ଭାରତକୁ ଅଣାଯିବ କୁଖ୍ୟାତ ଆତଙ୍କବାଦୀ ତାହାଉର ରାଣା 

ମୁମ୍ବାଇ: ଭାରତକୁ ଅଣାଯିବ କୁଖ୍ୟାତ ଆତଙ୍କବାଦୀ ତାହାଉର ରାଣା । ପାକିସ୍ତାନରେ ଜନ୍ମ, କାନାଡାରେ ବ୍ୟବସାୟ କରୁଥିବା ତାହାଉର ରାଣା ୨୦୦୮ରେ ହୋଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀଙ୍କୁ ସହଯୋଗ କରିଥିଲା। ତାକୁ ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ ଆମେରିକାର କାଲିଫର୍ଣ୍ଣିଆ କୋର୍ଟ ଅନୁମତି ଦେଇଛନ୍ତି।

ଭାରତର ତଦନ୍ତକାରୀ ସଂସ୍ଥା ଏନଆଇଏ ମାମଲାର ତଦନ୍ତ କରୁଛି। ମୁମ୍ବାଇ ଆକ୍ରମଣ ପଛରେ ଲସ୍କର ଇ ତୋଇବାର ହାତ ଥିବା ସ୍ପଷ୍ଟ ହୋଇଥିଲା  । ତାହାଉରକୁ ଆମେରିକାରେ ଗିରଫ କରାଯାଇଥିଲା  । ସେବେଠୁ ତାକୁ ଭାରତ ଆଣିବାକୁ ପ୍ରୟାସ କରାଯାଉଛି  । କିଛି କୁଟନୈତିକ ସମସ୍ୟା ଯୋଗୁଁ ତାକୁ ଭାରତ ଅଣାଯାଇପାରୁନଥିଲା  । ଏବେ କିନ୍ତୁ ତାହା ସମ୍ଭବ ହୋଇଛି  ।

ତାହାଉରର ପିଲା ବେଳର ସାଙ୍ଗ ଡେଭିଡ କୋଲେମନ ହେଡଲି ଲସ୍କର ଇ ତୋଇବା ସହ ସାମିଲ ଥିଲା। ସେମାନେ ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ତାହାଉର ଜାଣିଥିଲା। ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସବୁ ପ୍ରକାର ସହଯୋଗ କରିଥିଲା ତାହାଉର। ସେବେଠୁ ଭାରତ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ହୋଇଯାଇଥିଲା।