟ ଜିତିବାର ସାମର୍ଥ୍ୟ ନାହିଁ ବୋଲି କଟାକ୍ଷ କରିଛି ବିଜେଡି ।

ଆକାଶପଥରେ ଯୋଡ଼ିହେବ ଶ୍ରୀକ୍ଷେତ୍ର, ଦ୍ରୁତଗତିରେ ଚାଲିଛି ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର କାମ

ପୁରୀ: ଆକାଶପଥରେ ଯୋଡ଼ିହେବ ଶ୍ରୀକ୍ଷେତ୍ର । ଖୁବଶୀଘ୍ର ନିର୍ମାଣ ହେବ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର । ପର୍ଯ୍ୟଟନ କ୍ଷେତ୍ରରେ ମିଳିବ ଅଦ୍ଭୁତପୂର୍ବ ସଫଳତା । ଏଥିପାଇଁ କାମ ଦ୍ରୁତ ଗତିରେ ଜାରି ରହିଛି । ବିମାନ ବନ୍ଦର ପ୍ରତିଷ୍ଠା ନେଇ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ବେକ୍ଷଣ ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍ ହୋଇଛି । ବ୍ରହ୍ମଗିରି ତହସିଲ ଅଞ୍ଚଳରେ ଥିବା ସିପସରୁବାଲି ଓ ଷଣ୍ଢପୁର ମୌଜାରେ ପାଖାପାଖି ୨୨୧.୪୮୦ ଏକର ବେସରକାରୀ ଜମି ଅଧିଗ୍ରହଣ ନିମନ୍ତେ ସର୍ବେକ୍ଷଣ ଆରମ୍ଭ ହୋଇଛି । ଏଥିପାଇଁ ଗ୍ରାମସଭା ମାଧ୍ୟମରେ ଜନଶୁଣାଣି କରାଯିବ । ପ୍ରସ୍ତାବିତ ଏୟାରପୋର୍ଟର ପାଚେରୀ କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରିଭିଜିବିଲିଟି ରିପୋର୍ଟ ସମେତ ଅବଷ୍ଟାକଲ ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଏୟାରପୋର୍ଟ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।

୧ ହଜାର ୧୬୪ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର । ବିମାନ ଚଳାଚଳ ବିଭାଗର ସ୍ୱତନ୍ତ୍ର ଦଳ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିସାରିଥିବା ବେଳେ ଏୟାରପୋର୍ଟ ନିର୍ମାଣ ନେଇ ଯଥାଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ପ୍ରସ୍ତାବିତ ବିମାନ ବନ୍ଦର ଶେଷ ହୋଇପାରିଲେ ପୁରୀ ଐତିହ୍ୟ ନଗରୀର ସ୍ୱପ୍ନ ସାକାର ହୋଇପାରିବ ବୋଲି ସେବାୟତ ଓ ବୁଦ୍ଧିଜୀବୀ ଆଶା ରଖିଛନ୍ତି ।

ଟ୍ରାଇଥଲନ୍ ପ୍ରତିଯୋଗିତା ବେଳେ ପ୍ରତିଯୋଗୀଙ୍କ ମୃତ୍ୟୁ

ପୁରୀ: ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ କରାଯାଉଥିବା ଟ୍ରାଇଥଲନ ପ୍ରତିଯୋଗିତାରେ ଅଘଟଣ । ପ୍ରତିଯୋଗିତାରେ ଭାଗ ନେଇଥିବା ରାଜସ୍ଥାନ ଅଂଚଳର ନିତୀନ ସୋନିଙ୍କ ମୃତ୍ୟୁ । ହରକୁଲେନ କୋଣାର୍କ ନାମରେ ଏହି ପ୍ରତିଯୋଗୀତା ରାମଚଣ୍ଡୀ ମନ୍ଦିର ନିକଟରେ ଆଜି ଅନୁଷ୍ଠିତ ହେଉଥିବା ସମୟରେ ନିତୀନ ହଠାତ୍ ଅଚେତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଏକ ଘରୋଇ  ଆମ୍ବୁଲାନ୍ସ ଯୋଗେ ପ୍ରଥମେ କୋଣାର୍କ ଓ ପରେ ପୁରୀ ମେଡିକାଲକୁ ଅଣାଯାଇଥିଲା । ତେବେ ପୁରୀରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧାନ ଜାରି ରଖିଛି।

ତ୍ରିକୋଣୀୟ ପ୍ରେମରୁ ବୀଭତ୍ସ କାଣ୍ଡ, ନାବାଳକକୁ ହତ୍ୟା କଲେ ଦୁଇ ନାବାଳକ

କଳାହାଣ୍ଡି: ପ୍ରେମ ସମ୍ପର୍କରୁ ନାବାଳକଙ୍କୁ ହତ୍ୟା । ହତ୍ୟା ଅଭିଯୋଗରେ ଦୁଇ ନାବାଳକ କୋର୍ଟ ଚାଲାଣ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ଘଟଣା । ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣଙ୍କୁ ପ୍ରଥମେ ଅଟକ ରଖିଥିଲା । ତେବେ ଜେରାରେ ସେମାନେ ତ୍ରିକୋଣୀୟ ପ୍ରେମ କାରଣରୁ ହତ୍ୟା କରିଥିଲେ ବୋଲି ସ୍ୱୀକାର କରିଥିଲେ ।

ଜଣେ ଝିଅକୁ ମୃତକ ଦିଲୀପ ଓ ଜଣେ ଅଭିଯୁକ୍ତ ଭଲ ପାଉଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା । ଗତ ୧୮ ତାରିଖରେ ଦିଲୀପକୁ ଅଭିଯୁକ୍ତ ଓ ତା’ର ସାଙ୍ଗ ଏକ ନାଳକୁ ଡାକି ନେଇ ହତ୍ୟା କରିଥିଲେ । ପରେ ସ୍ଥାନୀୟ ଦୁଇଜଣ ଚାଷୀ ମୃତକ ଦିଲୀପକୁ ଗୋଟିଏ ଦିନ ଲୁଚାଇବା ସହ ମୃତ ଦେହକୁ ନଦୀକୁ ଫୋପାଡ଼ି ଦେଇଥିଲେ । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣକୁ ମିଶାଇ ମୋଟ ଚାରି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର, ହୋଇପାରିଲାନି ବାହାଘର

ବଲାଙ୍ଗୀର: ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର, ହୋଇପାରିଲାନି ବାହାଘର । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁରେ ଏହି ଘଟଣା ଘଟିଛି । ରାୟପୁର କୁକୁରବେଡ଼ା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ଭାଇ ଗୁରୁତର ହୋଇଥିବା ବେଳେ ଅନ୍ୟ ସମ୍ପର୍କୀୟ ମଧ୍ୟ ଆହତ ହୋଇଛନ୍ତି ।

କନ୍ୟାଘର ଲୋକଙ୍କ କହିବା ଅନୁସାରେ, ବରଯାତ୍ରୀ ନାଚିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ବରଯାତ୍ରୀଙ୍କ ମଧ୍ୟରୁ ଜଣେ ଯୁବକ ଛୁରୀରେ କନ୍ୟାର ବଡ଼ଭାଇଙ୍କୁ ଆକ୍ରମଣ କରିଥିଲା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବରଯାତ୍ରୀଙ୍କ ଭିତରୁ ଦୁଇ ଜଣଙ୍କୁ ତୁରକେଲା ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଏହି ଘଟଣା ପରେ କନ୍ୟାଘର ପକ୍ଷରୁ ବିବାହ ବାତିଲ କରାଯିବାରୁ ବର ଶିଶୁପାଳ ହୋଇ ଫେରିଛନ୍ତି । ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।

ବିଜେପି ବିରୋଧରେ ଯୁଦ୍ଧଂଦେହୀ ଡାକରା, ବିହାର ପୂର୍ଣ୍ଣିଆରେ ମହାଗଠବନ୍ଧନର ମହାରାଲି

ପାଟନା: ବିଜେପି ବିରୋଧରେ ମହାମେଣ୍ଟ । ବିହାରରେ ମହାଗଠବନ୍ଧନର ମହାରାଲି । ସାମିଲ ହେଲେ ଆରଜେଡି, ଜେଡିୟୁ, କଂଗ୍ରେସ ଓ ବାମଦଳ ସମେତ ଅନ୍ୟାନ୍ୟ ଦଳର ନେତା । ଆସନ୍ତା ୨୦୨୪ ଲାଗି ବିଜେପିକୁ ଟକ୍କର ଦେବାକୁ ମହାମେଣ୍ଟ । ବିହାରର ପୂର୍ଣ୍ଣିଆରେ ଅନୁଷ୍ଠିତ ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସମେତ ବହୁ ହେଭିଓ୍ୱେଟ ହୋଇଥିଲେ ସାମିଲ । ରାଲି ଅବସରରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି- ବର୍ତ୍ତମାନ ବିଜେପି ସରକାରକୁ ବିଦାୟ କରିବାର ସମୟ ଆସିଛି ।

ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍ ମାମଲା, ୪ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ବାବୁରାମ ଦେ’

ବାଲେଶ୍ୱର: ଡିଆରଡିଓର ଗୁପ୍ତ ତଥ୍ୟ ଲିକ୍ ମାମଲା । ଟେକ୍ନିକାଲ ଅଫିସର ବାବୁରାମ ଦେ’କୁ ୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ପୋଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ କୋର୍ଟ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । ରିମାଣ୍ଡ ବେଳେ ଅଟକ ଥିବା ୭ ଜଣଙ୍କ ସହିତ ବାବୁରାମକୁ ମୁହାଁମୁହିଁ ଜେରା କରାଯିବ । ଗତକାଲି ବାଲେଶ୍ବର ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ତଥ୍ୟ ଦେବା ଅଭିଯୋଗରେ ଟେକ୍ନିକାଲ ଅଧିକାରୀ ବାବୁରାମ ଦେ’କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ହନିଟ୍ରାପ୍ ମାଧ୍ୟମରେ ରାୱଲପିଣ୍ଡିକୁ କେଉଁ ତଥ୍ୟ ଦେଇଛନ୍ତି ଅଭିଯୁକ୍ତ ? ତଥ୍ୟ ବଦଳରେ କେତେ ଟଙ୍କା ମିଳିଛି ? ଆଉ କେଉଁ ସୁବିଧା ହାତେଇଛନ୍ତି ଅଭିଯୁକ୍ତ ? ନେଟୱର୍କରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ? ରିମାଣ୍ଡରେ ଆଣି ଏସବୁ ତଥ୍ୟ ହାସଲ କରିବ ପୋଲିସ । ଆଜି ସୁଦ୍ଧା ଏହି ମାମଲାରେ ଆଇଟିଆରର ଜଣେ ବରିଷ୍ଠ ଟେକନିକାଲ ଅଫିସରଙ୍କୁ ଗିରଫ କରାଯିବା ସହିତ ଅନ୍ୟ ୪ ଜଣ ସ୍ଥାୟୀ କର୍ମଚାରୀ ଓ ୩ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।

ତୁର୍କୀ-ସିରିଆ ଭୂକମ୍ପ ମୃତ୍ୟୁସଂଖ୍ୟା ଟପିଲା ୫୦ ହଜାର, ୧୫ ଲକ୍ଷ ଲୋକ ସାଂଘାତିକ ଭାବେ ପ୍ରଭାବିତ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଶକ୍ତିଶାଳୀ ଭୂମିକମ୍ପରେ ଦୋହଲି ଯାଇଥିବା ତୁର୍କୀର ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିଚାଳନା ସଂସ୍ଥାର ରିପୋର୍ଟ ମୁତାବକ ତୁର୍କୀ ଓ ସିରିଆରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିଛି । ଶୁକ୍ରବାରର ରିପୋର୍ଟ ଅନୁସାରେ କେବଳ ତୁର୍କୀରେ ୪୪ ହଜାର ୨୧୮ ଲୋକଙ୍କର ମୃତ୍ୟୁ ହୋଇଛି । ସିରିଆରେ ୫ ହଜାର ୯୧୪ ଜଣଙ୍କର ମୃତ୍ୟୁ ହୋଇଛି । ୧୫ ଲକ୍ଷ ଲୋକ ସାଂଘାତିକ ଭାବେ ପ୍ରଭାବିତ ହୋଇଛନ୍ତି । ଏବେ ବି ଲକ୍ଷ ଲକ୍ଷ ଲୋକ ରାସ୍ତା ପାର୍ଶ୍ୱରେ ବିଭିନ୍ନ ଟେଣ୍ଟରେ ଆଶ୍ରୟ ନେଇଛନ୍ତି ।

ଭୂକମ୍ପରେ ବେଘର ହୋଇଥିବା ଲୋକଙ୍କର ଘର ନିର୍ମାଣ କରିବାକୁ ତୁର୍କୀ ଏବେ ପ୍ରାଥମିକ ପର୍ଯ୍ୟାୟରେ ପ୍ରୟାସ କରୁଛି । ୧ ଲକ୍ଷ ୬୦ ହଜାର ଆପାର୍ଟମେଣ୍ଟରେ ଥିବା ୫ ଲକ୍ଷ ୨୦ ହଜାର ଫ୍ଲାଟ୍ ଧ୍ୱଂସ ହୋଇଯାଇଛି । ତୁର୍କୀର ୬ଟି ସହରରେ କୁଢ଼ କୁଢ଼ ଭଙ୍ଗା କଙ୍କିଟ ପାହାଡ଼ର ଭ୍ରମ ସୃଷ୍ଟି କରୁଛି । ଏସବୁକୁ ସଫା କରି ନୂଆକରି ପୁଣିଥରେ ଘର ନିର୍ମାଣ କରିବାକୁ ସରକାର ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି । ଗତ ୫ ଦଶନ୍ଧିରେ ତୁର୍କୀରେ ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି ।

ଭାରତର ପଡୋଶୀଙ୍କୁ ସାହାଯ୍ୟ କରୁଛି ଆମେରିକା, ସତର୍କ କରାଇଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ଓ ଶ୍ରୀଲଙ୍କାକୁ ଚୀନର ଋଣ ପ୍ରଦାନ ପ୍ରସଙ୍ଗରେ ଉତକ୍ଷିପ୍ତ ଆମେରିକା । ଏହାକୁ ନେଇ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି ଆମେରିକା । ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଆସନ୍ତା ମାର୍ଚ୍ଚ ୧ରୁ ୩ ତାରିଖ ଯାଏ ଭାରତ ଗସ୍ତରେ ଆସିବା ପୂର୍ବରୁ ଏହି ଆଶଙ୍କା ବ୍ୟକ୍ତ କରିଛି ଆମେରିକା ।

ଦକ୍ଷିଣ ଓ କେନ୍ଦ୍ର ଏସିଆ ବ୍ୟାପାର ଉପମନ୍ତ୍ରୀ ଡୋନାଲଡ ଲୁ କହିଛନ୍ତି ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ, ଶ୍ରୀଲଙ୍କା ଓ ନେପାଳକୁ ଚୀନର ଋଣ ବଳପୂର୍ବକ ବ୍ୟବହାର କରିବା ପରି ସମସ୍ୟା ସୃଷ୍ଟି କରିବ । ଲୁ କହିଛନ୍ତି- ଭାରତର ପଡୋଶୀ ରାଷ୍ଟ୍ରଗୁଡିକ ଯେପରି ଅନ୍ୟ କାହା ଦ୍ବାରା ଚାପଗ୍ରସ୍ତ ନ ହୋଇ ନିଜେ ନିଜର ନିଷ୍ପତ୍ତି ନେଇପାରିବେ ସେଥିଲାଗି ଆମେରିକା ଦୃଷ୍ଟି ରଖିଛି ।

ସେମାନେ ଯେପରି ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିପାରିବେ ସେଥିଲାଗି ଆମେରିକା ସାହାଯ୍ୟ କରିବାକୁ ପ୍ରସ୍ତୁତ । ସଙ୍କଟ ଜର୍ଜରିତ ପାକିସ୍ତାନକୁ ଚୀନ ୭୦୦ ନିୟୁତ ଡଲାର ଋଣ ଦେବାକୁ ଚୀନ ବିକାଶ ବ୍ୟାଙ୍କ ବା ସିଡିବି ଘୋଷଣା କରିଛି ବୋଲି କହିଥିଲେ ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଦର୍ ।