spot_img
Home Blog Page 3319

୧୨ରେ ଭୟଙ୍କର ରୂପ ନେବ ବାତ୍ୟା ; କାଲିଠୁ ଭୀଷଣ ବର୍ଷା

ଭୁବନେଶ୍ୱର :  ବାଂଲାଦେଶ, ମିଆଁମାର ମୁହାଁ ହୋଇପାରେ ସମ୍ଭାବ୍ୟ ବାତ୍ୟା । ଓଡ଼ିଶା ସହ ଅନ୍ୟ ପୂର୍ବ ଉପକୂଳ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କତା ଜାରି କରାଯାଇନି । ବର୍ଷା, ପବନ ନେଇ ମଧ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ କିମ୍ବା ପଶ୍ଚିମବଙ୍ଗକୁ ଓ୍ବାର୍ଣ୍ଣିଂ ଦିଆଯାଇନି ।

୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆଜି ସକାଳେ ଲଘୁଚାପ କ୍ଷେତ୍ର ରୂପ ନେଇଛି। ଆସନ୍ତାକାଲି ଏହା ଅବପାତରେ ପରିଣତ ହୋଇପାରେ। ୧୦ତାରିଖରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ୧୨ତାରିଖ ସକାଳ ଯାଏଁ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୧୨ତାରିଖରେ ଏହା ରିକର୍ଭ କରି ଗତିପଥ ପରିବର୍ତ୍ତନ କରି ବାଂଲାଦେଶ, ମିଆଁମାର ଆଡକୁ ଯିବା ନେଇ ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି।

ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ। ପ୍ରଭାବରେ ଆଜିଠୁ ଆଣ୍ଡାମାନ ନିକୋବରରେ ବର୍ଷା ଆରମ୍ଭ ହେବ। କାଲିଠୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ୧୦ତାରିଖରେ ବର୍ଷା ପବନ ବଢିବ। ଏହାର ପ୍ରଭାବରେ ୧୨ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର, ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ମଣିପୁରରେ କର୍ଫ୍ୟୁ ସାମାନ୍ୟ କୋହଳ ; ଅତ୍ୟାବଶ୍ୟକ ସାମଗ୍ରୀ କିଣୁଛନ୍ତି ଲୋକ

ଇମ୍ଫାଲ : ମଣିପୁରରେ ସୁଧୁରୁଛି ସ୍ଥିତି । ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେବାକୁ କର୍ଫ୍ୟୁ ସାମାନ୍ୟ କୋହଳ ହୋଇଛି । ଫଳରେ ଲୋକ ନିର୍ଦ୍ଧାରିତ ସମୟରେ ବଜାରକୁ ଯାଇ ସାମଗ୍ରୀ କିଣୁଛନ୍ତି । ସେପଟେ ହିଂସାରେ ବଢୁଛି ମୃତ୍ୟୁ ସଂଖ୍ୟା । ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଭୟରେ ଭିଟାମାଟି ଛାଡିଲେଣି । ଘର ଦ୍ବାର ଛାଡି ଲୋକେ ଏବେ ଅନ୍ୟ ସହର ଓ ରାଜ୍ୟକୁ ଚାଲିଯାଉଛନ୍ତି ।

ଗତ ସପ୍ତାହରେ ହୋଇଥିବା ହିଂସା ପରଠୁ ଲୋକମାନେ ପଡୋଶୀ ରାଜ୍ୟ କୋଲକାତାକୁ ପଳାଉଥିବା ବେଳେ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଫ୍ଲାଇଟ ଚାର୍ଜେସ ବଢ଼ାଇଦିଆଯାଇଛି । ସାଧାରଣ ଦିନ ତୁଳନାରେ ଫ୍ଲାଇଟ ଚାର୍ଜେସ ୬ରୁ ୮ଗୁଣା ବୃଦ୍ଧି ପାଇଛି । ମଣିପୁର ଇମ୍ଫାଲ ଏୟାରପୋର୍ଟରୁ କୋଲକାତା ବିମାନ ଯାତ୍ରା ପାଇଁ ୨୨ରୁ ୩୦ ହଜାର ଚାର୍ଜ କରୁଛନ୍ତି କମ୍ପାନୀ । ଏୟାର ପୋର୍ଟ ବାହାରେ ହଜାର ହଜାର ଲୋକଙ୍କ ଲମ୍ବା ଲାଇନ ଲାଗିଛି । ସଂରକ୍ଷଣ ଦାବିକୁ ନେଇ ମଣିପୁରରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ସେଠାରୁ ଫେରି ଅନୁଭୂତି ଶୁଣାଇଛନ୍ତି ପୀଡ଼ିତ ।

୩ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସତ୍ବ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଏବଂ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ ଓ ସାଧିକାଙ୍କୁ ସମ୍ବର୍ଦ୍ଧନା । ୨୦୨୧ ମସିହା ପାଇଁ ଔପନ୍ୟାସିକା ପ୍ରତିଭା ରାୟଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର । ୨୦୨୨ ମସିହା ପାଇଁ କବି ସୀତାକାନ୍ତ ମହାପାତ୍ରଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି ।

ସେହିଭଳି ୨୦୨୩ ପାଇଁ କବି ଶ୍ରୀନିବାସ ଉଦ୍ଦଗାତାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସମସ୍ତଙ୍କୁ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଯାଇଛି । ଅର୍ଥ ରାଶି ସାଙ୍ଗକୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଛି । ସେହଭିଳି ୩ ବର୍ଷର ୪୫ ଜଣ ବରିଷ୍ଠ ସାରସ୍ୱତ ସାଧକଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ସେମାନଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସାଙ୍ଗକୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଛି । ବିଭିନ୍ନ ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ।

 

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର : ଘନୀଭୂତ ହୋଇ ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଏହା ଅବପାତରେ ପରିଣତ ହୋଇ ପରେ ବାତ୍ୟା ରୂପ ନେଇପାରେ।

ତେବେ ଏହା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏଯାଏଁ ସ୍ପଷ୍ଟ ହୋଇନି। ଓଡ଼ିଶା ପାଇଁ କୌଣସି ବାତ୍ୟା ସତର୍କତା ନାହିଁ। ବାତ୍ୟା କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ଗତି କରିବା ସମ୍ଭାବନା ରହିଛି।

ସେପଟେ ରାଜ୍ୟକୁ ପୁଣି ଫେରିଲା ତାତି। ପ୍ରବଳ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛି ରାଜଧାନୀ ଭୁବନେଶ୍ବର। ସକାଳ ୮.୩୦ ସୁଦ୍ଧା ୩୧ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୮୫ ପ୍ରତିଶତ ଆର୍ଦ୍ରତା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଦିନକ ପରେ ଝାରସୁଗୁଡ଼ା ଉପନିର୍ବାଚନ; ବୁଥ୍ ମୁହାଁ ପୋଲିଂ ପାର୍ଟି

ଝାରସୁଗୁଡ଼ା : ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ । ବୁଥ୍ ମୁହାଁ ପୋଲିଂ ପାର୍ଟି । ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଂ ପାର୍ଟିକୁ ବୁଥକୁ ଛଡାଯାଉଛି । ଆସନ୍ତାକାଲି ପିଙ୍କ ବୁଥକୁ ଯିବେ ପୋଲିଂ ପାର୍ଟି । କଡ଼ା ସୁରକ୍ଷା ବଳୟରେ ମତଦାନ ହେବ । ସବୁ ବୁଥରେ ହେବ ଓ୍ବେବ କାଷ୍ଟିଂ ।

ଓଡ଼ିଶା ପାଲିସ ସମେତ ପାରା ମିଲିଟାରି ଫୋଷ୍ଟ ନିୟୋଜିତ ହୋଇଛନ୍ତି । ଏଥିସହ ଅବଜରଭର ଓ ମାଇକ୍ରୋ ଅବଜରଭରଙ୍କୁ ଦାୟିତ୍ବ ଦିଆଯାଇଛି । ଉପନିର୍ବାଚନ ନେଇ ଝାରସୁଗୁଡ଼ାରେ ଜାରି ରହିଛି ପ୍ରସ୍ତୁତି । ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ  ସବୁ ରାଜନୈତିକ ଦଳ ପକ୍ଷରୁ ଜନସମର୍ଥନ ହାତେଇବା ପାଇଁ ଜୋରଦାର କସରତ କରାଯାଉଛି  ।

ଘରେ ପଶି ନାବାଳିକାକୁ ନିର୍ମମ ହତ୍ୟା

ଅନୁଗୁଳ :  ଘରେ ପଶି ନାବାଳିକାଙ୍କୁ ନିର୍ମମ ହତ୍ୟା । ଅନୁଗୁଳ ସହର ଉପକଣ୍ଠ କୁଇଓ ଗାଁରେ ନାବାଳିକାର ତଣ୍ଟି କାଟି ହତ୍ୟା କଲା ଯୁବକ । ମୃତ ନାବାଳିକା ହେଲେ ୧୨ ବର୍ଷୀୟ ଖୁସି ସାହୁ । ତାଳଚେର ଡଅଁରାର ଭାଗିରଥି ସାହୁଙ୍କ ଝିଅ ଖୁସି । ଦୀର୍ଘଦିନ ହେବ ସେମାନେ କୁଇଓରେ ରହୁଥିଲେ ।

ନାବାଳିକା ତାଙ୍କ ମାଙ୍କ ସହ ଘରେ ଥିଲେ । ହଠାତ ଜଣେ ଯୁବକ ଘରେ ଧସେଇ ପଶିଥିଲା । ନାବାଳିକାଙ୍କ ମାଙ୍କୁ ଧକ୍କା ଦେଇଥିଲା । ନାବାଳିକାଙ୍କ ବେକକୁ ଏକ ମାରଣାସ୍ତ୍ରରେ କାଟି ପଳାଇଥିଲା । ନାବାଳିକାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ, ଅଭିଯୁକ୍ତ ଏକତରଫା ପ୍ରେମରୁ ଏଭିଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି । ସେପଟେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୁଣି ଏକ ସେନା ବିମାନ କ୍ରାସ୍ ; ଘର ଉପରେ ଖସି ପଡ଼ିଲା ମିଗ୍-୨୧

ଜୟପୁର : ପୁଣି ଏକ ସେନା ବିମାନ କ୍ରାସ । ରାଜସ୍ଥାନ ହନୁମାନ ଗଡ଼ରେ ବାୟୁସେନାର ଫାଇଟର ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନା ହେଲିକପ୍ଟର ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏକ ଘର ଉପରେ ଖସିପଡ଼ିଲା ବିମାନ ଖସିପଡ଼ିଥିବା ବେଳେ ଦୁଇ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି । ହେଲେ ଦୁର୍ଘଟଣାରେ ତିନି ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି ।

ସୂତାଗଡ଼ ଏୟାରବେସରୁ ଉଡାଣ ଭରିବାର କିଛି ମିନିଟ ମଧ୍ୟରେ ଫାଇଟର ପ୍ଲେନ କ୍ରାସ କରିଥିବା ଜଣାପଡ଼ିଛି । ବୈଷୟିକ ତ୍ରୁଟି ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ରୁଟିନ ଏକ୍ସରସାଇଜ ପାଇଁ ବିମାନଟି ଉଡାଣ ଭରିଥିବା ବେଳେ ଦୁର୍ଘଟଣା ଘଟିଥିଲା । ବିମାନରେ ଥିବା ଦୁଇ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି । ଭାରତୀୟ ଏୟାର ଫୋର୍ସ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଏନସିଆରବିର ଚାଞ୍ଚଲ୍ୟକର ତଥ୍ୟ : ୫ବର୍ଷରେ ୪୦ହଜାର ମହିଳା ନିଖୋଜ

ଗାନ୍ଧିନଗର : ୫ବର୍ଷରେ ୪୦ହଜାର ମହିଳା ନିଖୋଜ । ୫ ବର୍ଷ ମଧ୍ୟରେ ଗୁଜୁରାଟରେ ୪୦ ହଜାରରୁ ଅଧିକ ମହିଳା ନିଖୋଜ ହୋଇଯିବା ଭଳି ଏକ ସ୍ପର୍ଶକାତର ବିଷୟ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଏନସିଆରବି ପ୍ରକାଶ କରିଛି । ଏହି ସଂସ୍ଥା ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୬ରେ ଏହି ରାଜ୍ୟରୁ ୭୧୦୫ ମହିଳା ନିଖୋଜ ହୋଇଯାଇଥିଲଲା ବେଳେ ୨୦୧୭ରେ ଏହି ସଂଖ୍ୟା ୭୭୧୨କୁ ବୃଦ୍ଧି ପାଇଥିଲା ।

ପରବର୍ତ୍ତୀ ବର୍ଷ ଗୁଡିକରେ ମଧ୍ୟ ଆହୁରି ଅଧିକ ମହିଳା ନିଖୋଜ ହୋଇଥି ଲେ । ୨୦୧୮ରେ ନିଖୋଜ ମହିଳାଙ୍କ ସଂଖ୍ୟା ୯୨୪୬କୁ ବୃଦ୍ଧି ପାଇବା ସହ ୨୦୧୯ରେ ୯୨୬୮ ଏବଂ ୨୦୨୦ରେ ଏହି ସଂଖ୍ୟା ୮୨୯୦ରେ ପହଞ୍ଚିଥିଲା । ତେବେ ୨୦୨୨ରେ ଏନସିଆରବି ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟ ଅନୁସାରେ କେବଳ ଗୁଜୁରାଟରେ ବିଗତ ୫ ବର୍ଷ ମଧ୍ୟରେ ମୋଟ ୪୧ହଜାର ୬୨୧ ଜଣ ମହିଳା ନିଖୋଜ ହୋଇଛନ୍ତି ।

ଦିନକୁ ଦିନ ଏହି ରାଜ୍ୟରେ ମହିଳା ନିଖୋଜ ହେବା ସଂଖ୍ୟା ବଢୁଥିଲେ ମଧ୍ୟ ଏହାକୁ ହତ୍ୟାଘଟଣା ଭଳି ଗୁରୁତ୍ବ ଦିଆଯାଇ ବିଚାର କରାଯାଉ ନାହିଁ ବୋଲି ରାଜ୍ୟ ମାନବାଧିକାର କମିସନ ସଦସ୍ୟ ସୁଧୀର ସିହ୍ନା କହିଛନ୍ତି ।କୌଣସି ବ୍ୟକ୍ତି ନିଖୋଜ ହେବା ମାମଲାକୁ ହତ୍ୟା ଘଟଣା ଭଳି ଗୁରୁତ୍ବ ଦେଇ ବିଚାରକୁ ନେବା ଉଚିତ୍‌ । ଅନେକ ସମୟରେ ନିଖୋଜ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ପଠାଯାଇଥାଏ । ସେମାନଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଏ । ଏହି ମାମଲା ହତ୍ୟାଠାରୁ ମଧ୍ୟ ଗୁରୁତର ।

ବିଜେଡି କର୍ମୀଙ୍କୁ ଜୋର ଜବରଦସ୍ତ ବିଜେପିରେ ସାମିଲ କରିବାକୁ ଉଦ୍ୟମ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ଧରାପଡିଲା ବିଜେପିର ଚାଲାକି । ବିଜେଡି କର୍ମୀଙ୍କୁ ଜୋର ଜବରଦସ୍ତ ବିଜେପିରେ ସାମିଲ କରିବାକୁ ଉଦ୍ୟମ । ଲଇକେରା ବ୍ଲକ ବାବୁଚିପିଡ଼ିହି ପଞ୍ଚାୟତରେ ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଲୋକେନ୍ଦ୍ର ରାଉତ ବିଜେପିରେ ସାମିଲ ହୋଇଥିବା ନେଇ ଘୋଷଣା କରିଥିଲା ବିଜେପି । ହେଲେ ଏହା ପଛରେ ବିଜେପିର ଯେଉଁ ହୀନ ଚକ୍ରାନ୍ତ ଥିଲା ତାହା ପଦାରେ ପଡିଛି ।

ବିଜେପିର କିଛି କର୍ମୀ ଲୋକେନ୍ଦ୍ରଙ୍କୁ ଏହି ସଭାକୁ ଡ଼ାକିନେଇ ହଠାତ୍ ବିଜେପିରେ ମିଶିଥିବା ଘୋଷଣା କରିଥିଲେ  । ତେବେ ଏହି ଘଟଣାରେ ସେ ମର୍ମାହତ ଥିବା ଦର୍ଶାଇ ପୂର୍ବପରି ବିଜୁ ଜନତା ଦଳରେ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି  । ଶ୍ରୀ ରାଉତଙ୍କ ଘର ବାହୁଡା଼ ଅବସରରେ ବିଜେଡି କାର୍ଯ୍ୟାଳୟ ପରିସରରେ ରାଜ୍ୟ ପାଣ୍ୟାଗାର ନିଗମରେ ଅଧକ୍ଷ ମହେନ୍ଦ୍ର ବଢ଼େଇ ଓ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଦୀପାଳିଙ୍କୁ ମିଳିଲା ୨୬ ଗୋଟି ଚର୍ଚ୍ଚର ସମର୍ଥନ

ଝାରସୁଗୁଡ଼ା : ଦୀପାଳିଙ୍କୁ ମିଳୁଛି ବିପୁଳ ଜନସମର୍ଥନ । ଏହାସହ ବିଭିନ୍ନ ଧର୍ମ ତଥା ସମାଜର ଆଶିର୍ବାଦ ଏବଂ ଭଲପାଇବା ମିଳୁଛି । ୨୬ ଗୋଟି ଚର୍ଚ୍ଚର ମିଳିଲା ସମର୍ଥନ । ୨୬ ଗୋଟି ଚର୍ଚ୍ଚର ୧୫ଶହରୁ ଉର୍ଦ୍ଧ ଲୋକ ଦୀପାଳିକୁ ଆଶିର୍ବାଦ ଦେବା ସହ ଖ୍ରୀଷ୍ଟିଆନ ଧର୍ମର ଲୋକେ ସମର୍ଥନ ଜଣାଇଥିଲେ  । ଭାବ ବିହ୍ବଳ ହୋଇ ବାପା ଥିଲେ ଆହୁରି ଖୁସି ହୋଇଥାନ୍ତେ ବୋଲି କହିଥିଲେ ଦୀପାଳି ।

ଦୀପାଳିଙ୍କ ପ୍ରତି ବହୁ ସମର୍ଥନ ଦିନ କୁ ଦିନ ବୃଦ୍ଧି ପାଇବାକୁ ଲାଗିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୟୋଜନା ଓ ବିକାଶ ମୂଲକ କାର୍ଯ୍ୟ ଉପରେ ମନ୍ତ୍ରୀ ନେତା ଲୋକଙ୍କୁ ଅବଗତ କରାଇଥିଲେ ଓ ଦୀପାଳିଙ୍କ ପାଇଁ ଭୋଟ ମାଗିଥିଲେ  । ଅନ୍ୟ ପଟେ ଦୀପାଳି ଆମର ଝିଅ ଓ ଭଉଣୀ ତେଣୁ ତାକୁ ସମସ୍ତେ ଆଶିର୍ବାଦ ଦେବା ସହ ସମର୍ଥନ ଜଣାଇଥିଲେ  ।