spot_img
Home Blog Page 3362

କୋରାପୁଟରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 4.5

କୋରାପୁଟ: ସକାଳୁ ସକାଳୁ କୋରାପୁଟ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି। କୋରାପୁଟର କାକିରିଗୁମା, ଲକ୍ଷ୍ମୀପୁର, ନାରାୟଣପାଟଣା ଓ ରାୟଗଡରେ ଭୁମିକମ୍ପ ଅନୁଭୁତ ହୋଇଛି।

ସୂଚନା ଅନୁଯାୟୀ, ସକାଳ ଭୋର ୫.୫ରେ ଭୂମିକମ୍ପ ଅନୁଭୁତ ହୋଇଥିଲା। ଶୋଇଥିବା ବେଳେ ଘର ଗୁଡିକ ସାମାନ୍ୟ ଦୋହଲିଥିବା ଅନୁଭୁତ ହୋଇଥିବାରୁ ଲୋକ ଭୟଭୀତ ହୋଇପଡିଥିଲେ। ରିକ୍ଟର ସ୍କେଲରେ ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି । ୨ରୁ ୩ ସେକଣ୍ଡ ଧରି ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।

ବଦଳିବ ମୟୁରଭଞ୍ଜ ପର୍ଯ୍ୟଟନ ନକ୍ସା, ବିଭିନ୍ନ ସ୍ଥାନ ବୁଲିଲେ 5T ସଚିବ

ମୟୁରଭଞ୍ଜ: ପର୍ଯ୍ୟଟନ କ୍ଷେତ୍ରରେ ବଦଳିବ ମୟୂରଭଞ୍ଜର ରୂପରେଖ । ଦେବକୁଣ୍ଡ, ଭୀମକୁଣ୍ଡ ସହ ପର୍ଯ୍ୟଟନ ଭିତ୍ତିଭୂମିର ବଦଳିବ ଚିତ୍ର । ବିକାଶ କାର୍ଯ୍ୟର ସମୀକ୍ଷା କରୁଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଯାଇ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ । ଗସ୍ତର ପ୍ରଥମ ଦିନରେ ଦେବକୁଣ୍ଡ, ଭୀମକୁଣ୍ଡ ଓ ଖିଚିଂ ମନ୍ଦିର ପରିଦର୍ଶନ କରିଥିଲେ 5T ସଚିବ ।

ତେବେ ଖୁବଶୀଘ୍ର ଏହି ତିନି ପୀଠକୁ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ । ଐତିହାସିକ ପୀଠ ଖିଚିଂ ଗସ୍ତ କରି ମା’ କୀଚକେଶ୍ବରୀ ଓ ଚନ୍ଦ୍ରଶେଖରଙ୍କୁ ଦର୍ଶନ କରିଥିଲେ 5T ସଚିବ । ମନ୍ଦିର ବେଢ଼ାରେ ଥିବା ସର୍ବପୁରାତନ ସଂଗ୍ରହାଳୟ ବୁଲି ଦେଖିବା ସାଙ୍ଗକୁ ଖିଚିଂ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିଥିଲେ ।

ସେହିପରି ରାଇରଙ୍ଗପୁରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠ ପରିଦର୍ଶନ କରିଥିଲେ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି କହିଛନ୍ତି 5T ସଚିବ । ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ କ’ଣ ଅଧିକ କରାଯାଇପାରିବ, ସେନେଇ ଲୋକଙ୍କ ସହ ଆଲୋଚନା କରିଥିଲା 5T ସଚିବ ଭି.କେ ପାଣ୍ଡିଆନ୍ । ଆସନ୍ତାକାଲି ବାରିପଦା ମେଡିକାଲ କଲେଜକୁ ପରିଦର୍ଶନ କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ ।

ସିଲଭର ସିଟିରେ ଫୁଟିଲା ଗୁଳି, ଦୀପକକୁ ଏନକାଉଣ୍ଟର

କଟକ: ସିଲଭର ସିଟିରେ ଏନକାଉଣ୍ଟର । ଭୁଆଶୁଣି ଗଡ଼ାରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ ନାୟକ ଓରଫ ଶଙ୍କରଆହତ ହୋଇଛି । ଚିକିତ୍ସା ପାଇଁ ତାକୁ ଏସସିବିରେ ଭର୍ତ୍ତି କରାଯାଇଛି । ସନ୍ଧ୍ୟା ସାଢେ ୮ଟାରେ ଦୀପକକୁ ଧରିବାକୁ ପୋଲିସ ପିଛା କରିଥିଲା । ଖସିଯିବାକୁ ଉଦ୍ୟମ କରି ପୋଲିସକୁ ପ୍ରଥମେ ଗୁଳି ଚଳାଇଥିଲା ଦୀପକ ।

ପରେ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲା । ବିଡ଼ାନାସୀ ଭୁଆଶୁଣି ଗଡ଼ାରେ ପୋଲିସ ଗୁଳିରେ ଆହତ ହୋଇଥିଲା ଦୀପକ । ତାର ବାମ ଗୋଡ଼ରେ ଗୁଳି ବାଜିଛି । ଅଭିଯୁକ୍ତ ନିକଟରୁ ଏକ ବନ୍ଧୁକ ସହିତ ଗୁଳିକୁ ଜବତ କରିଛି ପୋଲିସ । ଏସସିବିରେ ଆହତ ଅବସ୍ଥାରେ ତାର ଚିକିତ୍ସା ଜାରି ରହିଛି ।ବହୁଚର୍ଚ୍ଚିତ ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡରେ ଗିରଫ ହୋଇଥିଲା ଦୀପକ । ପରେ ଜାମିନରେ ଆସି ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ଥିଲା।

ଭୁବନେଶ୍ବରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର

ଭୁବନେଶ୍ୱର:  ଭୁବନେଶ୍ବରରେ ପହଞ୍ଚିଲା ପିଣ୍ଟୁ ନନ୍ଦଙ୍କ ମରଶରୀର । ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି । ଆଜି ତାଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିଛି । ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ତାଙ୍କୁ ଭଲ ପାଉଥିବା ଦର୍ଶକଙ୍କ ଗହଳି ଲାଗି ରହିଛି  ।

ରାଜ୍ୟର ଜଣେ ପରିଚିତ ଅଭିନେତା ପିଣ୍ଟୁ ନନ୍ଦ  ।  ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା । ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ । ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା । ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା ।

 

୧୬୩ ରନରେ ଭାରତ ଅଲଆଉଟ

ଇନ୍ଦୋର: ତୃତୀୟ ଟେଷ୍ଟରେ ଭାରତ ପରାଜୟ ଆଡକୁ ଗତି କରୁଛି । ଆଜି ଦ୍ୱିତୀୟ ଇଂନିସରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଛନ୍ତି । ଫଳରେ ଦଳ ମାତ୍ର ୧୬୩ ରନରେ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ଚେତେଶ୍ୱର ପୂଜାରା ଏକାକୀ ଲଢେଇ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଏବେ ଅଷ୍ଟ୍ରେଲିଆ ଆଗରେ ୭୬ ରନର ଟାର୍ଗେଟ ରହିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । କଙ୍ଗାରୁ ଦଳର ବୋଲିଂ ଆଟାକ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲେ ଭାରତୀୟ ଦଳ । ଭାରତ ପକ୍ଷରୁ କୋହଲି ୨୨ ଓ ଶୁଭମନ ଗିଲ ୨୧ ରନ କରିଥିଲେ । ଫଳରେ ଦଳ ୩୩ ଓଭର ୨ଟି ବଲ ଖେଳି ୧୦୯ ରନରେ ଅଲଆଉଟ ହୋଇଯାଇଥିଲା ।

ଅଷ୍ଟ୍ରେଲିଆ ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ଖ୍ୱାଜା ଆଉ ଲାବ୍ରୁସେନ ଭଲ ପାର୍ଟନରସିପ କରି ଦଳୀୟ ସ୍କୋରକୁ ଆଗେଇନେଇଥିଲେ । ହେଲେ ଦ୍ୱିତୀୟ ଦିନରେ ଗୋଟିଏ ପରେ ଗୋଟିଏ ୱିକେଟ ନେଇଥିଲେ ଅଶ୍ୱିନୀ ଓ ଉମେଶ ଯାଦବ । ଏହି ମ୍ୟାଚରେ ଖ୍ୱାଜା ୬୦, ଲାବ୍ରୁସେନ ୩୧, ଷ୍ଟିଭ ସ୍ମିଥ ୨୬ ଓ ଗ୍ରୀନ ୨୧ ରନ କରିଥିଲେ । ଫଳରେ ଦଳ ୭୬ ଓଭର ୩ଟି ବଲ ଖେଳି ୧୯୭ ରନରେ ଅଲଆଉଟ ହୋଇଯାଇଥିଲା ।

ପରେ ଭାରତ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା । ହେଲେ ବଡ ଟାର୍ଗେଟ ଦେବାରେ ବିଫଳ ହୋଇଥିଲା । ଦଳ ପକ୍ଷରୁ କେବଳ ଚେତେଶ୍ୱର ପୂଜାରା ୫୯, ଶ୍ରେୟାସ ଆୟର ୨୬ ରନ କରିଥିଲେ । ହେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇପାରିନଥିଲେ । ଫଳରେ ଭାରତ ୬୦ ଓଭର ୩ଟି ବଲ ଖେଳି ୧୬୩ ରନରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲାୟନ ୮ ୱିକେଟ ନେଇଥିଲେ । ଏବେ କଙ୍ଗାରୁ ଦଳ ଆଗରେ ୭୬ ରନର ବିଜୟ ଲକ୍ଷ୍ୟ ରହିଛି ।

ମାର୍ଚ୍ଚରେ ସ୍ଥିତି ହେବ ଅସମ୍ଭାଳ, ଏବେଠୁ ଉପରମୁହାଁ ପାରଦ

ଭୁବନେଶ୍ୱର: ତାତିଲା ଫେବୃଆରୀ । ମାର୍ଚ୍ଚରେ ସ୍ଥିତି ହେବ ଅସମ୍ଭାଳ । ରାଜ୍ୟରେ ଉପରମୁହାଁ ପାରଦ । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ଚଳିତ ମାସରେ ଅସହ୍ୟ ତାତି ଅନୁଭୁତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

ବିଶେଷ କରି ରାଜଧାନୀ ଭୁବନେଶ୍ବର ସମେତ ଅନୁଗୁଳ, ସୋନୁପୁର, ବୌଦ୍ଧ, ଟିଟିଲାଗଡ, ବଲାଙ୍ଗିର, ସମ୍ବଲପୁର, ତାଳଚେର, ଚାନ୍ଦବାଲି, ମାଲକାନଗିରିରେ ତାପମାତ୍ରା ୩୮ ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ । ତାତି ସହ ଗରମ ପବନରେ ଅସ୍ତବ୍ୟସ୍ତ ହୋଇପାରେ ଜନଜୀବନ । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ପ୍ରବଳ ତାତି ଅନୁଭୁତ ହେବ ବୋଲି ଆକଳନ କରାଯାଇଛି ।

ଓଡିଶାର ଅଧିକାଂଶ ଅଞ୍ଚଳ ଅରେଞ୍ଜ ମାର୍କରେ ଥିବା ବେଳେ ହଟସ୍ପଟରେ ରହିଛି ରାଜଧାନୀ ଭୁବନେଶ୍ବର । ଗତ ନଭେମ୍ବର ମାସରୁ ରାଜ୍ୟରେ ବର୍ଷା ହୋଇନଥିବା ବେଳେ ମାଟି ଶୁଷ୍କ ରହିଛି । ପଶ୍ଚିମା ଝଡର ପ୍ରଭାବ ନ ଥିବାରୁ ତାତି ଅହେତୁକ ଭାବରେ ବୃଦ୍ଧି ପାଉଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ହୃଦଘାତର ଶିକାର ହେଲେ ସୁସ୍ମିତା, ସୁସ୍ଥତା କାମନା କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ହୃଦଘାତ । ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅଭିନେତ୍ରୀ  । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି  । ୪୬ ବର୍ଷୀୟ ସୁସ୍ମିତାଙ୍କ କିଛି ଦିନ ପୂର୍ବରୁ ଏଞ୍ଜିଓପ୍ଲାଷ୍ଟି ହୋଇସାରିଛି  । ଅଭିନେତ୍ରୀ ବାପାଙ୍କ ସହ ଏକ ପୋଷ୍ଟ ସେୟାର କରିଛନ୍ତି  । ଯାହା ପରେ ସୁସ୍ମିତାଙ୍କ ସୁସ୍ଥତା କାମନା କରିଛନ୍ତି ପ୍ରଶଂସକ । ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ‘ସୋନା ତୁମ ହୃଦୟକୁ ସବୁବେଳେ ଖୁସିରେ ରଖିବା ସହ ଶକ୍ତିଶାଳୀ ରଖ  । ଏହା ତୁମର ସାଥ୍‌ ଦେବ  । (ଏହି ଶବ୍ଦ ମୋ ବାପା ମୋ ପାଇଁ କହିଥିଲେ)  । କିଛି ଦିନ ପୂର୍ବରୁ ମୁଁ ହୃଦଘାତର ଶିକାର ହୋଇଥିଲି  । ଏଞ୍ଜିଓପ୍ଲାଷ୍ଟି ହୋଇସାରିଛି  । ଏବେ ମୋ ଡାକ୍ତର କହିଛନ୍ତି ଯେ ମୋ ହୃଦୟ ବହୁତ ବଡ ’।

ଅଭିନେତ୍ରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ‘ସମୟରେ ସାହାଯ୍ୟ କରିଥିବାରୁ ବହୁତ ଜଣଙ୍କୁ ଧନ୍ୟବାଦ ଦେବି  । ମୋ ଶୁଭଚିନ୍ତକଙ୍କୁ ଭଲ ଖବର ଦେବା ପାଇଁ ପୋଷ୍ଟଟି କଲି  । ଆଉ କିଛି ବର୍ଷ ଜୀଇଁବା ପାଇଁ ଏବେ ପ୍ରସ୍ତୁତ ଅଛି  । ଆପଣ ସମସ୍ତଙ୍କୁ ମୋ ଭଲ ପାଇବା ’ ।

 

ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ଜଣେ ସିଙ୍ଗଲ୍‌ ମଦର  । ଗତ ୨୦୦୦ରେ ରେନେ ଓ ୨୦୧୦ରେ ଆଲିଶାହ ନାମକ ଦୁଇ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସୁସ୍ମିତା  ।

ଏୟାର ଏସିଆ ଫ୍ଲାଇଟରେ ମାଡ ହେଲା ପକ୍ଷୀ

ଭୁବନେଶ୍ୱର: ବିମାନରେ ପିଟିହେଲା ପକ୍ଷୀ । ଭୁବନେଶ୍ବର ବିମାନ ବନ୍ଦରରେ ମାଡ଼ହେଲା ପକ୍ଷୀ । ମିଳିଥିବା ସୂଚନା ଅନୁଯାୟୀ ଏୟାର ଏସିଆ ଏକ ବିମାନରେ ପକ୍ଷୀ ମାଡ଼ ହୋଇଛି  । ଯେଉଁଥିପାଇଁ ପ୍ରାୟ ୨ଘଣ୍ଟା ଧରି ବିମାନ ଚଳାଚଳ ବିଳମ୍ବ ଘଟିଛି  । ଯାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  ।

ସେପଟେ ବିମାନ ଉଡାଣ ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା  । ଯଥାଶୀଘ୍ର ବିମାନ ଚଳାଚଳ କରିବାକୁ ଦାବି କରିଛନ୍ତି ଯାତ୍ରୀ  । ଭୁବନେଶ୍ୱର ବିମାନ ବନ୍ଦରରେ ଏୟାର ଏସିଆ ବିମାନରେ ମାଡ ହୋଇଥିଲା ଏକ ପକ୍ଷୀ  । ଯେଉଁଥିପାଇଁ ଉଡାଣ ଭରିବାରେ ବିଳମ୍ବ ଘଟିଥିଲା  ।

ତାମିଲନାଡୁ ଛାଡି ପଳାଉଛନ୍ତି ବିହାରୀ ସମ୍ପ୍ରଦାୟ, ରାସ୍ତାରେ ଗୋଡାଇ ହାଣୁଛନ୍ତି

ଚେନ୍ନାଇ: ତାମିଲନାଡୁରେ ବିହାରୀ ସମ୍ପ୍ରଦାୟଙ୍କୁ ମିଳୁଛି ତାଲିବାନୀ ଦଣ୍ଡ  । କାରଣ ହିନ୍ଦୀ କହିବା ଏବେ ପାପ ପାଲଟିଛି  । ଶ୍ରମିକ ମାନଙ୍କ ମଧ୍ୟରେ ଆରମ୍ଭ ଗଣ୍ଡଗୋଳ କାରଣରୁ ହିନ୍ଦୀ ଭାଷାଭାଷୀଙ୍କୁ ବାଛି ବାଛି ହାଣୁଛନ୍ତି ଦୁର୍ବୃତ୍ତ  । ବିହାର ଜମୁଇର ଜଣେ ଶ୍ରମିକ ଅଭିଯୋଗ କରିଛନ୍ତି ଯେ ୧୨ ଜଣ ଶ୍ରମିକଙ୍କୁ ଗୋଟିଏ ଘରେ ବନ୍ଦ କରି ରଶିରେ ଝୁଲାଇ ମୃତ୍ୟୁଦଣ୍ଡ ଦିଆଯାଇଛି  । ଶ୍ରମିକ ମାନେ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି  ।

କୋଏମ୍ବଟୁରରେ ଫସିଥିବା ଜମୁଇର ଜଣେ ଯୁବକ କହିଛନ୍ତି ଯେ ତାମିଲନାଡୁରେ ଲୋକେ ପଚାରୁଛନ୍ତି ଯେ ‘ଏଲା ହିନ୍ଦୀ, ଯଦି ଉତ୍ତରରେ ହଁ ଆସିଲା ସେଠାରେ ସେମାନଙ୍କୁ ହାଣି ଦିଆଯାଉଛି’ । ଯିଏ ଟ୍ରେନରେ ବି ଯାତ୍ରା କରୁଛନ୍ତି ସେମାନଙ୍କୁ ଓହ୍ଲାଇ ପଚରା ଯାଉଛି ‘ତୁମେ ହିନ୍ଦୀ ଭାଷାଭାଷୀର ଲୋକେ କି ’? ପ୍ରଶାସନକୁ ସାହାଯ୍ୟ ମାଗିଲେ ସେଠାରୁ ବି ନିରାଶ ହେବାକୁ ପଡୁଥିବା ଅଭିଯୋଗ ହେଉଛି  । ଜୀବନ ବଞ୍ଚାଇ ଶ୍ରମିକ ମାନେ ତାମିଲନାଡୁ ଛାଡି ପଳାଉଛନ୍ତି  ।

ଶିବକଟ ଓ ତିରପୁରା ଶିଳ୍ପାଞ୍ଚଳ ଅଞ୍ଚଳରେ ସବୁଠାରୁ ଅଧିକ ଲୁହା କାରଖାନା ରହିଛି  । ଏହି ଅଞ୍ଚଳରୁ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ସାମନାକୁ ଆସୁଛି  ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ମାମଲାରେ ଟ୍ବିଟ କରି କହିଛନ୍ତି ଯେ ‘‘ତାମିଲନାଡୁରେ କାମ କରୁଥିବା ବିହାରର ଶ୍ରମିକଙ୍କ ଉପରେ ଅତ୍ୟାଚାର ହେଉଥିବା ଖବର ସମ୍ବାଦପତ୍ରରୁ ଜାଣିବାକୁ ପାଇଲି  । ବିହାରର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ତାମିଲନାଡୁ ସରକାରର ଅଧିକାରୀଙ୍କ ସହ ଆଲୋଚନା କରି ସେଠାରେ ରହୁଥିବା ବିହାର ଶ୍ରମିକଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ’’ ।

ଏହି ଟ୍ବିଟ ପରେ ତାମିଲନାଡୁର ଡିଜିପି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ବସନା ଦେଇଛନ୍ତି  । ସେପଟେ ତାମିଲନାଡୁରେ କାମ କରୁଥିବା ବିହାର ଜମୁଇର ଜଣେ ଶ୍ରମିକ କହିଛନ୍ତି ଯେ କିଛି ମାସ ପୂର୍ବରୁ ହିନ୍ଦୀ କହୁଥିବା ବିହାରୀ ଶ୍ରମିକ ଓ ସ୍ଥାନୀୟ ଶ୍ରମିକଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା  । ବୈଠକରେ ଶ୍ରମିକ ପାଉଣା ୧୦୦୦ ଟଙ୍କାରୁ ୧୨୦୦ ଟଙ୍କା ବୃଦ୍ଧି କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା  । ଏଥିପାଇଁ ଧମକ ବି ଦିଆଯାଇଥିଲା  । କିନ୍ତୁ ବିହାରର ଶ୍ରମିକ ଆରମ୍ଭରୁ ୮୦୦ ଟଙ୍କାରେ କାମ କରିଆସୁଛନ୍ତି ଯାହାକୁ ବିରୋଧ କରୁଛନ୍ତି ତାମିଲନାଡୁର ଶ୍ରମିକ  ।

ବଡ଼ଧରଣର ରାକେଟର ପର୍ଦ୍ଦାଫାଶ୍: ନକଲି ଔଷଧର ଉତ୍ତର ପ୍ରଦେଶ ଲିଙ୍କ୍

ଭୁବନେଶ୍ୱର: ନକଲି ଔଷଧ କାରବାର ବିରୁଦ୍ଧରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉତ୍ତର ପ୍ରଦେଶ ଲିଙ୍କ୍ ସଙ୍କେତ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ୍ ଟାକ୍ସ ଫୋର୍ସ ସନ୍ଦେହ ଜନକ ସ୍ଥାନରେ ଗତକାଲି ଚଢାଉ କରିଥିଲେ । ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ମିଳିଥିବା ସମସ୍ତ ଔଷଧ ଉତ୍ତର ପ୍ରଦେଶରୁ ଅଣାଯାଇଥିବାର ଏହି ଚଢାଉରୁ ଜଣାପଡିଥିଲା ।

ସିକନ୍ଦରାବାଦ ପୋଲିସ ଷ୍ଟେସନ୍ ଅନ୍ତର୍ଗତ ବୁଲନ୍ଦସହରର ଅଶୋକ କୁମାରଙ୍କର ଏକ ଘର ଚଢାଉରୁ ସେ ସମସ୍ତ ଔଷଧର ମହଜୁଦି ବିଷୟ ଜଣାପଡିଥିଲା । ତାଙ୍କୁ ଗିରଫ୍ କରାଯାଇ ତାଙ୍କର ସ୍ୱୀକାରୋକ୍ତି ଭିତ୍ତିରେ ଲହତାରା ଥାନା ଅନ୍ତର୍ଗତ ଅନ୍ୟ ଏକ ଗୋଦାମ ଉପରେ ମଧ୍ୟ ଚଢାଉ କାରଯାଇଥିଲା । ସେଠାରୁ ବହୁ ପରିମାଣର ନକଲି ଔଷଧ ଓ ନଗଦ ଟଙ୍କା ଜବତ ହୋଇଥିଲା । ଜବତ ହୋଇଥିବା ଔଷଧର ମୂଲ୍ୟ ପ୍ରାୟ ୭.୩୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ନଗଦ ଆକାରରେ ଚଢଉସ୍ଥାନରୁ ୪ ଲକ୍ଷ ଟଙ୍କା ମିଳିଛି । ଏହି ଚଢାଉ ଏକ ବଡ଼ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାଶ୍ କରିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମଧ୍ୟ ଭାଗରେ ଆନ୍ତଃରାଜ୍ୟ ନକଲି ଔଷଧ ଅନୁସନ୍ଧାନ ପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ଟିମ୍ ଗଠନ କରି ଉତ୍ତର ପ୍ରଦେଶ ପଠାଇଥିଲେ । ଏହି ତଦନ୍ତରେ ସହାୟତା ନିମନ୍ତେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଉତ୍ତର ପ୍ରଦେଶ ସରକାରଙ୍କ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ଓଡ଼ିଶା ଟିମଙ୍କଠାରୁ ପ୍ରାପ୍ତ ସୂଚନା ଭିତ୍ତିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଚଢାଉ, ଗିରଫ୍ ଓ ପଚରା ଉଚୁରା ଜାରି ରହିଛି । ରାଜ୍ୟ ସରକାର ପଠାଇଥିବା ସ୍ୱତନ୍ତ୍ର ଟିମ୍ ତାଙ୍କର ଅନୁସନ୍ଧାନ କାର୍ଯ୍ୟ ଚଳାଇ ରଖିଛନ୍ତି ।