କ୍ୟାବ ଡ୍ରାଇଭରଙ୍କୁ ୩କିମି ଘୋଷାଡି ନେଲା ସାଂସଦଙ୍କ କାର୍

ନୂଆଦିଲ୍ଲୀ :  କ୍ୟାବ ଡ୍ରାଇଭରଙ୍କୁ ୩କିମି ଘୋଷାଡି ନେଲା ସାସଂଦଙ୍କ କାର୍ । ରାଜଧାନୀ ଦିଲ୍ଲୀରୁ ଏକ ଅଭାବନୀୟ ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଆଶ୍ରମ ଛକରୁ ନିଜାମୁଦ୍ଦିନ ଦରଗାହ ମଧ୍ୟରେ ଏହି ଘଟଣା ଘଟିଛି ।

କାର ବନେଟରେ ଘୋଷାଡି ହୋଇଯାଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେ ଜଣେ କ୍ୟାବ ଡ୍ରାଇଭର ବୋଲି ପୋଲିସ କହିଛି। କାରଟି ବିହାରର ଏଲଜେପି ସାଂସଦ ଚନ୍ଦନ ସିଂଙ୍କର ହୋଇଥିବା ବେଳେ ଦୁର୍ଘଟଣା ବେଳେ ସାଂସଦ କାରରେ ନଥିବା ଜଣାଡ଼ିଛି ।

ରବିବାର ସନ୍ଧ୍ୟାରେ ସେ ଜଣେ ପାସେଞ୍ଜରଙ୍କୁ ଆଶ୍ରମ ଛକକୁ ଛାଡ଼ିବାକୁ ଯାଇଥିଲେ । ଏହି କାର ତାଙ୍କ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ନିଜ ଗାଡ଼ିରୁ ବାହାରକୁ ଆସି ସେ କାର ଆଗରେ ଛିଡ଼ା ହୋଇଯାଇଥିଲେ । ସେହି କାରର ଡ୍ରାଇଭର ଗାଡ଼ି ଚଳାଇବା ସହ ତାଙ୍କୁ ତିନି କିଲୋମିଟର ଘୋଷାଡି ଆଣିଥିଲେ ବୋଲି ଉଦ୍ଧାର ଯୁବକ ଜଣଙ୍କ କହିଛନ୍ତି ।