spot_img
Home Blog Page 3335

୧୯୮୦ରେ ଇନ୍ଦିରା ଗାନ୍ଧୀଙ୍କ ସହ କଣ ଘଟିଥିଲା, କାହିଁକି ହରାଇଥିଲେ ସଭ୍ୟ ପଦ ?

ନନ୍ଦିଘୋଷ ବ୍ୟୁରୋ: କେବଳ ରାହୁଲ ଗାନ୍ଧୀ ନୁହଁନ୍ତି, ଅତୀତରେ ତାଙ୍କ ଜେଜେ ମାଆ ମଧ୍ୟ ଅଯୋଗ୍ୟ ଘୋଷିତ ହୋଇଛନ୍ତି  ୧୯୭୭ର ଜରୁରୀକାଳିନ ପରିସ୍ଥିତ ପରେ ଅନୁଷ୍ଠିତ ନିର୍ବାଚନରେ  ଶୋୟନୀୟ ପରାଜୟ ହୁଅନ୍ତି  ୧୯୭୮ ମସିହାରେ ଅନୁଷ୍ଠିତ ହୁଏ କର୍ଣ୍ଣାଟକର ଚିକମଙ୍ଗଲୁର ଆସନରେ ଉପନିର୍ବାଚନ  ସମାଜବାଦୀ ନେତା ବୀରେନ୍ଦ୍ର ପାଟିଲଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ କରନ୍ତି ଇନ୍ଦିରା ଗାନ୍ଧୀ  ନିଦର୍ବାଚନରେ ୭୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୁଅନ୍ତି ଇନ୍ଦିରା 

 କିନ୍ତୁ ନଭେମ୍ବର ୧୮ ତାରିଖରେ ଇନ୍ଦିରା ଲୋକସଭାରେ ପହଁଚିବା ପରେ ତତକାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଅନ୍ଦିରାଙ୍କ ବିରୋଧରେ ଆଣନ୍ତି ସଙ୍ଗୀନ ଅଭିଯୋଗ  କ୍ଷମତାର ଦୁରୂପଯୋଗ ସରକାରୀ ଅଧିକାରୀମାନଙ୍କୁ ଅପମାନିତ କରିବା ଅଭିଯୋଗ ଆଣିଥିଲେ  ଉକ୍ତ ପ୍ରସ୍ତାବ ପାରିତ ହୋଇଥିଲା  ଦିନ ଧରି ସଂସଦରେ ଚାଲେ ବିତର୍କ  ସେପଟେ ଇନ୍ଦିରାଙ୍କ ବିରୋଧରେ ଗଠନ ହୁଏ ସ୍ୱାଧିକାରୀ କମିଟି  ଉକ୍ତ କମିଟି ଇନ୍ଦିରାଙ୍କ ବିରୋଧରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ପ୍ରଦାନ କରିଥିଲା  ଫଳରେ ଇନ୍ଦିରାଙ୍କୁ ହାତରୁ ଚାଲିଯାଇଥିଲା ସଂସଦ ପଦ  କେବଳ ଏତିକି ନୁହେଁ ମାମଲାରେ ଗିରଫ ହୋଇ ତିହାର ଜେଲ ଯାଆନ୍ତି ଇନ୍ଦିରା ଗାନ୍ଧୀ 

 ସେପଟେ ଜେଲରୁ ଆସିବା ପରେ ଦେଶର ବିଭିନ୍ନ ପ୍ରାନ୍ତକୁ ଭ୍ରମଣ କରି ରାଜନୈତିକ ସଭାସମାବେଶ କରନ୍ତି ଇନ୍ଦିରା  ୧୯୮୦ ମସିହାରେ ଆଭ୍ୟନ୍ତରଣ କନ୍ଦଳ ଯୋଗୁ ଭାଙ୍ଗିଯାଇଥିଲା ଜନତା ପାର୍ଟି ସରକାର  ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇଥିଲା    ଜଗଜୀବନ ରାମ ଚୌଧୁରୀ ଚରଣ ସିଂହଙ୍କ ଭଳି ଅନୁଭବୀ ନେତାଙ୍କୁ ସାମ୍ନା କରୁଥିଲେ ଇନ୍ଦିରା ଗାନ୍ଧୀ  ଆଉ ଏହି ନିର୍ବାଚନରେ ଇନ୍ଦିରାଙ୍କୁ ମିଳିଥିଲା ଆଶ୍ଚର୍ଯ୍ୟଜନକ ଫଳ  ୧୯୮୦ ନିର୍ବାଚନରେ ୫୨୯ ଆସନରୁ ୩୬୩ଟି ଆସନ ହାତେଇ ବୃହତ ବିଜୟ ହାସଲ କରିଥିଲା ଦଳ  ଇନ୍ଦିରା ହୋଇଥିଲେ ପ୍ରଧାନମନ୍ତ୍ରୀ    

ତଟରକ୍ଷୀବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

କୋଚି: କେରଳ କୋଚି ବିମାନ ବନ୍ଦରରେ ଅଘଟଣ । ଭାରତୀୟ ତଟରକ୍ଷୀବାହିନୀର ଏଏଲଏଚ-ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ  । ହେଲିକପ୍ଟର କ୍ରାସ ଯୋଗୁଁ ଘଟଣାରେ ଜଣେ  ଆହତ ହୋଇଛନ୍ତି । ଆଜି ଅପରାହ୍ଣରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଆଡଭାନସଡ ଲାଇଟ ହେଲିକପ୍ଟର ଏଏଲଏଚ ଧ୍ରୁବ ମାର୍କ-୩ ଉଡାଣ ଆରମ୍ଭ କରିଥିଲା ।

ତେବେ କୌଣସି କାରଣରୁ ଏହାକୁ ଅଚାନକ ଲ୍ୟାଣ୍ଡିଂ କରିଥିଲେ ପାଇଲଟ । ଲ୍ୟାଣ୍ଡିଂ ବେଳେ ଏହା ୨୫ ଫୁଟ ଉଚ୍ଚରେ ଉଡୁଥିଲା । ଗତ ମାର୍ଚ୍ଚ ୮ ତାରିଖରେ ଭାରତୀୟ ନୌସେନାର ଏକ ଏଏଲଏଚ ମୁମ୍ବାଇ ଉପକୂଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପୁନର୍ବାର ଆଜି କ୍ରାସ ହୋଇଛି ଏହି ହେଲିକପ୍ଟର  । ସେପଟେ ଆହତ ହୋଇଥିବା କର୍ମଚାରୀଙ୍କୁ ଯଥାଶୀଘ୍ର ମେଡିକାଲରେ ଭର୍ତ୍ତି କରାଯାଇଛି  । ସେହିପରି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଉଦ୍ଧାର କରାଯାଇଛି  ।

 

ନୂଆରୂପ ପାଇବ ଛତ୍ରପୁର, ମଞ୍ଚରେ ଏକ ହଜାର କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଛତ୍ରପୁରରେ ନବୀନ ଶୋ’  । କବିସୂର୍ଯ୍ୟନଗର ଏବଂ ହିଞ୍ଜିଳିକାଟୁ ପରେ ଛତ୍ରପୁର ସଭାରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ  । ମା ତାରାତାରିଣୀଙ୍କୁ ସ୍ମରଣ କରି ଆରମ୍ଭ କରିଥିଲେ ଭାଷଣ  । କହିଥିଲେ ଛତ୍ରପୁର ଆସି ମୁଁ ବହୁତ ଖୁସି  । ଛତ୍ରପୁର ବିକାଶ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ  ।  ବିଭିନ୍ନ ପ୍ରକଳ୍ପ  କାର୍ଯ୍ୟ କରିବା ପାଇଁ ମଞ୍ଚରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ।

ଗଞ୍ଜାମ ଜିଲ୍ଲାର ୨୦ ହଜାର ବ୍ୟକ୍ତିଙ୍କୁ ଜମି ପଟ୍ଟା ମିଳିଛି  । ଦୀର୍ଘ ଦିନ ଧରି ଜାରି ରହିଥିବା ସମସ୍ୟାରେ ପୂର୍ଣ୍ଣଛେଦ ଟାଣିଛନ୍ତି ମୁଖ୍ୟମନ୍ତ୍ରୀ  । ମିଶନ ଶକ୍ତି ମହିଳା ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଦ୍ଧରେ ଋଣ ଯୋଗାଇଦେବାକୁ ଘୋଷଣା କରିଛନ୍ତି  । ମାଆ ମାନଙ୍କୁ ରାଜ୍ୟରେ ଶସକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଆହ୍ୱାନ  । ଚାଷୀ ଭାଇ ମାନଙ୍କୁ ବିନା ସୁଦ୍ଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର  ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟବାସୀ ହେଉଛନ୍ତି ଉପକୃତ  । 5T ମାଧ୍ୟମରେ ହଜାର ହଜାର ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟ ଆଗେଇ ଚାଲିଛି  । ଆଗକୁ ମଧ୍ୟ ସମଗ୍ର ଜିଲ୍ଲାରେ ବିଦ୍ୟାଳୟ ନୂଆ ରୂପ ପାଇବ  । ମୁଖ୍ୟମନ୍ତ୍ରୀ ଛତ୍ରପୁରକୁ ଆସିଥିବାରୁ ଛତ୍ରପୁରବାସୀ ବେସ ଆନନ୍ଦ ପ୍ରକଟ କରିଛନ୍ତି  । ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ବର୍ଷା କରିଥିଲେ  ।

ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ ନେଇ ଘୋଷଣା କଲେ ପୁଟିନ

ମସ୍କୋ: ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଋଷର ବଡ଼ ଚାଲେଞ୍ଜ । ପଡ଼ୋଶୀ ବେଲାଋଷରେ ଆଣବିକ ଅସ୍ତ୍ର ମୁତୟନ କରିବାକୁ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୧୯୯୦ ପରଠାରୁ ପ୍ରଥମ ଥର ଲାଗି ଦେଶବାହାରେ ସାମରିକ ଅସ୍ତ୍ର ମୁତୟନ କରିବାକୁ ଯୋଜନା କରିଛି ଋଷ । ୧୯୯୦ ଦଶକରେ ସୋଭିଏତ ୟୁନିଅନର ବିଭାଜନ ପରଠାରୁ ବେଲାଋଷ ସର୍ବଦା ଋଷର ପକ୍ଷ ନେଇଆସିଛି । ଋଷକୁ ବିଭିନ୍ନ ସହାୟତା ଦେଇଆସୁଛନ୍ତି ବେଲାଋଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସେଙ୍କୋ ।

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି- ପାଶ୍ଚାତ୍ୟ ରାଷ୍ଟ୍ରର ସାମରିକ ସହାୟତା ବିନା ଋଷ ବିରୋଧରେ ସେ ଆଗେଇ ପାରିବେ ନାହିଁ । ଋଷ ଓ ପାଶ୍ଚାତ୍ୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ବଢୁଥିବାବେଳେ ଋଷର ନୂଆ ଯୋଜନା ଆମେରିକା ସମେତ ଅନ୍ୟାନ୍ୟ ସହଯୋଗୀ ରାଷ୍ଟ୍ର ଲାଗି ଅଧିକ ଚିନ୍ତାର କାରଣ ହୋଇଛି ।୍

ଆମେରିକା ମିସିସିପି, ଆଲାବାମାରେ ଭୟଙ୍କର ଝଡ଼ ତୋଫାନ, ଜରୁରୀକାଳୀନ ସ୍ଥିତି ଘୋଷଣା କଲେ ଜୋ ବାଇଡେନ

ଓ୍ୱାଶିଂଟନ: ଆମେରିକା ମିସିସିପି, ଆଲାବାମା ଓ ଟେନେସେରେ ଭୟଙ୍କର ଝଡ଼ ତୋଫାନ । ବିଭିନ୍ନ ସ୍ଥାନରେ ପ୍ରାଣ ହରାଇଛନ୍ତି ୨୫ ଲୋକ । ଆହତ ହୋଇଛନ୍ତି ଶତାଧିକ ଲୋକ । ତୋଫାନରେ ସହର ଛାରଖାର ହୋଇଯାଇଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ତୋଫାନରେ ମିସିସିପି ଛାରଖାର ହୋଇଥିବାବେଳେ ଶହ ଶହ ଗଛ ଉପୁଡ଼ି ପଡ଼ିଛି । ଯାତାୟତ ଠପ୍ ହୋଇଥିବାବେଳେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଏନେଇ ରାଷ୍ଟ୍ରପତି ବାଇଡେନଙ୍କ ସହ ଆଲୋଚନା କରିଛନ୍ତି ମିସିସିପି ଗଭର୍ଣ୍ଣର ଟାଟେ ରିଭିସ । ଝଡ଼ ବାତ୍ୟା ପରେ କ୍ଲିନ୍ ଅପରେସନ ଜାରି ରହିବ ବୋଲି କହିଛି ନ୍ୟାସନାଲ ଓ୍ବେଦର ସର୍ଭିସ । ଝଡ଼ ବାତ୍ୟାରେ ଶହ ଶହ ଲୋକ ବାସଚ୍ୟୁତ ହୋଇଥିବା ସୂଚନା ମିଳିଛି ।

୨୭୪ କିଲୋମିଟର ପରିମିତ ଅଞ୍ଚଳରେ ଏହି ତାଣ୍ଡବର ପ୍ରଭାବ ପଡ଼ିଛି । ୨୬ ହଜାର ପରିବାରକୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । ସେପଟେ ଆଫଗାନିସ୍ତାନରେ ପ୍ରବଳ ବର୍ଷାଜନିତ ବନ୍ୟାର ତାଣ୍ଡବ । ପ୍ରାଣ ହରାଇଛନ୍ତି ୩ ଜଣ । ବନ୍ୟାରେ ପ୍ରଭାବିତ ହୋଇଛି ୯ଟି ପ୍ରଜାତନ୍ତ୍ର । ଧୂଳିସାତ ହୋଇଛି ପ୍ରାୟ ୮ ଶହ ଘର । କାବୁଲ, କୁନାର, ପାକ୍ତିକା, ତଖର, ଲେଘମାନ, ବାଘଲାମ, କୁନ୍ଦୁଜ ଆଦି ପ୍ରଜାତନ୍ତ୍ରରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା ।

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପୁଣି ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା କରିଛନ୍ତି । ଗତ ରବିବାର ଏକ ହୋଟେଲରୁ ଆକାଂକ୍ଷାଙ୍କ ମୃତଦେହ ଠାବ କରାଯାଇଛି । ଅଭିନେତ୍ରୀ ଜଣଙ୍କ ବେକରେ ଫଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆକାଂକ୍ଷା ଉତ୍ତରପ୍ରଦେଶ ଭଦୋହି ଜିଲ୍ଲାର ପାରସିପୁରରେ ରୁହନ୍ତି ।

ସୂଚନା ଅନୁସାରେ, ଆକାଂକ୍ଷା ବନାରସରେ ଆତ୍ମହତ୍ୟା କରିଛନ୍ତି । ସେ ସୁଟିଂ ପାଇଁ ସେଠାକୁ ଯାଇଥିଲେ । କିନ୍ତୁ ରବିବାର ଦିନ ହୋଟେଲରୁ ତାଙ୍କ ମୃତଦେହ ମିଳିଥିଲା । ଶନିବାର ଦିନ ଆକାଂକ୍ଷା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଆକାଂକ୍ଷାଙ୍କ ବୟସ ୨୫ ବର୍ଷ । ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଥିଲେ । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ବହୁତ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ସେ ବୀର କେ ବୀର ଓ କସମ ପୈଦା କରନେ ଓ୍ବାଲେ କି-୨ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଫିଲ୍ମ ସୁଟିଂ ପାଇଁ ଯାଇ ଆତ୍ମହତ୍ୟା କରିବା ନେଇ ସାରା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି । ଆକାଂକ୍ଷା କାହିଁକି ଏପରି ପଦକ୍ଷେପ ନେଲେ ଏନେଇ ସସପେନ୍ସ ଲାଗି ରହିଛି ।

କେନ୍ଦୁଝରରେ ୪ଟି ମଇଁଷି ମାରି ଖାଇଲା ବାଘ  

କେନ୍ଦୁଝର: କେନ୍ଦୁଝର ଘଟଗାଁ ରେଞ୍ଜରେ ମାତିଛି ବାଘ । ଅଟେଇ ସଂରକ୍ଷିତ ଜଙ୍ଗଲ ବଡ଼ଜାମପଶିରେ ୪ଟି ମଇଁଷି ମାରିବା ସହ ୨ଟି ମଇଁଷିଙ୍କୁ ଘାଇଲା କରିଛି ମହାବଳ । ଘଟଣାସ୍ଥଳରେ ବନ ବିଭାଗର ତଦନ୍ତ ଜାରି । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବଡ଼ଜାମପଶିର ରମେଶ ଚନ୍ଦ୍ର ବାରିକଙ୍କର ୧୯ଟି ମଇଁଷିଙ୍କ ମଧ୍ୟରୁ ଜଙ୍ଗଲକୁ ଯାଇଥିବା ୪ଟି ମଇଁଷିଙ୍କୁ ମହାବଳ ବାଘ ମାରିଦେଇଥିଲା । ଅନ୍ୟ ୨ଟି ମଇଁଷିଙ୍କୁ ଘାଏଲା କରିଥିଲା । ଯାହାକୁ ନେଇ ଆଜି ବନ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି ।

ହୋଟେଲ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଓଢ଼ଣୀରେ ଝୁଲି ପଡ଼ିଥିବା ସୂଚନା

ଭୁବନେଶ୍ୱର: ପ୍ରେମିକାର ଓଢ଼ଣୀରେ ଝୁଲି ପଡ଼ିଲେ ପ୍ରେମିକ । ଭୁବନେଶ୍ବରରେ ଓୟୋ ହୋଟେଲରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଦୁର୍ଗାପ୍ରସାଦ ମିଶ୍ର । ଖଣ୍ଡଗିରି ଜାଗମରା ସ୍ଥିତ ଏକ ହୋଟେଲରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରେମିକା ବାଥରୁମରେ ଥିବା ବେଳେ ତାଙ୍କ ଓଢ଼ଣିରେ ଆତ୍ମହତ୍ୟା କରିଥିବା ସୂଚନା ।

ଅନ୍ୟପଟେ ଜନ୍ମଦିନରେ ଭୋଜି ପାଇଁ ଡାକି ଯୁବକଙ୍କ ବାନ୍ଧବୀ ଓ ଦୁଇ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ମୃତ ଯୁବକଙ୍କ ଭଉଣୀ ଓ ଭିଣୋଇ । ଭୋଜିରେ ମୃତ ଦୁର୍ଗାପ୍ରସାଦ ଓ ତାଙ୍କ ବାନ୍ଧବୀଙ୍କ ସହ ୨ ବନ୍ଧୁ ଉପସ୍ଥିତ ଥିଲେ । ଗତକାଲି ରାତି ପ୍ରାୟ ୨ଟା ସମୟରେ ବୋଉଙ୍କୁ କଲ କରିଥିଲେ ଦୁର୍ଗାପ୍ରସାଦ । ଯୁବକଙ୍କ ଘର ନିଆଳି ଜଲାରପୁର ଗାଁରେ ବୋଲି ଜଣାପଡ଼ିଛି । ଭୁବନେଶ୍ବରରେ ଏକ ଠିକାଦାରଙ୍କ ପାଖରେ ଚାକିରି କରୁଥିଲେ ଦୁର୍ଗା ପ୍ରସାଦ ।

‘ମା’ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ’: ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ମା’ମାନେ ଭଲ କାମ କରୁଛନ୍ତି । ସେମାନେ ଉଦ୍ୟୋଗୀ ହୁଅନ୍ତୁ । ମା’ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ । ଗଞ୍ଜାମ ଜିଲ୍ଲାକୁ ଦେଶର ଏକ ନମ୍ବର ଜିଲ୍ଲା ଭାବେ ପରିଣତ କରିବା ଲାଗି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଗସ୍ତରେ ଯାଇ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଆଜି ହିଞ୍ଜିଳି ଆସି ଓ ଆପଣମାନଙ୍କୁ ଭେଟି ମୁଁ ବହୁତ ଖୁସି । ଆଜି ହିଞ୍ଜିଳିରେ ୫୯୦ କୋଟି ଟଙ୍କାରେ ୩୦୦ରୁ ଅଧିକ ପ୍ରକଳ୍ପ ଆରମ୍ଭ କରାଗଲା । ହିଞ୍ଜିଳିର ବିକାଶ ଓ ଗଞ୍ଜାମର ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିବ । ମୁଁ ବହୁତ ଖୁସି ଯୋ ଆଜି ଗଞ୍ଜାମ ଜିଲ୍ଲାରେ ୨୦ ହଜାରରୁ ଅଧିକ ଲୋକ ଗ୍ରାମକଣ୍ଠ ପଟ୍ଟା ପାଇଲେ । କେବଳ ହିଞ୍ଜିଳିରେ ୪ ହଜାର ୫ଶହରୁ ଅଧିକ ଲୋକ ପଟ୍ଟା ପାଇଲେ । ଆପଣମାନଙ୍କ ବହୁତ ଦିନ ଅସୁବିଧା ଆଜି ଦୂର ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି କି ମିଶନ ଶକ୍ତିର ମା’ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯାଉଛି । ଏଥିପାଇଁ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଆଜି ମିଶନ ଶକ୍ତିର ମା’ମାନଙ୍କୁ ୧୫୬ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଛି । ମା’ମାନଙ୍କ ଉନ୍ନତି ହେଲେ ଦେଶ ସମାଜର ଉନ୍ନତି ହେବ । ସେହିପରି ଚାଷୀ ଭାଇମାନଙ୍କୁ ମଧ୍ୟ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ 5T ସ୍କୁଲ ରୂପାନ୍ତରଣ, ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ୨ଟି ମାଇଲ ଷ୍ଟୋନ୍ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମରେ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଉପକାର ପାଇଲେଣି । ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କଲେଣି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଗଞ୍ଜାମ ଜିଲ୍ଲାର ୪୭୧ ହାଇସ୍କୁଲ 5Tରେ ରୂପାନ୍ତରଣ ହୋଇଛି । ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲ 5Tରେ ରୂପାନ୍ତରଣ ହେବ । ମୁଁ ସବୁବେଳେ ଆପଣଙ୍କ ପାଇଁ କାମ କରିଛି ଓ କରି ଚାଲିବି । ଆପଣମାନଙ୍କ ସହଯୋଗ ଜାରି ରହିଲେ ଗଞ୍ଜାମ ଦେଶର ଏକ ନମ୍ବର ଜିଲ୍ଲା ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

’ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇସ୍କୁଲ 5Tରେ ହେବ ରୂପାନ୍ତରଣ ’: ମୁଖ୍ୟମନ୍ତ୍ରୀ

ଗଞ୍ଜାମ: କବିସୂର୍ଯ୍ୟନଗର ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଜୟ ମା’ ତାରାତାରିଣୀ କହି ଉଦବୋଧନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ କଳା ଓ ସଂସ୍କୃତି ଭୂମି । ଏହା ହେଉଛି ସ୍ୱାଧିନତା ସଂଗ୍ରାମର ଭୂମି । ଏହି ମାଟିକୁ ମୋର ପ୍ରଣାମ । କବି ସମ୍ରାଟ ଉପନ୍ଦ୍ରେ ଭଞ୍ଜ । କବିସୂର୍ଯ୍ୟ ବଳଦେବ ରଥଙ୍କୁ ମୋର ପ୍ରଣାମ । ଆଜି ଏହି ମାଟିକୁ ଆସି ମୁଁ ବୁହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଗଞ୍ଜାମରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହେଲା । ଆଜି କବିସୂର୍ଯ୍ୟନଗରରେ ୩୧୬ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହେଲା । ମୁଁ ବହୁତ ଖୁସି ଯେ ଆଜି ଗଞ୍ଜାମର ୨୦ ହଜାର ଭାଇ ଭଉଣୀ ପଟ୍ଟା ପାଇଲେ । କେବଳ ଏହି ଅଞ୍ଚଳରେ ୧୧ ହଜାରରୁ ଅଧିକ ପଟ୍ଟା ପାଇଲେ । ଏହା ଜିଲ୍ଲାର ସବୁଠାରୁ ଅଧିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମା’ମାନେ ବହୁତ ଭଲ କାମ କରୁଛନ୍ତି । ମୁଁ ଚାହେଁ ମା’ମାନେ ଉଦ୍ୟୋଗୀ ହୁଅନ୍ତୁ । SHGରୁ SME ହେବାପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ । ମା’ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ରଣ ଦିଆଯାଉଛି । ଏଥିପାଇଁ ୫ ବର୍ଷରେ ୫୦ ହଜାର କୋଟି ବ୍ୟବସ୍ଥା କରାଯାଇଛି । ମା’ମାନଙ୍କୁ ୨୮୦ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଛି । ମା’ମାନଙ୍କ ଉନ୍ନତି ହେଲେ ଦେଶ ସମାଜର ଉନ୍ନତି ହେବ । ସେହିପରି ଚାଷୀ ଭାଇମାନଙ୍କୁ ମଧ୍ୟ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ 5T ସ୍କୁଲ ରୂପାନ୍ତରଣ, ଶିକ୍ଷା ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ୨ଟି ମାଇଲ ଷ୍ଟୋନ୍ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମରେ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲୋକ ଉପକାର ପାଇଲେଣି । ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କଲେଣି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଗଞ୍ଜାମ ଜିଲ୍ଲାର ୪୭୧ ହାଇସ୍କୁଲ 5Tରେ ରୂପାନ୍ତରଣ ହୋଇଛି । ଡିସେମ୍ବର ସୁଦ୍ଧା ସବୁ ହାଇସ୍କୁଲ 5Tରେ ରୂପାନ୍ତରଣ ହେବ । ମୁଁ ସବୁବେଳେ ଆପଣଙ୍କ ପାଇଁ କାମ କରିଛି ଓ କରି ଚାଲିବି । ଆସନ୍ତୁ ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।