ମିଳିଲା ଛତ୍ରପୁର ଆର୍ଯ୍ୟପଲ୍ଲୀରେ ନିଖୋଜ ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ

ଛତ୍ରପୁର: ଛତ୍ରପୁର ଆର୍ଯ୍ୟପଲ୍ଲୀରେ ନିଖୋଜ ଛାତ୍ରୀ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ଉଦ୍ଧାର। ଦୀର୍ଘ ସମୟର ଉଦ୍ୟମ ପରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା କୋଷ୍ଟଗାର୍ଡ। ଏୟାରକ୍ରାଫ୍ଟ ଜରିଆରେ ଚାଲିଥିଲା ସର୍ଚ୍ଚ ଅପରେସନ୍ ।

ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟ ଆର୍ଯ୍ୟପଲ୍ଲି ଗାଁରେ ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଛାତ୍ରୀ ଭାସି ଯାଇଥିଲେ । ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଛନ୍ତି। ମୃତ ଛାତ୍ରୀ ଜଣଙ୍କ ହେଲେ କନିଷିର ସ୍ୱପ୍ନା ରାଣୀ ପଣ୍ଡିତ । ଆଉ ଏବେ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।