spot_img
Home Blog Page 3415

ମଧୁ ସ୍ମୃତି ପୀଠର ଉନ୍ନତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ: ସତ୍ୟଭାମାପୁର ମଧୁ ସ୍ମୃତି ପୀଠର ଉନ୍ନତିକରଣ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଆରଡିସି ସୁରେଶ ଚନ୍ଦ୍ର ଦଳେଇ, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ମୁଖ୍ୟତଃ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲାଭଳି ଏକ ସୁବିଧା କେନ୍ଦ୍ର, ରାସ୍ତାର ପ୍ରଶସ୍ତିକରଣ, ପୀଠ ଭିତରେ ବ୍ୟାଟରୀ ଚାଳିତ ଯାନ, ଗାଡି ରହଣୀସ୍ଥଳ, ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇ ଆଲୋଚନା କରାଯାଇଥିଲା ।

ଵିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ସମର କ୍ୟାମ୍ପ୍

ରାଉରକେଲା: ଵିଶ୍ବର ସର୍ଵ ବୃହତ ହକି ଷ୍ଟାଡିୟମ ଵିର୍ସା ମୁଣ୍ଡା ହକି ଷ୍ଟାଡିୟମ ରାଉରକେଲା ଠାରେ ଉଦଘାଟିତ ହୋଇଯାଇଛି ହକି ସମର କ୍ୟାମ୍ପ । ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ସମର କ୍ୟାମ୍ପରେ ୬ଵର୍ଷରୁ ୧୬ ବର୍ଷର ୭୫୦ ଜଣ ନାମ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ଆଜି ୪୬୫ ଜଣ ପ୍ରତିଭାବାନ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଛନ୍ତି । ଆସନ୍ତାକାଲି ସକାଳ ଠାରୁ ହକି ଖେଳର ତାଲିମ ପ୍ରଦାନ କରାଯିଵ ।

ଏପ୍ରିଲ ୧୦ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ସମର କ୍ୟାମ୍ପ ।ଏହି କ୍ୟାମ୍ପରେ ତାଲିମ ନେଵା ପାଇଁ ୧୦ ଜଣ ପ୍ରତିଭାବାନ ବାଳକ ଓ ଵାଳିକାଙ୍କ ପାଇଁ ଜଣେ ଲେଖାଏଁ ହକି କୋଚଙ୍କ ବ୍ୟବସ୍ଥା କରାଯାଇଛି। ବିଶ୍ବର ସର୍ଵ ବୃହତ ହକି ଷ୍ଟାଡିୟମ୍ ଠାରେ ଖେଳିଵାର ସୁଯୋଗ ପାଇ ବାଳକ ଓ ବାଳିକାମାନେ ଖୁସି ପ୍ରକାଶ କରିଛନ୍ତି। ଉଦଘାଟନି ଉତ୍ସବରେ ବରିଷ୍ଠ ହକି କୋଚ କାଳୁ ଚରଣ ଚୌଧୁରୀ ଓ ରାଉରକେଲା ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ।

ଅମର ପଟ୍ଟନାୟକଙ୍କ ଦ୍ଵାରା ଲିଖିତ ପୁସ୍ତକ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ଦ୍ଵାରା ଲିଖିତ ପୁସ୍ତକ PANDEMIC DISRUPTIONS AND ODISHA’S LESSIONS IN GOVERNANCE ଉପରେ ସମୀକ୍ଷା । ଭୁବନେଶ୍ବରର ଏକ ହୋଟେଲରେ ଏହି ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଏଥିରେ ସାମିଲ ହୋଇ ସାଂସଦ ଏବଂ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ କରୋନ କାଳରେ ଓଡ଼ିଶା କିପରି ସଫଳତାର ସହ ମୁକାବିଲା କରି ଭାରତରେ ଏକ ଉଦାହରଣ ସୃଷ୍ଟି କରିଛି, ତାରି ଉପରେ ଆଲୋକପାତ କରିଥିଲେ ।

ମହାମାରୀ ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ, ସବୁବେଳେ ସମାଜର ଗରିବ ଵର୍ଗ, ଶିଶୁ, ମହିଳା ଓ ବୟସ୍କ ଅଧିକ ବିପଦରେ ପଡିଥାନ୍ତି । ସେମାନଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏବଂ ଉପଦେଶ ଅନୁସାରେ ମହାମାରୀର ସଫଳ ମୁକାବିଲା କରି ନୂଆ ଇତିହାସ ସୃଷ୍ଟି କରିଥିଲା ଓଡ଼ିଶା । ଯେତେବେଳେ ଭାରତରେ ଅକ୍ସିଜେନ ଅଭାବରୁ ହଜାର ହଜାର ଲୋକ ମୃତ୍ୟୁ ମୁଖକୁ ଠେଲି ହୋଇ ଯାଉଥିଲା, ସେତେବେଳେ ଓଡ଼ିଶା ଅକ୍ସିଜେନର ବଳା ରାଜ୍ୟ ଭାବେ ଉଭା ହୋଇ ଯୋଗାଇ ଦେଇଥିଲା ସଞ୍ଜୀବନୀ । ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ପାଇଁ ସମ୍ଭବ ହୋଇ ପାରିଥିଲା ବୋଲି କହିଥିଲେ ସାଂସଦ ।

ଦଳ ବିରୋଧି କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ କଲେ ସୁପ୍ରିମୋ

ଭୁବନେଶ୍ୱର: ଭବାନୀ ଶଙ୍କର ନିଆଲ ବିଜୁ ଜନତା ଦଳରୁ ବହିଷ୍କୃତ । ଦଳ ବିରୋଧୀ କାମ ପାଇଁ ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ । କଳାହାଣ୍ଡି ଜିଲ୍ଲାର ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଥିଲେ ଭବାନୀ ଶଙ୍କର ନିଆଲ । ସେହିପରି  ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ରୁ ବହିଷ୍କୃତ ହୋଇଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗର ଦିବାକର ଛାଟୋଇ।

ଯାଞ୍ଚ ହେବ ଓକିଲଙ୍କ ଡିଗ୍ରୀ, ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯାଞ୍ଚ ହେବ ଓକିଲଙ୍କ ଡିଗ୍ରୀ । ଚିହ୍ନଟ ହେବେ ନକଲି ଓକିଲ । ଆଜି ଏ ସଂକ୍ରାନ୍ତରେ ଅଜୟ ଶଙ୍କର ଶ୍ରୀବାସ୍ତବଙ୍କ ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ । ଏଥିପାଇଁ ପୂର୍ବତନ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତାଙ୍କ ନେତୃତ୍ବରେ ଏକ ୮ଜଣିଆ ଟିମ୍ ଗଠନ କରାଯାଇଛି । ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଚିସ ପିଏସ ନରସିଂହା ଓ ଜଷ୍ଟିସ ଜେ ପି ପରିଦିୱାଲା ମାମଲାର ଗୁରୁତ୍ବକୁ ବିଚାର କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଦେଶର ସମସ୍ତ ରାଜ୍ୟର ବାର କାଉନସିଲ ଏହି ପ୍ରକ୍ରିୟାରେ ସମସ୍ତ ଓକିଲଙ୍କ ଆଇନ ଡିଗ୍ରୀ ଯାଞ୍ଚ କରିବେ । ଯାଞ୍ଚ ପ୍ରକ୍ରିୟା ସରିବା ପରେ ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା କମିଟି ତାର ରିପୋର୍ଟ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିବେ । ୮ଜଣିଆ କମିଟିରେ ପୂର୍ବତନ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତାଙ୍କ ନେତୃତ୍ବରେ, ଜଷ୍ଟିସ ଅରୁଣ ଟଣ୍ଡନ, ଜଷ୍ଟିସ ରାଜେନ୍ଦ୍ର ମେନନ୍, ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ, ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ ପ୍ରମୁଖ ରହିଛନ୍ତି । କମିଟିକୁ ବାର କାଉନସିଲ ଅଫ୍ ଇଣ୍ଡିଆ ଅନ୍ୟ ୩ଜଣ ସଦସ୍ୟଙ୍କୁ ମନୋନୀତ କରିବେ ।

ଓକିଲ ମାନଙ୍କ ମୂଳ ଡିଗ୍ରୀ ସାର୍ଟିଫିକେଟ ସହ ଆଇନ ଡିଗ୍ରୀ ଓ ଅନ୍ୟାନ୍ୟ ଯୋଗ୍ୟତା ସାର୍ଟିଫିକେଟର ଯାଞ୍ଚ ହେବ । ଏଥିପାଇଁ ସାର୍ଟିଫିକେଟ ପ୍ରଦାନ କରିଥିବା ବୋର୍ଡ, ବିଶ୍ବବିଦ୍ୟାଳୟର ସହାୟତା ନେବ କମିଟି । ପୂର୍ବର ୨୦୧୫ ମସିହାରେ ପ୍ରଥମେ ଦେଶର ସମସ୍ତ ଓକିଲ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଦୁଇଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ହେଲେ ଯାଞ୍ଚ ପାଇଁ ବୋର୍ଡ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଧିକ ଅର୍ଥ ଦାବି କରୁଥିବାରୁ ପ୍ରକ୍ରିୟା ସ୍ଥଗିତ ରହିଥିଲା । ମାମଲାର ଶୁଣାଣି କରି ସେତେବେଳେ ଦୁଇଜଣିଆ ଖଣ୍ଡପୀଠ ଯାଞ୍ଚ ପାଇଁ ଅର୍ଥ ଛାଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦେଶରେ ବର୍ତ୍ତମାନ ୨୫ଲକ୍ଷ ୭୦ ହଜାର ଓକିଲ ବିଭିନ୍ନ ରାଜ୍ୟ ବାର କାଉନସିଲ୍ ଅଧୀନରେ କାର୍ଯ୍ୟରତ ଅଛନ୍ତି ।

୩ ଦଳ ହରାଇଲେ ଜାତୀୟ ମାନ୍ୟତା, ଆପ୍ ହେଲା ଜାତୀୟ ଦଳ

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି  । ତିନୋଟି ଜାତୀୟ ରାଜନୈତିକ ଦଳ ହରାଇଲେ ମାନ୍ୟତା  । ଯଥା ମମତା ବାନାର୍ଜୀଙ୍କ ତୃଣ ମୂଳ କଂଗ୍ରେସ ଟିଏମସି, ଶରଦ ପାୱାରଙ୍କ ଏନସିପି ହରାଇଲା ଜାତୀୟ ରାଜନୈତିକ ଦଳର ମାନ୍ୟତା  । ସେହିପରି ସିପିଆଇ ବି ହରାଇଲା ଜାତୀୟ ଦଳ ମାନ୍ୟତା  ।

ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ଏହି କ୍ରମରେ ସାମିଲ ହୋଇଛି  । ଯଥା ସଫଳତା ହାସଲ କରିଛି ଆପ୍  । ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଢିଛି ଆମ ଆଦମୀ ପାର୍ଟି  । ଅନେକ ରାଜ୍ୟରେ ବିଧାୟକ ମଧ୍ୟ ନିର୍ବାଚିତ ହୋଇଛନ୍ତି  ।

ବିକାଶର ନକ୍ସାରେ ପଶ୍ଚିମ ଓଡ଼ିଶା, WODCକୁ ୩୨୫ କୋଟି ଅନୁଦାନ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୈଠକ ।  ୨୦୨୩ -୨୪ ରାଜ୍ୟ ବଜେଟରେ ସରକାରଙ୍କ ଦ୍ୱାରା ଅନୁଦାନ ବୃଦ୍ଧି ପାଇଁ ୨୦୦ କୋଟିରୁ ୩୨୫ କୋଟି ପର୍ଯ୍ୟନ୍ତ ପରିଷଦକୁ ଅବଗତ କରାଇଥିଲେ ଏବଂ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଅସମ୍ପୂର୍ଣ୍ଣ କମ୍ୟୁନିଟି ସେଣ୍ଟର ଏବଂ କଲ୍ୟାଣ ମଣ୍ଡପ ସମାପ୍ତ ପାଇଁ ପରିଷଦ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଏହାକୁ ସମସ୍ତ ସଦସ୍ୟ ପ୍ରଶଂସା କରିଥିଲେ ଯେଉଁଥିପାଇଁ ଚଳିତ ବର୍ଷ ୧୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ପରିଷଦର ଅନୁଦାନ ପ୍ରାପ୍ତ ପ୍ରକଳ୍ପର କାର୍ଯ୍ୟକାରିତା, ଜନସାଧାରଣଙ୍କ ବ୍ୟବହାର ପାଇଁ ପ୍ରକଳ୍ପର ଉପଯୋଗ, ଅଡିଟୋରିୟମ୍, ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମେତ ଜୀବିକା ପ୍ରୋଜେକ୍ଟ ଭଳି ବୃହତ ତଥା ଦୃଶ୍ୟମାନ ପ୍ରକଳ୍ପର ନିର୍ମାଣ, ସାମଗ୍ରିକ ରୂପାନ୍ତର ଏବଂ ସ୍ୱଚ୍ଛତା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ପରିଷଦର ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ସଂଘବଦ୍ଧ ହିସାବରେ କାର୍ଯ୍ୟ କରିବାକୁ ସେ ଆହ୍ଵାନ କରିଛନ୍ତି । ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅଜିତ୍ କୁମାର ମିଶ୍ର ବୈଠକର ଆଲୋଚନା ପାଇଁ କାର୍ଯ୍ୟସୂଚୀ ବର୍ଣ୍ଣନା କରିଥିଲେ ।

ପରିଷଦ ବୈଠକରେ ମାନ୍ୟବର ସାଂସଦ / ବିଧାୟକ / ଅନ୍ୟମାନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୧ ଡିସେମ୍ବର ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୩ ମଧ୍ୟରେ ୫୬୬ ଗୋଟି ପ୍ରକଳ୍ପର ୫୪.୮୧ କୋଟି ଟଙ୍କାର ଅନୁମୋଦନ କରାଯାଇଥିଲା । WODC ଅନୁଦାନ ପ୍ରାପ୍ତ କମ୍ୟୁନିଟି ସେଣ୍ଟର୍ସ / କଲ୍ୟାଣ ମଣ୍ଡପଗୁଡିକର 1147 ନମ୍ବର ପୂରଣ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବଗୁଡିକ ୬୪.୨୪ କୋଟି ଟଙ୍କା , ବିଭିନ୍ନ ଜିଲ୍ଲାକୁ ୪ ଜଣ ବୈଷୟିକ ବ୍ୟକ୍ତିଙ୍କ ଯୋଗଦାନ, ସୋସିଆଲ୍ ମିଡିଆ ସେଲର କାର୍ଯ୍ୟକାରିତା ସ୍ପଷ୍ଟ ଭାବରେ ବିଚାରବିମର୍ଶ କରାଯାଇଥିଲା ଏବଂ ପରିଷଦରେ ଅନୁମୋଦିତ ହୋଇଥିଲା ।

ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଲଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରୀ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମଧ୍ୟ WODC ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ । ପରିଷଦର ଅନୁଦାନ ବୃଦ୍ଧି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ବୈଠକରେ ପରିଷଦର ପରାମର୍ଶଦାତା ଏବଂ ସମସ୍ତ ୯ ଜଣ ବିଶେଷଜ୍ଞ ସଦସ୍ୟ ମଧ୍ୟ ନିଜ ନିଜ ଜିଲ୍ଲାର ସମସ୍ୟାଗୁଡିକ ଉପସ୍ଥାପନ କରିଥିଲେ |

ଏବେ ବି ବଞ୍ଚିଛି ନରବଳି: ୪ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ଦିସପୁର: ଦେଶରେ ସ୍ବାଧୀନତା ପରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ହୋଇଛି । ଲୋକମାନେ ପୂର୍ବ ଅପେକ୍ଷା ଅଧିକ ସଚେତନ ବି ହୋଇଛନ୍ତି । ତଥାପି ଆଜି ମଧ୍ୟ ଏପରି କିଛି ପ୍ରଥା ରହିଛି, ଯାହା ସଭ୍ୟ ସମାଜକୁ କଳଙ୍କିତ କରୁଛି। ପ୍ରତିବର୍ଷ ନର ବଳି ଦିଆଯିବାର ଖବର ବିଭିନ୍ନ ଅଞ୍ଚଳରୁ ସାମ୍ନାକୁ ଆସୁଛି। ନିକଟରେ ଆସାମ ପୋଲିସ ଜଣେ ମହିଳାଙ୍କୁ ବଳି ଦିଆଯିବା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି।

ପୋଲିସ ଚାରି ବର୍ଷକାଳ ୪୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି। ଏହା ପୂର୍ବରୁ କେରଳ, ଛତିଶଗଡ ଏବଂ ଝାଡଣ୍ଡରୁ ମଧ୍ୟ ଏଭଳି ମାମଲା ରୁଜୁ ହୋଇଛି।

ଛତିଶଗଡର ରାୟପୁରରେ ନର ବଳି ଦିଆଯିବା ଘଟଣାରେ ଅଭିଯୁକ୍ତ ତାନ୍ତ୍ରିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏଥି ସହ କେରଳରେ ଦୁଇଜଣ ମହିଳାଙ୍କୁ ବଳି ଦିଆଯାଇଥିଲା। ଝାଡ଼ଖଣ୍ଡରେ ମଧ୍ୟ ଦୁଇ ନିରୀହ ପିଲା ନରବଳିର ଶିକାର ହୋଇଥିଲେ ।

ପୂର୍ବରୁ କଲିକତା କାଳୀ ପୂଜା ଅବସରରେ ନର ବଳିର ଏକ ଖରାପ ପରମ୍ପରା ଥିଲା। ୧୮୨୮ ରୁ ୧୮୩୩ ପର୍ଯ୍ୟନ୍ତ କଲିକତାର ଗଭର୍ଣ୍ଣର ଜେନେରାଲ୍ ଥିବା ୱିଲିୟମ୍ ବେଣ୍ଟିନକ୍ ଏହା ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହି ଅଭ୍ୟାସକୁ ବନ୍ଦ କରିଥିଲେ। ତଥାପି ଏହି ଖରାପ ପରମ୍ପରା ପୂର୍ବପରି ଜାରି ରହିଛି ।

ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନ୍ଧବିଶ୍ୱାସ ଏବଂ ଯାଦୁକରୀ ସମ୍ବନ୍ଧୀୟ ମାମଲାର ମୁକାବିଲା ପାଇଁ ଦେଶର କେବଳ ଆଠଟି ରାଜ୍ୟରେ ଆଇନ ପ୍ରଣୟନ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ୧୯୯୯ ପରେ ଲାଗୁ ହୋଇଥିବା ଏହି ନିୟମଗୁଡ଼ିକରେ କଳା ଯାଦୁ ବା ଅନ୍ଧବିଶ୍ୱାସକୁ ବ୍ୟାଖ୍ୟା କରାଯାଇ ନାହିଁ ।

ଏହି ମାମଲାରେ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ଆଠଟି ରାଜ୍ୟରେ ଭିନ୍ନ ଅଟେ। କେରଳରେ କଳା ଯାଦୁ ଏବଂ ଯାଦୁକୁ ବନ୍ଦ କରିବା ପାଇଁ ୨୦୧୯ ରେ ଏକ ବିଲ୍ ଆଗତ କରାଯାଇଥିଲା, ଯାହା ଏପର୍ଯ୍ୟନ୍ତ ପାସ ହୋଇନାହିଁ । ତଥାପି, ଅନେକ ସଂଗଠନ କ୍ରମାଗତ ଭାବରେ ଦେଶରେ ଏକ ଜାତୀୟ ଆଇନ କାର୍ଯ୍ୟକାରୀ କରିବାକୁ ଦାବି କରୁଛନ୍ତି।

ରମାଦେବୀ ଛାତ୍ରୀଙ୍କ ମଧ୍ୟରେ ନିବିଡତା ସୃଷ୍ଟି କରୁଛି ବସନ୍ତ ଉତ୍ସବ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି ବସନ୍ତ ଉତ୍ସବର ଅଷ୍ଟମ ସଂସ୍କରଣ । ଉତ୍ସବକୁ ଉଦଘାଟନ କରିଛନ୍ତି ପ୍ରଖ୍ୟାତ ସାହିତ୍ୟିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା, ଭୁବନେଶ୍ବର ମେୟର ସୁଲୋଚନା ଦାସ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ୫ ଦିନ ଧରି ଚାଲିବାକୁ ଥିବା ଏହି ବସନ୍ତ ଉତ୍ସବରେ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଟିତ ହେବ ।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରୀମାନଙ୍କ ମଧ୍ୟରେ ନିବିଡ ବନ୍ଧନ ସୃଷ୍ଟି କରିବା ସହ ଉତ୍ସାହ ଭରିବା ପାଇଁ ଏଭଳି ବସନ୍ତ ଉତ୍ସବ ଆୟୋଜନ କରାଯାଇଛି । ଶେଷ ଦିନରେ ବିଶ୍ବବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ହୋଲି ଖେଳିବେ । ଏହି ଅବସରରେ ଛାତ୍ରୀମାନଙ୍କୁ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ ।

ଟ୍ବିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିଛନ୍ତି । ମସ୍କଙ୍କର ଏଲନ ଆଲର୍ଟ ନାଁରେ ଥିବା ଆକାଉଣ୍ଟର ଏହାକୁ ନେଇ ଏକ ଟ୍ବିଟ କରିଛି ।

ମସ୍କ ପିଏମଙ୍କୁ ଫଲୋ କରିବା ଦେଖି ୟୁଜର୍ସଙ୍କର ମଜାଦାର ଆକ୍ସନ ଆସିବା ଆରମ୍ଭ ହୋଇଯାଇଛି । ଜଣେ ୟୁଜର୍ ଏହାକୁ ନେଇ କମେଣ୍ଟ ଦେଇଛନ୍ତି । ସେ ଲେଖିଛନ୍ତି ଏବେ ଟେସଲା ଭାରତ ଆସିବାକୁ ଯାଉଛି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ଟ୍ବିଟରରେ ଅଧିକ ଫଲୋଅର୍ସ ଥିବା ନେତାଙ୍କ ମଧ୍ୟରେ ପିଏମ ନରେନ୍ଦ୍ର ମୋଦି ଅନ୍ୟତମ । ତାଙ୍କର ୮୭.୭ ମିଲିଅନରୁ ଅଧିକ ଫଲୋଅର୍ସ ଅଛନ୍ତି । ଏବେ ଏହି ଫଲୋଅର୍ସଙ୍କ ମଧ୍ୟରେ ଟ୍ବିଟର ମାଲିକ ଏଲନ ମସ୍କଙ୍କ ନାଁ ବି ଯୋଡ଼ି ହୋଇଯାଇଛି । ଟେସଲା କାର ଏବଂ ଟ୍ବିଟରକୁ ନେଇ ଏଲନ ମସ୍କ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ସେ ଟ୍ବିଟରର ପକ୍ଷୀ ଲୋଗୋ ବଦଳାଇ କୁକୁର ଲୋଗ ଦେଇଥିଲେ ।