spot_img
Home Blog Page 3309

ବ୍ରହ୍ମପୁରରେ ବୁଲା କୁକୁର ଆତଙ୍କ, କୁକୁର ଗୋଡାଇବାରୁ କାରକୁ ପିଟିଲା ସ୍କୁଟି

ବ୍ରହ୍ମପୁର: ବ୍ରହ୍ମପୁରରେ ବୁଲା କୁକୁର ଆତଙ୍କ। ରାସ୍ତାରେ ଯାଉଥିବା ଗାଡ଼ିକୁ ଗୋଡାଇ  ଭୟଭୀତ କରୁଛନ୍ତି । ଫଳରେ କୁକୁର କାମୁଡ଼ିଦେବା ଭୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଗାଡ଼ି ଚାଳକ । ଦେଖନ୍ତୁ ଏ ଦୃଶ୍ୟ ସ୍କୁଟିରେ ଯାଉଥିଲେ ୨ମହିଳା ଓ ଜଣେ ଶିଶୁ । ହଠାତ୍ ପଲେ କୁକୁର ଗୋଡାଇବାରୁ ନିଜକୁ କୁକୁରଙ୍କଠାରୁ ବଞ୍ଚାଇବାକୁ ରାସ୍ତାକଡ଼ରେ ଠିଆ ହୋଇଥିବା କାରରେ ପିଟିହେଲା ସ୍କୁଟି।

କାର୍‌ ସହ ଧକ୍କା ହେବା ପରେ ୨ମହିଳା ଛିଟିକି ପଡ଼ିଥିବା ବେଳେ ଶିଶୁ କିପରି ଡରି ଛାନିଆ ହେଉଛି ଦେଖନ୍ତୁ। ଏହି ଦୃଶ୍ଯ ହେଉଛି ବ୍ରହ୍ମପୁର ଗାନ୍ଧିନଗର ସପ୍ତମ ଗଳିର ସିସିଟିଭି ଫୁଟେଜ। ଆହତ ମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସିଟ ପାଇଁ ପାଟିତୁଣ୍ଡ: ଟ୍ରେନ ଭିତରେ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ

ଥିରୁଅନନ୍ତପୁରମ୍: ଟ୍ରେନ ଭିତରେ ସାମାନ୍ୟ କଥାକୁ ନେଇ ମହାଭାରତ । ସାମାନ୍ୟ ପାଟିତୁଣ୍ଡରୁ ଟ୍ରେନ ଭିତରେ ଜଣେ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଛି ଯୁବକ । କେବଳ ଏତିକି ନୁହେଁ ପୋଡି ମାରିବାକୁ ବି ଚେଷ୍ଟା କରାଯାଇଛି । ଏହି ଘଟଣା ଘଟାଇବା ପରେ ଯୁବକ ଜଣଙ୍କ ଫେରାର୍ ହୋଇଯାଇଛି । ଘଟଣାରେ ୩ ଜଣ ପ୍ରାଣ ହରାଇଥିଲାବେଳେ ୮ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି ।

ଏହି ଘଟଣା ଘଟିଛି କେରଳରେ । ଅଲଫୁଝା-କନ୍ନୁର ଏକ୍ସପ୍ରେସର କୋଚ ନଂ ଡି-୧ରେ ଏହି ଘଟଣା ଘଟିଛି । ଟ୍ରେନଟି ପ୍ଲାଟଫର୍ମ ଛାଡ଼ିବା ପରେ ଟ୍ରେନରେ ବସିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାତି ପ୍ରାୟ ୯.୪୫ ବେଳକୁ ଟ୍ରେନରେ ନିଆଁ ଲାଗିଥିବା ଖବର ଆସି ପହଞ୍ଚିଥିଲା ।

ଏ ନେଇ ପୋଲିସ ତଦନ୍ତ କରିବା ବେଳେ ଜଣେ ଛୋଟ ପିଲା ସହ ୩ ଜଣଙ୍କ ମୃତଦେହ ରେଳ ଲାଇନରୁ ଉଦ୍ଧାର କରାଯାଇଛି । ଏହି ମୃତଦେହ ଇଲାଣୁର ରେଳ ଷ୍ଟେସନ ନିକଟରୁ ମିଳିଛି । ଟ୍ରେନରେ ନିଆଁ ଲାଗିବା ପରେ ସେମାନେ ଟ୍ରେନରୁ ତଳକୁ ଡେଇଁ ପଡ଼ିଥିଲେ ।

ଏହା ସହ ଟ୍ରାକରୁ ଗୋଟିଏ ବୋତଲ ପେଟ୍ରୋଲ ଏବଂ ଦୁଇଟି ମୋବାଇଲ ପୋଲିସ ଜବତ କରିଛି । ଟ୍ରେନରେ ଥିବା ଅନ୍ୟ ଯାତ୍ରୀଙ୍କ କହିବା ଅନୁସାରେ ଟ୍ରେନରେ ନିଆଁ ଲାଗିବା ଯୋଗୁ ଟ୍ରେନଟି କୋରାଫୁଜା ନଦୀ ଉପରେ ରହିଥିଲା । ଏହି ସମୟରେ ଜଣେ ଯୁବକ ତଳକୁ ଡେଇଁଥିଲେ । ଏହା ପରେ ପୂର୍ବରୁ ଅପେକ୍ଷା କରିଥିବା ଜଣେ ଯୁବକ ସହ ବାଇକରେ ଫେରାର ହୋଇଯାଇଥିଲେ ।

ତେବେ ଏପରି କାର୍ଯ୍ୟକଳାପ ଯୋଜନାବଦ୍ଧ ବୋଲି କୁହାଯାଉଛି । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

କେପିସିସି ସଭାପତି ତଥା କନ୍ନୁରର ସାଂସଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏହି ଘଟଣା ନେଇ ଚିଠି ଲେଖିଛନ୍ତି । ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମେତ ଟ୍ରେନରେ ନିଆଁ ଲାଗିଯାଇଥିବା ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ କହିଛନ୍ତି।

ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟର,ରେ ୫ଦୁର୍ଦ୍ଦାନ୍ତ ମାଓବାଦୀ ମୃତ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ଚାତରାରେ ପୋଲିସ ଏନକାଉଣ୍ଟରରେ ୫ଦୁର୍ଦ୍ଦାନ୍ତ ମାଓବାଦୀ ମୃତ। ଏମାନଙ୍କ ମଧ୍ୟରୁ ଗୌତମ ପାଶଓ୍ବାନ ଓ ଚାର୍ଲି ଏସଏସି ସଦସ୍ୟ ଥିଲେ। ଏମାନଙ୍କ ନାଁରେ ୨୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ସେହିପରି ସବଜୋନାଲ୍ କମାଣ୍ଡର ଥିବା ନନ୍ଦୁ, ଅମର ଗଞ୍ଜୁ ଓ ସଂଜୀବ ଭୁୟାଁଙ୍କ ନାଁରେ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା। ଏନକାଉଣ୍ଟର ପରେ ଏମାନଙ୍କଠାରୁ ଦୁଇଟି ଏକେ-୪୭, ଇନସାସ ରାଇଫଲ ଜବତ କରାଯାଇଛି। ଅପରେସନ୍ ଜାରି ରହିଥିବା ଝାଡ଼ଖଣ୍ଡ ପୋଲିସ କହିଛି।

ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା, ୭ଦିନିଆ ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ

ବଲାଙ୍ଗୀର: ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା I ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ I ବଲାଙ୍ଗୀର ଏସଡିଜେଏମ୍ କୋର୍ଟରେ ୨ସାକ୍ଷୀଙ୍କ ବୟାନ ରେକର୍ଡ । ସିଆରପିସି ୧୬୪ ଧାରା ଅନୁସାରେ ସୁବଳୟା ଭୋଇ ଓ ରମଣୀ ନାଗରଙ୍କ ବୟାନ ରେକର୍ଡ । ସିଭିଲ କୋର୍ଟରେ ୭ଦିନିଆ ରିମାଣ୍ଡ ଆବେଦନ କରୁଛି କ୍ରାଇମବ୍ରାଞ୍ଚ I

ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦ଼ଗାତା ଉଭୟଙ୍କ ମେଡିକାଲ ଯାଂଚ ପରେ ରିମାଣ୍ଡ ଅନୁମତି ଦେବେ କୋର୍ଟ I ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକକୁ ସାମ୍ନାସାମ୍ନି ଜେରା କରିବ I କୋଚିଂ ସେଣ୍ଟରରେ ଯାଞ୍ଚ କରିଛି ୫ ଜଣିଆ ତଦନ୍ତକାରୀ ଟିମ୍ । ତଦନ୍ତ ବେଳେ ୧୪ଟି ରାଜ୍ୟର ୪୧ଟି ଯୁନିଭରସିଟିର କର୍ମଚାରୀଙ୍କ ଲିଙ୍କ ପାଇଛି କ୍ରାଇମବ୍ରାଞ୍ଚ ଓ ଅଭିଯୁକ୍ତ ମନୋଜ ମିଶ୍ରର ସହଯୋଗୀଙ୍କ ମଧ୍ଯ ଲିଙ୍କ ପାଇଛି I କିଛି ମଧ୍ୟସ୍ଥି ଫେରାର୍ ଥିବାବେଳେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଟିମ ଯାଇପାରେ ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର ସୂଚନା ଦେଇଛନ୍ତି I

ନକଲି ସାର୍ଟିଫିକେଟ ଚେର ବହୁ ଦୂରକୁ ଲମ୍ବିଛି ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି I ଜବତ ଡାଏରୀ, ହାର୍ଡଡିସ୍କ ଓ ଲାପଟପରୁ ସୁରାକ୍ ମିଳିଥିବା ସୂଚନା ମିଳିଛି । ଗତକାଲି ପୋଷ୍ଟ ଅଫିସରେ ମଧ୍ୟ ତନାଘନା କରିଥିଲା ଟିମ୍ । ବଲାଙ୍ଗୀରରେ ଡାକ ବିଭାଗର ଚାକିରି ପାଇଁ ସାର୍ଟିଫିକେଟ ଯାଞ୍ଚ ସମୟରେ ସାମ୍ନାକୁ ଆସିଥିଲା ଫେକ ସାର୍ଟିଫିକେଟ ରାକେଟ । ଖୋଳତାଡ଼ କରି ମୁଖ୍ୟ ଅଭିଯୁକ୍ତ ସହ ୧୯ ଜଣଙ୍କୁ ଗିରଫ କରାଯାଇଛି ।

୨୦୨୪ ପୂର୍ବରୁ ରଣନୀତି, ଏମକେ ଷ୍ଟାଲିନଙ୍କ ନେୃତୃତ୍ବରେ ଏକାଠି ହେବେ ବିରୋଧୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବିରୋଧୀଙ୍କ ବିଗୁଲ । ୨୦୨୪ ପୂର୍ବରୁ ମେଗା ରଣନୀତି । ଆଜି ଡିଏମକେ ନେତା ଏମକେ ଷ୍ଟାଲିନଙ୍କ ନେୃତୃତ୍ବରେ ଏକାଠି ହେବେ ବିରୋଧୀ । ଅଲଇଣ୍ଡିଆ ଫେଡେରେସନ ଫର ସୋସିଆଲ ଜଷ୍ଟିସ ପକ୍ଷରୁ ହେଉଥିବା ସମ୍ମିଳନୀ ଅବସରରେ ବିରୋଧୀ ଦଳ ଏକାଠି ହେବେ ।

ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ପ୍ରମୁଖ ଯୋଗଦେବେ । ଏହାବ୍ୟତୀତ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓବ୍ରିୟେନ, ଆପ୍ ଏମପି ସଞ୍ଜୟ ସିଂ ଓ ବିଆରଏସ ଏମପି କେଶବ ରାଓ ଯୋଗ ଦେବାର ସମ୍ଭାବନା ରହିଛି ।

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାରେ ଡିଏମକେର ଏହା ହେବ ଦ୍ବିତୀୟ ବୈଠକ । କିଛିଦିନ ତଳେ ଷ୍ଟାଲିନଙ୍କ ୭୦ତମ ଜନ୍ମ ବାର୍ଷିକୀରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଓ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ପ୍ରମୁଖ ଯୋଗ ଦେଇଥିଲେ ।

ମ୍ୟାକଡୋନାଲ୍ଡସ ବନ୍ଦ କରିବ ଅଫିସ, କର୍ମଚାରୀଙ୍କୁ କରିବ ଛଟେଇ

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ବିଶ୍ବର ବଡ଼ ଫାଷ୍ଟଫୁଡ କମ୍ପାନୀ ମ୍ୟାକଡୋନାଲ୍ଡସ । ଏବେ ବିଶ୍ବର ବଡ଼ ବଡ଼ କମ୍ପାନୀ ଯେପରିକି ଗୁଗୁଲ, ମାଇକ୍ରୋସଫ୍ଟ, ଆମାଜନ, ଟ୍ବିଟର ଇତ୍ୟାଦି କର୍ମଚାରୀଙ୍କୁ ଛଟେଇ କରୁଥିବାରୁ ଏହି ଲାଇନରେ ଯୋଡ଼ି ହୋଇଛି ମ୍ୟାକଡୋନାଲ୍ଡସ ।

ମ୍ୟାକଡୋନାଲ୍ଡସ ଚଳିତ ସପ୍ତାହରେ ଆମେରିକାରେ ଥିବା ସବୁ ଅସ୍ଥାୟୀ ଅଫିସକୁ ବନ୍ଦ କରିବାକୁ ଯାଉଛି । କେବଳ ଏତିକି ନୁହେଁ କର୍ମଚାରୀଙ୍କୁ ବି ଛଟେଇ କରିବାକୁ ଯାଉଛି । ଗତ ସପ୍ତାହରେ କମ୍ପାନୀ ତା’ର କର୍ପୋରେଟ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ମେଲ୍ ଯାଇଥିଲା । ସେମାନେ ସୋମବାରରୁ ବୁଧବାର ଯାଏ ଘରେ ରହି କାମ କରିବାକୁ କୁହାଯାଇଛି ।

ତେବେ କମ୍ପାନୀ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ କେତେଜଣ କର୍ମଚାରୀଙ୍କୁ ବିଦା କରାଯିବ ସେ ନେଇ କିଛି କୁହାଯାଇନି । ଗତ ଜାନୁଆରୀରେ କମ୍ପାନୀ କର୍ପୋରେଟ କର୍ମଚାରୀଙ୍କ ସ୍ତରକୁ ନେଇ ସମୀକ୍ଷା କରିବ ବୋଲି କହିଥିଲା । ଏହା ପରେ ବିଜନେସରେ କିଛି ଅପଡେଟ କରାଯିବ । ତେଣୁ ଏ ନେଇ ବୁଧବାର ସୁଦ୍ଧା ସବୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି ।

କୁନୋରୁ ଚିତା ଫେରାର୍, ଗାଁରେ ଗାଈ ମାରି ଖାଇଲା ଚିତା

ଭୋପାଲ: ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରୁ ଚିତା ଫେରାର ହୋଇଯାଇଛି । କୁନୋ ପାର୍କଠାରୁ ୨୦ କିମି ଦୂର ଗାଁରେ ତାକୁ ଠାବ କରାଯାଇଛି । ଗାଁ ଲୋକ ଚିତାକୁ ଦେଖି ଆତଙ୍କିତ ହୋଇଯାଇଛନ୍ତି । କେବଳ ଏତିକି ନୁହେଁ ଚିତା ଗାଁର ଏକ ଗାଈକୁ ବି ଶିକାର କରିଛି ।

ଚିତା ଦେହରେ ଲାଗିଥିବା ରେଡିଓ କଲାରରୁ ଚିତାର ଉପସ୍ଥିତି ଜଣାପଡ଼ିବା ପରେ ଜଙ୍ଗଲ ବିଭାଗ ଗାଁରେ ପହଞ୍ଚିଛି । ଏକ ଟିମ୍ ଗଠନ କରାଯାଇ ଚିତାକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ଏହି ଟିମରେ ୫୦ରୁ ଅଧିକ ଅଧିକାରୀ, ଡାକ୍ତର ଏବଂ ବିଶେଷଜ୍ଞ ଅଛନ୍ତି ।

ଏହି ଖବର ଗାଁରେ ପହଞ୍ଚିବା ପରେ ଲୋକ ଲାଠି ନେଇ ଚିତାକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ଘଉଡାଇବାର ଏକ ଭିଡିଓ ବି ସାମ୍ନାକୁ ଆସିଛି । ଯେଉଁଥିରେ ଲୋକେ ଗୋ… ଗୋ… ବୋଲି କହୁଛନ୍ତି ।

ଚିତାକୁ ବେହୋସ କରାଯାଇ ପାର୍କକୁ ଅଣାଯିବାକୁ ବ୍ୟବସ୍ଥା କରାଯାଉଛି । ମାଂସରେ ନିଶା ଔଷଧ ପକାଇ ବିଭିନ୍ନ ଯାଗାରେ ମାଂସ ଗୁଡ଼ିକ ପକାଯାଉଛି । ଯଦି ଚିତା ମାଂସ ନ ଖାଏ ତାହାଲେ ତାକୁ ଟ୍ରାଙ୍କୁଲାଇଜ କରାଯାଇ ପାର୍କକୁ ଅଣାଯିବ ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଦୀର୍ଘ ୭୦ ବର୍ଷ ହେବ ଆମ ଦେଶରେ ଚିତା ବଂଶ ଲୋପ ପାଇ ଯାଇଥିବାରୁ ଚିତା ପ୍ରୋଜେକ୍ଟ ଜରିଆରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ୫ଟି ମାଈ ଏବଂ ୩ଟି ଅଣ୍ଡିରା ଥିଲେ । ଗତ କିଛି ଦିନ ପୂର୍ବରୁ ଏକ ଚିତା ୪ ଛୁଆ ଜନ୍ମ ଦେଇଥିଲା ।

ବଲାଙ୍ଗୀର ଜାଲ ସାର୍ଟିଫିକେଟ୍ ମାମଲା, ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ

ବଲାଙ୍ଗୀର: ବଲାଙ୍ଗୀର ଜାଲ ସାର୍ଟିଫିକେଟ ମାମଲା I ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ I ପୁଣି ଟାଉନ ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ I ଆଜି ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ I ମାଷ୍ଟର ମାଇଣ୍ଡ ମନୋଜ ଓ ଆଲୋକକୁ ସାମ୍ନାସାମ୍ନି ଜେରା କରିବ I ତଦନ୍ତ ବେଳେ ୧୪ଟି ରାଜ୍ୟର ୪୧ଟି ଯୁନିଭରସିଟିର କର୍ମଚାରୀଙ୍କ ଲିଙ୍କ ପାଇଛି । କ୍ରାଇମବ୍ରାଞ୍ଚ ଓ ଅଭିଯୁକ୍ତ ମନୋଜ ମିଶ୍ରର ସହଯୋଗୀଙ୍କ ମଧ୍ଯ ଲିଙ୍କ ପାଇଥିବା ସୂଚନାI

କିଛି ମଧ୍ୟସ୍ଥି ଫେରାର୍ ଥିବାବେଳେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଟିମ ଯାଇପାରେ ବୋଲି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ର ସୂଚନା ଦେଇଛନ୍ତିI ନକଲି ସାର୍ଟିଫିକେଟ ଚେର ବହୁ ଦୂରକୁ ଲମ୍ବିଛି ଅନେକ ଲୋକଙ୍କ ସମ୍ପୃକ୍ତି ରହିଛିI ଜବତ ଡାଏରୀ, ହାର୍ଡଡିସ୍କ ଓ ଲାପଟପରୁ ସୁରାକ୍ ମିଳିଛି ବୋଲି କହିଛନ୍ତି I

ଦୁଇ ଏନଏସିରେ ଚାଲିଛି ନିର୍ବାଚନ, ମତଦାନ ସାବ୍ୟସ୍ତ କରୁଛନ୍ତି ଜନତା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ର ଅତାବିରାରେ ଚାଲିଛି ଏନଏସି ନିର୍ବାଚନ । ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନେତା ବାଛୁଛନ୍ତି ଜନତା । ମୋଟ ୯ ହଜାର ୮୬୩ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୧୬ଟି ବୁଥରୁ ୮ଟି ଉତ୍ତେଜନା ପ୍ରବଣ ଏବଂ ୪ଟି ଅତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ, ୨ଟି ପିଙ୍କ୍ ବୁଥ କରାଯାଇଛି।

ହିନ୍ଦୋଳ ଏନଏସିର ୧୬ଟି ଓ୍ବାର୍ଡ ପାଇଁ ୫୦ ଜଣ କାଉନସିଲର ଓ ଅଧ୍ୟକ୍ଷ ପାଇଁ ୩ ଜଣ ପ୍ରାର୍ଥୀ ଅଛନ୍ତି । ସେହିପରି ଅତାବିରା NACରେ ୧୨ଟି ଓ୍ବାର୍ଡ ରହିଛି । ଭୋଟ୍ ଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛୁଛନ୍ତି ୧୩ ହଜାର ୨୦ ଜଣ ଭୋଟର । ଅତାବିରାରେ ଅଧ୍ୟକ୍ଷ ପଦ ପାଇଁ ୪ଜଣ ପ୍ରାର୍ଥୀ ଥିବା ବେଳେ, ମୋଟ ୩୯ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ଆସନ୍ତା ୫ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ମାସକୁ ୯ଦିନ ଉଡ଼ିବ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ବିମାନ

ଭୁବନେଶ୍ବର: ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ଉଡିବ ବିମାନ। ଏପ୍ରିଲ ମାସର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କଲେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ । ସପ୍ତାହକୁ ୨ଦିନ ମାସକୁ  ୯ଦିନ ଉଡ଼ିବ ଫ୍ଲାଇଟ୍ । ମାସର ପ୍ରତି ବୁଧବାର ଓ ରବିବାର ଉଡ଼ିବ ବିମାନ ।

ଗତକାଲି ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ବର ବିମାନବନ୍ଦରକୁ ଉଡିଛି ବିମାନ । ସେହିପରି ଆସନ୍ତା ୫ ତାରିଖ, ୯ତାରିଖ, ୧୨ ତାରିଖ ୧୬, ୧୯, ୨୩, ୨୬ ଓ ୩୦ ତାରିଖରେ ଉଡ଼ିବ ଏହି ନନ୍ ସିଡ୍ୟୁଲ୍ଡ ଫ୍ଲାଇଟ୍ । ଭୁବନେଶ୍ବରରୁ ବାହାରିଲେ ରଙ୍ଗେଲୁଣ୍ଡାରେ ପହଞ୍ଚିବାକୁ ଏକ ଘଣ୍ଟା ସମୟ ଲାଗୁଛି । ସେଠାରେ ୨୦ ମିନିଟ୍ ରହଣି ପରେ ସେଠାରୁ ଫ୍ଲାଇଟ୍ ଭୁବନେଶ୍ବର ଅଭିମୁଖେ ଟେକଅଫ୍ କରିବ । ଗତମାସ ୫ ତାରିଖ ବିଜୁ ଜୟନ୍ତୀ ଅବସରରେ  ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।