ରାଜଧାନୀରେ ବୁଲିଲା ଖଣ୍ଡା, ସିସିଟିଭିରେ କଏଦ ହେଲା ପୁରା ଘଟଣା

1 min read

ଭୁବନେଶ୍ୱର: ରାଜଧାନୀରେ ବୁଲିଲା ଖଣ୍ଡା। ଭରତପୁର ଥାନା ନୂଆଗାଁ ଛକରେ ହାତରେ ମାରଣାସ୍ତ୍ର ଧରି ଆତଙ୍କ ରଚିଲେ ଯୁବକ। ଖଣ୍ଡା, ତଲୱାର ଧରି ମାର୍କେଟ ଅଞ୍ଚଳରେ ବ୍ୟବସାୟୀଙ୍କୁ ହାଣିଲେ। ଚଳାଇଲେ ଦୀର୍ଘ ୨ ଘଣ୍ଟାର ଆତଙ୍କରାଜ । ସିସିଟିଭିରେ କଏଦ ହେଲା ପୁରା ଘଟଣା।

ନନ୍ଦିଘୋଷ ଟିଭି ହାତରେ ଘଟଣା ବେଳର Exclusive ଫୁଟେଜ । ଗୁଡେଇ ତୁଡେଇ ପିଟିଲେ ଓ ଖଣ୍ଡାରେ ହାଣିଲେ ଯୁବକ । ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଭରତପୁର ପୋଲିସର ଛାନଭିନ ଜାରି ରହିଛି । ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ବିଳମ୍ବିତ ରାତିରେ କାବୁ କରିଛି ପୋଲିସ ।