ଧାମନଗର ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ

ଧାମନଗର: ଧାମନଗର ବିଧାୟକଙ୍କ ନାଁରେ ଅଭିଯୋଗ । ବିଧାୟକଙ୍କ ଉପସ୍ଥିତିରେ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ । ବିଧାୟକ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞ ଓ ସମର୍ଥକଙ୍କ ବିରୋଧରେ ଅଭିଯୋଗ ହୋଇଛି । ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି କନିଷ୍ଠ ଯନ୍ତ୍ରୀ । ଗତକାଲି ସାକ୍ଷାତ ପାଇଁ ଯନ୍ତ୍ରୀଙ୍କୁ ଡାକିଥିଲେ ବିଧାୟକ । ବିଧାୟକଙ୍କ ଉପସ୍ଥିତିରେ ବେଆଇନ ବିଲ୍ ପାଇଁ ବାଧ୍ୟ କରାଯାଇଥିଲା । ସରପଞ୍ଚ ଓ ସମିତିସଭ୍ୟାଙ୍କ ପ୍ରତିନିଧି ବେଆଇନ ବିଲ୍ ପାଇଁ ବାଧ୍ୟ କରିଥିଲେ । କାମ ନଦେଖି ବିଲ୍ କରିବେ ନାହିଁ କହିଥିଲେ ଯନ୍ତ୍ରୀ ।

ବିଲ ପାଇଁ ମନା କରିବାରୁ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ସରପଞ୍ଚ ଓ ସମିତିସଭ୍ୟାଙ୍କ ପ୍ରତିନିଧି । ସର୍ବସାଧାରଣରେ ଅପମାନିତ କରିଥିବା ଯନ୍ତ୍ରୀ ଅଭିଯୋଗ କରିଛନ୍ତି । ଏନେଇ ଧାମନଗର ଥାନାରେ ଅଭିଯୋଗ ହୋଇଥିବାବେଳେ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ ଆସୋସିଏସନ ଏସପିଙ୍କୁ ଭେଟି ଦାବିପତ୍ର ଦେଇଛି ।