spot_img
Home Blog Page 3361

କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ, କହିଲେ ବିପଦରେ ଭାରତୀୟ ମୂଳ ଗଣତନ୍ତ୍ର

ନୂଆଦିଲ୍ଲୀ: କେମ୍ବ୍ରିଜ୍ ୟୁନିଭରସିଟିରୁ କେନ୍ଦ୍ର ଉପରେ ଆକ୍ରମଣ । ଅଭିଭାଷଣ ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଭାରତୀୟ ଗଣତନ୍ତ୍ର ଉପରେ ହମଲା, ଗଣତାନ୍ତ୍ରିକ ସଂସ୍ଥା ଉପରେ କବଜାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ସେ କହିଛନ୍ତି, ଭାରତର ମୂଳ ଗଣତନ୍ତ୍ର ଉପରେ ଆକ୍ରମଣ କରାଯାଉଛି । ଗଣମାଧ୍ୟମ, ନ୍ୟାୟପାଳିକା ଭଳି ଗଣତାନ୍ତ୍ରିକ ସଂସ୍ଥା ଉପରେ କବଜା ଜମାଇଛନ୍ତି କେନ୍ଦ୍ର ସରକାର । ଇସ୍ରାଏଲୀ ସ୍ପାଏଓ୍ବେରର ବ୍ୟବହାର କରାଯାଇ ବିରୋଧୀଙ୍କୁ ଜାସୁସୀ କରାଯାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସରକାର ଇସ୍ରାଏଲୀ ସ୍ପାଏଓ୍ବେର ପେଗାସସ୍ ବ୍ୟବହାର କରି ବିରୋଧୀ ଦଳ ନେତାଙ୍କ ଜାସୁସୀ କରୁଛନ୍ତି । ମୋ ଫୋନରେ ମଧ୍ୟ ପେଗାସସ୍ ରହିଥିଲା । ଫୋନରେ କଥା ହେବା ବେଳେ ଆଲର୍ଟ ରହିବାକୁ କୁହାଯାଇଥିଲା ବୋଲି ରାହୁଲ କହିଛନ୍ତି ।

ସରକାର ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ କଣ୍ଟ୍ରୋଲ କରୁଥିବା ବେଳେ ଦେଶ ଭିତରେ ଭୟ ସୃଷ୍ଟି କରିବା ସଂଖ୍ୟାଲଘୁ ସମ୍ପ୍ରଦାୟ, ଦଳିତ ଏବଂ ଆଦିବାସୀଙ୍କ ଉପରେ ଆକ୍ରମଣ କରାଯାଉଛି ବୋଲି ରାହୁଲ କହିଛନ୍ତି । ରାହୁଲ ଏବେ ବ୍ରିଟେନ ଟୁରରେ ରହିଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ କେମ୍ବ୍ରିଜ ୟୁନିଭରସିଟିରେ ଅଭିଭାଷଣ ଦେବା କାର୍ଯ୍ୟକ୍ରମ ରହିଛି । ଇଣ୍ଡିଆନ ଓଭରସିଜ୍ କଂଗ୍ରେସ ସଦସ୍ୟଙ୍କ ସହ ଆଲୋଚନା ସହ ଲଣ୍ଡନରେ ହେବାକୁ ଥିବା ଏକ କନଫରେନ୍ସ ମଧ୍ୟ ରାହୁଲ ସାମିଲ ହେବେ ।

ଭାରତୀୟ ପୁରୁଷ ହକି ଦଳର ନୂଆ କୋଚ ଭାବେ କ୍ରେଗ ଫୁଲଟନ୍ ନିଯୁକ୍ତ

ନୂଆଦିଲ୍ଲୀ: କ୍ରେଗ ଫୁଲଟନ୍ ଭାରତୀୟ ପୁରୁଷ ହକି ଦଳର ନୂଆ ମୁଖ୍ୟ କୋଚ ନିଯୁକ୍ତ। FIH ହକି ପ୍ରୋ ଲିଗରେ ଦଳର ଘରୋଇ ମ୍ୟାଚ୍ ପୂର୍ବରୁ ହକି ଇଣ୍ଡିଆ ଏହି ଘୋଷଣା କରିଛି । ସାଉଥ ଆଫ୍ରିକାର ଏହି ୪୮ବର୍ଷୀୟ କ୍ରେଗ ବେଲଜିୟମ ପୁରୁଷ ହକି ଟିମର ଆସିଷ୍ଟାଣ୍ଟ କୋଚ୍ ଥିଲେ । କ୍ରେଗ ଇରିସ ପୁରୁଷ ହକି ଟିମର କୋଚ ଥିବା ବେଳେ ଏହି ଟିମ୍ ଭଲ ପ୍ରଦର୍ଶନ କରି ରିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଥିଲା ।

ଏହି ଐତିହାସିକ ସଫଳତା ପାଇଁ 2015ରେ FIH କୋଚ ଅଫ ଦି ଇୟର ଜିତିଥିଲେ କ୍ରେଗ୍ । ଏହା ପରେ ସେ ଅଲିମ୍ପିକ୍ ଚାମ୍ପିଅନ୍ସ ବେଲଜିୟମ ସହିତ ଆସିଷ୍ଟାଣ୍ଟ କୋଚ୍ ଭାବରେ କାର୍ଯ୍ୟ କରିଥିଲେ । ସେହି ସମୟରେ ଟୋକିଓରେ ବେଲଜିୟମ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । 2018ରେ ଭୁବନେଶ୍ୱରରେ ବେଲଜିୟମ ଟିମ୍ ଓ୍ବାଲଡ ଡାଇଟେଲ ଜିତିଥିବା ବେଳେ କ୍ରେଗ ବେଲଜିୟମ ଟିମ୍ ର କୋଚିଂ ଷ୍ଟାଫ ରହିଥିଲେ ।

ରହସ୍ୟ ଘେରରେ ଭିସୁଟ ଛାତ୍ରୀଙ୍କ ମୃତ୍ୟୁ, ବଏଫ୍ରେଣ୍ଡଙ୍କ ଘରେ ଛାନଭିନ କରିବ ପୋଲିସ

ଭୁବନେଶ୍ବର: କେମିତି ହେଲା ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ। ହତ୍ୟା ନା ଆତ୍ମହତ୍ୟା। ସାମନାକୁ ଆସିଲା ଘଟଣା ଦିନ ମାଆଙ୍କ ସହ ଚିନ୍ମୟୀଙ୍କ ହ୍ବାଟ୍ସ ଆପ୍ ଚାଟ୍। ମାଆଙ୍କୁ ଫଟୋ ପଠାଇବା ସହ ସ୍ବାଭାବିକ ଭାବେ କଥା ହୋଇଥିଲେ ଚିନ୍ମୟୀ। ସଂଧ୍ୟା ୬ଟାରେ ଘରକୁ ଫେରିବାକୁ କହିଥିଲେ। କିନ୍ତୁ ପରେ ଭଉଣୀ ଜନ୍ମଦିନ ପାଇଁ ଭୁବନେଶ୍ବର ଆସୁଥିବା ଜଣାଇଥିଲେ। ରାତି ୮ଟାରେ ମାଆଙ୍କ ଫୋନ୍ ରିସିଭ କରିନଥିଲେ। ବସରେ ବସିବା ପରେ ମାଆ କଲ୍ କରିବାକୁ କହିଥିଲେ, ହେଲେ କଲ୍ କରିନଥିଲେ ଚିନ୍ମୟୀ।

ରାତି ୯ଟା ୨୦ରେ କଲ୍ କରିବା ବେଳେ ଅସ୍ବାଭାବିକ ଶବ୍ଦ ଶୁଣି ଡରିଯାଇଥିଲେ ମାଆ। ପାଟିତୁଣ୍ଡ, ଚିତ୍କାର ଶବ୍ଦ ବି ଶୁଣିଥିଲେ। ହେଲେ ତାପରେ ଚିନ୍ମୟୀ ଆଉ କଲ୍ ରିସିଭ କରିନଥିବା ତାଙ୍କ ମାଆ କହିଛନ୍ତି। ଝିଅକୁ ହତ୍ୟା କରାଯାଇଥିବା ଚିନ୍ମୟୀଙ୍କ ବାପା ମାଆ ଅଭିଯୋଗ କରିଛନ୍ତି। ସେପଟେ କାଲି ପୋଷ୍ଟମୋଟମ ରିପୋର୍ଟ ଆସିବା ପରେ ଆଜି ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ବୁର୍ଲା ପୋଲିସ ଓ ସାଇଣ୍ଟିଫିକ ଟିମ୍। କିଭଳି ଚିନ୍ମୟୀ ପାଣିରେ ପଡିଲେ, ସେନେଇ ତଦନ୍ତ କରାଯାଉଛି।

ସମ୍ବଲପୁର ପୋଲିସର ତିନୋଟି ଟିମ୍ ସୋନପୁର ବଲାଙ୍ଗିର ଓ ଭୁବନେଶ୍ବର ଯାଇ ଛାନବିନ କରୁଛି। ଭୁବନେଶ୍ବରରେ ଚିନ୍ମୟୀ ରହୁଥିବା ଘରେ ଛାନବିନ କରିଛି ପୋଲିସ। ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ଭୁବନେଶ୍ୱର ଘରେ ମଧ୍ୟ ପୋଲିସ ତଦନ୍ତ କରିବ l ସେହିପରି ବଲାଙ୍ଗୀରରେ ଚିନ୍ମୟୀଙ୍କ ପୈତୃକ ଘରେ ମଧ୍ୟ ଛାନଭିନ କରିବ l ମାମଲାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ଏବଂ ତାଙ୍କର ଦୁଇ ଜଣ ସାଙ୍ଗ ଅଟକ ଅଛନ୍ତି l

ତେବେ ପ୍ରଶ୍ନ ଉଠୁଛି, ସଂଧ୍ୟାରେ ଚିନ୍ମୟୀଙ୍କ ସହ କଣ ହେଲା? ବିଲକୁଲ ସ୍ବାଭାବିକ ଥିବା ଚିନ୍ମୟୀଙ୍କର କେମିତି ହେଲା ମୃତ୍ୟୁ? ଚିନ୍ମୟୀଙ୍କ ସହ ସେଦିନ କିଏ କିଏ ଥିଲେ? କୌଣସି କାରଣକୁ ନେଇ କାହା ସହ ଗଣ୍ଡଗୋଳ ହୋଇଥିଲା କି? ଚିନ୍ମୟୀଙ୍କ ମାଆ ଶୁଣିଥିବା ପାଟିତୁଣ୍ଡ, ଚିତ୍କାର କାହାର ଥିଲା? ସମସ୍ତ ଦିଗ ନେଇ ତନାଘନା କରୁଛି ପୋଲିସ ।

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳଳୀନ ୧୨ଟି ସ୍ଥାନରେ ଚଢାଉ

କେନ୍ଦୁଝର: ଆୟ ବର୍ଭିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। କେନ୍ଦୁଝରର ୭ ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଆଦେଶ ବଳରେ ୧୦ ଡିଏସପି, ୭  ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଚଢ଼ାଉ କରିଛନ୍ତି ।

କେନ୍ଦୁଝର ଶିରିଶପାଳ ବାସଭବନ, ଘସିପୁରା ଅଞ୍ଚଳରେ ଥିବା ଶ୍ବଶୁର ଘରେ ଚାଲିଛି ଚଢ଼ାଉ । ଏଥିସହ ତାଙ୍କର ଆର୍ଥିକ କାରବାର ଓ ବ୍ୟବସାୟିକ ସଂପୃକ୍ତି ଥିବା କିଛି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଉପରେ ମଧ୍ୟ ଚଢାଉ କରାଯାଇଛି । କେନ୍ଦୁଝର ଜିଲ୍ଲାର ୮ଟି ସ୍ଥାନ- କଲେଜ ରୋଡ୍‌, ବିଣିଆପାଟ, ବଜାଜ ଶୋ’ ରୁମ୍‌, ହୋଟେଲ ଇଣ୍ଡିଆ, ମାଗୁରଗାଡ଼ିଆ, ଗମ୍ଭାରିଆ, ଶିରିଶପାଳ ସହ ଆନନ୍ଦପୁର ଓ ବଡ଼ବିଲ ଠାରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ସାରିଛନ୍ତି ।

ଉମେଶ ଚନ୍ଦ୍ର ଜେନା ଯୋଡ଼ା ଖଣି ମଣ୍ଡଳରେ DDM ଥିବା ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା ।

ସୋନିଆ ଗାନ୍ଧୀ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଯୋଗୁଁଁ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ  । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି  । ବ୍ରୋଙ୍କାଇଟିସ୍ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି  । ଜ୍ବର, ନିଶ୍ବାସ ପ୍ରଶ୍ବାସରେ କଷ୍ଟ ପରେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଚାଲିଛି ଚିକିତ୍ସା । ୭୬ ବର୍ଷୀୟ ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ।

ଗୁରୁବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସୋନିଆ  । ଜ୍ବର ପରେ ସୋନିଆଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହୋଇଥିଲା  । ହୃଦରୋଗ ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ସୋନିଆଙ୍କ ଚିକିତ୍ସା ଚାଲିଛି  ।

ଆଜିଠୁ ରାଜ୍ୟରେ ନୂଆ ଶିଶୁ ନୀତି ‘ପ୍ରାରମ୍ଭ’, କିଶୋର କିଶୋରୀଙ୍କୁ ସଚେତନ କରିବ ‘କୁନି‘

ଭୁବନେଶ୍ବର: ଆଜି ଲୋକସେବା ଭବନସ୍ଥିତ କନ୍‌ଭେନସନ ସେଣ୍ଟର ଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖିଛନ୍ତି ଏବଂ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ଦିନଟିକୁ ସମର୍ପିତ କରିଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ସଶକ୍ତିକରଣ ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଏହା ଆଜି ଏକ ବାସ୍ତବତା। ଓଡିଶାର ମା’ ମାନେ ଆଜି ରୂପାନ୍ତରର ସାରଥୀ ହୋଇଛନ୍ତି। ୭୦ ଲକ୍ଷ ମା ମାନଙ୍କ ବିଶାଳ ସଂଗଠନ ଆଜି SHGରୁ SME ହେବାକୁ ଯାଉଛି। ମା ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା ମାନେ କାହା ଠାରୁ କମ୍‌ ନୁହେଁ। ମା ମାନେ ନିଜ ନିଜର ପ୍ରତିଭା ଓ ଦକ୍ଷତା ଦ୍ବାରା ସମାଜରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେମାନେ ପ୍ରମାଣିତ କରିପାରିଛନ୍ତି ଝିଅ ଆଜି ପରିବାର ପାଇଁ ବୋଝ ନୁହେଁ, ବରଂ ପରିବାରର ମଣି । କନ୍ୟା ରତ୍ନ ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟ ବସ୍ତୁ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ବାରା ଲିଙ୍ଗଗତ ସମାନତା ହାସଲ’ (Innovation and Technology for Gender Equality) । ଏହା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି । ଇନୋଭେସନ ଓ ଟେକ୍‌ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ବିଭେଦ ଦୂର କରାଯାଇ ନାରୀ ମାନଙ୍କ ଅଧିକାରର ସୁରକ୍ଷା କରାଯାଇପାରୁଛି। ମହିଳା ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ମଧ୍ୟ ରୋକାଯାଇ ପାରୁଛି। ଏହାଦ୍ବାରା ସମାଜରେ ଲିଙ୍ଗଗତ ବୈଷମ୍ୟ ଦୂର ହୋଇ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇପାରିବ।

ତେଣୁ ଇନୋଭେସନ ଓ ଟେକ୍‌ନୋଲୋଜିର ଅଧିକରୁ ଅଧିକ ପ୍ରୟୋଗ କରି ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ରାଜ୍ୟସ୍ତରୀୟ ଉତ୍ସବରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ଦିଗ୍‌ଦର୍ଶନରେ ମହିଳା ଓ ଶିଶୁବିକାଶ ବିଭାଗ ମହିଳା ମାନଙ୍କ ସଶକ୍ତିକରଣ ଓ ଅଧିକାରର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ କରୁଛି । ମହିଳା ମାନେ ଆଜି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ ହୋଇପାରିଛନ୍ତି ଓ ସେମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇପାରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଶୁଭାରମ୍ଭ କରିଥିଲେ । ଏହି ମାସ୍କଟ କିଶୋର କିଶୋରୀ ମାନଙ୍କୁ ଶିକ୍ଷା, ଅଧିକାର ଓ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରିବା ପାଇଁ କାର୍ଯ୍ୟ କରିବ। ଏହାସହିତ ରାଜ୍ୟର ନୂଆ ଶିଶୁ ନୀତି ‘ପ୍ରାରମ୍ଭ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହାସହିତ ଆଶୀର୍ବାଦ ଯୋଜନାର ଏମ୍ ଆଇଏସ୍ ପୋର୍ଟାଲ୍ ଏବଂ ଓ୍ଵାନ୍ ଷ୍ଟପ୍ ସେଣ୍ଟର ଓ ମହିଳା ହେଲ୍‌ପ ଲାଇନରେ ସଫଳ ମହିଳାଙ୍କ କାହାଣୀ ଉପରେ ଏକ କେସ୍ ଷ୍ଟଡି ବୁକଲେଟ ମାନ୍ୟବର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଭୁବନେଶ୍ବର ବିଜୟଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ଜାନକୀ ବିଶ୍ବାଳ ଏବଂ ବିଏମସି ଅଙ୍ଗନବାଡି କର୍ମୀ ଆରତୀ ସାହୁ ପ୍ରମୁଖ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଯୋଗୁ ଆଜି ନାରୀ ମାନେ ବିଭିନ୍ନ କ୍ଷେତ୍ରରେ ସକ୍ଷମ ହୋଇ ସ୍ବାଧୀନ ଭାବରେ କାମ କରିପାରୁଛନ୍ତି । କୋଭିଡ ସମୟରେ ମାସ୍କ ଓ ଜାତୀୟ ପତାକା ତିଆରି କରି ଆମେ ଦକ୍ଷତା ଦେଖାଇ ପାରିଥିଲୁ । ବର୍ତ୍ତମାନ ଆମର ଆଉ ପଛକୁ ଚାହିଁବାର ପ୍ରଶ୍ନ ନାହିଁ । ଆମେ ଏଥର ଆଗକୁ ବଢିବୁ ।

ମହିଳା ଓ ଶିଶୁବିଭାଗର କମିଶନର-ତଥା-ଶାସନ ସଚିବ ଶୁଭା ଶର୍ମା ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର-ତଥା- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟସ୍ତରୀୟ ଅଧିକାରୀ, ସମାଜ ସଂଗଠନ ନାଗରିକ, କର୍ପୋରେଟ୍ ଅନୁଷ୍ଠାନର ପ୍ରତିନିଧି -ତଥା-ଜିଲ୍ଲାସ୍ତରୀୟ ଓ ତୃଣମୂଳ ସ୍ତରର ଜିଲ୍ଲାସ୍ତରୀୟ କର୍ମଚାରୀ ତଥା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ(ଡିଏସ୍ଡବ୍ଲ୍ୟୁଓ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ),କିଶୋର ଓ କିଶୋରୀ ମାନେ ଯୋଗ ଦେଇଥିଲେ। ଅନ୍ୟାନ୍ୟ ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ବିଷୟବସ୍ତୁ ଓ ରାଜ୍ୟସାରା ସପ୍ତାହବ୍ୟାପୀ ଉତ୍ସବ ପାଳନ କରାଯିବ। ଏବଂ ରାଜ୍ୟର ପ୍ରୟାସକୁ ଆହୁରି ସୁଦୃଢ଼ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପଦକ୍ଷେପ ଉପରେ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା।

ଏହି ଅବସରରେ ୩ ଜଣ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ, ଶ୍ରେଷ୍ଠ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ଶ୍ରେଷ୍ଠ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା।

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ଯନ୍ତ୍ରୀ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା କେବିକେ MI ସର୍କଲ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ରେଡ୍ ହୋଇଛି। ଭୁବନେଶ୍ବରର ୩ଟି, ଅନୁଗୁଳର ୨ଟି, ଭବାନୀପାଟଣାର ଅଫିସ ଚାମ୍ବର ଓ ସରକାରୀ କ୍ବାର୍ଟରେ ରେଡ୍ ହୋଇଥିବା ସୂଚନା ମିଳିଛି । ରସୁଲଗଡ ବୈଷ୍ଣୋ ମୋନାର୍କ ଆପାର୍ଟମେଣ୍ଟର ୩୦୧ ନମ୍ବର ଫ୍ଲାଟ୍, ଖାରବେଳନଗର ବୈଷ୍ଣୋ ରେଗେନ୍ସିରେ ଥିବା ପ୍ରଥମ ମହଲା ଘର, ସହିଦନଗର ଇମ୍ପେରିଆ ଆପାର୍ଟମେଣ୍ଟରେ ଥିବା ପ୍ରଥମ ମହଲାରେ ଚାଲିଛି ଭିଜିଲାନ୍ସ ଛାପା ।

ସେହିପରି ଅନୁଗୁଳ ତୁରଙ୍ଗ ମୌଜାରେ ଥିବା ଦୁଇ ମହଲା କୋଠା, ଗୋଟିଏ ପ୍ଲଟ୍ ସହ ଠାକୁରମୁଣ୍ଡାର ପୈତୃକ ଘରେ ଚାଲିଛି ଭିଜିଲାନ୍ସ ଛାପା । ରେଡ୍‌ରେ ୪ଜଣ ଡିଏସପି, ୯ ଇନସ୍ପେକ୍ଟର, ୩ ଏସଆଇ ଓ ଏଏସଆଇ ସାମିଲ ଅଛନ୍ତି ।

ମୟୂରଭଞ୍ଜରେ 5T ସଚିବ ଭିକେ ପାଣ୍ଡିଆନ୍

ମୟୂରଭଞ୍ଜ: ମୟୂରଭଞ୍ଜରେ 5T ସଚିବ ଭିକେ ପାଣ୍ଡିଆନ୍। ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ। ଆଜି ସକାଳେ ପ୍ରଥମେ ଦ୍ବାରଶୁଣୀ ଘାଟିରେ ପହଞ୍ଚି ସେଠାରେ ସ୍ଥିତି ଅନୁଧ୍ଯାନ କରିବା ପରେ ପହଞ୍ଚିଥିଲେ ବାରିପଦା ଜଗନ୍ନାଥ ମନ୍ଦିର। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ ସେବାୟତ। ପରେ 5T ସଚିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ବଲାଙ୍ଗୀରରେ ବୁଲୁଛି କି କଲରାପତରିଆ ବାଘ? ଦେଖନ୍ତୁ ଭିଡ଼ିଓ

ବଲାଙ୍ଗୀର: ବଲାଙ୍ଗୀର ସଇଁତଲା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ନଜର ଆସିଛି କଲରାପତରିଆ ବାଘ। ବାଘ ବୁଲୁଥିବା ଖବର ପାଇବା ପରେ ଲୋକେ ଭୟଭୀତ ହୋଇଛନ୍ତି। ଉଆଇ ପଏଣ୍ଟ ନିକଟରେ ୩ଟି ବାଘ ବୁଲୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି I କାରରେ ଥିବା ଜଣେ ବ୍ୟକ୍ତି ଭିଡିଓ ଉତୋଳନ କରିଛନ୍ତିI

ଅନ୍ୟପଟେ ଏହି ଭିଡିଓଟି ବଡ଼ମାଳର ନା ଅନ୍ୟ କେଉଁ ଜାଗାର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।  ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁI ଏନେଇ ବଲାଙ୍ଗୀର ଡିଏଫଓ ନୀତିଶ କୁମାରକୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ଭିଡିଓକୁ ତଦାରଖ କରି ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତିI

ଆଜି ପୁରୀ ସ୍ୱର୍ଗଦ୍ୱାରରେ ହେବ ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ପିଣ୍ଟୁ ନନ୍ଦଙ୍କୁ ଝୁରୁଛି ଓଲିଉଡ, କାନ୍ଦୁଛନ୍ତି ପ୍ରଶଂସକ। ଆଜି ହେବ ଅନ୍ତିମ ସଂସ୍କାର। ପୁରୀ ସ୍ବର୍ଗଦ୍ବାରରେ ହେବ ଶବଦାହ। ଗତକାଲି ରାତିରେ ହାଇଦ୍ରାବାଦରୁ ଭୁବନେଶ୍ବରରେ ପହଞ୍ଚିଥିଲା ମରଶରୀର।  ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ରାତିରେ ରଖାଯାଇଥିଲା।

ଆଜି ସକାଳେ କଳାରାହାଙ୍ଗ ବାସଭବନ ନିଆଯିବ ପାର୍ଥିବ ଶରୀର। ସେଠାରେ ପରିବାର ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିବେ। ପରେ ଆଚାର୍ଯ୍ୟ ବିହାର ଠାରେ ଥିବା ତାଙ୍କର ଏକ ଚା ଖଟିକୁ ନିଆଯିବ। ସେଠାରୁ ସିଧା ଶେଷ କୃତ୍ୟ ପାଇଁ ତାଙ୍କୁ ପୁରୀ ସ୍ବର୍ଗଦ୍ବର ନିଆଯିବ।

ଗତ ବୁଧବାର ବିଳମ୍ବିତ ରାତିରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ପିଣ୍ଟୁଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା। ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ। ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା। ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା