spot_img
Home Blog Page 3320

ଆଜି ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲର ହେବ ଲୋକାର୍ପଣ

କଟକ : ଫାଇଭ-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଆଜି ଷଷ୍ଠ ଦିନ । ଆଜି ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହେବ । କଟକ ଜିଲ୍ଲାର ୯୮ଟି ସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି ସ୍କୁଲ, ମାଲକାନାଗିରିର ୪୯ଟି ସ୍କୁଲ, ଯାଜପୁର ୭୩ଟି ସ୍କୁଲର ଲୋକାର୍ପଣ ହେବ । ରୂପାନ୍ତରିତ ସ୍କୁଲ ସମ୍ପତ୍ତିର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ଵ ଦିଆଯାଉଛି ।

ରୂପାନ୍ତର ଯୋଗୁ ନିଜ ପାଇଁ ଓ ଆମ ଓଡିଶା ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବୁ, ସେ ଆତ୍ମବିଶ୍ବାସ ଆମର ଆସିଛି ବୋଲି ଛାତ୍ରଛାତ୍ରୀ କହୁଛନ୍ତି । ସାଧାରଣ ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ । ତାର ବ୍ୟକ୍ତିଗତ ସମ୍ମାନ ଓ ମର୍ଯ୍ୟଦା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ଜୀବନରେ ଆସିଥାଏ ରୂପାନ୍ତର ବା ସଫଳତା ।

ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୪ଟି ଜିଲ୍ଲାର ରୂପାନ୍ତରିତ ସ୍କୁଲର ରୂପାନ୍ତରଣ କରିବେ । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

ଆଜିଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା; ୧୫ ଯାଏ ଚାଲିବ କମ୍ପ୍ୟୁଟର ବେସଡ ଟେଷ୍ଟ

ଭୁବନେଶ୍ୱର : ଆଜିଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ । କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ ପରୀକ୍ଷା ଆସନ୍ତା ୧୫ ତାରିଖ ଯାଏ ଚାଲିବ । ଦୈନିକ 3ଟି ସିଫ୍ଟରେ ପରୀକ୍ଷା ହେବ । ରାଜ୍ୟରେ ୩୦ଟି ସହରରେ ୪୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ମେ ୩୧ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ଓଜେଇଇ ପକ୍ଷରୁ ପ୍ରକାଶିତ ସୂଚୀ ଅନୁସାରେ ଦିନକୁ ୩ଟି ସିଙ୍ଗରେ ହେବ ପରୀକ୍ଷା । କମ୍ପ୍ୟୁଟର ବେସଡ ଟେଷ୍ଟ ବା ସିବିଟି ମୋଡରେ ପରୀକ୍ଷା ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ ଯାଏ ହେବ । ୧୨ଟା ୩୦ରୁ ୨ଟା ୩୦ ଯାଏ ଦ୍ବିତୀୟ ସିଫ୍ଟ, ୪ ଟାରୁ ସାଢ଼େ ୬ଟା ଯାଏ ତୃତୀୟ ସିଟିଙ୍ଗ ପରୀକ୍ଷା ହେବ । ପ୍ରଥମ ଦିନର ପରୀକ୍ଷାରେ ଲାଟେରାଲ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ମାନେ ପରୀକ୍ଷା ଦେବେ ।

ଆସନ୍ତାକାଲି ଏମସିଏ, ଏମଟେକ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ତୃତୀୟ ଦିନ ଏମବିଏ ପାଇଁ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ୧୨ ତାରିଖରେ ବିଫାର୍ମା ଓ ୧୫ ତାରିଖରେ ଲାଟେରାଲ ଡିପ୍ଲୋମା, ଏଲଇ ଫାର୍ମା, ଇଣ୍ଟିଗ୍ରେଟେଡ ଏମବିଏ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶାର ୩୦ଟି ସ୍ଥାନରେ ୪୪ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ କେନ୍ଦ୍ରରେ ପରୀକ୍ଷା ହେବ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ । ଶେଷ ପ୍ରଚାର ପାଇଁ ନିର୍ବାଚନୀ ରଣାଙ୍ଗନରେ କଂଗ୍ରେସ, ବିଜେପି ଓ ଜେଡିଏସ । ବିରାଟ ଜନସଭା ସହ ଦଳର ଆଗ ଧାଡ଼ିର ନେତା ମାନେ କରିବେ କ୍ୟାମ୍ପେନିଂ ।

ରାଜ୍ୟରେ ବଢୁଥିବା ଦୁର୍ନୀତି, ବେରୋଜଗାର ଏବଂ ୪୦ ପ୍ରତିଶତ ପିସି କାରବାରକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରୁଥିବା ବେଳେ ବିଜେପି ଭିନ୍ନ ମୁଦ୍ଦାଇ ଉଠାଇ ଟାର୍ଗେଟ କରୁଛି । ବିଭିନ୍ନ ସର୍ଭେରେ ମଧ୍ୟ ଏଥର କଂଗ୍ରେସକୁ ବହୁମତ ମିଳିବ ବୋଲି ଚର୍ଚ୍ଚା ହେଉଛି । ୨୨୪ରୁ ୧୫୦ ଆସନ କଂଗ୍ରେସକୁ ଦେବା ପାଇଁ ଜନତାଙ୍କୁ ଅପିଲ କରୁଛନ୍ତି କଂଗ୍ରେସ ନେତା । ଗତକାଲି ମଧ୍ୟ ଜୋରଦାର ପ୍ରଚାର କରିଥିଲା ଦଳ ।

କେନ୍ଦ୍ର ଓ କର୍ଣ୍ଣାଟକ ସରକାରଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟାର୍ଗେଟ କରିଥିଲେ । ଗ୍ୟାସ ଦର, ପଟ୍ରୋଲ ଦର, ଜିଏସଟି, ଦୁର୍ନୀତି ଆଦି ପ୍ରସଙ୍ଗରେ ସେ ଟାର୍ଗେଟ କରିଥିଲେ । ରାଜ୍ୟରେ ସମବାୟ ବ୍ୟାଙ୍କ ସ୍କାମ, ପୋଲିସ ଏସଆଇ ସ୍କାମ, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ସ୍କାମ ଆଦି ପ୍ରସଙ୍ଗରେ ସେ ବର୍ଷିଥିଲେ । ସେହିପରି ନିର୍ବାଚନ ପ୍ରଚାର ଅବସରରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ରାଜ୍ୟରେ ବଢିଛି ବେରୋଜଗାରୀ । ୪୦ ପ୍ରତିଶତ କମିଶନରେ ଚାଲିଛି ସରକାର । ସରକାରୀ ପଦବୀ ବିକ୍ରି ହେଉଛି । ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଲାଗି ଆହ୍ବାନ ଦେଇଛନ୍ତି ପ୍ରିୟଙ୍କା ।

ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ

ଝାରସୁଗୁଡ଼ା : ଆଜି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ସବୁ ରାଜନୈତିକ ଦଳ ପକ୍ଷରୁ ଜନସମର୍ଥନ ହାତେଇବା ପାଇଁ ଜୋରଦାର କସରତ କରାଯାଉଛି । ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ହେବ । ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ରୋଡ ଶୋ, ଜନସଭା ସହ ଘର ଘର ବୁଲି ସମର୍ଥନ ମାଗିବେ ବିଜେଡି ନେତା ।

ଗତକାଲି ଝାରସୁଗୁଡ଼ା ଅମିଲିପାଲି ପଡ଼ିଆରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିରାଟ ଜନସଭା କରିଥିଲେ । ନବୀନ ନବୀନ ନାରାରେ କମ୍ପିଥିଲା ଝାରସୁଗୁଡ଼ା । ଝାରସୁଗୁଡ଼ାବାସୀଙ୍କୁ ସମ୍ବୋଧନ କରିବା ସହ ବିରୋଧୀଙ୍କୁ ମହିଳାଙ୍କୁ ସମ୍ମାନ ଦେବାପାଇଁ ପାଠ ପଢ଼ାଇଛନ୍ତି ନବୀନ । ନବ କିଶୋର ଦାସଙ୍କ ଦେହାନ୍ତ ପରେ ତାଙ୍କ ଝିଅ ଦୀପାଳି ଦାସ ଆପଣଙ୍କ ସେବା ପାଇଁ ଆଗେଇ ଆସିଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତା । ତାଙ୍କୁ ସୁଯୋଗ ମିଳିଲେ ଆପଣଙ୍କ ପାଇଁ କାମ କରିବେ ।

ଝାରସୁଗୁଡ଼ା ସବୁବେଳେ ବିକାଶ ସହ ଅଛି । ସେଥିପାଇଁ ଝାରସୁଗୁଡ଼ାବାସୀ ବିଜେଡି ସହ ଅଛନ୍ତି । ନାରୀଶକ୍ତି, ଯୁବଶକ୍ତିର ବିକାଶ ସହ ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ଝାରସୁଗୁଡ଼ା ପରିଚିତ । ଝାରସୁଗୁଡ଼ା ଆହୁରି ଆଗକୁ ଯିବ । ଆପଣଙ୍କ ସହଯୋଗ ରହିଲେ ଝାରସୁଗୁଡା ଦେଶର ଏକ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇପାରିବ ବୋଲି ନବୀନ କହିଥିଲେ । ନବୀନଙ୍କ ପ୍ରଚାର ପରେ ବିଜେଡି ପ୍ରତି ଥିବା ଜନସମର୍ଥନ ଆହୁରି ଅନେକ ଗୁଣା ବଢିଯାଇଛି । ଆସନ୍ତା ୧୦ ତାରିଖରେ ଝାରୁସୁଗୁଡାରେ ମତଦାନ ହେବ । ୧୩ ତାରିଖରେ ବାହାରିବ ଫଳାଫଳ ।

ଆଜି ଲଘୁଚାପରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଆଜି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ୯ ତାରିଖରେ ଅବପାତ ହେବା ପରେ ନେବ ବାତ୍ୟାର ରୂପ । ୯ ତାରିଖ ପରେ ବାତ୍ୟା ସମ୍ଭାବନା ରହିଛି । ତେବେ ଏହା କେଉଁଠି ସ୍ଥଳଭାଗ ଛୁଇଁବ ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ଓଡ଼ିଶା ପାଇଁ ବାତ୍ୟା କୌଣସି ବାତ୍ୟା ସତର୍କତା ନଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ତ୍ତମାନର ଆକଳନ ଅନୁସାରେ, ବାତ୍ୟା ସେଣ୍ଟ୍ରାଲ ବାଙ୍ଗୋପ ସାଗର ଦେଇ ଗତି କରିବାର ସମ୍ଭାବନା ରହିଛି । ଓଡ଼ିଶାର ଉପକୂଳରେ ମତ୍ସଜୀବୀଙ୍କ ପାଇଁ କୌଣସି ସତର୍କତା ଜାରି କରାଯାଇ ନଥିବାବେଳେ ଆଣ୍ଡାମାନ ନିକୋବର ପାଇଁ ୮ ରୁ ୧୨ ତାରିଖ ଯାଏଁ ସତର୍କତା ଜାରି କରାଯାଇଛି ।ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ ।

କେରଳ ମଲପ୍ପୁରମରେ ପର୍ଯ୍ୟଟକ ଡ଼ଙ୍ଗା ଓଲଟି ୨୨ଜଣଙ୍କ ସଲୀଳ ସମାଧି

ଥିରୁଅନନ୍ତପୁରମ : ଅବହେଳାରୁ ଅଘଟଣ । କେରଳ ମଲପ୍ପୁରମର ଥୁବାଲଥେରମ ବିଚ ନିକଟରେ ଡଙ୍ଗା ଓଲଟି ୨୨ ପର୍ଯ୍ୟଟକ ମୃତ । ଅନୁମତି ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିଲା ଡଙ୍ଗା । ସନ୍ଧ୍ୟା ୫ଟା ପରେ ଡଙ୍ଗା ଚଳାଚଳ ବନ୍ଦ ଥିବା ବେଳେ କାହିଁକି ପର୍ଯ୍ୟଟକଙ୍କୁ ଡଙ୍ଗାରେ ନିଆଯାଉଥିଲା ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ୨୨ ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ରବିବାର ରାତିରେ ଦୁର୍ଘଟଣା ଘଟିଥିବା ବେଳେ ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।

ଡଙ୍ଗା ବୁଡ଼ି ପରେ ୮ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବା ବେଳେ ୫ଜଣ ପହଁରି ପହଁରି କୂଳରେ ପହଞ୍ଚିଥିଲେ । ୧୦ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନଡିଆରଏଫ, କୋଷ୍ଟ ଗାର୍ଡ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବାହିନୀ ଓ ସ୍କୁବା ଡାଇଭିଂ ଟିମ୍ ପକ୍ଷରୁ ଏବେ ବି ରେସ୍କ୍ୟୁ ଅପରେସନ ଜାରି ରହିଛି । ଡ଼ଙ୍ଗାରେ ପ୍ରାୟ ୪୦ଜଣ ପର୍ଯ୍ୟଟକ ଥିଲେ । ଆଜି ସକାଳୁ କେରଳ ଜଙ୍ଗଲ ମନ୍ତ୍ରୀ ଏ କେ ଶଶୀନ୍ଦ୍ରନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି ।

କେରଳର ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ଓ ବିରୋଧୀ ଦଳ ନେତା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ । ସେପଟେ ଡଙ୍ଗା ବୁଡ଼ି ଘଟଣାରେ ଶୋକ ବ୍ୟକ୍ତ କରିବା ସହ କଂଗ୍ରେସ କର୍ମକର୍ତ୍ତା ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ଟୁଇଟ କରିଛନ୍ତି ରାହୁଲ ଗାନ୍ଧୀ । ଆଜି କେରଳରେ ସବୁ ସରକାରୀ କାର୍ଯ୍ୟ ରଦ୍ଦ କରାଯାଇଛି ।

ଗଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ କେବଳ ମହିଳା

ନୂଆଦିଲ୍ଲୀ: ୨୦୨୪ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି । ଗଣତନ୍ତ୍ର ଦିବସ ଉତ୍ସବରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ମହିଳା ଯବାନମାନଙ୍କୁ ପରେଡ୍‌ କରିବା ଦେଖିବାକୁ ମିଳିବ । ଏହାଛଡ଼ା ମାର୍ଚ୍ଚିଂ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ତଥା ପ୍ରସ୍ତୁତିରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ଉପରେ ଆଲୋଚନା କରି ଏହି ନିଷ୍ପତ୍ତି ନିଆଯାଇଛି । ଗଣତନ୍ତ୍ର ଦିବସ ଉତ୍ସବରେ ମହିଳାମାନେ ଦୁଃସାହାସୀକ ସମରକଳା ମଧ୍ୟ ଦେଖାଇବେ । ଏହି ନିଷ୍ପତ୍ତି ସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଗୃହ, ସଂସ୍କୃତି ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚିତ କରାଯାଇଛି ।

ଆସନ୍ତାକାଲି ପ୍ରଦାନ କରାଯିବ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ଵତ ସମ୍ବର୍ଦ୍ଧନା’

ଭୁବନେଶ୍ୱର: ଆସନ୍ତା କାଲି ପ୍ରଦାନ କରାଯିବ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସତ୍ବ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଏବଂ ବୟୋଜେ୍ୟଷ୍ଠ ସାରସ୍ବତ ସାଧକ ଓ ସାଧିକାଙ୍କୁ ସମ୍ବର୍ଦ୍ଧନା । ୨୦୨୧ ମସିହା ପାଇଁ ପ୍ରତିଭା ରାୟ ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର । ୨୦୨୨ ମସିହା ପାଇଁ ସୀତାକାନ୍ତ ମହାପାତ୍ରଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯିବ ।

ସେହିଭଳି ୨୦୨୩ ପାଇଁ ଶ୍ରୀନିବାସ ଉଦ୍ଦଗାତାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ । ସମସ୍ତଙ୍କୁ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହଭିଳି ୩ ବର୍ଷର ୪୫ ଜଣଙ୍କୁ ମିଳିବ ସ୍ବାରସ୍ବତ ସାଧକ ଓ ସାଧିକାଙ୍କୁ ସମ୍ବର୍ଦ୍ଧନା । ୬୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ସ୍ବାରସ୍ବତ ସାଧକ ଓ ସାଧିକାଙ୍କୁ ଦିଆଯିବ ଏହି ସମ୍ବର୍ଦ୍ଧନା । ପ୍ରତେକଙ୍କୁ ମିଳିବ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି । ଆସନ୍ତାକାଲି ଭୁବନେଶ୍ବର ସ୍ଥିତ ରବୀନ୍ଦ୍ରମଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ ।

ହିଞ୍ଜିଳିକାଟୁ ଓ ଶେରଗଡ଼ର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ଶୁଣିଛନ୍ତି 5-ଟି ସଚିବ ଭିକେ ପାଣ୍ଡିଆନ

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଓ ଶେରଗଡ଼ର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ଶୁଣିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ସକାଳୁଠୁ ସଂଧ୍ୟା ଯାଏ କରିଛନ୍ତି ମାରଥନ ସମୀକ୍ଷା । ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଶିକ୍ଷାର ବିକାଶ, ଚାଷୀଙ୍କ ଉନ୍ନତି ଓ ହସ୍ପିଟାଲରେ ରୋଗୀଙ୍କ କଥା ଶୁଣିଛନ୍ତି ଫାଇଭ-ଟି ସଚିବ । କ୍ଲାସ ରୁମରେ ଛାତ୍ରଛାତ୍ରୀଙ୍କ ସମସ୍ୟା ହେଉ କିମ୍ବା ମନ୍ଦିରର ଉନ୍ନତି । ସବୁକିଛି ଟିକିନିଖି ବୁଝି ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ।

କେତେବେଳେ ମନ୍ଦିରରେ ଭକ୍ତ ତ କେତେବେଳେ ପିଲାଙ୍କ ଗହଣରେ ଛାତ୍ର । ଲୋକଙ୍କ ଭିଡ଼ ଭିତରେ ବି ସାଧାରଣ ଜନତାଙ୍କ ଭଳି । କଥା ଶୁଣୁଛନ୍ତି, ସମସ୍ୟା ବୁଝୁନ୍ତି । ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକରେ କିଛି ଏମିତି ଅନ୍ଦାଜରେ ନଜର ଆସିଥିଲେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ରାତି ପାହୁ ପାହୁ ପରିବର୍ତ୍ତନର ପୃଷ୍ଠା ଓଲଟାଇବାକୁ ହିଞ୍ଜିଳିକାଟୁରେ ପହଞ୍ଚିଥିଲେ ଫାଇଭ-ଟି ସଚିବ ।

ବୁରୁପଡ଼ା ପଞ୍ଚାୟତର ଶ୍ୟାମଳାଇ ମନ୍ଦିର, ଶେରଗଡ଼ ପିତ୍ତଳ ପଞ୍ଚାୟତର ଉତ୍ତରେଶ୍ବର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ଭିକେ ପାଣ୍ଡିଆନ । ସେହିପରି କରଞ୍ଜେଇ ମନ୍ଦିରରେ କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଖୁବଶୀଘ୍ର ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଫାଇଭ-ଟି ସଚିବ । ଆଧ୍ୟାତ୍ମକିତା ଭିତରୁ ବାହାରି ପିତ୍ତଳ ଯୁକ୍ତ ଦୁଇ କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ହୋଇଥିଲେ କଥା । ଗୋଟି ଗୋଟି କରି ପିଲାଙ୍କ ପାଖରୁ ସମସ୍ୟା ବୁଝିଥିଲେ ଫାଇଭ-ଟି ସଚିବ ।

ସେହପରି ଶେରଗଡ଼ ଆଇଟିଆଇ କଲେଜ ଓ କାମ ଚାଲିଥିବା ନୂତନ ବସଷ୍ଟାଣ୍ଡ ବୁଲି ଦେଖିଲେ ଭିକେ ପାଣ୍ଡିଆନ । ପରେ ପରେ କରଡ଼କଣା ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ । ୬ ମାସ ମଧ୍ୟରେ ଜଗନ୍ନାଥ ମନ୍ଦିରର ବିକାଶ କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଶେରଗଡ଼ ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।  ଶେରଗଡ଼ ଜଗନ୍ନାଥ ମନ୍ଦିର ଓ ଝିଙ୍କିରିଆ ଶିବ ମନ୍ଦିର ଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ 5T ସଚିବ ଭି.କେ ପାଣ୍ଡିଆନ୍ ।

ଗୋଠଗାଁ ହନୁମାନ ମନ୍ଦିର, ଆଲରିଗଡ଼ ଜଗନ୍ନାଥ ମନ୍ଦିର କରିଥିଲେ ପରିଦର୍ଶନ । ପରେ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ଭି.କେ ପାଣ୍ଡିଆନ୍ । ଅଲାରିଗଡ଼ ଜଗନ୍ନାଥ ମନ୍ଦିର ଓ ସ୍ବପ୍ନେଶ୍ବର ଶିବ ମନ୍ଦିରର ଉନ୍ନତି ନେଇ ଲୋକଙ୍କ ନିକଟରୁ ଶୁଣିବା ପରେ ପ୍ରତିଶ୍ରୁତି ଦେଇଥିଲେ ଫାଇଭ-ଟି ସଚିବ । ମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇ ଆସନ୍ତା ୬ ମାସ ମଧ୍ୟରେ କାମ କରାଯିବ ବୋଲି କହିଥିଲେ ଭିକେ ପାଣ୍ଡିଆନ ।

ଖରା ବଢ଼ିବା ସଙ୍ଗ ସଙ୍ଗେ ମାରାଥନ ସମୀକ୍ଷା କରୁଥିଲେ ଫାଇଭ-ଟି ସଚିବ । ହିଞ୍ଜିଳିକାଟୁର ମିଶନ ଶକ୍ତି ଦକ୍ଷତା ବିକାଶ କେନ୍ଦ୍ରରେ ମହିଳାଙ୍କ ସହ ଆଲୋଚନା କରିବା ସହ ମାଆଙ୍କ ଗୋଟି ଗୋଟି ସମସ୍ୟା ବୁଝିଥିଲେ ଫାଇଭ-ଟି ସଚିବ । ଏହାପୂର୍ବରୁ କଞ୍ଚୁରୁର ରୂପାନ୍ତିରତି ହାଇସ୍କୁଲ ଓ ନୂଆକରି ଗଢ଼ିଉଠୁଥିବା ଯୁକ୍ତ ଦୁଇ କଲେଜର କରିଥିଲେ ତଦାରଖ । ସେହିପରି ଅପରାହ୍ନରେ ହିଞ୍ଜିଳାକାଟୁ ବିଜ୍ଞାନ କଲେଜ ଓ ନିର୍ମାଣ ଚାଲିଥିବା ମାର୍କେଟ କମ୍ପ୍ଲେକ୍ସ ବୁଲି ଦେଇଥିଲେ ଫାଇଭ-ଟି ସଚିବ ।

ଏହା ପରେ ମିଶନ ଶକ୍ତି କାଫେ ଓ ଆହାର କେନ୍ଦ୍ର ଯାଇ ମାଆଙ୍କ ସହ କରିଥିଲେ ଆଲୋଚନା । ଦିନତମାମ ମାରଥନ ସମୀକ୍ଷା କରିଥିଲେ ଭିକେ ପାଣ୍ଡିଆନ । ଅଙ୍କରଡ଼ା ମଡେଲ ଟାଙ୍କ ପରିଦର୍ଶନ କରିବା ସହ ନିର୍ବାଚିତ ଜନ ପ୍ରତିନିଧି, ବ୍ୟବସାୟୀ, ଉଦ୍ୟୋଗପତିଙ୍କ ସହ ଆଲୋଚନା କରିଥିଲେ । ସେହିପରି କୋରେଇଶୁଣି ମନ୍ଦିର କମିଟି ସଦସ୍ୟ ଅଞ୍ଚଳର ଚାଷୀଙ୍କଠୁ ବୁଝିଥିଲେ ସମସ୍ୟା । ହିଞ୍ଜିଳିକାଟୁ ଓ ଶେରଗଡ଼ର ବିଭିନ୍ନ ଅଞ୍ଚଳ ବୁଲି ବିଭିନ୍ନ ଉନ୍ନତିମୂଳକ କାମ ନେଇ ଆଲୋଚନା କିରଥିଲେ ଭିକେ ପାଣ୍ଡିଆନ ।

ସାରା ଭାରତରେ ମହିଳା ସଶକ୍ତିକରଣର ଉଦାହରଣ ସାଜିଛନ୍ତି ନବୀନ: ବର୍ଷା ସିଂ ବରିହା

ଝାରସୁଗୁଡ଼ା: ମହିଳା ସଶକ୍ତିକରଣରେ ନବୀନଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ପଦମପୁର ବିଧାୟିକା ବର୍ଷା ସିଂ ବରିହା କହିଛନ୍ତି । ସାରା ଭାରତରେ ମହିଳା ସଶକ୍ତିକରଣର ଉଦାହରଣ ସାଜିଛନ୍ତି ନବୀନ । ତାଙ୍କ ପାଇଁ ଏସଏଚଜି ସଦସ୍ୟା ଆଜି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ ହେଉଛି । ହେଲେ ବିରୋଧୀ ପ୍ରସଙ୍ଗଭିତ୍ତିକ ସମସ୍ୟା ବଦଳରେ ଚରିତ୍ର ସଂହାର କରୁଛନ୍ତି । ବର୍ଷା କହିଛନ୍ତି, ପଦମପୁର ଉପନିର୍ବାଚନ ବେଳେ ମୋ ପ୍ରତି ଅନେକ ଅଶାଳୀନ ମନ୍ତବ୍ୟ ଦେଇଥିଲେ ବିରୋଧୀ । କିନ୍ତୁ ତାଙ୍କୁ ଲୋକ ଭୋଟରେ ଜବାବ ଦେଇଥିଲେ । ଝାରସୁଗୁଡାବାସୀ ମଧ୍ୟ ଜବାବ ଦେବେ । ମହିଳାଙ୍କୁ ଅସମ୍ମାନ କରି ରଥୀ ମହାରଥୀ ଟଳି ପଡ଼ିଛନ୍ତି ବୋଲି ବର୍ଷା କହିଛନ୍ତି ।