ଟ୍ରିବ୍ୟୁନାଲ ଟିମଙ୍କ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ବେଳେ ଅଶାନ୍ତି

ସମ୍ବଲପୁର : ଆହୁରି ଗୋଳିଆ ହେଉଛି ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଗଣମାଧ୍ୟମକୁ ବିଭ୍ରାନ୍ତ କରୁଛି ଛତିଶଗଡ ସରକାର । ବେଆଇନ ଭାବେ ଭାବେ ପାଣି ଅଟକାଇ ଦାଦାଗିରି କରୁଛି ଛତିଶଗଡ଼ । ଛତିଶଗଡ଼ କହୁଛି ଆମେ ପାଣି ଅଟକାଉନୁ । ସବୁ ଅଣମୌସୁମୀ ସମୟରେ ପାଣି ଛଡ଼ାଯାଉଛି । ହେଲେ ଓଡ଼ିଶା ଛତିଶଗଡ଼ର ବିତଣ୍ଡା ଯୁକ୍ତିକୁ ସହଜରେ ଗ୍ରହଣ କରୁନି । ମହାନଦୀ ଟ୍ରିବୁନାଲଙ୍କ ଦ୍ବିତୀୟ ପର୍ଯ୍ୟାୟ ଛତିଶଗଡ଼ ଗସ୍ତ ବେଳେ ସୃଷ୍ଟି ହୋଇଥିଲା ଅଶାନ୍ତିର ପରିବେଶ । ଉଭୟ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ହୋଇଥିଲା କଥାକଟାକଟି ।

ରବିବାର ଠାରୁ ଟ୍ରିବୁନାଲଙ୍କ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଥିବା ବେଳେ ଗତକାଲି ଦୁର୍ଗ ଜିଲ୍ଲାର କୁମହାରୀ ଆନିକଟ ବୁଲିଥିଲା ଟିମ୍ । ଏତିକିବେଳେ ପାଣି ଛଡ଼ାଯିବାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ । କ୍ଷେତ୍ର ପରିଦର୍ଶନ ସମୟରେ ମହାନଦୀର ଜଳ ପ୍ରବାହ ଓ ଏହି ଅଂଚଳରେ ହୋଇଥିବା ବ୍ୟାରେଜ ଯୋଗୁଁ ଜଳସଂଚୟ ଓ ଉପଯୋଗ ଉପରେ ଏହି ଟିମ ସଦସ୍ୟ ନିରୀକ୍ଷଣ କରିଥିଲେ ।

ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ବେଳେ କଲମା ଗେଟ୍ ଖୋଲିଦେଇଥିଲା ଛତିଶଗଡ଼ । ଅଣମୌସୁମି ସମୟରେ ଗେଟ ଖୋଲିବା ନେଇ ଅନେକ ପ୍ରଶ୍ନ ଉଠିଥିଲା । ବେଆଇନ ଭାବେ ଗଚ୍ଛିତ ପାଣି ଛାଡିଦେଲା କି ଛତିଶଗଡ଼ ସେନେଇ ଉଠିଥିଲା ପ୍ରଶ୍ନ । ଟ୍ରିବ୍ୟୁନାଲ ଟିମ୍ ଆଜି ଦ୍ବିତୀୟ ପଯ୍ୟାୟରେ ଅରପା ଭଏଷା ଝର ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବେ । ପରେ ଶିବରିନାରାୟଣ ଓ କଲମା ବ୍ୟାରେଜ ବୁଲି ଦେଖିବାର କାଯ୍ୟକ୍ରମ ରହିଛି ।

ମେ ୩ ଯାଏ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ କରି ଟିମ୍ । ଦ୍ବିତୀୟ ପଯ୍ୟାୟ କ୍ଷେତ୍ର ପରିଦର୍ଶନ ପରେ ପୁଣି ହୀରାକୁଦ ଡେଲଟା ଅଂଚଳ ପରିଦର୍ଶନ କରିବ ଟ୍ରିବ୍ୟୁନାଲ । ଆସନ୍ତା ମେ ୧୦ତାରିଖ ପରେ ଡେଲଟା ପରିଦର୍ଶନ କରିବ ଟିମ୍ । ଟ୍ରିବ୍ୟୁନାଲ ସହ ବିଶେଷଜ୍ଞ ଉଭୟ ରାଜ୍ୟର ଜଳ ସଂପଦ ବିଭାଗ ଅଧିକାରୀ ଉପସ୍ଥିତ ଅଛନ୍ତି ।